Author: sanitelevision

ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି।ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ। ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ ଉଭୟ ଦେଶ ଏଥିରେ ରାଜି ହୋଇଛନ୍ତି। ଏବେ ଉଭୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି। ଶନିବାର ସକାଳେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଥିଲେ। ରୁବିଓ ମୁନିରଙ୍କୁ ଶାନ୍ତ ରହିବାକୁ କହିଥିଲେ। ରୁବିଓ କହିଛନ୍ତି ଯେ ଏହି ମାମଲାକୁ ଆଗକୁ ବଢାଇବା ଦ୍ୱାରା ପାକିସ୍ତାନର କ୍ଷତି ହେବ। ରୁବିଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ବିଷୟରେ କହିଥିଲେ।ଶନିବାର ଏକ୍ସରେ ଏ ନେଇ…

Read More

ଯୁଦ୍ଧ ପରିସ୍ଥିତି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ହୀରାକୁଦ ଏକ୍ସପ୍ରେସ ଆଂଶିକ ବାଧାପ୍ରାପ୍ତ । ଅମୃତସର ଯାଏଁ ଗଡବନି ହୀରାକୁଦ ଏକ୍ସପ୍ରେସ ।ଏହି ଟ୍ରେନ୍‌ କେବଳ ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ। ବିଶାଖାପାଟଣା-ଅମୃତସର ହୀରାକୁଦ୍ ଏକ୍ସପ୍ରେସ୍ (୨୦୮୦୭) ସପ୍ତହରେ ୩ ଦିନ (ମଙ୍ଗଳବାର, ଶୁକ୍ରବାର ଓ ଶନିବାର) ପରିଚାଳିତ ହୋଇଥାଏ। ଏହି ଟ୍ରେନ୍ ବିଶାଖାପାଟଣା ଠାରୁ ଅମୃତସର ମଧ୍ୟରେ ୪୪ଟି ଷ୍ଟେସନରେ ଅଟକି ଥାଏ। ପୂର୍ବତଟ ରେଳପଥ ଦ୍ବାରା ପରିଚାଳିତ ଏହି ଟ୍ରେନ୍ ପାଇଁ ଓଡ଼ିଶାରେ ବ୍ରହ୍ମପୁର, ଛତ୍ରପୁର, ବାଳୁଗାଁ, ଖୋର୍ଦ୍ଧାରୋଡ୍, ଭୁବନେଶ୍ବର, ଢେଙ୍କାନାଳ, ତାଳଚେର, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡ଼ାରୋଡ୍ ଓ ବ୍ରଜରାଜନଗର ଷ୍ଟେସନ୍‌ରେ ରହିଣୀ ବ୍ୟବସ୍ଥା ରହିଛି। ସେହିପରି ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଜାମ୍ମୁ କାଶ୍ମୀର, ପଞ୍ଜାବ ସୀମାରେ ରାତିରେ କୌଣସି ଟ୍ରେନ ଚଳାଚଳ କରିବନି । ଅମୃତସର, ଭଟିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନରେ ରାତିରେ ଯାଉଥିବା ଟ୍ରେନର ସୂଚୀରେ ପରିବର୍ତ୍ତନ ହୋଇଛି ।…

Read More

ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନୂଆ କଟକଣା । ଯୁଦ୍ଧ ସମ୍ବନ୍ଧିତ ଖବର ପ୍ରସାରଣ ସମୟରେ ବାଜିପାରିବ ନାହିଁ ସାଇରନ୍‌ । ଏୟାର ରେଡ୍‌ ସାଇରନ୍‌ ନବଜାଇବା ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଛି । ଅଗ୍ନିଶମ ସେବା, ନାଗରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ମହାନିର୍ଦ୍ଦେଶାଳୟ ଏକ ପରାମର୍ଶରେ କହିଛି ଯେ ନାଗରିକ ପ୍ରତିରକ୍ଷା ଆଇନ, ୧୯୬୮ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ସମସ୍ତ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ଅନୁରୋଧ କରାଯାଇଛି ଯେ ସେମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବ୍ୟତୀତ ସେମାନଙ୍କର କାର୍ଯ୍ୟକ୍ରମରେ ନାଗରିକ ପ୍ରତିରକ୍ଷା ବିମାନ ଆକ୍ରମଣ ସାଇରନର ଶବ୍ଦ ବ୍ୟବହାର ନକରିବାକୁ ଅନୁରୋଧ କରାଯାଇଛି।ଏଥିରେ କୁହାଯାଇଛି ଯେ ସାଇରନର ନିୟମିତ ବ୍ୟବହାର ନାଗରିକମାନଙ୍କୁ ବିମାନ ଆକ୍ରମଣ ସାଇରନ ପ୍ରତି ସମ୍ବେଦନହୀନ କରିପାରେ ଏବଂ ପ୍ରକୃତ ବିମାନ ଆକ୍ରମଣ ସମୟରେ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ଦ୍ୱାରା ବ୍ୟବହୃତ ଏକ ନିୟମିତ ଶବ୍ଦ ଭାବରେ…

Read More

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କେଉଁଠି, କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ୍ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପ୍ରତିରୋଧମୂଳକ ପଦକ୍ଷେପ ନେଉଛନ୍ତି । ସମସ୍ତ ବରିଷ୍ଠ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିଲେ ମଧ୍ୟ, ଆବଶ୍ୟକ ହେଲେ ଏହା ଅନ୍ୟ ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ କରାଯିବ |ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସମ୍ବେଦନଶୀଳ ସ୍ଥାନ, ବିଶେଷକରି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରରେ ଥିବା DRDOର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR), ହୀରାକୁଦ ଡ୍ୟାମ୍, ବଲାଙ୍ଗୀରର ଅସ୍ତ୍ର କାରଖାନାରେ ସୁରକ୍ଷା…

Read More

ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ’ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ ପାକିସ୍ତାନ ଏହାର ଜବାବରେ ଆରମ୍ଭ କରିଛି ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ ।ତେବେ ଆଜି ଭୋର୍ ସମୟେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଫତାହ-୧ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଥିଲା। ଭାରତର ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ଗୋଟିଏ ଦିନ ପୂର୍ବରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଭାରତର ୨୬ଟି ସ୍ଥାନକୁ ଟାର୍ଗେଟ କରି ପରିସ୍ଥିତିକୁ ଆହୁରି ତୀବ୍ର କରିଦେଇଥିଲା।ପାକିସ୍ତାନ ଆରମ୍ଭ କରିଥିବା ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ କୋରାନରୁ ଆସିଛି । ଏହାର ଅର୍ଥ ହେଉଛି ମଜବୁତ ପ୍ରାଚୀର ଯାହାକୁ କେହି ଭେଦି ପାରିବେ ନାହିଁ । ପାକିସ୍ତାନ ନିଜର ଏହି ଅଭିଯାନରେ ଲଗାତାର ଭାରତ ସୀମାରେ…

Read More

ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ ! ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି । ସାଧାରଣତଃ ମୌସମୀ ଜୁନ୍‌ ୧ ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ । କାରଣ ୨୦୦୯ରେ ମୌସୁମୀ କେରଳରେ ୨୩ ମେ’ ରେ ପହଞ୍ଚିଥିଲା। ତେବେ ୨୦୨୪ ମସିହାରେ ମେ’ ୩୦ ତାରିଖରେ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‌ ୧ରେ କେରଳରେ ପହଞ୍ଚିବା ପରେ ଜୁଲାଇ…

Read More

ବାଲେଶ୍ବରକୁ ଫେରିଆସିଛନ୍ତି ଛାତ୍ର ଛାତ୍ରୀ । ଜମ୍ମୁରେ ପଢୁଥିବା ପିଲାମାନଙ୍କୁ ଅଭିଭାବକ ଫେରାଇ ଆଣିଛନ୍ତି । ସୀମାରେ ଯୁଦ୍ଧ ଭୟ ଘାରିଥିବାରୁ ଅଭିଭାବକମାନେ ତା ପୂର୍ବରୁ ପିଲାଙ୍କୁ ଫେରାଇଆଣିଛନ୍ତି । ଜମ୍ମୁର ସଂସ୍କୃତ ବିଶ୍ବବିଦ୍ୟାଳୟରୁ ୩ ଛାତ୍ରୀ ଫେରି ଆସିଛନ୍ତି । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ ଘର ବାରିପଦା , ଜଳେଶ୍ଵର ଓ ଲଙ୍ଗଳେଶ୍ବର ଅଞ୍ଚଳ ବୋଲି ଜଣାପଡିଛି । ଆହୁରି ୮ ଜଣରୁ ଅଧିକ ଛାତ୍ରଛାତ୍ରୀ ଜମ୍ମୁ କାଶ୍ମୀରରୁ ବାଲେଶ୍ଵର ଆସିବେ ବୋଲି ଜଣାପଡିଛି । ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ସ୍ଥିତି ବିଗିଡ଼ିବା ପରେ ୟୁନିଭର୍ସିଟି ପକ୍ଷରୁ ସେମାନଙ୍କୁ ଦିଲ୍ଲୀ ପଠା ଯାଇଥିଲା । ସେଠାରୁ ସେମାନେ ପ୍ରଶାସନ ସହଯୋଗରେ ବାଲେଶ୍ୱର ପହଞ୍ଚିଥିବା କହିଛନ୍ତି ।ଅନ୍ୟପକ୍ଷେ ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ ଜାରି ହୋଇଥିବା ନମ୍ବର (-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪) ରହିଛି।ଏହି ନମ୍ବରରେ ଛାତ୍ରଛାତ୍ରୀ ଯୋଗାଯୋଗ କରିବାକୁ…

Read More

ଭାରତ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢିବାର ଲାଗିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଅନେକ ନୂଆ ନୂଆ ତଥ୍ୟ ଆସିବାର ଲାଗିଛି । ଯାହାକୁ ନେଇ ଦେଶରେ ହାଇ ଆର୍ଲଟ ଜାରି ହୋଇଛି | ଯଦି ଉଭୟ ଦେଶ ମଧ୍ୟରେ ଯଦି ଏପରି ଉତ୍ତେଜନା ଲାଗି ରହେ, ଓଡିଶାରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀର ସ୍ଥିତି କେମିତି ରହିବ । ଏହା ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ କି ! ମାଲଗୋଦାମରେ ଅତ୍ୟାବଶ୍ୟକ ଗ୍ରସୋରି ସାମଗ୍ରୀ କିଣିବା ପାଇଁ ଲାଇନ ଲଗାଇଲେଣି ବ୍ୟବସାୟୀ ଓ ଖାଉଟି ।ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଡାଲି, ଚାଉଳ, ଚିନି, ତେଲ ଆଦି ସାମଗ୍ରୀ ଗୁଡିକର ହଠାତ୍ ଚାହିଦା ଦେଖିବାକୁ ମିଳିଛି ।କିଛି କିଛି ବ୍ୟବସାୟୀ ଆଉ ଖାଉଟିମାନେ ଏସବୁ ସାମଗ୍ରୀ ମହଜୁତ କରିବା ପାଇଁ ଲାଗି ପଡିଲେଣି ।ବିଶେଷକରି ଯେଉଁମାନେ ଏକ ଲିଟର ଖାଇବା ତେଲ ନେଉଥିଲେ ସେମାନେ ୬ ଲିଟର ଆଉ କିଏ…

Read More

ସୀମାରେ ଭାରତଠାରୁ କଡା ଜବାବ ପାଇବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମିସାଇଲ ଆକ୍ରମଣକୁ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଶୌଚନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆଟାକର ଉପାୟ ଆପଣାଇଛି ପାକିସ୍ତାନ । ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆରବିଆଇ, ଏନପିସିଆଇ ଓ ମୁଖ୍ୟ ବ୍ୟାଙ୍କ ଗୁଡିକୁ ସାଇବର ସୁରକ୍ଷାକୁ ତୁରନ୍ତ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାକୁ ନେଇ ନିର୍ମଳା ସୀତାରମଣ ପ୍ରମୁଖ ବୀମା କମ୍ପାନୀ ମାନଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି ।ଅର୍ଥମନ୍ତ୍ରୀ ବ୍ୟାଙ୍କ ଗୁଡିକୁ କହିଛନ୍ତି, ନାଗରିକ ଓ ବ୍ୟବସାୟୀଙ୍କୁ ଯେକୌଣସି ପରିସ୍ଥିତିରେ ଯେପରି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ। ଏହାସହ ଏଟିଏମରୁ ଟଙ୍କା ବିନା କୌଣସି ବାଧାରେ ଉପଲବ୍ଧ କରାଇବା…

Read More

ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ। ଭାରତର ‘ଅପରେଶନ ସିନ୍ଦୂର’କୁ ବହୁ ସଂଖ୍ୟକ ବଲିଉଡ ସେଲିବ୍ରିଟି ସମର୍ଥନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୧୫ଜଣ ଫିଲ୍ମ ନିର୍ମାତା ଏବଂ ବଲିଉଡ ଷ୍ଟୁଡିଓ ଅପରେଶନ ସିନ୍ଦୂର ଟାଇଟଲ ପଞ୍ଜୀକରଣ କରିବାକୁ ଆଗେଇ ଆସିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମହାବୀର ଜୈନଙ୍କ କମ୍ପାନୀ ପ୍ରଥମେ ପଲିଟିକ୍ସ, ଥ୍ରିଲ୍, ସେନାର ସାହସ ଏବଂ ନାରୀ ଶକ୍ତିର କାହାଣୀ କହିବା ପାଇଁ ‘ଅପରେସନ୍ ସିନ୍ଦୂର’ ଟାଇଟଲ ରେଜିଷ୍ଟର ପାଇଁ ଆବେଦନ କରିଥିଲା । ଏହା ପରେ, ଟି-ସିରିଜ୍, ଜୀ ଷ୍ଟୁଡିଓ ଏବଂ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏବଂ ଅଶୋକ ପଣ୍ଡିତଙ୍କ ଭଳି ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଏହି ରେସରେ ସାମିଲ ହୋଇଥିଲେ । ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE)ର ସଭାପତି ବିଏନ ତିୱାରୀ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ପାଇଁ ଏପର୍ଯ୍ୟନ୍ତ ୧୫ ରୁ ଅଧିକ ଆବେଦନ ମିଳିଛି ଏବଂ ଖୁବ୍…

Read More