ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ଓ ପରେ ଭାରତ ପକ୍ଷରୁ ଅପରେସନ୍ ‘ସିନ୍ଦୂର’ ପରେ ଭାରତ-ପାକିସ୍ତାନ ଯୁଦ୍ଧ ଭୟ ବଢ଼ିଛି। ଯୁଦ୍ଧ ଭୟ ଭିତରେ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ପତ୍ର ଲେଖି ବେସାମରିକ ପ୍ରତିରକ୍ଷା (ସିଭିଲ୍ ଡିଫେନ୍ସ) ନିୟମ-୧୯୬୮ ଲାଗୁ କରିଛନ୍ତି। ଏଥିରେ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ଜରୁରି କ୍ଷମତାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୧୦୦ଟି ନୂଆ ସାଇରନ୍ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଖୁବ୍ଶୀଘ୍ର ଏହି ସାଇରନ୍ ଜିଲ୍ଲାମାନଙ୍କୁ ବଣ୍ଟାଯିବ। ଏହାସହ ଭୁବନେଶ୍ବରର ବରମୁଣ୍ଡାସ୍ଥିତ ସିଭିଲ୍ ଡିଫେନ୍ସ ମୁଖ୍ୟାଳୟରେ ଏକ ହଟ୍ଲାଇନ୍ ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୧୨ଟି ସ୍ଥାନରେ ସାଇରନ୍ ବ୍ୟବସ୍ଥା ରହିଛି। ତେବେ ଏସବୁ ବହୁ ପୁରୁଣା ହୋଇଥିବା କାରଣରୁ ମକ୍ଡ୍ରିଲ୍ ସମୟରେ ଲୋକମାନେ ଏହାକୁ ଠିକ୍ରେ ଶୁଣିପାରି ନ ନଥିଲେ । ମାତ୍ର ନୂଆ ସାଇରନ୍ ଅତି…
Author: sanitelevision
ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍ରେ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ପାଇଁ ମଧ୍ୟ ପେନ୍ସନ ଘୋଷଣା କରାଯାଇଛି ।ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍.ଆଇ.ଆର୍) ବନ୍ଦୀମାନଙ୍କୁ ପେନ୍ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନ୍ସନ ଅନୁମୋଦନ କରାଯାଇଥିଲା। ଏହା ଫଳରେ ସମୁଦାୟ ୪୪ ଜଣ ମିସା ବନ୍ଦୀ ପେନ୍ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଂଗ୍ରାମୀ ମାନେ ମାସକୁ ୨୦ ହଜାର ଟଙ୍କାର ପେନ୍ସନ ପାଇବା ସହିତ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
ଆସନ୍ତା ୭ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ଜାରି ରହିବ । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ସହ ଆର୍ଦ୍ର ଅବସ୍ଥା ଅଧିକ ହେବାର ସମ୍ଭାବନା ରହିଛି ।୧୧ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି। ୧୨ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ…
ଯୁଦ୍ଧରେ ମାତିଥିବା ପାକିସ୍ତାନକୁ ଏକ ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ ନିଷ୍ପତ୍ତି ନେଇଛି । ଭାରତର ବିରୋଧ ସତ୍ତ୍ୱେ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ଗ୍ରହଣ କରିଛି ।ହେଲେ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନକୁ ଆର୍ଥିକ ସହାୟତା ଦେଇ ବଡ଼ ଆଶ୍ବସ୍ତି ଦେଇଛି ଆଇଏମଏଫ୍ । ପାକିସ୍ତାନକୁ ଋଣ ଦେବା ଏକ ବିପଦପୂର୍ଣ୍ଣ ଉଦ୍ୟମ ବୋଲି ଭାରତ ବାରମ୍ବାର କହିଆସୁଛି । ସେହିପରି ଆଇଏମ୍ଏଫ୍ ନିକଟରେ ପାକିସ୍ତାନର ଖରାପ ରେକର୍ଡକୁ ନେଇ ଭାରତ ଚିନ୍ତା ପ୍ରକଟ କରି କହିଛି ଯେ ଯଦି ଏହାକୁ ପାଣ୍ଠି ଯୋଗାଇ ଦିଆଯାଏ, ତେବେ ଏହାର ଅପବ୍ୟବହାର ହେବ । ୧୯୮୯ ମସିହାରୁ ଅର୍ଥାତ ଗତ ୩୬ ବର୍ଷ ମଧ୍ୟରେ ପାକିସ୍ତାନକୁ ୨୮ ବର୍ଷ ଧରି ଲଗାତାର ଆଇଏମ୍ଏଫ୍ ଋଣ ପ୍ରଦାନ କରିଆସୁଛି । ୨୦୧୯ ପରଠାରୁ ଗତ ୫ ବର୍ଷରେ ଆଇଏମ୍ଏଫ୍ ୪ଥର ପାକିସ୍ତାନକୁ ଋଣ…
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବଡ଼ ଖବର । ରାଜ୍ୟର ସବୁ ଜିଲ୍ଲାପାଳ ଓ ଆରଡିସିଙ୍କ ଛୁଟି ବାତିଲ । ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଦେଶର ପଶ୍ଚିମ ଭାଗରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଛୁଟିରେ ଥିବା ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ଏହି ସମୟରେ କୌଣସି ଛୁଟି ମଂଜୁର ହେବ ନାହିଁ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସେହିପରି ସବୁ ଆଇପିଏସ ଅଫିସରଙ୍କ ଛୁଟି ବାତିଲ ହୋଇଛି । ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଏମ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି ।
ପାକିସ୍ତାନ ମଧ୍ୟରେ ଜାରି ଯୁଦ୍ଧସ୍ଥିତି ମଧ୍ୟରେ ଭାରତ ସରକାର ଟେରିଟୋରିଆଲ ଆର୍ମିଙ୍କୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଅଧିସୂଚନା ଜାରି କରି ସରକାର ନିର୍ଦ୍ଦେଶ ଦେଇଛନ୍ତିି, ଭାରତୀୟ ସ୍ଥଳସେନା ପ୍ରମୁଖ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଟେରିଟୋରିଆଲ ଆର୍ମି ନିୟମ ଅନୁଯାୟୀ ଅଧିକାର ପ୍ରଦାନ କରିଛନ୍ତି।ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ମଧ୍ୟ ଏହି ଆଞ୍ଚଳିକ ସେନାର ଜଣେ ସଦସ୍ୟ ଅଟନ୍ତି। ଏହି ସେନାରେ ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନଜନକ ଉପାଧି ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ ଏମ୍ ଏସ୍ ଧୋନିଙ୍କୁ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡିବ।ଯୁଦ୍ଧ ଭଳି ପରିସ୍ଥିତିକୁ ଦେଖି ଭାରତ ସରକାର ମଧ୍ୟ ଏହି ସମ୍ପୂର୍ଣ୍ଣ ମାମଲାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିବା ସହିତ ଭାରତୀୟ ଆଞ୍ଚଳିକ ସେନାକୁ ପ୍ରସ୍ତୁତ ରହିବାକୁ ସୂଚନା ଦେଇଛନ୍ତି। ଯଦିଓ ଭାରତୀୟ ଆଞ୍ଚଳିକ ସେନା ସିଧାସଳଖ ମୋର୍ଚ୍ଚା ଗ୍ରହଣ କରେ ନାହିଁ, କିନ୍ତୁ ଯେତେବେଳେ ଯୁଦ୍ଧ…
ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ନୋଟିସ ପାଇବାର 2 ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି lଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି | ସୂଚନାମୁତାବକ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ କରି ସେବକ ଦଳର ନେତୃତ୍ବ ନେଉଥିବା ଚିତ୍ର ତଥା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଅଛି । ପୁରୀ ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ୟ ଓ ନିତ୍ୟ ପୀଠ । ଶାସ୍ତ୍ରୀୟ ମତ ଅନୁସାରେ, ଭାରତବର୍ଷର ଚାରିଧାମ ମଧ୍ୟରେ ଅନ୍ୟତମ ପ୍ରମୁଖ ଧାମ ହେଉଛି ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଧାମ ।…
ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୁରୁବାର ଅପେକ୍ଷା ଶୁକ୍ରବାର ସୁନା ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳୁଛି । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୩୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୧୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮,୩୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦,୧୫୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮,୫୦୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୩୦୦ ଟଙ୍କା ରହିଛି।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୯,୦୦୦ ଟଙ୍କା ହୋଇଛି ।
ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର । ବିଶେଷକରି ସେମାନଙ୍କୁ ଆଉ ବଦଳି କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । ଆବେଦନକାରୀ ସୁରେନ୍ଦ୍ର କୁମାର ଜେନାଙ୍କ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ।ବ୍ଲକ ଗ୍ରାଣ୍ଟ ପାଉଥିବା ଅଣଶିକ୍ଷକ କର୍ମଚାରୀଙ୍କୁ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଏକ ଅନୁଷ୍ଠାନକୁ ବଦଳି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏପରି କର୍ମଚାରୀମାନେ ରଜ୍ୟବ୍ୟାପୀ ସାଧାରଣ କ୍ୟାଡରର ଅନ୍ତର୍ଭୁକ୍ତ ହୋଇ ନଥିବାରୁ ସେମାନଙ୍କୁ ବଦଳି କରାଯାଇ ପାରିବ ନାହିଁ ।ଏହି ବିଜ୍ଞପ୍ତିକୁ ହାଇକୋର୍ଟ ବିଚାରକୁ ନେଇ ଆବେଦନକାରୀଙ୍କୁ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିବାକୁ ମାର୍ଚ୍ଚ ୧୦ରେ ଦିଆଯାଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ।ଫଳରେ…
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସାରା ଦେଶରେ ଭୟର ପରିସ୍ଥିତି ଲାଗି ରହିଛି । ବିଭିନ୍ନ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ବଙ୍କରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ବର୍ତ୍ତମାନର ସ୍ଥିତିକୁ ନେଇ ଲାଇଭ୍ କଭରେଜଠାରୁ ଦୂରରେ ରହିବାକୁ କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଗୁରୁବାର ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ମିଡିଆ ଆଉଟଲେଟ୍, ଡିଜିଟାଲ ପ୍ଲାଟଫର୍ମ ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ଆଡଭାଇଜରି ଜାରି କରିଛନ୍ତି ।ସୂତ୍ରଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ।ଏହାସହିତ ସେନାର ଫଟୋ, ଭିଡିଓ ଅପଲୋଡ କରିବାକୁ ମନା କରିଛି ମନ୍ତ୍ରଣାଳୟ ।ପୂର୍ବରୁ ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମକୁ ଜାତୀୟ ସୁରକ୍ଷା ନେଇ କିଛି ବି ଦେଖାଇବାକୁ ମନା କରିଥିଲା ମନ୍ତ୍ରଣାଳୟ । ଲାଇଭ ଷ୍ଟ୍ରିମିଂ ଯୋଗୁଁ ଭାରତର ବଡ଼ କ୍ଷତି ହୋଇପାରେ…









