Author: sanitelevision

ଭାରତ ଗୁରୁବାର ଅପରେସନ ‘ସିନ୍ଦୂର’ର ୨ୟ ଦିନରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଯୁକ୍ତ ରାଡାର ଏଚକ୍ୟୁ-୯କୁ ଭାରତ ଧ୍ବଂସ କରିଦେଇଛି। ତେବେ ଏହି ରାଡାରକୁ ଧ୍ବଂସ କରିଛି ଏକ ଡ୍ରୋନ। ଯାହାର ନାଁ ହେଉଛି ହାର୍ପି।ଇସ୍ରାଏଲ୍ ଦ୍ୱାରା ନିର୍ମିତ ଦୁନିଆର ଘାତକ ଡ୍ରୋନ୍ ମଧ୍ୟରେ ସାମିଲ ହାର୍ପି ପାକିସ୍ତାନରେ ତାଣ୍ଡବ ରଚିଛି ।ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଏହାକୁ ବିକଶିତ କରିଛି । ଏହା ଏକ ଲାଇଟରିଂ ମ୍ୟୁନିସନ । ମୁଖ୍ୟତଃ ଶତ୍ରୁପକ୍ଷର ରାଡାର ସିଷ୍ଟମ ଏବଂ ବାୟୁ ପ୍ରତିରକ୍ଷା ସିଷ୍ଟମକୁ ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଡ୍ରୋନ୍ ନିରୀକ୍ଷଣ ଏବଂ ସଠିକ୍ ଆକ୍ରମଣ ଉଭୟ କରିବାରେ ସକ୍ଷମ । ହାର୍ପି ଡ୍ରୋନକୁ ଫାୟାର ଆଣ୍ଡ ଫରଗେଟ୍ ମିସାଇଲ ମଧ୍ୟ କୁହାଯାଏ । କାରଣ ଆକ୍ରମଣ କରିବା ପରେ ଏହି ଡ୍ରୋନ୍ ନଷ୍ଟ ହୋଇଯାଏ । ଭାରତ ୨୦୦୦ ମସିହାରେ ଇସ୍ରାଏଲଠାରୁ ଏହି…

Read More

ଭାରତ-ପାକିସ୍ତାନ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଉଗ୍ର ରୂପ ଧାରଣ କରିଛି। ଯୁଦ୍ଧ ଘୋଷଣା ହୋଇ ନଥିଲେ ବି ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଆରମ୍ଭ ହୋଇଛି । ତେବେ କୌଣସି ସମସ୍ୟା ନ ଆସିବା ପାଇଁ ପୁରୀ ବଡ଼ଦାଣ୍ଡରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ନିକଟରେ ସଶସ୍ତ୍ର ସୁରକ୍ଷାବଳ ମୁତୟନ କରାଯାଇଛି । ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। ଶ୍ରୀମନ୍ଦିର ଚାରି ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହେବା ସହ ପୁରୀ ପୋଲିସ ପକ୍ଷରୁ ଗତକାଲି ରାତିରେ ବିଭିନ୍ନ ସ୍ଥାନ ରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଙ୍ଗ କରାଯାଇଥିଲା । ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

Read More

ପୁଣି ରାଜ୍ୟକୁ ଫେରୁଛି ଭୀଷଣ ତାତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା କାରଣରୁ କିଛି ଦିନ ହେବ ଟାଣ ଖରାର ପ୍ରକୋପ କିଛିଟା ମାତ୍ରାରେ କମିଥିଲା । ହେଲେ ଏବେ ପୁଣିଥରେ ରାଜ୍ୟକୁ ଫେରୁଛି ତାତି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ଆଶଙ୍କା ଅଛି। ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ୱାଳା। ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ, ଗୁଳୁଗୁଳି ଜ୍ୱାଳା ଅସମ୍ଭାଳ ହେବ। ଯଦିଓ କିଛି କିଛି ଜାଗାରେ କାଳବୈଶାଖୀଜନିତ ବର୍ଷା ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି। ଆଜିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବାର ସମ୍ଭାବନା ରହିଛି।ଗୁରୁବାର ରାଜ୍ୟରେ ଗରମ ବଢ଼ିଥିବାବେଳେ ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ଥିଲା…

Read More

ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି । ଆଇଟିଆର ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଲା ।ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍‌ରେ ବୈଠକ ହୋଇପାରେ ବୋଲି କୁହାଯାଉଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) କାର୍ଯ୍ୟାଳୟରେ ମଧ୍ୟ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍‌ପି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଠାରେ ୪ଟି ସ୍ତରର ସୁରକ୍ଷାକୁ ବିଚାର କରାଯାଇଛି। ପ୍ରଥମେ, ଓଡ଼ିଶା ପୋଲିସ ମୁତୟନ କରାଯାଇଛି, ତା’ପରେ ସେନା, ତା’ପରେ DRDOର ନିଜସ୍ୱ ସୁରକ୍ଷା ଦଳ ଏବଂ ଶେଷରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଚତୁର୍ଥ ସ୍ତରର ସୁରକ୍ଷା ଯୋଗାଇ ଦେଉଛି। ସମସ୍ତ ସୁରକ୍ଷା ଏଜେନ୍ସି ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସଜାଗ ଅଛନ୍ତି।

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି l ପ୍ରଥମେ ସେ ସକାଳ ୧୧ଟାରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ସେଠାରୁ ଯାଇ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଏହାସହ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଉନ୍ନୟନମୂଳକ କାର୍ଯ୍ୟ ପରଖିଥିଲେ। ଖୁବଶୀଘ୍ର ମନ୍ଦିରର ଉନ୍ନୟନ ନେଇ ୩୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯିବ ଓ ମନ୍ଦିରର ଉନ୍ନତିକରଣ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ମା’ଙ୍କ ପୀଠକୁ ଆସି ଦର୍ଶନ କରିଥିବାବେଳେ ପୂଜକମାନେ ପୀଠରେ ଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

Read More

ପୁଣି ଚିନ୍ତା ବଢ଼ାଇଲା ସୁନା ଦର। କମିଥିଲା ପୁଣି ବଢ଼ିଲା। ଯାହ ଅନୁମାନ କରାଯାଉଛି ସବୁ ରେକର୍ଡ ଭାଙ୍ଗିବ ସୁନା ଦର। କିଛି ଦିନ ତଳେ ଲକ୍ଷେ ଛୁଇଁଥିଲା ସୁନା। ହେଲେ ପୁଣିଥରେ କମି ଥିଲା। ତେବେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୯, ୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ହଜାର ୩୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୬୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧ ହଜାର ୩୦୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୯,୬୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୧ ,୩୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯, ୭୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୧, ୪୫୦…

Read More

ଗ୍ରୀଷ୍ମ ପ୍ରବାହ ଯୋଗୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁ ସ୍କୁଲଗୁଡ଼ିକ ଚାଲୁ ରହିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ ୨୨ ତାରିଖରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ସତ୍ତ୍ୱେ କିଛି ବିଦ୍ୟାଳୟ ଖୋଲା ଯିବା ଦୃଷ୍ଟି ଗୋଚର ହୋଇଛି। ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି।ବିଭାଗ ପକ୍ଷରୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ ଅଞ୍ଚଳର ସ୍କୁଲଗୁଡ଼ିକ ଉପରେ କଡ଼ା ନଜର ରଖନ୍ତୁ ଏବଂ ବିନା ବ୍ୟତିକ୍ରମରେ ଗ୍ରୀଷ୍ମ ଛୁଟି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରନ୍ତୁ।

Read More

ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ରବି ଧାନ ପାଇଁ ପଞ୍ଜୀକରଣ ସରିଛି । ଏଥର ଆମେ ୨୦ଟି ଜିଲ୍ଲାକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ପଞ୍ଜୀକରଣ ହେଉଥିଲା । ପଞ୍ଜୀକରଣ ପରେ ସାଟେଲାଇଟ୍ ସର୍ଭେ କରାଯିବ । ସପ୍ତାହେ ଭିତରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ମଣ୍ଡି ଦାୟିତ୍ୱରେ ରହିବେ ନୋଡାଲ ଅଫିସର । ଆମର ଟାର୍ଗେଟ୍ ୧୫ ଲକ୍ଷ ମେଟ୍ରିକ୍ ଟନ୍ ରହିଛି । ଅନ୍ୟପଟେ ଓଡିଶା ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଥିବା କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯଥେଷ୍ଟ ପରିମାଣରେ ଆତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହୁଜଦ ରହିଛି । କୌଣସି ପ୍ରକାର କଳାବଜାରୀକୁ ପ୍ରଶୟ ଦିଆଯିବ ନାହିଁ । ସରକାରଙ୍କ ଟାର୍ଗେଟରେ ରହିଛି ମାର୍କେଟ କହିଲେ ଯୋଗାଣ ମନ୍ତ୍ରୀ ।

Read More

ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ମଧ୍ୟରାତ୍ରରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର, ଯାହା ଏବେ ବି ଜାରି ରହିଛି। ଭାରତର ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନ ମଧ୍ୟ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା ବଢ଼ାଇ ଦେଇଛି। ଏହି ସମୟରେ, ଖବର ଆସୁଛି ଯେ ପାକିସ୍ତାନୀ ସେନାର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଛି ଭାରତ।ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ପାକିସ୍ତାନର ବିଭିନ୍ନ ସହରରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଭାରତ ପକ୍ଷରୁ ଏହି ଡ୍ରୋନ୍‌ ଆଟାକରେ ପାକିସ୍ତାନାରେ ଲାଗିଥିବା ଚୀନ ନିର୍ମିତ ଡିଫେନ୍ସ ସିଷ୍ଟମ୍‌ HQ-9 କୁ ପୁରା ନଷ୍ଟ କରାଯାଇଛି । ପାକିସ୍ତାନ ଏହାକୁ ଖଣ୍ଡନ କରୁଥିବା ବେଳେ ବିଦେଶୀ ମିଡିଆ ଏବଂ ଭାରତୀୟ ସେନା ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଛି । ସେନା ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ମେ ୭ ଏବଂ ମେ…

Read More

ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ବ୍ୟାପକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ବରରେ ସାଇନ୍ସ ସିଟି ହେବା ନେଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ସେଥି ଲାଗି ନିକଟରେ ଅହମ୍ମଦାବାଦରେ ଥିବା ସାଇନ୍ସ ସିଟି ଦେଖିବାକୁ ମୁଁ ଯାଇଥିଲି । ସେଭଳି ସାଇନ୍ସ ସିଟି ଓଡ଼ିଶାରେ ପ୍ରତିଷ୍ଠା ହେବ । ସବୁ ଜିଲ୍ଲାରେ ସାଇନ୍ସ ପାର୍କ ହେବ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।ରାଜ୍ୟର ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ପଦକ୍ଷେପ ଆମର ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ, ଅହମ୍ମଦାବାଦରେ ନିଯୁକ୍ତ ଅନେକ ଓଡ଼ିଆ ଅଧିକାରୀ ଏହି ପ୍ରକଳ୍ପକୁ ସମର୍ଥନ କରି…

Read More