Author: sanitelevision

ଖୁବ୍‌ ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ଚାଲିଛି, ଆଶା ଖୁବ୍‌ଶୀଘ୍ର ଫଳ ପ୍ରକାଶ ପାଇବ।ପ୍ରକାଶଥାଉକି, ଏପ୍ରିଲ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ କରାଯାଇଥିଲା ।ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଆଜି ୧୪ ତାରିଖ ହୋଇଥିବା ବେଳେ ଖୁବଶୀଘ୍ର ରେଜଲ୍ଟ ବାହାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର…

Read More

ଅପରେସନ ସିନ୍ଦୂର ପରେ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାରେ ଏକ ବୁଲେଟପ୍ରୁଫ୍ ଗାଡି ସାମିଲ କରିଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅପରେସନ ସିନ୍ଦୂର ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିରନ୍ତର ବୈଠକ କରିଥିଲେ । ଏପରି ପରିସ୍ଥିତିରେ, ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଛି ।ବୈଦେଶିକ ମନ୍ତ୍ରୀଙ୍କୁ ଦିଆଯିବାକୁ ଥିବା ବୁଲେଟପ୍ରୁଫ୍ କାର ସୁରକ୍ଷା ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ପ୍ରକାରର କାରର କାଚ ବହୁତ ମୋଟା ଏବଂ ଲାମିନେଟେଡ୍ ମଧ୍ୟ। ଏହା ବ୍ୟତୀତ, ଯଦି ବୁଲେଟପ୍ରୁଫ୍ ଗାଡ଼ିର ଟାୟାର ପଙ୍କଚର ହୋଇଯାଏ, ତେବେ ଏହା ବଦଳା ନଯାଇ ୫୦ କିଲୋମିଟରରୁ ଅଧିକ ଚାଲିପାରିବ ।ପୂର୍ବରୁ ଜେଡ୍ କାଟାଗୋରୀ ସୁରକ୍ଷା ପାଇ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ। ଏହି…

Read More

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍‍ ଭୂଷଣ ରାମକୃଷ୍ଣ ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପୂର୍ବରୁ, ସେ ତାଙ୍କ ମାଆଙ୍କଠାରୁ ଆଶୀର୍ବାଦ ନେଇଥିଲେ । ସିଜେଆଇ ଭାବରେ ଶପଥ ନେବା ମାତ୍ରେ ସେ ପ୍ରଥମେ ତାଙ୍କ ମାଆ କମଳତାଇ ଗବାଇଙ୍କର ପାଦ ଛୁଇଁଥିବା ଦେଖାଯାଇଥିଲା । ଜଷ୍ଟିସ୍ ଗବାଇ ଭାରତର ପ୍ରଥମ ବୌଦ୍ଧ ମୁଖ୍ୟ ବିଚାରପତି । ସ୍ୱାଧୀନତା ପରେ ସେ ଦେଶର ଦଳିତ ସମ୍ପ୍ରଦାୟର ଦ୍ୱିତୀୟ CJI। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ଛଅ ମାସ ହେବ ।। ସେ ୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ମସିହାରେ ଓକିଲାତି କରିବା ଆରମ୍ଭ କରି ୨୦୧୯ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ମଙ୍ଗଳବାର ପ୍ରଧାନ ବିଚାରପତି ପଦରୁ…

Read More

ଏ ବର୍ଷ ପୁଣି ମେ ମାସରେ ବାତ୍ୟା ସମ୍ଭାବନା। ଆଇଏମଡି କହିନାହିଁ। କିନ୍ତୁ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଆଣ୍ଡାମାନ ସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୧୬ରୁ ୧୮ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୩ରୁ ୨୮ ତାରିଖ ଭିତରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ବାଂଲାଦେଶର ଜଣେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଏ ନେଇ କୌଣସି ଆକଳନ କରିନି । ଆଇଏମ୍‌ଡିର ଜଣେ ପାଣିପାଗ ବିଜ୍ଞାନୀ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଶକ୍ତିଶାଳୀ ରହିଛି । ଏହା କେରଳରେ ସ୍ୱାଭାବିକ ସମୟଠାରୁ ୨ ଦିନ ଆଗୁଆ ପହଞ୍ଚିପାରେ । ମୌସୁମୀ ବାୟୁ ଶକ୍ତିଶାଳୀ ଥିବାରୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ବି ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା…

Read More

ଭୁବନେଶ୍ୱରର ଭୋଇ ନଗରରୁ ଚାରି ବର୍ଷ ଶିଶୁ ପୁତ୍ର ଅପହରଣ ଘଟଣା । କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଉଦ୍ଧାର କଲା ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ। ବାପା ମା ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଅଭିଷେକ ଦିଗଲ ଓରଫ ସୋନୁ । ବେଙ୍ଗାଲୁରରେ ସୋନୁ ସହ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ଦେଖା ହେଇଥିଲା । ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା । ଗୋରିତ ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ। ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରୀତାଙ୍କୁ ଦେଖା କରିଥିଲେ । ଧରମ ଭାଇ ହିସାବରେ ଗୋରିତ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ମଙ୍ଗଳବାର ଦିନ ସାଢେ ୧୦ଟାରେ ଶିଶୁକୁ ନେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସୋନୁ…

Read More

ଆହୁରି ୩ ଦିନ ଗୁଳୁଗୁଳି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ତିନି ଦିନରେ ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ଦିନବେଳା ଗରମ ଓ ଗୁଳୁଗୁଳି ନାକେଦମ କରିବ । କିନ୍ତୁ ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବି ଡରାଇବ କାଳବୈଶାଖୀ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟ୍‌କା ପବନ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ,…

Read More

ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଛି ତୁର୍କୀ । ଆତଙ୍କବାଦୀ ପାକିସ୍ତାନ ସହିତ ଠିଆ ହୋଇ ନିଜର ପ୍ରକୃତ ଚେହେରା ଦେଖାଇଛି ତୁର୍କୀ। ଭାରତକୁ ଆକ୍ରମଣ କରିବାକୁ ପାକିସ୍ତାନ ବ୍ୟବହାର କରିଥିବା ଡ୍ରୋନ ତୁର୍କୀର ବୋଲି ସୂଚନା ରହିଛି ।ତେବେ ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଇସଲାମାବାଦକୁ ତୁର୍କୀର ଖୋଲା ସମର୍ଥନ ପରେ, ଦେଶର ଅନେକ ସ୍ଥାନରେ ଏକ ବ୍ୟାପକ “ତୁର୍କୀ ବ୍ୟାନ” ଆନ୍ଦୋଳନ ଦେଖାଦେଇଛି। ମହାରାଷ୍ଟ୍ରର ପୁଣେରେ, ବ୍ୟବସାୟୀମାନେ “ତୁର୍କୀ ସେଓକୁ ବର୍ଜନ” କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ସ୍ଥାନୀୟ ବଜାରରେ ଫଳ ଉପଲବ୍ଧ ହେଉନଥିବା ଜଣାପଡ଼ିଛି।ତୁର୍କୀରୁ ଆମଦାନି ହେଉଥିବା ସେଓ ପ୍ରତି ସିଜନରେ ୧୦୦୦ ରୁ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥାଏ । ଏହି ବୟକଟ ସହରର ଫଳ ବଜାର ଉପରେ ଏକ ବଡ଼ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ବ୍ୟବସାୟୀମାନେ କହିଛନ୍ତି ଯେ ଏହି ପଦକ୍ଷେପ କେବଳ ଆର୍ଥିକ ନୁହେଁ ବରଂ ଦେଶର…

Read More

ପାରାଦୀପ ବନ୍ଦର ଏସ୍‌ପିଏମ୍‌ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏ ନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। ପାକିସ୍ତାନୀ ନାଗରିକ ଭାରତ ସୀମା ମଧ୍ୟରେ ପ୍ରବେଶ ଉପରେ ବୈଦେଶିକ କଟକଣା ରହିଛି। ଉକ୍ତ ଜାହାଜରେ ହଂକଂ ପତାକା ରହିଛି। ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍‌ପିଏମ୍‌ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡେଲି ଟ୍ରାଫିକ ରିପୋର୍ଟରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ…

Read More

ଯାଜପୁର ଛତିଆରେ ବୋମା ବିସ୍ଫୋରଣ ରେ ୨ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବୋମା ବିସ୍ଫୋରଣରେ ୨ଟି ବାଇକ ଜଳିଯାଇଥିବା ଜଣାପଡ଼ିଛି। ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଦେହକୁ ପୋଲିସ ଜବତ କରିଛି । ସ୍ଥାନୀୟ ପୋଲିସ ଘଟଣାରେ ପହଞ୍ଚି, ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି ।

Read More

ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥ‌ା ବିଆର ଗବାଇ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଏହା ପୂର୍ବରୁ ଆଜି ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖନ୍ନା। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ସିଜେଆଇଙ୍କ ସହିତ ବିତାଇଥିବା ଦିନଗୁଡ଼ିକ ଏବଂ ତାଙ୍କ ନିଷ୍ପତ୍ତିଗୁଡ଼ିକୁ ମନେ ପକାଇଥିଲେ।ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ନଭେମ୍ବର ୨୦୨୫ରେ ତାଙ୍କର ଅବସର ସହିତ ଶେଷ ହେବ। ତାଙ୍କର ଜନ୍ମ ୨୪ ନଭେମ୍ବର ୧୯୬୦ ମସିହାରେ ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା। ସେ ୧୬…

Read More