ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି। ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ଭୁବନେଶ୍ଵର ବିମାନ ବନ୍ଦରରୁ ୨ ଟି ବିମାନର ଉଡାଣ ବାତିଲ୍ କାରହଇଛି । ଭୁବନେଶ୍ଵରରୁ ହିନ୍ଦନ ଗାଜିଆବାଦକୁ ବିମାନ ଉଡାଣ ବାତିଲ୍ ହୋଇଛି । ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବା ବାତିଲ ହୋଇଥିବା କହିଛନ୍ତି ନିର୍ଦେଶକ । ଭୁବନେଶ୍ଵର ପାଟ୍ନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ମଧ୍ୟ ବାତିଲ ହୋଇଛି । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି।
Author: sanitelevision
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସମ୍ବଲପୁର ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ୧୦ତାରିଖରେ ଶାହ ଭୁବନେଶ୍ୱରରୁ ଜଟଣୀ ଯାଇ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର ଥିଲା ।
ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ । ୨୭ ଏୟାରପୋର୍ଟ ବନ୍ଦ । ପ୍ରାୟ ୪୩୦ ଫ୍ଲାଇଟ୍ ବାତିଲ ହୋଇଛି । ମେ ୧୦ ତାରିଖ ଯାଏଁ ଦେଶର ୨୭ଟି ଏୟାରପୋର୍ଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।ସେଗୁଡ଼ିକ ହେଲା ଲେହ, ଥୋଇସେ, ଶ୍ରୀନଗର, ଜାମ୍ମୁ, ଅମୃତସର, ପଠାନକୋଟ,ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଜାମନଗର, ଭଟିଣ୍ଡା,ଭୁଜ, ଧର୍ମଶାଳା, ସିମଳା, ରାଜକୋଟ, ପୋରବନ୍ଦର ବିମାନବନ୍ଦର। ସାଧାରଣ ଲୋକଙ୍କ ଯାତାୟତ ପାଇଁ ଏହି ସବୁ ଏୟାରପୋର୍ଟ ବନ୍ଦ ରହିବ। ଇଣ୍ଡିଗୋ ଏୟାରଲାଇନ୍ସର ୨୬୭ ଟି ବିମାନ, ଏୟାର ଇଣ୍ଡିଆର ୧୦୨ ଟି, ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୫ଟି ସ୍ପାଇସ୍ ଜେଟ୍, ଅକାଶା ଏୟାର, ସହ କିଛି ବିଦେଶ ବିମାନକୁ ମଧ୍ୟ ବାତିଲ କରାଯାଇଛି ।ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେନସନ ବଢୁଥିବାକୁ ଦେଖି ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ଯାତ୍ରୀଙ୍କୁ ଉଡ଼ାଣ ସ୍ଥିତି…
ବିଶ୍ୱ ଥାଲାସେମିଆ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ରୋଗର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି।ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ସଚେତନତା ବୃଦ୍ଧି, ରୋଗୀଙ୍କୁ ସମର୍ଥନ ଏବଂ ସ୍କ୍ରିନିଂ ତଥା ଚିକିତ୍ସା ପ୍ରୟାସକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଶାରୀରିକ ସମସ୍ୟାର ଶୀଘ୍ର ଚିହ୍ନଟ ଅଗଣିତ ଜୀବନ ରକ୍ଷା କରିପାରିବ। ତେବେ ବିଶ୍ୱ ଥାଲାସେମିଆ ଦିବସର ଇତିହାସ ୧୯୯୪ ମସିହାରୁ ଆରମ୍ଭ ହୋଇଥିଲା ଯେତେବେଳେ ଥାଲାସେମିଆ ଇଣ୍ଟରନ୍ୟାସନାଲ ଫେଡେରେସନ୍ (ଟିଆଇଏଫ୍) ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲା। ଏହି ରୋଗରେ ମୃତ୍ୟୁବରଣ କରିଥିବା ଥାଲାସେମିଆ ରୋଗୀ ପାନୋସଙ୍କ ପୁଅକୁ ମନେ ପକାଇବା ପାଇଁ ପ୍ରଥମେ ଏହି ଦିନକୁ ପାଳନ କରାଯାଇଥିଲା। ଏହି ଦିବସରେ ଥାଲାସେମିଆ ରୋଗରେ ପୀଡ଼ିତ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ…
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଓ୍ବେବସାଇଟଗୁଡ଼ିକୁ ଟାର୍ଗେଟ କରାଯାଇଛି। ତେବେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ)ର ୱେବସାଇଟ୍ ‘ପାକିସ୍ତାନ ସାଇବର ଫୋର୍ସ’ ଭାବରେ ନିଜର ପରିଚୟ ଦେଉଥିବା ଏକ ଗୋଷ୍ଠୀ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡ଼ିଛି।ବୁଧବାରଠାରୁ ୱେବସାଇଟ୍ଟି ଅକାମୀ ହୋଇପଡ଼ିଥିବା କୁହାଯାଉଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବସାଇଟ୍ ଉପରେ କ୍ଲିକ୍ କଲେ ଏକ ଅସ୍ବାଭାବିକ ହୋମପେଜ୍ ଦେଖାଯାଉଛି ଯେଉଁଥିରେ ଲେଖା ଅଛି “ଏହି ୱେବସାଇଟ୍ ପାକିସ୍ତାନ ସାଇବର ଫୋର୍ସ ଦ୍ୱାରା ହ୍ୟାକ୍ କରାଯାଇଛି।ଏହି ଘଟଣା ପରେ ରାଜ୍ୟ ସାଇବର ସୁରକ୍ଷା ବିଭାଗ ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂତ୍ରରୁ ଜଣାପଡ଼ିଛି ଯେ, ହ୍ୟାକରମାନେ ଓ୍ବେବସାଇଟର ଡାଟାବେସରେ ଅନଧିକୃତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ…
ଦେଶ ସ୍ବାଧୀନ ହେବା ପରଠାରୁ ଥରୁଟିଏବି ଜାତି ଜନଗଣନା ହୋଇନାହିଁ । ଶେଷଥର ପାଇଁ ବ୍ରିଟିଶ ଶାସନ ସମୟରେ 1931ରେ ଏପରି ଜନଗଣନା ହୋଇଥିଲା । ସ୍ୱାଧୀନ ଭାରତରେ ଦଶ ବର୍ଷୀୟ ଜନଗଣନାରୁ ବ୍ୟାପକ ଜାତି ଗଣନାକୁ ବାଦ ଦେଇଥିଲା । କେବଳ SC ଏବଂ ST ବର୍ଗ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହକୁ ସୀମିତ କରିଥିଲା । ଚଳିତ ଥର କିନ୍ତୁ ସ୍ବାଧୀନ ଭାରତରେ ପ୍ରଥର ଥର ପାଇଁ ଜାତିଭିତ୍ତିତ ଜନଗଣନା ହେବ ।ଭାରତର ଜନଗଣନା କାର୍ଯ୍ୟ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ ସେନସସ କମିଶନର ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ହୁଏ।ଜାତି ଜନଗଣନା କରିବା ନେଇ ନିଷ୍ପତ୍ତି ସରକାରଙ୍କ ନୀତି ଏବଂ ରାଜନୈତିକ ଆଲୋଚନା ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ୨୦୧୧ରେ ଏକ ସ୍ୱତନ୍ତ୍ର ସାମାଜିକ-ଅର୍ଥନୈତିକ ଓ ଜାତି ଜନଗଣନା (SECC) କରାଯାଇଥିଲା।ଜନଗଣନା କର୍ମଚାରୀମାନେ (ସାଧାରଣତଃ ସରକାରୀ କର୍ମଚାରୀ କିମ୍ବା ଶିକ୍ଷକ) ଘରେ ଘରେ…
ରୁବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ । ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଛୁଇଁବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବାର ସମ୍ଭାବନା ରହିଛି। ତେବେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ଣ ପ୍ରବାହ ଆହୁରି ବଢିବା ଆକଳନ କରାଯାଇଛି । ଏହି ୨ ଦିନ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା,…
ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୫ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ପଶୁ ସମ୍ପଦ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।ବାଣିଜ୍ୟ ଓ ପରିବହନ ବିଭାଗରେ ମୁଖ୍ୟମନ୍ତ୍ରୀ ବସ୍ ସେବା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏଥିରେ ରାଜ୍ୟର ସମସ୍ତ ବ୍ୟବସାୟ ସ୍ଥଳ/ବାଣିଜ୍ୟ କେନ୍ଦ୍ର, ଶିକ୍ଷା ଓ ସ୍ବାସ୍ଥ୍ୟନୁଷ୍ଠାନ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଓ ଦକ୍ଷ ସାର୍ବଜନୀନ ପରିବହନ ବସ୍ ସେବା ମିଳିବ । ବସ୍ ଚଳାଚଳରେ ଦକ୍ଷତା ଓ ସ୍ଵଚ୍ଛତା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର ସମ୍ପୂର୍ଣ୍ଣ ନବୀକରଣ କରାଯିବ । ଏହାଛଡ଼ା…
ଓଡ଼ିଶାରେ ବିଜେପି ସରକାରକୁ ଏକ ବର୍ଷ ପୁରା ହେବାକୁ ଯାଉଛି । ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଛି । ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ମାଝୀ ସରକାର । ଏଥିପାଇଁ ମନ୍ତ୍ରୀମାନେ ଆରମ୍ଭ କଲେଣି ନିଜର ରିପୋର୍ଟ କାର୍ଡ । ବର୍ଷକ ଭିତରେ କଣ କରିଛନ୍ତି ଏବଂ କେତେ ସଫଳତା କେତେ ବିଫଳତା ମିଳିଛି, ତାର ଦେବେ ରିପୋର୍ଟ। ଏହି ଏକ ବର୍ଷ ଭିତରେ ସରକାର ପାଇଁ ଆଚିଭମେଣ୍ଟ ଯେତିକି ଚ୍ୟାଲେଞ୍ଜ ବି ସେତିକି । ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ବିକାଶ ପାଇଁ କେତେ କାମ କରିଛନ୍ତି, ତାର ଦେବେ ରିପୋର୍ଟ କାର୍ଡ। ନିର୍ବାଚନ ପୂର୍ବରୁ ବିଜେପି କଣ ପ୍ରତିଶ୍ରୁତି ଦେଇଥିଲା ନିଜ ଇସ୍ତାହାରରେ। ସରକାରକୁ ଆସିବା ପରେ ଏହାକୁ କେତେ ପୁରା କରିଛି । ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ସରକାର ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ବେଳା ଖରାପ୍ । ଦୈନିକ ନୂଆ ନୂଆ ସମସ୍ୟା ପାକିସ୍ତାନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ୧୨ ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବଲୁଚି ଆକ୍ରମଣ । ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ହୋଇଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ । ସୈନିକମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା। ବଲୁଚ ଲିବେରେସନ ଆର୍ମିକୁ ଭାରତର ପ୍ରୋକ୍ସି ସଙ୍ଗଠନ ବୋଲି କହଛି ପାକ ସେନା ।









