ଲଗାତାର ୩–୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର। ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ସ୍ବତନ୍ତ୍ର ଟିମ୍ର ବ୍ୟବସ୍ଥା କରାଯାଇଥିବାବେଳେ ୫ଟି ଟିମ୍ କରି ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।ତେବେ କାଲି ପାକିସ୍ତାନର ଡ୍ରୋନ୍ ମାଡ଼ ପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ଓଡ଼ିଶା ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏ
Author: sanitelevision
ସମ୍ବଲପୁର ହୀରାକୁଦରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ ଅଞ୍ଚଳ ବୁଲିବା ଉପରେ ରୋକ ଲଗାଯାଇଛି । ହୀରାକୁଦ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହିତ ପର୍ଯ୍ୟଟକଙ୍କ ମଧ୍ୟ ହୀରାକୁଦକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଏଥିସହ ହୀରାକୁଦରେ ୩ ଲେୟାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରଖିଛନ୍ତି ।
ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣିି ସୁରକ୍ଷାକର୍ମୀ। ସବୁଠିି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ବିଶେଷ କରି ଏବେ ଚେଇଁ ରହିଛି ଜଳ ପଥ। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ସୁରକ୍ଷାକୁ ବୃଦ୍ଧି କରାଯାଇଛି। । ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି । ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି । ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।। ବନ୍ଦର ମଧ୍ୟରେ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି କରାଯାଇଛି । ଏହାସହ ଛକ ଛକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି ।ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି ସ ଲାଇଟ୍ ହାଉସ, ପୁରୀ ଶ୍ରୀମନ୍ଦିର, ହୀରାକୁଦ ଡ଼୍ୟାମ ସମସ୍ତ ଅନେକ ପ୍ରମୁଖ ସ୍ଥଳରେ ଆଲର୍ଟ ଜାରି କରିଛନ୍ତି।
ଭାରତ ଓ ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଦେଶବାସୀଙ୍କୁ ଆତଙ୍କିତ ନହେବାକୁ ସବୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି । ଦେଶରେ ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି ଲୋକମାନେ ଆତଙ୍କିତ ନହେବାକୁ ଆଇଓସିଏଲ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ ରହିଛି । ଅନ୍ୟପଟେ ରାସନ୍ ଦୋକାନ ଏବଂ ସପିଂ ମଲରୁ ଲୋକ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ଖାଉଟିଙ୍କୁ ଆଶ୍ବସ୍ତି କଲା ପରି ପୋଷ୍ଟ୍ କରିଛନ୍ତି । କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଗଚ୍ଛିତ ନକରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଦେଶ ପାଖରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀର ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ଅଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ସେ କହିଛନ୍ତି , ‘ଦେଶର…
ଦେଶରେ ଉତ୍ତେଜନାମୂଳକ ସ୍ଥତିକୁ ଆଖି ଆଗରେ ରଖି ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ଫାଇନାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୯ରୁ ୧୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ୯, ୧୧ ଓ ୧୪ ତାରିଖରେ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।ସୂଚନାନୁଯାୟୀ, ମେ ୯ରୁ ମେ ୧୪ ପର୍ଯ୍ୟନ୍ତ ଚାର୍ଟାର୍ଡ ଆକାଉଟାଣ୍ଟସ୍ ଫାଇନାଲ, ଇଣ୍ଟରମିଡିଏଟ୍, ପୋଷ୍ଟ କ୍ବାଲିଫିକେସନ କୋର୍ସ ପରୀକ୍ଷାକୁ ଧାର୍ଯ୍ୟ କରାଯାଇଥିଲା । ସଂସ୍ଥା ମହତ୍ତ୍ବପୂର୍ଣ୍ଣ ସଂଖ୍ୟା ୧୩-CA ୨୦୨୫ ଅନୁଯାୟୀ ୧୩ ଜାନୁୟାରୀରେ ସଂଶୋଧନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଛି । ଏହା ବ୍ୟତୀତ ହେବାକୁ ଥିବା ପରୀକ୍ଷା ଇଣ୍ଟରମିଡିଏଟ ଏବଂ ପୋଷ୍ଟ ଯୋଗ୍ୟତା ପାଠ୍ୟକ୍ରମ ପରୀକ୍ଷାର ବାକି ଶେଷ ପେପର ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା । ସମୟକ୍ରମେ ଧାର୍ଯ୍ୟ ହୋଇଥିବା ତାରିଖ ମେ୯ ରୁ ମେ୧୪ କୁ…
ରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶରେ ସୃଷ୍ଟ ଅସ୍ଥିର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି।ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ ୫୭ଟି ମ୍ୟାଚ୍ ଖେଳାଯାଇଛି । ୫୮ ତମ ମ୍ୟାଚ୍ ମେ’୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । କିନ୍ତୁ ଏହାକୁ ମଝିରେ ହିଁ ବନ୍ଦ କରିଦିଆଯାଇଥିଲା, ସୁରକ୍ଷା କାରଣରୁ ଏମିତି ଘଟିଥିଲା। ସେତେବେଳେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରୁଥିଲା ଏବଂ ୧୦.୧ ଓଭର ଖେଳ ସରିଯାଇଥିଲା । ହେଲେ ଏହାପରେ ଫ୍ଲଡଲାଇଟ୍ ଲିଭାଯିବା ସହିତ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।ସୂଚନାଯୋଗ୍ୟ ଯେ, କିଛି ଦିନ ହେଲା…
ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଚମ୍ପାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।ଟମାଟୋ ପାଇଁ ଉତକ୍ଷିକ୍ତ ହୋଇ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ । ସୂଚନା ଅନୁଯାୟୀ ଚମ୍ପାପୁର ଗ୍ରାମର ରମେଶ ସେଠୀ ଯିଏ କି ଆଇଟି ବିପି ଅରୁଣାଞ୍ଚଳ ପ୍ରଦେଶର ଦଶମ ବାଟାଲିୟନ ହେଡ଼ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି । ଗୁରୁବାର ହେଡ୍ କ୍ୱାର୍ଟରକୁ ଯାଇଥାନ୍ତେ । ସେହି ସମୟରେ ଘର ପାଇଁ କିଛି ପରିବା କିଣିବାକୁ ସେ ସ୍ଥାନୀୟ ଚମ୍ପାପୁର ହାଟକୁ ଯାଇଥିବା ସମୟରେ ସେଠାରେ ଜଣେ ବ୍ୟବସାୟୀଙ୍କ ଠାରୁ ଟମାଟୋ କିଣିବା ବେଳେ ଦରକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ।ଯାହାକୁ ନେଇ ବ୍ୟବସାୟୀ ଜଣକ ଉତ୍କ୍ଷିପ୍ତ ହୋଇ ସେନା କର୍ମଚାରୀଙ୍କ ପେଟକୁ କାମୁଡି ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ବୈରୀ ପୋଲିସ ପହଞ୍ଚି ସେନା କର୍ମଚାରୀଙ୍କୁ ଚିକିତ୍ସା…
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଏବେ ଜଳ ମୋର୍ଚାରେ ମଧ୍ୟ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଚେନାବ ନଦୀରେ ନିର୍ମିତ ସାଲାଲ ଡ୍ୟାମ ଏବଂ ବାଗଲିହାର ଡ୍ୟାମର ଅନେକ ଗେଟ ଖୋଲାଯାଇଛି, ଯାହାଫଳରେ ପାକିସ୍ତାନ ଆଡ଼କୁ ପ୍ରବାହିତ ଜଳର ପ୍ରବାହ ତୀବ୍ର ହୋଇଛି।। ୩ ଗେଟଦେଇ ଡ୍ୟାମର ପାଣି ନିଷ୍କାସିତ ହେଉଛି। ଜଳ ମୋର୍ଚାରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଜେନ୍ସି ଅନୁଯାୟୀ, କିଛି ଦିନ ପୂର୍ବେ ଭାରତ ପାକିସ୍ତାନ ଆଡ଼କୁ ପ୍ରବାହିତ ଜଳକୁ ଅଟକାଇବା ପାଇଁ ସାଲାଲ ଏବଂ ବାଗଲିହାର ଡ୍ୟାମର ଗେଟଗୁଡ଼ିକ ବନ୍ଦ କରି ଦେଇଥିଲା। ଏହାଦ୍ୱାରା ଚିନାବ ନଦୀର ଜଳସ୍ତର ପାକିସ୍ତାନରେ ବହୁତ କମି ଯାଇଥିଲା। ଯେଉଁଠାରେ ପୂର୍ବରୁ ଜଳସ୍ତର ୨୫ ରୁ ୩୦ ଫୁଟ ଥିଲା, ତାହା ଘଟି ମାତ୍ର ୨ ରୁ ୩ ଫୁଟକୁ ହ୍ରାସ ପାଇଥିଲା। କିନ୍ତୁ ଏବେ ପ୍ରଚୁର…
ଗୁରୁବାର ସନ୍ଧ୍ୟାରୁ ଭାରତ-ପାକ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୂର୍ବରୁ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଥିଲେ ମଧ୍ୟ ଆଜିର ସ୍ଥିତିକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ସୁରକ୍ଷା କର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।ଆଜି ଡିଜିପି ଶ୍ରୀ ଖୁରାନିଆ ରାଜ୍ୟର ସମସ୍ତ ଡିଆଇଜି, ଆଇଜି ଓ ଏସ୍ପିଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଏବଂ ସମସ୍ତଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଶେଷକରି ରାଜ୍ୟର ସମସ୍ତ ସାମରିକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିକୁ ସବୁ ଦିଗରୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ସେହିପରି ହୀରାକୁଦ ଭଳି ବଡ଼ବଡ଼ ଡ୍ୟାମ୍, ବିମାନବନ୍ଦର…
ଆତଙ୍କବାଦ ବିରୋଧରେ ଭାରତର ଅଭିଯାନ ଅପରେସନ ‘ସିନ୍ଦୂର’କୁ ସାଲ୍ୟୁଟ କରିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ। ସେ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢେର ପ୍ରଶଂସା କରିଛନ୍ତି।ଅମ୍ବାନୀ କହିଛନ୍ତି, ଅପରେସନ ‘ସିନ୍ଦୂର’ ସୀମାପାର ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ଵପୂର୍ଣ୍ଣ ଅଭିଯାନ। ଏହି ଅପରେସନ ଆରମ୍ଭ ହେବା ପରେ ଭାରତର ଜାତୀୟ ଏକତା ଏକ ନୂଆ ସ୍ତରରେ ପହଞ୍ଚିଛି। ଆତଙ୍କବାଦ ବିରୋଧରେ ସମସ୍ତ ଭାରତୀୟ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ଅପରେସନ ‘ସିନ୍ଦୂର’ ଲାଗି ଆମେ ଆମ ଭାରତୀୟ ପାଇଁ ବହୁ ଗର୍ବିତ। ଭାରତ ଏକ ହୋଇ ଛିଡ଼ାହୋଇଛି। ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ଭାରତର ଉଦ୍ଦେଶ୍ୟ ଏକ। ଅନ୍ୟପଟେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଭାରତୀୟ ସେନାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ କହିଛନ୍ତି, ବିଶ୍ୱ ଭାରତର ପ୍ରକୃତ ଶକ୍ତି ଏବଂ ଏକତା ଦେଖୁଛି,…









