Author: sanitelevision

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବେ। ଏଠାରୁ ସଡ଼କପଥରେ ଯାଇ କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।ସେଠାରେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ସରସଂଘଚାଳକ ମୋହନ ଭାଗବତ ଭିନ୍ନ ଭିନ୍ନ ଅଧିବେଶନରେ ଅତିଥି ଭାବେ ଯୋଗ ଦେବେ । ତେବେ ଆରଏସଏସ ମୁଖ୍ୟଙ୍କ ଗସ୍ତକୁ ନଜରରେ ରଖି କଟକ ଗତିରାଉତପାଟଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୬ ତାରିଖ ଅପରାହ୍ଣରେ ସେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

Read More

ଭାରତ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୋମବାର ଏକ ବଡ଼ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ରେ କେରଳ ପହଞ୍ଚିପାରେ ବୋଲି ପୂର୍ବରୁ ଭାରତ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ସାଧାରଣତଃ ମୌସମୀ ଜୁନରେ କେରଳରେ ପହଞ୍ଚି ଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।ଏପଟେ ତତଲା କଡ଼େଇରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ। ୧୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

Read More

ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ । ଏଥିରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି l ବଜ୍ର ଯାନ ଦ୍ବାରା ଶ୍ରୀମନ୍ଦିରକୁ ୨୪ ଘଣ୍ଟିଆ ସୁରକ୍ଷା ଦେବେ ସ୍ୱତନ୍ତ୍ର କାମାଣ୍ଡୋ । ଏହି ଅବସରରେ ଡିଜିପିଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷେ ଅପରେଶନ ସିନ୍ଦୂର ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଥିଲା। ସୁରକ୍ଷାରେ ସ୍ବତନ୍ତ୍ର ବାହିନୀଙ୍କ ମୁତୟନ କରାଯାଇଥିଲା। ୧୫୦ରୁ ଅଧିକ ପୋଲିସ କର୍ମଚାରୀ ଶ୍ରୀମନ୍ଦିରକୁ ଜଗି ରହିଥିଲେ।

Read More

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ମେ’ ୧୩ରେ ପ୍ରକାଶ ପାଇବା ସମ୍ଭାବନା ରହିିଛି।ଚଳିତବର୍ଷ ଗତବର୍ଷ ତୁଳନାରେ ଜଲଦି ରେଜଲ୍ଟ ପ୍ରକାଶିତ ହୋଇପାରେ ବୋଲି ଖବର ମିଳିଛି । ଗତବର୍ଷ ସିବିଏସଇ ରେଜଲ୍ଟ ୧୩ ମଇରେ ପ୍ରକାଶିତ ହୋଇଥିଲା । ପରୀକ୍ଷା ଫଳ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ କୌଣସି ଘୋଷଣା କରାଯାଇନାହିଁ । ରେଜଲ୍ଟ ଜାରି ହେବା ପରେ ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ cbseresults.nic.in କୁ ଯାଇ ଡାଉନଲୋଡ୍ କରିପାରିବେ ।ସୂଚନାଯୋଗ୍ୟ, ଶିକ୍ଷାବର୍ଷ ୨୦୨୪-୨୫ରେ ଦଶମ ଓ ଦ୍ବାଦଶରେ ମୋଟ ୪୨ଲକ୍ଷ ବିଦ୍ୟାର୍ଥୀଙ୍କ ପାଇଁ ୨୬ ଦେଶରେ ୭୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇ ଥିଲା। ଉଭୟ ଶ୍ରେଣୀର ଛାତ୍ରଛାତ୍ରୀ ଡିଜିଲକ୍‌ରରେ ମାର୍କସିଟ୍‌, ସାର୍ଟିଫକେଟ୍‌ ଏବଂ ମାଇଗ୍ରେସନ ସାର୍ଟିଫିକେଟ ରଖି ପାରିବେ। କୌଣସି ସ୍ଥାନରେ ସାର୍ଟିଫିକେଟ ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀ ସିଧାସଳଖ ଭାବେ ଡିଜିଲକରରୁ ତାଙ୍କ…

Read More

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ସପ୍ତାହ ସ୍ଥଗିତ ରହିବା ପରେ ଏହାକୁ ପୁନଃ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ। ଚଳିତମାସ ୧୬ (ଶୁକ୍ରବାର)ଠାରୁ ଆଇପିଏଲ୍‌ ଆରମ୍ଭହେବ। ଏହାର ଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରିତ ଦିନର ସପ୍ତାହକ ପରେ; ଅର୍ଥାତ୍‌ ମେ’ ୩୦ କିମ୍ବା ଜୁନ୍‌ ୧ରେ ଖେଳାଯିବ। ପୂର୍ବ ପରି ବିଭିନ୍ନ ସହରର ମ୍ୟାଚ୍‌ସବୁ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗୁରୁବାରଠାରୁ ଆଇପିଏଲ୍‌ ସ୍ଥଗିତ ରହିଛି। ତେବେ ଉଭୟ ଦେଶଙ୍କ ମଧ୍ୟରେ ଅସ୍ତ୍ରବିରତି ଯୋଗୁଁ ଆଇପିଏଲ୍‌କୁ ପୁଣି ଆରମ୍ଭ କରିବାର ବାଟ ଖୋଲିଛି। ମେ’ ୩୦ କିମ୍ବା ଜୁନ୍‌ ୧ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟକୁ ସାରିବା ପରେ ଦିନକୁ ୨ଟି ମ୍ୟାଚ୍‌ର ସଂଖ୍ୟା ବଢ଼ାଇବାକୁ ବିସିସିଆଇ ଚିନ୍ତାକରୁଛି। ଯେତେ ଜଲ୍‌ଦି ସାନି ଖେଳସୂଚୀ ଘୋଷଣା କରାଯିବ; ସେତେ ଜଲ୍‌ଦି ଫ୍ରାଞ୍ଚାଇଜିମାନେ ସେମାନଙ୍କ ବିଦେଶୀ ଖେଳାଳିଙ୍କୁ ଭାରତ…

Read More

ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି।ରାଟ କୋହଲି ସୋସିଆଲ ମିଡିଆରେ ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି। ଗତ ୧୪ ବର୍ଷ ଧରି ସେ ଖେଳିଆସୁଥିଲେ ଟେଷ୍ଟ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ବିସିସିଆଇ ତାଙ୍କ ଅବସରକୁ ଗ୍ରହଣ କରିନଥିଲା । ଏବେ ତାଙ୍କର ଶେଷ ନିଷ୍ପତ୍ତିରେ ବାଜିଛି ମୋହର । କିଙ୍ଗ କୋହଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା…

Read More

ଏଥର ଶିମିଳିପାଳକୁ ସୁରକ୍ଷା ଦେବେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍‌ ଡଗ୍ । ଏନେଇ ଶିମିଳିପାଳ ଟାଇଗର୍‌ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ବେଲଜିଆନ୍‌ ମାଲିନୋଇସ୍ ପ୍ରଜାତିର କୁକୁର ନାନ୍ତା ଓ ଅନ୍ନିକା । ଉଭୟ କୁକୁର ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି । ଅପରାଧୀ କିମ୍ବା ଅନ୍ୟ ସନ୍ଦିଗ୍ଧ ଗତିବିଧିର ପିଛା କରିବା ପାଇଁ ନାନ୍ତାକୁ ଟ୍ରାକିଂ ତଥା ଅନୁସରଣରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି । ସେହିପରି ହାତୀ ଦାନ୍ତ, ବାଘ ଚମଡ଼ା ଓ ଜୀବଜନ୍ତୁଙ୍କ ଦେହାବଶେଷକୁ ଆଘ୍ରାଣ କରି ଠାବ କରିବାରେ ଅନ୍ନିକା ବେଶ୍‌ ପାରଙ୍ଗମ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି ।

Read More

ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଦିକ୍ଷିତ କ୍ରୀଷ୍ଣା ଶ୍ରୀପଦ। ହାଇକୋର୍ଟ ନୂଆ କନଫରେନ୍ସ ହଲରେ ପୂର୍ବାହ୍ନ ୧୦ଟାରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଜଷ୍ଟିସ ଶ୍ରୀପଦ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ।ଜଷ୍ଟିସ ଶ୍ରୀପଦ ଜୁଲାଇ ୨୦,୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ।

Read More

କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି ମୋଦି କହିଛନ୍ତି। ଏଥିସହିତ ମୋଦି ପ୍ରବଳ ରାଗି ଯାଇଛନ୍ତି। ସେ କହିଛନ୍ତି, ଆମେ କାହାର ମଧ୍ୟସ୍ଥତା ଚାହୁଁନୁ କି କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ। ସୂଚନାମୁତାବକ ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ସହିତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ। ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତ ସହିତ କଥା ହେବାରୁ ଶନିବାର ରାତିରେ ଅପରେସନ ‘ସିନ୍ଦୂର’କୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ତାହା ବନ୍ଦ ହୋଇନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।‘ଅପରେଶନ ସିନ୍ଦୂର’ରେ ୩ଟି ଲକ୍ଷ୍ୟ ପୂରଣ ହୋଇଛି। ବାହାଓ୍ବଲପୁର, ମୁର୍ଦ୍ଦିକେ, ମୁଜାଫରବାଦ…

Read More

ଏବେ ତାତିରୁ ନିସ୍ତାର ନାହିଁ । ଖରା ତାତି ଓ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ ।ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ସମ୍ବଲପୁର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ। ମଙ୍ଗଳବାର ଏହି ଦୁଇ ସ୍ଥାନରେ ତାତି ୪୫ ଡିଗ୍ରୀ ରହିପାରେ। ଭୁବନେଶ୍ୱର ଓ ଢେଙ୍କାନାଳରେ ତାତି ୪୨ ଡିଗ୍ରୀ ଛୁଇଁପାରେ ।

Read More