ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଣାଣି ହେଉଥିବା ଜନସାଧାରଣଙ୍କ ଅଭିଯୋଗର ମୁଖ୍ୟ ମାଧ୍ୟମ ଅଭିଯୋଗ ସେଲ୍ର ସ୍ଥାୟୀ କାର୍ଯ୍ୟାଳୟ ଶୀଘ୍ର ନୂଆ ସ୍ଥାନକୁ ସ୍ଥାନାନ୍ତର ହେବ। ଅଶୋକ ନଗରର ମଣ୍ଡଳ ସାଧନ କେନ୍ଦ୍ର, ଯୁନିଟ-୨ରେ ନୂଆ ସୁବିଧା ଯୋଜନା ହୋଇଛି। ନୂଆ ସ୍ଥାନ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ସେବା ତମ୍ବୁ ବ୍ୟବସ୍ଥାରେ ଚାଲିବ।ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ସେଲ୍ ୨୦୨୪ ଜୁଲାଇ ୧ରେ କାର୍ଯ୍ୟ ଆରମ୍ଭ କରିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ସାତ ଜଣ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଥିବା ଏକ ଗଠନମୂଳକ ବ୍ୟବସ୍ଥା ରହିଛି। ଏହି ଉଦ୍ୟମରେ ଆର୍ଥିକ ଦୁର୍ବଳ ନାଗରିକଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି, ଯାହା ସ୍ଵାସ୍ଥ୍ୟସେବା ସୁଲଭତା ଉପରେ ଗୁରୁତ୍ଵ ଦେଉଛି।
Author: sanitelevision
ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଯୁବକ ଜଣଙ୍କ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ୧ ଘଣ୍ଟା ଖୋଜା ଖୋଜି କରିବା ପରେ ଉଦ୍ଧାର କରାଯାଇଛି । ମୃତଦେହ ନ ମିଳିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚାପ ଖେଳାଯିବ ନାହିଁ ବୋଲି କୁହାଯାଉଥିଲା । ତେବେ ଅସୁସ୍ଥ ଯୁବକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ବଢ଼ିବାରେ ଲାଗିଛି । ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ପଛରେ ଇସ୍କନର ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠାଇ ଗଜପତି ଦିବ୍ୟସିଂହ ଦେବ ମାୟାପୁର ଇସ୍କନ ଗଭର୍ଣ୍ଣିଂବଡି ସୋସାଇଟି ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ଏହି ଲେଖିଥିବା ଚିଠିର ଆସିଛି ଉତ୍ତର।ମାୟାପୁର ସୋସାଇଟି ଅଧ୍ୟକ୍ଷ ଚିଠି ଲେଖି ଗଜପତିଙ୍କୁ ଦେଇଥିବା ଉତ୍ତରରେ ଦିଦିଙ୍କ ମିଛ ଧରାପଡ଼ିଛି। ଏଥିସହ ରାମକୃଷ୍ଣଙ୍କ ସମ୍ପୃକ୍ତିକୁ ଆହୁରି ଖୁଲାସା କରିଛି। ଚିଠିରେ ଇସ୍କନ ପକ୍ଷରୁ କୁହାଯାଇଛି, ଦୀଘାକୁ ଜଗନ୍ନାଥ ଧାମ କହିବା ପଛରେ ଇସ୍କନର ଭୂମିକା ଶୂନ। ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି। ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଯେଉଁ ଟ୍ରଷ୍ଟ ଗଠନ ହୋଇଛି ସେଥିରେ ଇସ୍କନର ମାତ୍ର ଜଣେ ସଦସ୍ୟ ରହିଛନ୍ତି। ଇସ୍କନକୁ କେବଳ ସେବାପୂଜା ଦାୟିତ୍ୱ ଦିଆଯାଇଛି। ଶ୍ର୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିରର ଜଣେ…
ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ORERA)ରେ ଗୁରୁତ୍ଵପୂର୍ଣ୍ଣ ନେତୃତ୍ଵ ପରିବର୍ତ୍ତନ ହୋଇଛି। ଅସିତ ମହାପାତ୍ର ORERAର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ନିଯୁକ୍ତି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ। ଏନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ବ୍ୟତୀତ ସରକାର ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶଙ୍କୁ ଓରେରାର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି।ଏହି ନିଯୁକ୍ତି ORERAର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ ଏବଂ ରିଅଲ ଇଷ୍ଟେଟ୍ ମାମଲାରେ ନିୟାମକ ତଦାରଖକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶଙ୍କ ସହ ମିଶି ଅସିତ ମହାପାତ୍ର ଏ କ୍ଷେତ୍ରରେ ବର୍ତ୍ତମାନର ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଅଭିନବ ସମାଧାନ ପ୍ରଦାନ କରିବେ ବୋଲି ଶିଳ୍ପ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ଏବେ ଗାଁ ଗଣ୍ଡାରେ ରହୁଥିବା ଦିବ୍ୟାଙ୍ଗମାନେ କାମ କରିପାରିବେ । ଦିବ୍ୟାଙ୍ଗଙ୍କୁ ସୁହାଇଲା ଭଳି ଅନୁକୂଳ କାମ ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯିବ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗାରେ ମିଳିବ ଭିନ୍ନକ୍ଷମଙ୍କ ସ୍ବାର୍ଥକୁ ଅଗ୍ରାଧିକାର । ଦିବ୍ୟାଙ୍ଗଙ୍କୁ ଘର ପାଖରେ କାମ ସହ ଯୋଗାଇ ଦିଆଯିବ ଜବକାର୍ଡ । ମହିଳା ଦିବ୍ୟାଙ୍ଗଙ୍କ ପିଲାଙ୍କ ଦେଖାରଖା ପାଇଁ କରାଯିବ କ୍ରେଚ ସୁବିଧା । ଜଣେ ଦିବ୍ୟାଙ୍ଗ ମହିଳା ରହି ନେବେ ପିଲାମାନଙ୍କ ଯତ୍ନ । ପ୍ରତି ଗାଁରେ ଗଠନ ହେବ ‘ଦିବ୍ୟାଙ୍ଗ ଶକ୍ତି ଗ୍ରୁପ’ । ଯେତିକି ଦିବ୍ୟାଙ୍ଗ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ତାଙ୍କୁ ନେଇ ଗଠନ ହେବ ଏହି ଗ୍ରୁପ । ଜୁନ ମାସ ସୁଦ୍ଧା ଗ୍ରୁପ ଗଠନ ହେବ । ଜଣକ ବଦଳରେ ଦିବ୍ୟାଙ୍ଗ ଗ୍ରୁପ ଚାହିଁଲେ ମିଳିତ ଭାବେ କାମ କରିପାରିବେ । ଜିଲ୍ଲାପାଳମାନେ ଏହାକୁ ଅଗ୍ରାଧିକାର ଦେଇ…
ରାଜ୍ୟ କାହାଣୀ (ଭୁବନେଶ୍ୱର )ଗତ କିଛିଦିନ ଧରି ବାତ୍ୟା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରିତ କରୁଥିଲେ । ଆଜି ଏହା ଉପରୁ ପରଦା ହଟାଇଛି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଏବେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ । ବାତ୍ୟା ହେବା ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ।ମେ ୧୩ ତାରିଖରେ ଆଣ୍ଡାମାନ ସାଗର ଉପରେ କେବଳ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରାଯାଇଥିଲା, ଘୂର୍ଣ୍ଣିଝଡ଼ ନୁହେଁ। ପାଣିପାଗ ଦୃଷ୍ଟିରୁ ଦୁଇଟି ଯାକ ପୃଥକ।ପାଣିପାଗ ସ୍ଥିତିକୁ ନେଇ ଆଗକୁ ସୂଚନା ଦିଆଯିବ। ତେବେ ଲୋକେ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ପ୍ରଭାବ ଜାରି ରହିବ। ଅନ୍ୟପଟେ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି।
ଅର୍ଚ୍ଚନା ନାଗ ପାଇଁ ପୁଣି ବଢ଼ିଲା ଅଡ଼ୁଆ । ଓକିଲାତି ପାଇଁ ଲାଇସେନ୍ସ ନେବା ସମୟରେ ସେ, ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କରେ ତଥ୍ୟ ନଦେବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ।ଅର୍ଚ୍ଚନା ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଆଇନଜୀବୀ ଭାବେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନପତ୍ର ଯାଞ୍ଚ କରିବା ପରେ ପରିଷଦ ଜାଣିପାରିଛି ଯେ, ସେ ନିଜ ବିରୋଧରେ ଚାଲିଥିବା ମାମଲା ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଆବେଦନପତ୍ରର ୨୦ ନମ୍ବର କଲମରେ ଅପରାଧିକ ମାମଲା ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ସେ ‘ନା’ ଲେଖିଥିଲେ, ଯାହା ଏକ ଗୁରୁତର ତଥ୍ୟ ଲୁଚାଇବାର ଉଦାହରଣ ବୋଲି ବାର କାଉନସିଲ କହିଛି।ଏଭଳି ସ୍ଥିତିରେ ଅର୍ଚ୍ଚନାଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ସଚିବ ଯଯାତି କେଶରୀ ସାମନ୍ତସିଂହାରଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ…
ରାଜଧାନୀରେ ପରାକ୍ରମ ଶୋଭାଯାତ୍ରା। ଅପରେସନ ସିନ୍ଦୂରର ସଫଳତାକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା। ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି । ଶୋଭାଯାତ୍ରାରେ ପୋଲିସ, ସିଆରପିଏଫ, ଏନସିସି, ଟ୍ରାଫିକ ପୋଲିସ ସାମିଲ୍ ଅଛନ୍ତି। କଳିଙ୍ଗ ଷ୍ଟାଡିୟମର ୩ନଂ ଗେଟ୍ରୁ ରାଜଭବନ ଛକ ଯାଏଁ ଯାଇଥିଲା ଏହି ଶୋଭାଯାତ୍ରା।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇ ପତାକା ଉତ୍ତୋଳନ କରିଥିଲେ। ସାମିଲ ହୋଇଥିଲେ ସେନାବାହିନୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟ ଶାସନ ସଚିବ , ଡିସିପି ଓ ସିପି ସାମିଲ ହୋଇଥିଲେ।
ପାକିସ୍ତାନ ପରେ, ଭାରତ ଏବେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ-ପାକିସ୍ତାନକୁ ନେଇ ଚୀନ୍ ପ୍ରଚାର ପ୍ରସାର କରିବାରୁ ବିରତ ହେଉନାହିଁ ଚୀନ୍ । ଭାରତ ବିରୋଧରେ ପ୍ରଚାର ପାଇଁ ଚୀନ୍ ଗ୍ଲୋବାଲ୍ ଟାଇମ୍ସକୁ ବ୍ୟବହାର କରୁଥିଲା । ସେଥିପାଇଁ ଭାରତରେ ବ୍ୟାନ୍ ହେଲା ଗ୍ଲୋବାଲ୍ ଟାଇମ୍ସ । ଗ୍ଲୋବାଲ୍ ଟାଇମ୍ସର ଏକ୍ସ ଆକାଉଣ୍ଟ ବ୍ୟାନ୍ । ମିଛ ଓ ବିଭ୍ରାନ୍ତିକର ଖବର ପାଇଁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।ଗ୍ଲୋବାଲ ଟାଇମ୍ସ ହେଉଛି ଚାଇନାର ମୁଖପତ୍ର। ଏହା ସି ଜିନପିଙ୍ଗଙ୍କ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ କାମ କରେ। ଗ୍ଲୋବାଲ ଟାଇମ ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରେ।ସେପଟେ ତୁର୍କୀର ସରକାରୀ ସୋସିଆଲ ମିଡ଼ିଆ ଟିଆଇଟି ଭାରତରେ ବ୍ୟାନ ହୋଇଛି । ପାକିସ୍ତାନକୁ ଯୁଦ୍ଧରେ ସହଯୋଗ କରିବାର ପ୍ରମାଣ ମିଳିବା ପରେ ବ୍ୟାନ କରିଛି ଭାରତ ।
ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନରେ ଅନୁଷ୍ଠିତ ବୈଠକରେ ପାନୀୟ ଜଳ ସମସ୍ୟାର ସମାଧାନ ବାବଦରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗର ସଚିବ ଓ ପଦାଧିକାରୀଙ୍କ ଜିଲ୍ଲା ଗସ୍ତ ସଂପର୍କରେ ଆଲୋଚନା ହୋଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ ବାତ୍ୟା ନେଇ କୌଣସି ସୂଚନା ନଥିବାବେଳେ ଯେକୌଣସି…









