Author: sanitelevision

ରାଜଧାନୀ ପୁଲିସ ଓ ଅବକାରୀ ବିଭାଗକୁ ମାନୁ ନାହାନ୍ତି କି ମଦ ବେପାରୀ ଏବଂ ଅପରାଧୀ ? ନିୟମ ତା’ ବାଟରେ ରହିଛି, କାମ ତା’ ବାଟରେ ହେଉଛି । ତେବେ ବାର୍ ସିକ୍ୟୁରିଟିଗାର୍ଡଙ୍କୁ ଗୁଳିମାଡ ଘଟଣାରେ ୧୧ ଜଣଙ୍କୁ ଗିରଫ କରିବା ପରେ ପୁଣି ପୁଲିସ ଦଧିବାମନ ଓ କୃଷ୍ଣ ବାରିକକୁ ଗିରଫ କରିଛି । ମାଷ୍ଟର ମାଇଣ୍ଡ ଶିବା ପାତ୍ରଙ୍କ ସହ ଏକାଧିକ ଏବେବି ଫେରାର । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏକ ବାର୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଡମଣାରେ ଥିବା ଏହି ବାର୍‌ ଭିତରେ ପଶିଥିଲେ ଶିବା ଓ ତାର ଗ୍ୟାଙ୍ଗ । ରାତି ୨ଟାରେ ବାର୍ ବନ୍ଦ କରିବାକୁ ସିକ୍ୟୁରିଟି ଗାର୍ଡ କହିବାରୁ ବଚସା ହୋଇଥିଲା…

Read More

ରାଜଧାନୀରେ ଆମ ବସ୍‌ ସେବା ଠପ୍‌ । ସୁରକ୍ଷା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବସ୍‌ କଣ୍ଟକ୍ଟର ଓ ଡ୍ରାଇଭର । ଯାହାଫଳରେ ରାଜଧାନୀ ଭୁବନେଶ୍ବରରେ ଆମ ବସ୍ ସେବା ଠପ୍ ହୋଇଛି । ସୁରକ୍ଷା ଦେଲେ ଗାଡ଼ି ଚଳାଇବୁ କହିଲେ ଆନ୍ଦୋଳନକାରୀ। ବିନା କାରଣରେ ଲୋକେ ମାଡ଼ ମାରିବାରୁ ପ୍ରତିବାଦ ହୋଇଛି। ବସ୍ ସେବା ଠପ୍ ପାଇଁ ଯାତ୍ରୀମାନେ ଅସୁବିଧାର ଶିକାର ହୋଇଛନ୍ତି।ମାଷ୍ଟରକ୍ୟାଣ୍ଟନରେ ଥିବା ଆମ ବସ୍‌ ଡିପୋରେ ସବୁ ବସ୍‌ ରଖି ଆନ୍ଦୋଳନ ଚାଲିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କଣ୍ଟକ୍ଟର ଓ ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି ।

Read More

ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ଦୋରାଗୁଡା ପଂଚାୟତ କୋପାଗୁଡା ଗାଁର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡୁ ।ରବିବାର ନିଜ ଭଉଣୀ ଘରକୁ ଶବ ଦାହ କାର୍ଯ୍ୟରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶ ସିଲେରୁ ଯାଇଥିଲେ ୩ ଭାଇ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ତେବେ ରାତିରେ ସମସ୍ତେ ଶୋଇଥିବାବେଳେ ୩ ଶଳାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । କ୍ରୀଷ୍ଣା ଏବଂ କୁଞ୍ଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଖେମୁଡୁକୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି |ଅନ୍ୟପଟେ ଏହି ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ହେଲେ…

Read More

ପାକିସ୍ତାନର ଦୋମୁହାଁ ନୀତି । ଯୁଦ୍ଧ ବିରାମ ପରେ ବି ପୁଣି ସାମ୍ବାରେ ଦେଖାଗଲା ଡ୍ରୋନ। ଭାରତୀୟ ସେନା ପକ୍ଷରୁ ସମସ୍ତ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିସାରିବାର କିଛି ଘଣ୍ଟା ପରେ ପଞ୍ଜାବର ଜଳନ୍ଧର ଓ ଜାମ୍ମୁ ସାମ୍ବା ଆକାଶରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ପଞ୍ଜାବର ହୋସିଆରପୁରରେ ୮ଟି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅମୃତସରର ଜିଲ୍ଲାପାଳ ସାକ୍ଷୀ ସହାଣୀ ସହରରେ ବ୍ଲାକଆଉଟ୍ ଜାରି ହୋଇଥିବା ସ୍ପଷ୍ଟ କରିଥିଲେ । ସେ କହିଛନ୍ତି, ଆକାଶରେ କୌଣସି ସିନ୍ଦିଗ୍ଧ ବସ୍ତୁ ଦେଖିଲେ ପୂର୍ବ ବ୍ଲାକଆଉଟ୍ ଓ ଯୁଦ୍ଧ ସାଇରନ୍ ବାଜିବ ବୋଲି କହିଛନ୍ତି । ଏହି ସମୟରେ ଘରର ଲାଇଟ୍ ବନ୍ଦ କରି କବାଟ ଓ ଝରକା ଠାରୁ ଦୂରେଇ ରହିବାକୁ…

Read More

ଯାଜପୁର ଜିଲ୍ଲାର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ସର୍ବସ୍ୱାନ୍ତ ହେଲେ ଯୁବକ । ଚାଲିଗଲା ୯୧ ଲକ୍ଷ । ଅନଲାଇନରେ ଗେମ୍ ଖେଳୁଥିବାବେଳେ ଟେଲିଗ୍ରାମରେ ଆସିଲା ଲୋଭନୀୟ ଲିଙ୍କ । ଆଉ କ୍ଲିକ୍ କରିବାମାତ୍ରେ ଯୁବକ ଫଶିଯାଇଥିଲେ ଚକ୍ରବ୍ୟୁହରେ । ସେଥିରୁ ବାହାରିବା ତ ଯେମିତି ଅସମ୍ଭବ ଥିଲା । ପାଞ୍ଚ ଶହରୁ ହଜାରେ, ହଜାରେରୁ ଲକ୍ଷେ, ପୁଣି ଲକ୍ଷ ଲକ୍ଷ କରି ୯୧ ଲକ୍ଷ । ଏକ ଘରୋଇ ସଂସ୍ଥାରେ ଅନଲାଇନ୍ ଗେମ୍ ଖେଳି ପ୍ରାୟ ୯୧ଲକ୍ଷ ଟଙ୍କା ଲଗାଇଥିଲେ । ଏବେ ସେହି ଗେମ୍‌ ପକ୍ଷରୁ ତାଙ୍କ ଏକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଛି । ଯାହାପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଠକାମୀର ଶୀକାର ହୋଇଛନ୍ତି ।ରିପୋର୍ଟ ଅନୁଯାୟୀ, ଧୀରେନ୍ଦ୍ର ଦାମନ ନାମକ ଏକ ସଂସ୍ଥାରେ ଅନଲାଇନ୍ ଗେମ୍ ଖେଳି ୯୧ ଲକ୍ଷ ଟଙ୍କା ହରାଇଥିଲେ। ସେ ପ୍ରଥମେ ୫୦୦ ଟଙ୍କାରେ ଖେଳିବା ଆରମ୍ଭ କରିଥିଲେ…

Read More

ପିପିଲି ଥାନା ଅଂଚଳରେ ଗୋଟିଏ ୮ ବର୍ଷୀୟା କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବୟସ୍କ ବ୍ୟକ୍ତିଙ୍କୁ ପିପିଲି ପୋଲିସ ଅଟକ ରଖିଛି ।ଅଭିଯୋଗ ପରେ ପିପିଲି ପୋଲିସର ତନାଘନା । ଘଟଣାର ତଦନ୍ତ ଚଳାଇଛି ପୋଲିସର ସ୍ୱତନ୍ତ୍ର ଟିମ୍ । ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବଙ୍ଗାଲି ଫେରିବାଲା ବୋଲିସ ସୂଚନା ।କିଛିଦିନ ହେବ ଫେରିବାଲା ପିପିଲିରେ ରହି ବେପାର କରୁଥିଲା । ବାରମ୍ବାର ପିପିଲି ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟୁଛି ।

Read More

ପ୍ରେମ, ପ୍ରତାରଣାର ଅନେକ ମାମଲା ବାରମ୍ବାର ସାମ୍ନାକୁ ଆସୁଛି। ମାତ୍ର ରବିବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି ଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ରାତିରେ ଚାଲିଥିଲା ବିବାହ ରିସେପସନ । କିନ୍ତୁ ହଠାତ ସେଠାରେ ପହଞ୍ଚିଥିଲେ ପ୍ରେମିକା । ପୂର୍ବରୁ ତାଙ୍କ ସହ ନିର୍ବନ୍ଧ ସରିଥିଲା । କିନ୍ତୁ ଉକ୍ତ ଯୁବତୀଙ୍କୁ ବିବାହ ନକରି ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ । ଖବର ପାଇବା ପରେ ପୋଲିସ ସହାୟତାରେ ଯୁବତୀ ଜଣଙ୍କ ସେଠାରେ ପହଁଚିଥଲେ । ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ପଚରାଉଚରା ପାଇଁ ବରକୁ ପୁଲିସ ଥାନାରେ ଅଟକ ରଖିଛନ୍ତି ।

Read More

ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୋମବାର ଅର୍ଥାତ୍‌ ମେ’ ୧୨ ତାରିଖରେ କମିଛି ସୁନା ଦର। ଗତ କିଛି ଦିନ ହେବ ସୁନା ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୬୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୪୪୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୬୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୪୪୦ ଟଙ୍କାକୁ ପହଞ୍ଚିଛି । ୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୨,୬୬୦ ଟଙ୍କା ରହିଛି । ଗତକାଲି ଏହା ୭୪,୦୧୦ ଟଙ୍କା ଥିଲା । ଏଥିରେ ୧୩୫୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା…

Read More

ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ଇସ୍ରୋ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି Iସୁରକ୍ଷା ପାଇଁ ସମଗ୍ର ଉତ୍ତର ଭାଗ ଉପରେ ନିରନ୍ତର ନଜର ରଖିବାକୁ ପଡିବ । ଯାହା ସାଟେଲାଇଟ୍ ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବିନା ହାସଲ କରିପାରିବୁନି ବୋଲି କହିଛନ୍ତି ଭି ନାରାୟଣନ । ଭାରତ ପାଖରେ ଥିବା ୧୦ଟି ଉପଗ୍ରହ ୨୪ ଘଣ୍ଟା ନଜର ରଖିଛି । ୭ ହଜାର କିଲୋମିଟର ସମୁଦ୍ରକୂଳ ଅଞ୍ଚଳ ଉପରେ ନଜର ରଖାଯାଇଛି । ଛାତ୍ରୀଛାତ୍ରଙ୍କୁ ମହାକାଶ ବିଜ୍ଞାନ ଓ ଟେକ୍ନୋଲୋଜି ଉପରେ ଅଧ୍ୟୟନ କରି ଦେଶର ପ୍ରଗତିରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ।

Read More

କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ ଘଟିଛି ଏକ ଘଟଣା । ଇନ୍‌ଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କ ପାଇଁ। ରାତିସାରା ଯୁବକଙ୍କୁ ଅଟକ ରଖି ଗାଁରେ ବସିଲା ପଞ୍ଚାୟତ। ମହିଳା ଜଣକ ୭ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ଗୋଟିଏ ୫ବର୍ଷର ପୁଅ ମଧ୍ୟ ଅଛି । ସ୍ବାମୀଙ୍କ ଲୁଚାଛପାରେ ଦୁଇ ବର୍ଷ ଧରି ଉଭୟଙ୍କ ପରକୀୟା ପ୍ରୀତି ଚାଲିଥିଲା । ତେବେ ଗତକାଲି ଉଭୟ ଧରାପଡିଥିଲେ । ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଯୁବକଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ହେଲେ ଗାଁ ଲୋକେ ପୋଲିସ ଗାଡିକୁ ମଧ୍ୟ ଛାଡି ନଥିଲେ। ରାତି ପାହିବା ପରେ ପୋଲିସ ବାଧ୍ୟ ହୋଇ ଫେରିଯାଇଥିଲା। ମହିଳା ଜଣକ ସ୍ବାମୀ ସହିତ ନ ରହି ପ୍ରେମିକଙ୍କ ପାଖରେ ରହିବେ ବୋଲି କହିବା…

Read More