Author: sanitelevision

କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର । ମେ’ ୬ ଅର୍ଥାତ୍‌ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି ।। ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮,୪୬୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୨୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୬୧୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୪ ୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦,୨୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮, ୪୬୦ ଓ ୯୦,୨୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା…

Read More

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ବୁଧବାର ହେବାକୁ ଥିବା ମକ୍ ଡ୍ରିଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବୁଧବାର ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ହେବା ପରେ ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ୍ ।ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । କେବଳ ସେନା ଓ ସରକାର ପ୍ରସ୍ତୁତ ହେଲେ ଚାଲିବ ନାହିଁ, ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀଙ୍କ ମକ୍ ଡ୍ରିଲ୍‌ରେ ଭୂମିକା ରହିବ । ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ, ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ । ଏହି ମକ ଡ୍ରିଲ ସମୟରେ ବ୍ଲାକଆଉଟ ହେବ। ଏହାର ଅର୍ଥ ହେଉଛି ଆକ୍ରମଣ ସମୟରେ ସମସ୍ତ…

Read More

କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର । ମେ’ ୬ ଅର୍ଥାତ୍‌ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି ।। ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮,୪୬୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୨୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୬୧୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୪ ୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦,୨୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮, ୪୬୦ ଓ ୯୦,୨୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା…

Read More

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ମନ୍ଦିର ପରିଚାଳନା କରୁଥିବା ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ (ଟିଡିବି) ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତକୁ ମନ୍ଦିର ଏବଂ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛି। ରାଷ୍ଟ୍ରପତି ତାଙ୍କର ଦୁଇ ଦିନିଆ କେରଳ ଗସ୍ତ ମଧ୍ୟରେ ପବିତ୍ର ମନ୍ଦିର ପରିଦର୍ଶନ କରିବାର ଯୋଜନା ରହିଛି। ମୁର୍ମୁ ମେ ୧୮ ତାରିଖରେ କେରଳରେ ପହଞ୍ଚିବା ପରେ କୋଟ୍ଟାୟମ ଜିଲ୍ଲାରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି। ପରଦିନ ସକାଳେ ରାଷ୍ଟ୍ରପତି ମୁର୍ମୁ ମନ୍ଦିର ନିକଟରେ ଥିବା ନୀଳକଲ୍ ହେଲିପ୍ୟାଡ୍ ଯାତ୍ରା କରିବେ ଏବଂ ପମ୍ପା ବେସ୍ କ୍ୟାମ୍ପକୁ ଯିବେ। କୁହାଯାଉଛି…

Read More

ନକଲି କ୍ଷୀର ଗୋଦାମରେ ରେଡ୍। ତରାସାହିର ବାଲିସାହିରେ ନକଲି କ୍ଷୀର ନେଇ ଚଢ଼ାଉ ହୋଇଛି। ତରାସାହିର ବାଲିସାହିରେ ଥିବା ଏହି ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଚଢାଉ କରାଯାଇଛି। ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା ପାଉଡର୍ ହେଲା ଜବତ।ଅନ୍ୟପକ୍ଷେ ଅପମିଶ୍ରିତ କ୍ଷୀର ଓମ୍‌ଫେଡ୍‌କୁ ସପ୍ଲାଏ କରାଯାଉଥିବା ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଚାଷୀଙ୍କଠାରୁ କ୍ଷୀର ନେଇ ଗୋଦାମରେ ପାଉଡର ପକାଇ ଅପମିଶ୍ରଣ କରାଯାଉଥିବା ଜଣାପଡିଛି।ଖବର ପାଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ୫ ଜଣିଆ ଟିମ୍‌ ଚଢାଉ କରି ଘଟଣାର ତଦନ୍ତ ଜାରି ରହିଛି। ଓଡ଼ିଶା ଦୁଗ୍ଧ ମହାସଂଘ ବା ଓମଫେଡ୍‌ ପକ୍ଷରୁ କୁହାଯାଇଛି ଯେ, ଓମଫେଡ ଉପଯୁକ୍ତ ପରୀକ୍ଷାନିରୀକ୍ଷା କରି କ୍ଷୀର ସଂଗ୍ରହ କରୁଛି। ଉକ୍ତ ଗୋଦାମରୁ ଓମଫେଡକୁ କ୍ଷୀର ଆସେନାହିଁ। ସେହି ଗୋଦାମ ଅପମିଶ୍ରିତ କ୍ଷୀର ଯୋଗାଣ କରୁଥିବା ଜଣାପଡ଼ିବା ପରେ ତା’ ନାମରେ ମାମଲା…

Read More

ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ ସରକାରଙ୍କ ସମ୍ବୋଧିତ କରିବାର ନିଷ୍ପତ୍ତି ଉପରେ ଆପଣ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ। ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡ଼ିତ। ଅନ୍ୟ ଏକ ସ୍ଥାନ ପାଇଁ ଏହି ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଏହି ଚର୍ଚ୍ଚିତ ଧାର୍ମିକ ପରିଚୟର ପବିତ୍ରତା ଏବଂ ଅନନ୍ୟତାକୁ…

Read More

ଏଥର ଆଗୁଆ ଆସିବ ମୌସୁମୀ। ଏନେଇ ‘X’ରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ। ଦକ୍ଷିଣଆଣ୍ଡାମାନ ସାଗର, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ ତାରିଖ ବେଳକୁ ଦକ୍ଷିପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ଏହା ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Read More

ଦୀଘା ଜଗନ୍ନାଥ ଧାମ ନାମ ବିବାଦ ପ୍ରସଙ୍ଗରେ ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରନନ୍ଦ ସରସ୍ୱତୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଧାମ ଶଦ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ । ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ମନ୍ଦିରକୁ ଧାମ କହିବା ଠିକ୍‌ ନୁହେଁ ।କିନ୍ତୁ ସେପଟେ ଜିଦରେ ଅଟଳ ଅଛନ୍ତି ଦିଦି । ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍‌ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା କିନ୍ତୁ ପ୍ରକୃତରେ ତାହା ସ୍ଥାଇ ନଥିଲା କେବଳ ଦୁଇ ଦିନ ପାଇଁ ଟେଣ୍ଡ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ…

Read More

କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଗଲେ । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଲେ । ତିନି ଘଣ୍ଟାର ଖୋଜାଖୋଜି ପରେ, ସେ ମଧ୍ୟପ୍ରଦେଶର ସିହୋରା ରୋଡ ରେଳ ଷ୍ଟେସନରେ, ପ୍ରାୟ ୧୬୨ କିଲୋମିଟର ଦୂରରେ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଆହତ ଅବସ୍ଥାରେ ମିଳିଥିଲେ।ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଓରାମ ରବିବାର ସକାଳ ୩:୪୫ରେ ଦାମୋହ ଷ୍ଟେସନରେ ତାଙ୍କ ସୁଗାର ମାତ୍ରା କମିଯିବା ଯୋଗୁଁ ଟ୍ରେନରୁ ଓହ୍ଲାଇଥିଲେ। ଟ୍ରେନ ଚଳାପଡ଼ିବା ସମୟରେ ସେ ପୁନର୍ବାର ଚଢ଼ିବାକୁ ଚେଷ୍ଟା କରିଥିଲେ। ଚଢ଼ିବା ସମୟରେ ସେ ଖସି ପଡ଼ି ଆହତ ହୋଇଥିଲେ। ଏହାର ମଧ୍ୟରେ, ତାଙ୍କ ଟ୍ରେନ ଛାଡ଼ି ଦେବା ପରେ ସେ ଷ୍ଟେସନର ଅନ୍ୟ ପ୍ଲାଟଫର୍ମରେ ପହଞ୍ଚିଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ…

Read More

ଶ୍ରୀମନ୍ଦିର ସୁରକ୍ଷା ନେଇ ଏନଏସଜିର ସ୍ବତନ୍ତ୍ର ଟିମ୍ ପୁରୀରେ ପହଞ୍ଚିଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପି ଙ୍କ ସହ ଟିମ ଅଧିକ ଆଲୋଚନା କରିବ। ଏହି ଟିମ୍‌ରେ NSG କମାଣ୍ଡାଣ୍ଟଙ୍କ ସହିତ ଦୁଇ ଜଣ ଅଧିକାରୀ ଅଛନ୍ତି । ତେବେ ସୋମବାର ଠାରୁ ଏହି ଟିମ୍ ପୁରୀ ଗସ୍ତରେ ଆସିଛନ୍ତି ।ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବା ନେଇ ଆଲୋଚନା ହୋଇପାରେ ।

Read More