ଭାରତର ମିସାଇଲ ଆକ୍ରମଣକୁ ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବଡ ବୟାନ । ସେ କହିଛନ୍ତି, ସେମାନେ ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ। ସମଝ ଦାରୋ କୋ ଇସାରା କାଫି ହେ। ଭାରତୀୟ ସେନା ବଦଲା ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ସେମାନେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ । ଆଜି ସେନା ସଫଳ ହୋଇଛନ୍ତି ।କେନ୍ଦ୍ରର ନିର୍ଦେଶ ଅନୁସାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସମସ୍ତେ ଭାରତୀୟ ସେନାଙ୍କ ସହ ଛିଡ଼ା ହେବା ଆବଶ୍ୟକ ବୋଲି ସିଂଦେଓ କହିଛନ୍ତି । ସୂଚନାମୁତାବକ ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ…
Author: sanitelevision
ପ୍ରତିଶୋଧ ନେଲା ଭାରତ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ତେବେ ଏଥିରେ ସାମିଲ ଅଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦି । ପହଲଗାମ ଆକ୍ରମଣ ସମୟରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଶଶିକାନ୍ତ । ଦୁଇବର୍ଷ ହେବ ବିଏସଏଫ ଯବାନ ଭାବେ ଜ୍ମମୁକଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ଯାହାଙ୍କ ପାଇଁ ଆଜି ପୂରା ଗାଁ ଡାଙ୍ଗମାଳ ଗର୍ବିତ । ପୁଅ ବର୍ଡରରେ ଶତ୍ରୁକୁ ନିପାତ କରୁଛି, ନିରିହ ପର୍ଯ୍ୟଟଙ୍କ ପ୍ରତି ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଉଛି ବୋଲି ଶଶିକାନ୍ତଙ୍କ ବାପା ଗର୍ବିତ । ଶଶିକାନ୍ତଙ୍କ ବାପା ଏନେଇ କହିଛନ୍ତି ମୋ ପୁଅ ଦେଶ ପାଇଁ…
ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ସମ୍ମାନିତ କଲା ରୁଷ । ଋଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ ପଟ୍ଟନାୟକ । ସୂଚନାମୁତାବକ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସେନା ବିରୋଧରେ ତତ୍କାଳୀନ ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ବିଜୟର ଅଶୀତମ ବାର୍ଷିକୀ ଉତ୍ସବ ୯ ତାରିଖରେ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରୁଷ ଦୂତାବାସରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ। ଏହି ସ୍ୱତନ୍ତ୍ର ଉତ୍ସବରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୁଷର ରାଷ୍ଟ୍ରଦୂତ ଡାନିସ୍ ଆଲିପୋଭ ନବୀନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲେ। ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ନାଜିବାଦ ବିରୁଦ୍ଧରେ ରୁଷିଆର ବିଜୟ ଉତ୍ସବର ୮୦ ତମ ବାର୍ଷିକୀକୁ ମଇ ୯ ତାରିଖରେ ପାଳନ କରାଯାଉଛି। ବିଜୁ ପଟ୍ଟନାୟକଙ୍କ…
ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ । ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ଓଭାଲ ରୁମକୁ ଆସିବା ମାତ୍ରେ ଏହା ବିଷୟରେ ଶୁଣିଲୁ। ଅତୀତରେ ଘଟିଥିବା ଘଟଣାକୁ ନଜରରେ ରଖି ଏହାର ଆଧାରରେ ଆମେ ଜାଣିଥିଲୁ ଯେ କିଛି ଘଟିବାକୁ ଯାଉଛି।ଭାରତ ଏବଂ ପାକିସ୍ତାନକୁ ସ୍ପଷ୍ଟ ଭାବରେ ଇଙ୍ଗିତ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, ଦଶନ୍ଧି ଏବଂ ଶତାବ୍ଦୀ ଧରି ଲଢ଼େଇ ଚାଲି ଆସୁଛି । ମୁଁ ଆଶା କରୁଛି ଏହା ଖୁବ୍ ଶୀଘ୍ର ଶେଷ ହେବ ।ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ଭାରତର ଆକ୍ରମଣ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କଥା ଚିନ୍ତା କରିବା ଉଚିତ୍ ନୁହେଁ। ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ସାହସ…
ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଅପରେସନ ସିନ୍ଦୂର କରିବା ପରେ, ସ୍ପାଇସଜେଟ୍ ଏବଂ ଅନ୍ୟାନ୍ୟ ଏୟାରଲାଇନ୍ସ ଭାରତର ଉତ୍ତର ଭାଗରେ ଥିବା ଅନେକ ବିମାନବନ୍ଦର ପାଇଁ ଉଡ଼ାଣ ପରାମର୍ଶ ଜାରି କରିଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଘୋଷଣା କରିଛନ୍ତି ଯେ, ବିମାନଗୁଡ଼ିକ ପ୍ରଭାବିତ ହେବ, ଏବଂ ଯାତ୍ରୀମାନଙ୍କୁ ଯାତ୍ରା କରିବା ପୂର୍ବରୁ ଅପଡେଟ୍ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଅମୃତସରକୁ ଆସିବାକୁ ଥିବା ୨ଟି ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ଦିଆଯାଇଛି ।ସୂଚନା ଅନୁସାରେ ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ମଧ୍ୟରାତ୍ରିରେ ପାକିସ୍ତାନରେ ଭାରତ ବଡ ଏୟାରଷ୍ଟ୍ରାଇକ କରିଛି । ପାକ୍ ଅଧିକୃତ କାଶ୍ମୀରରେ ଲଢୁଆ ବିମାନ ଓ ମିସାଇଲ ମାଡ କରି ଆତଙ୍କୀ ଶିବିରକୁ ଧ୍ୱଂସ କରିଛି ଭାରତୀୟ ସେନା । ସେନାର ଏହି ଅପରେସନର ନାମ ସିନ୍ଦୂର ରଖାଯାଇଛି । ଏୟାରଆଟାକ ପରେ ଭାରତରେ ୯ଟି…
ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଭାରତର ସିନ୍ଦୂର ଅପରେସନ୍ ଜରିଆରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ବହୁ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି। ଏହି ଘଟଣାକୁ ନେଇ ଆତଙ୍କବାଦୀଙ୍କ ଦ୍ବାରା ନିହତ ବାଲେଶ୍ବର ଜିଲ୍ଲାର ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସିନ୍ଦୂରର ପ୍ରତିଶୋଧ ନେଲେ ମୋଦି ସରକାର। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ବହୁତ ଧନ୍ୟବାଦ ଜଣାଉଛି।’ ମୋ ସ୍ବାମୀ ଯେଉଁଠି ବି ଥିବେ ତାଙ୍କର ଆତ୍ମାକୁ ଶାନ୍ତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହାୟତାକୁ ମୁଁ ଭୁଲିବି ନାହିଁ। ଆତଙ୍କବାଦର ମୂଳୋତ୍ପାଟନ ହେବା ଦରକାର।ମୁଁ ଭାରତ ସରକାରଙ୍କ ନିକଟରେ ଚିର ଋଣୀ ରହିବି।ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…
ଅପରେଶନ ‘ସିନ୍ଦୂର’ ନେଇ ଟୁଇଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଏକ୍ସ ଯୋଗେ ସେ ଲେଖିଛନ୍ତି,ଭାରତ ଏକତାର ସହ ଛିଡ଼ା ହୋଇଛି । ଆମ ସାହସୀ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ॥ ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା ଦେବ। ଆମ ସାର୍ବଭୌମତ୍ବକୁ ଆକ୍ରମଣ ସହ୍ୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ଲେଖିଛନ୍ତି |ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟ ବିଷୟରେ ସୂଚନା ଦେଇଛି। ଏଥିରେ ୩୦୦ର ଅଧିକ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି। ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତୀୟ ସେନାର ପ୍ରତିଶୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।…
କାଳବୈଶାଖୀ ଯୋଗୁ ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଛି । ସମସ୍ତ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ତଳେ ରହିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, କିଛିଦିନ ବ୍ୟବଧାନରେ ପୁଣି ରାଜ୍ୟକୁ ଫେରିବ ତାତି । ତେବେ ଆଜି ମୟୂରଭଞ୍ଜ, ବାଲେଶ୍ଵର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ଏବଂ ନବରଙ୍ଗପୁର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ / ସନ୍ଧ୍ୟା ସମୟରେ ପବନର ବେଗ ୩୦-୪୦ ରହିବ ସହ ଝଡ଼ବର୍ଷା ହୋଇପାରେ।ମୟୂରଭଞ୍ଜ, ବାଲେଶ୍ଵର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍ଗପୁର, ଏବଂ କାଲାହାଣ୍ଡିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ। ତେବେ । ଆସନ୍ତା ୯ରୁ ରାଜ୍ୟର ଅନେକ…
ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତି ଆକ୍ରମଣ। ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ ଲେକେ ଖୁସି ମନାବଇବା ସହ କହିଛନ୍ତି ‘ଆମ ସହ ପଙ୍ଗା ନେଲେ, ଆମେ ଛାଡ଼ିବୁନି, ତମ ଦେଶ ଭିତରେ ପଶିକି ମାରିବୁ’। ପାକିସ୍ତାନରେ ଭାରତୀୟ ସେନାର ଏହି ରାତିଅଧିଆ ଆକ୍ରମଣ ପରେ ସବୁ ମହଲରେ ଭାରତକୁ ପ୍ରଶଂସା କରାଯାଉଛି।ଭାରତ ଏହାର ‘ଅପରେସନ୍ ସିନ୍ଦୂର’ ପାଇଁ ପାକିସ୍ତାନର ୧୦୦ କିଲୋମିଟର ପରିଧି ମଧ୍ୟରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛି। ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେବା ପାଇଁ ବରିଷ୍ଠ ଭାରତୀୟ ଅଧିକାରୀମାନେ ଅନେକ ଦେଶର ସେମାନଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି ବୋଲି ଏକ ସୂତ୍ରରୁ ସୂଚନା ମିଳିଛି।ସେସବୁ ଦେଶ ମଧ୍ୟରେ ଆମେରିକା,…
ଏଣିକି ପ୍ରତିମାସ ଦ୍ୱିତୀୟ ସପ୍ତାହରେ ହେବ ରକ୍ତଦାନ ଶିବିର । ରାଜ୍ୟର ସମସ୍ତ ୫୭ ସରକାରୀ ରକ୍ତ ଭଣ୍ଡାରରେ ହେବ ରକ୍ତଦାନ ଶିବିର ।ରାଜ୍ୟର ସମସ୍ତ ୫୭ ସରକାରୀ ରକ୍ତ ଭଣ୍ଡାରରେ ହେବ ରକ୍ତଦାନ ଶିବିର । ଏନେଇ ସୂଚନା ଦେଇଛନ୍ତି ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡା. ପ୍ରଦୀପ୍ତ ପାତ୍ର । ଖରା ଦିନରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହୋଇଛି । ଏନଜିଓଙ୍କ ସହେଯାଗରେ ରକ୍ତ ସଂଗ୍ରହ ନେଇ ଟାର୍ଗେଟ ସ୍ଥିର ହେବ । ରେଡକ୍ରସ , ସ୍ୱେଚ୍ଛାସେବୀ ସଂଗଠନ, ଇଞ୍ଜିନିୟରିଂ କଲେଜ ବି କରିବେ ।









