ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା । ପତ୍ନୀ ମୋନିକାଙ୍କ ମୃତଦେହ ଘର ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ସ୍ବାମୀ ନରେନ୍ଦ୍ର ପାଇକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନାମୁତାବକ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ପତ୍ନୀକୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ମୃତକ ହେଲେ ଜି. ମାଲେସୁଙ୍କ ଝିଅ ମୋନିକା ପାଇକ। ତେବେ ପତ୍ନୀକୁ ହତ୍ୟା କରିବା ପରେ ନିଜେ ସ୍ବାମୀ ନରେନ୍ଦ୍ର ପାଇକ ମଧ୍ୟ ଗ୍ରାମ ନିକଟ କାଜୁ ଜଙ୍ଗଲରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ନରେନ୍ଦ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ପତ୍ନୀଙ୍କ ପରକୀୟା ପ୍ରୀତି ରହିଥିବା ସନ୍ଦେହ କରୁଥିବା ଓ କାହାରିକୁ ଛାଡ଼ିବେ ନାହିଁ…
Author: sanitelevision
ପାଲଲହଡାରେ ଥମୁନି ଟିଙ୍କ ଆତଙ୍କ । ଘରେ, ବାହାରେ, ଚାରିଆଡେ ମାଡି ଯାଉଛନ୍ତି ଟିଙ୍କ । ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା କମିବ କଣ ଓଲଟା ବଢି ବଢି ଚାଲିଛି । ଅନୁଗୁଳ ଜିଲ୍ଲା ବତିସୁଆଁର ପଞ୍ଚାୟତ ଶ୍ରୀରାମପୁର ଗାଁର ଲୋକଙ୍କୁ ଟିଙ୍କ ସମସ୍ୟା ନୟାନ୍ତ କଲାଣି । ସନ୍ଧ୍ୟା ହେଲେ ଘରେ ଆଉ ବାହାରେ, ଚାରିଆଡ଼େ ଟିଙ୍କ । କୁଆଡ଼ୁ ମାଡ଼ି ଆସୁଛନ୍ତି। କାନ୍ଥ ବାଡ ଠାରୁ ଆରମ୍ଭ କରି ମଣିଷ ଓ ପଶୁଙ୍କ ଦେହରେ ଚରିଯାଉଛନ୍ତି । ଏହାକୁ ପତରିଆ ଟିଙ୍କ କହୁଛନ୍ତି ଗାଁ ଲୋକ। ବଞ୍ଚିବା ମୁସ୍କିଲ୍ କରିଦେଲେଣି ଟିଙ୍କ । ଏମାନଙ୍କ ଦାଉରୁ ରକ୍ଷା ପାଇଁ ପ୍ରତିକାର ନିମନ୍ତେ ଗ୍ରାମବାସୀ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ତେବେ ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ହେଉଛି। ବିବାହ ପୂର୍ବରୁ ମଧ୍ୟ ସୋନମ ‘ବିଧବା’ ହେବାକୁ ଯୋଜନା କରିଥିଲେ।ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ନିଜ ପତ୍ନୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିଲେ। ସୋନମ ବିବାହର ମାତ୍ର 5 ଦିନ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ପ୍ରେମିକଙ୍କ ସହ ମିଶି ସୁପାରି କିଲରର ସାହାଯ୍ୟ ନେଇ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସୋନମ । ସୋନମଙ୍କୁ ଏବେ ପୋଲିସ ଉତ୍ତର ପ୍ରଦେଶରୁ ବିହାର ଏବଂ ତା’ପରେ କୋଲକାତା ଦେଇ ଗୌହାଟି-ସିଲଂ ନେଉଛି । ତେବେ ଆଶ୍ଚର୍ଯର ବିଷୟ ହେଉଛି ପୋଲିସ ସହ ସୋନମର ଏତେ ସମୟ ଯାତ୍ରା ଭିତରେ ସେ ସଂପୂର୍ଣ୍ଣ ନୀରବ ଥିଲେ । ନା କିଛି ଖାଦ୍ୟ ଖାଇଥିଲା ନା କାହା ସହ କଥା ହୋଇଥିଲେ । କେବଳ ଚୁପ୍ ରହିଥିଲେ…
ଓଡ଼ିଆରେ ଶିକ୍ଷାଦାନ ପାଇଁ ଇଗ୍ନୋଉ ସହ ବୁଝାମଣା କରିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ଏଥିପାଇଁ ୨ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଖର୍ଚ୍ଚ କରିବ ୨ କୋଟି ୪୫ ଲକ୍ଷ ଟଙ୍କା। ଯେଉଁଥିରେ ପାଖାପାଖି ୫୦୦ ରୁ ଅଧିକ କୋର୍ସର ଲାଭ ପାଇବେ ଛାତ୍ରଛାତ୍ରୀ।ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍ ନାଲ୍ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ତେବେ IGNOU ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ସହ ପିଲାଙ୍କୁ ପାଠ୍ୟ ପୁସ୍ତକ ଏବଂ ଡିଜିଟାଲ ପ୍ରିଣ୍ଟ ଯୋଗାଇଦେବ ଇଗ୍ନୋଉ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସରିବ ଏହି ପ୍ରକ୍ରିୟା।…
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଜିଲାରୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାର୍ କରିଛି। କରୋନାକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ କହିଛି |ଗତକାଲି ଆଉ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ସେହିପରି ଗତକାଲି ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହେଲେଣି। ଫଳରେ ରାଜ୍ୟରେ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି ।କୋଭିଡ-୧୯ କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଅନୁଭବ କଲେ ସମାବେଶରୁ ଦୂରେଇ ରହିବା ସହ ନିଜକୁ ଅଲଗା ରଖିବା ଉଚିତ୍ ବୋଲି ସେ କହିଛନ୍ତି । ନୂତନ ଷ୍ଟ୍ରେନ ଅଧିକ…
ବଙ୍ଗୋପସାଗର ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଓ ଦକ୍ଷିଣ ପୂର୍ବ ଓ ସଂଲଗ୍ନବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ ୫ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ୧୨ ତାରିଖ ପରଠାରୁ ରାଜ୍ୟ ପାଗରେ ପରିବର୍ତ୍ତନ ହେବା ସହିତ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢ଼ିପାରେ। ଏଥିସହ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୧୩ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବ। ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ଭିତରକୁ ପ୍ରବାହିତ ହେବ। ଏହାପରେ ୧୪ ତାରିଖ ବେଳକୁ…
ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ପାଇଁ ବନ୍ଦ ରହିବ ମହାପ୍ରଭୁ ଜଗନ୍ନାଥ ଦର୍ଶନ। ସୋମବାର ରାତ୍ର ଆଳତି ପହୁଡ଼ଠାରୁ ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ମହାପ୍ରଭୁଙ୍କର ଅନେକ ନୀତିକ୍ରାନ୍ତି ହୋଇଥାଏ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନ୍ୟତମ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି କରିଥାନ୍ତି ।
ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ସୂଚନାମୁତାବକ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୋମବାର ୨୦୨୫ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ର ଭାରତ ଗସ୍ତ ପାଇଁ ସଦ୍ୟତମ କାର୍ଯ୍ୟସୂଚୀ ଘୋଷଣା କରିଛି ଏବଂ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ଅନୁସାରେ, ଭାରତ ଗସ୍ତ ସମୟରେ, ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ ମ୍ୟାଚ୍ ଖେଳିବ, ଯାହା ମଧ୍ୟରୁ ପ୍ରଥମ ଟି-୨୦ ମ୍ୟାଚ୍ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହା ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ। ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି।ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟୋଦୟ ଘର ବା ସମାନ ଆର୍ଥିକ ରାଶି ମିଳିବ। ରୋଷେଇ ଘର, ଧାନ ରହୁଥିବା ଘର, ଗୁହାଳ ଭାଙ୍ଗିଲେ ୩ ହଜାର ଟଙ୍କା ମିଳିବ। ଏଥିସହ ପକ୍କା ପାଚେରି ଭାଙ୍ଗିଲେ ମିଟର ପିଛା ୫ ହଜାର, ସର୍ବାଧିକ ୨୫ ହଜାର ଟଙ୍କା ମିଳିବ।ଉଲ୍ଲେଖ ଥାଉ କି ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ବୃଦ୍ଧି ପାଉଥିବା ଘଟଣା ଯୋଗୁଁ ୭୯୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ବ୍ୟତୀତ, ଏହି ସମୟ…
ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ସୋମବାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯିବ। ଅନ୍ୟପଟେ ପୁରୀ ମେଡିକାଲରେ ୧୫ଟି ସ୍ବତନ୍ତ୍ର ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଉଛି । ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ରଥଯାତ୍ରାରେ ୩୦୦ରୁ ଅଧିକ ଡାକ୍ତର ନିୟୋଜିତ ରହିବେ । ରଥଯାତ୍ରା ଦ୍ବିତୀୟ ସମନ୍ବୟ କମିଟି ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।









