Author: sanitelevision

ଦଶମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ପାସ ହାର ରହିଛି ୯୩.୬୬ ।ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ରହିଛି ୯୨.୬୪ ପ୍ରତିଶତ। ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍ ହାର ରହିଛି ୯୧.୬୩ ପ୍ରତିଶତ। ଏମାନଙ୍କ ସଂଖ୍ୟା ହେଲା ୬୯ ହଜାର ୮୬୯। ଏଣେ ଓଡ଼ିଶାର ୬୦,୮୬୯ ଜଣ ଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ହାର ହେଲା ୯୩.୮୩ ପ୍ରତିଶତ। କିପରି ଚେକ୍ କରିବେ ରେଜଲ୍ଟ- ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbseresults.nic.in କିମ୍ବା cbse.gov.in ଭିଜିଟ୍ କରନ୍ତୁ । ହୋମପେଜରେ “CBSE Class 10 Result 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ…

Read More

ରାଜ୍ୟରେ ଖରାର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗରମ ଓ ଗୁଳୁଗୁଳି ପାଇଁ ୨୮୨ ଜଣ ଲୋକ ଅସୁସ୍ଥ ହୋଇପଡିଲେଣି। ସମ୍ବଲପୁରରେ ସର୍ବାଧିକ ୮୩ ଜଣ ଅସୁସ୍ଥ। ଝାରସୁଗୁଡାରେ ୭୨ଏବଂ ମୟୂରଭଞ୍ଜରେ ୪୨ ଜଣ , ସୋନପୁରରେ ୧୭ଜଣ ,ବାଲେଶ୍ୱରରେ ୨୪ ଜଣ, ଦେବଗଡରେ ୧୫ଜଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଖଣି ଅଞ୍ଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ନଥିଲେ ସକାଳ ୧୦ଟା ପରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା।

Read More

ମେ ୧୫ ତାରିଖ ପିଏମ୍ ଆବାସ ଯୋଜନାରେ ପଞ୍ଜିକରଣର ଶେଷ ଦିନ । ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ୩୪ରୁ ୩୫ ଲକ୍ଷ ଲୋକ ପିଏମ୍‌ ଆବାସ ପଞ୍ଜୀକରଣ କଲେଣି । ୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ । ୩ ଲକ୍ଷ ଘର ଛାତ ପଡ଼ିଲାଣି, ୫ ଶହ ସ୍ଥାନରେ ରାସ୍ତା ସମସ୍ୟା ରହିଛି ରହିଛି ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ।ସର୍ଭେରେ ଅବହେଳା ହୋଇଥିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ତାଲିକା ପଠାଯିବ । କେନ୍ଦ୍ର ଅର୍ଥ ଦେଲା ପରେ ରାଜ୍ୟ ସରକାର ନିଜର ଭାଗ ଦେବେ । ତେବେ ପୂର୍ବ ସରକାର ଯଦି ତାଲିକା ପ୍ରସ୍ତୁତ…

Read More

ପଞ୍ଜାବର ଆଦାମପୁର ଏୟାରବେସ୍‌ରେ ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ପ୍ରଧାନମନ୍ତ୍ରୀ ଯବାନଙ୍କ ସାହସକୁ ଆହୁରି ବଢାଇବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।ଯବାନଙ୍କ ଗହଣରେ ୧ ଘଣ୍ଟା ସମୟ ବିତାଇଛନ୍ତି । ସେହି ୧ ଘଣ୍ଟା ବେଶ୍ ଆନନ୍ଦ ଦେଇଥିବା ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଓ ଯବାନଙ୍କ ଅନେକ ଫଟୋ ଏବେ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ଭାରତୀୟ ଲଢେଇ ବିମାନର ଫଟୋ ମଧ୍ୟ ଦେଖାଯାଉଛି ।କିଛି ଦିନ ତଳେ ପାକିସ୍ତାନ ଏହି ଆଦମପୁର ଏୟାରବେସକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଆଜି ଏୟାରବେସକୁ ଯିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏୟାର ଚିଫ୍ ମାର୍ଶାଲ ମଧ୍ୟ ସାମିଲ୍ ଥିଲେ।

Read More

ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE)ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ତାଙ୍କୁ ସୌରଶକ୍ତି ନିଗମର ଅଧ୍ୟକ୍ଷ ଓ ଏସଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ସେ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ (DGFT) ଭାବେ କାର୍ଯ୍ୟ କରି ଦେଶର ରପ୍ତାନୀ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Read More

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରେଗେଡା ଗ୍ରାମର ଯୁବକ ଦିଲୀପ ମାଣ୍ଡାଙ୍ଗି ଦୁର୍ଘଟଣାର ଶିକାର ହୋଇ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେମ୍ସ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ।ତେବେ ସେଠାରୁ ଡାକ୍ତର ତାଙ୍କର ବ୍ରେନ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ମୃତ୍ୟୁ ହୋଇଥିବା ଜାଣିବା ପରେ ବାପା ସତ୍ୟ ମାଣ୍ଡାଙ୍ଗୀ ତାଙ୍କ ପୁଅର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ତାଙ୍କ ଶରୀରରୁ ଦୁଇଟି କିଡିନୀ, ଫୁସଫୁସ, ଲିଭର ବାହାର କରାଯାଇ ୬ ଜଣ ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଥିଲା ।ଆନ୍ଧ୍ର ସରକାର ଶ୍ରୀକାକୁଲମ୍ ଠାରେ ଗ୍ରୀନ୍ କରିଡର କରି ଏୟେରାଲିଫଟ କରିବାର ବ୍ୟବସ୍ଥା କରି ଅର୍ଗାନ ଗୁଡ଼ିକୁ ବିଶାଖପାଟଣା କିମ୍ସ ମେଡିକାଲକୁ ପଠାଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ସହାୟତାରେ ମର ଶରୀର ରେଗେଡା ଗ୍ରାମରେ ପହଞ୍ଚିଥିଲା । ପରେ ଯୁବକଙ୍କ ଅନ୍ତିମ ସଂସ୍କାର ହୋଇଥିଲା |

Read More

ସିବିଏସଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ସିବିଏସଇର cbseresults.nic.in, results.cbse.nic.in ଏବଂ digilocker.gov.in ରେ ଚେକ୍‍ କରିପାରିବେ ଛାତ୍ରଛାତ୍ରୀ । ଭୁବନେଶ୍ୱରରେ ସିବିଏସ୍‌ସି ଦ୍ୱାଦଶ ପାସ୍‌ହାର ୮୩.୬୭ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଏଥର ୧୭ ଲକ୍ଷ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ଯେଉଁଥିରୁ ୧୪ଲକ୍ଷ ୨୬ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି । ଆଉ କିଛି ସମୟ ପରେ ସିବିଏସ୍‌ସିର ଦଶମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇପାରେ ।

Read More

ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ଏପର୍ଯ୍ୟନ୍ତ ଧରାଯାଇନାହିଁ। ସେଦିନର ଘଟଣା ଭିଆଇଥିବା ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି ଏଜେନ୍ସି। ଶୋପିଆନ ଜିଲ୍ଲାର ଅନେକ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।ଗତ ମାସରେ ପହଲଗାମର ବୈସରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ । ବୈସରନ ଆକ୍ରମଣରେ ସମ୍ପୃକ୍ତ ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ଏହି ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କ ନାମ ଆଦିଲ ଅହମ୍ମଦ ଠାକୁର ଏବଂ ଆସିଫ ଶେଖ ବୋଲି କୁହାଯାଇଛି। ଏହି ଆତଙ୍କବାଦୀମାନେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ AK-୪୭ ସହିତ ଲଗାତାର…

Read More

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ଆଜି କାର୍ଯ୍ୟକାଳ ସମାପ୍ତ ହେଉଛି । ବିଶେଷ କରି ସେ ତାଙ୍କର କଥା ଆଦେଶ କିମ୍ବା ନିଷ୍ପତ୍ତିରେ ଶୁଣାଇଥାନ୍ତି । ତାଙ୍କ କାର୍ଯ୍ୟକାଳରେ ସେ ଏଭଳି କିଛି ବୟାନ ଦେଇନାହାଁନ୍ତି, ଯାହାକୁ ନେଇ ବିବାଦ କି ଚର୍ଚ୍ଚା ହୋଇଛି । ମୁଖ୍ୟ ବିଚାରପତି ଖାନ୍ନାଙ୍କ ବ୍ୟକ୍ତିତ୍ୱ ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଚନ୍ଦ୍ରଚୂଡ଼ ଖୋଲାଖୋଲି ଭାବରେ ତାଙ୍କର ମତାମତ ପ୍ରକାଶ କରିଥିଲେ, ଯେତେବେଳେ ଖାନ୍ନା ଅଳ୍ପ କଥାର ବ୍ୟକ୍ତି ଥିଲେ। ୧୧ ନଭେମ୍ବର ୨୦୨୪ରେ ଭାରତର ମୁଖ୍ୟ ବିଚାରପତି ହୋଇଥିବା ଖାନ୍ନାଙ୍କର ମଧ୍ୟ କାର୍ଯ୍ୟକାଳ ମାତ୍ର ୬ ମାସ ଥିଲା, କିନ୍ତୁ ସେ ତାଙ୍କର ଦୃଢ଼ ନିଷ୍ପତ୍ତି ନେଇ ଏହାକୁ ପ୍ରଭାବଶାଳୀ ଏବଂ ସ୍ମରଣୀୟ କରିଥିଲେ। ସେ ନ୍ୟାୟିକ ଏବଂ ପ୍ରଶାସନିକ ସ୍ତରରେ ଏହି ନିଷ୍ପତ୍ତି ନେଇଥିଲେ। ଯେଭଳି ସମ୍ପତ୍ତି ତାଲିକା ଦେବାକୁ ବିଚାରପତିଙ୍କୁ ନିର୍ଦ୍ଦେଶ…

Read More

ବର୍ଡରରେ ସ୍ବାମୀ, ଆଖିବୁଜିଲେ ସ୍ତ୍ରୀ ଏତେ ବଡ଼ ଦୁନିଆରେ ଏକା ହୋଇଗଲା ୧୫ ଦିନର ଶିଶୁ କନ୍ୟା । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଲିପି ଗଣ୍ଡ । ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଲ୍ଟି ଅର୍ଗାନ ଫେଲିୟର ହେବା ପରେ ତାଙ୍କର ମୃତ୍ୟୁଘଟିଥିବା ଜଣାପଡିଛି । ଖବର ଅନୁଯାୟୀ, ଏପ୍ରିଲ ୨୮ ତାରିଖରେ ବୁର୍ଲା ଭିମସାରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଦେବରାଜଙ୍କ ସ୍ତ୍ରୀ ଲିପି ଗଣ୍ଡ। ଏହି ସମୟରେ ଲିପିଙ୍କ ସହ ହସପିଟାଲରେ ଥିଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଟେଙ୍ଗନାମାଲ ଗାଁର ଦେବରାଜ । ଲିପିଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସେପଟେ ବର୍ଡରରୁ ଆସିଲା ଫୋନ୍ । ମାଟି ମାଆର ସେବା ପାଇଁ ରୋଗୀଣା ସ୍ତ୍ରୀକୁ ହସପଟିଲାରେ ଛାଡି କ୍ରମକ୍ଷେତ୍ରକୁ ଫେରିଯାଇଥିଲେ ଦେବରାଜ ।…

Read More