Author: sanitelevision

ସାରାଦେଶରେ ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଥିବା ମହତ୍ୱାକାଂକ୍ଷୀ ଯୋଜନା ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା)ରେ ପ୍ରଥମ ଥର କେନ୍ଦ୍ର ସରକାର ଖର୍ଚ୍ଚ ସୀମାରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏବେସୁଦ୍ଧା ଏହି ଯୋଜନାରେ ଖର୍ଚ୍ଚର କୌଣସି ସୀମା ସ୍ଥିର ନଥିଲା ଏବଂ ଏହି ଏକ ଚାହିଦା ଭିତ୍ତିକ ଯୋଜନା ଭାବେ ରହି ଆସିଛି। ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ସୂଚିତ କରିଛି ଯେ, ଏବେ ଏହି ଯୋଜନା ଅନୁସାରେ ହେବାକୁ ଥିବା ଖର୍ଚ୍ଚକୁ ମାସିକ / ତ୍ରୟମାସିକ ବ୍ୟୟ ଯୋଜନା (MEP/QER) ଅନୁସାରେ ଅଣାଯିବ, ଯାହା ଏକ ଖର୍ଚ୍ଚ ଉପରେ ନିୟନ୍ତ୍ରଣର ଏକ ପଦକ୍ଷେପ। ହେଲେ , ଏହି ଯୋଜନାକୁ ଏବେସୁଦ୍ଧା ଏପରି…

Read More

ବାଲି ମାଫିଆଙ୍କ ଗୁଣ୍ଡାରାଜ । ବାଲି ମାଫିଆଙ୍କ ମାଡ଼ରେ ଲହୁ ଲୁହାଣ ଖଣି ଅଧିକାରୀ । ବାଲେଶ୍ବର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ‌ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ଜିଲ୍ଲା ମାଇନିଙ୍ଗ ଅଧିକାରୀ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ମାଫିଆଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ୍ ସୀର୍କେ ।ସୂଚନାଯୋଗ୍ୟ ଯେ, କାଠ ସାଙ୍ଗଡ଼ାକୁ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପରିଦର୍ଶନ ପାଇଁ ଯାଇଥିଲେ ଜୁନିୟର ମାଇନିଂ ଅଫିସର । ତାଙ୍କ ସହିତ ମାଇନିଂ ବିଭାଗର ଅନ୍ୟ ଜଣେ କର୍ମଚାରୀ ଓ ଡ଼୍ରାଇଭର ମଧ୍ୟ ଥିଲେ । ଜୁନିୟର ମାଇନିଂ ଅଫିସର ଏକ ଫଟୋ ଉଠାଇବା ବେଳେ ଜଣେ ପରେ ଜଣେ ବାଲି…

Read More

କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରି ନେଇଥିଲେ। ଜୟପୁର ଭିଜିଲାନ୍ସର ଡିଏସପି ୩ ଜଣ ଏବଂ ଦୁଇ ଜଣ ଇନ୍ସପେକ୍ଟର ମିଳିତ ଚଢାଉ କରି ସମ୍ପୃକ୍ତ ଜେଇଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛନ୍ତି । ଜେଇଙ୍କ ସେମିଳିଗୁଡା, ଭୁବନେଶ୍ବର ସ୍ଥିତ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l ସମ୍ପୃକ୍ତ ଜେଇ ଲମତାପୁଟ ବ୍ଲକରେ ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ ବହୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ଭିଜିଲାନ୍ସ ନିକଟରେ ଖବର ଥିବାରୁ ଦୀର୍ଘ ଦିନ ଭିଜିଲାନ୍ସ ସ୍କାନରରେ ରହିଥିଲେ ଲ ତେବେ ଜଣେ ଗ୍ରାମ ସାଥୀଙ୍କଠାରୁ ଏହି ଟଙ୍କା…

Read More

ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ପ୍ରସ୍ତୁତି ଜେରଦାର ଚାଲିଛି । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୂଚନା ଦେଇଛନ୍ତି । କହିଛନ୍ତି ରୀତିନୀତି ଦୃଷ୍ଟିରୁ ସବୁ ଠିକ ଅଛି । ଠିକ ସମୟରେ ସରିବ ପହଣ୍ଡିବିଜେ । ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ” । ତେବେ ଅଣସେବାୟତ ରଥ ଉପରକୁ ଗଲେ ପୋଲିସକୁ ଦିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ଅନ୍ତର୍ଜାତୀୟ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାରନ କରାଯିବ ।

Read More

ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ନୂତନ ଅଧ୍ୟକ୍ଷ ହେଲେ ଉତ୍କଳ ରଞ୍ଜନ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉତ୍କଳ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉତ୍କଳ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି, ଏବଂ ସେ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବେ। ଉତ୍କଳ କହିଛନ୍ତି, “ମୁଁ ଗତ 35 ବର୍ଷ ଧରି ସରକାରୀ ଚାକିରିରେ ଅଛି । ବର୍ତ୍ତମାନ ମୁଁ ଏହି ପଦବୀ ଅନୁସାରେ କାମ କରିବାକୁ ମୋର ସର୍ବୋତ୍ତମ ଚେଷ୍ଟା କରିବି।ନୂଆ ଦାୟିତ୍ୱ ନେଇ ରାଜସ୍ଥାନ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ RPSC ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

Read More

ପରିତକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଅଣ୍ଡାରୁ ବାହାରିଲା ନାଗସାପ ଛୁଆ । ଦୀର୍ଘ ୭ ଦିନ ଧରି ଅଣ୍ଡା ଗୁଡ଼ିକୁ ସଂରକ୍ଷିତ ଭାବେ ରଖାଯିବା ପରେ ଅଣ୍ଡାରୁ ନାଗସାପ ଛୁଆ ବାହାରିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ।ହିଞ୍ଜିଳିକାଟୁ ଶ୍ୟାମଲାଇ ଛକରେ ରହୁଥିବା କାହ୍ନୁ ଚରଣ ବିଷୋୟୀଙ୍କ ଘର ବାଡିରେ ଥିବା ଏକ ପିଜୁଳିର ଗଛ କୋରଡରେ ନାଗସାପଟି ଅଣ୍ଡା ଦେଇଥିଲା । ଏହା ଦେଖି ସ୍ନେକହଲପ ଲାଇନ୍ ସଦସ୍ୟଙ୍କୁ ସୂଚନା ଦେଇଥିଲେ ସେ । ଖବର ପାଇ ସ୍ନେକହଲପ ଲାଇନ୍ ସଦସ୍ୟ ସନ୍ଦୀପ ସେଠୀ ପହଞ୍ଚି ନାଗ ସାପ ସହିତ ୧୭ଟି ଅଣ୍ଡାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ଏହାପରେ ବନ ବିଭାଗ ଉକ୍ତ ନାଗ ସାପକୁ ସଂରକ୍ଷିତ ଜଙ୍ଗଲରେ ଛାଡି ଥିବାବେଳେ ଅଣ୍ଡାକୁ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ ରଖିଥିଲା । ଦୀର୍ଘ…

Read More

ସରିଲା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନିଲମ୍ବନ ଅବଧି । ନିଲମ୍ବନ ହଟିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ରାମକୃଷ୍ଣ ଦାସ ମହାପାତ୍ର । ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ ଯୋଗୁ ୩୦ ଦିନ ପାଇଁ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ ହୋଇଥିଲେ । ଶ୍ରୀମନ୍ଦିର ପ୍ରବେଶ ଉପରେ ମଧ୍ୟ ଲାଗିଥିଲା କଟକଣା । ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ବିବାଦକୁ ଆସିଥିଲେ ରାମକୃଷ୍ଣ ଦାସ ମହାପାତ୍ର । ବଳକା ଦାରୁରେ ବିଗ୍ରହ ନିର୍ମାଣ ଏବଂ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣକୁ ପ୍ରତିବାଦ କରିନଥିବାରୁ ନିଆଯାଇଥିଲା ଆକ୍ସନ । କାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଆଜି ଦଇତାପତି ସେବା କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀଜିଉଙ୍କ ସେନାପଟା ଲାଗି ନୀତିରେ ସାମିଲ ହୋଇଛନ୍ତି ।ନିଲମ୍ବନ ତଥା ପରବର୍ତ୍ତୀ ସମୟରେ ରାମକୃଷ୍ଣ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ/…

Read More

ଖୁବଶୀଘ୍ର ହେବ ଅପରେସନ୍ ଆନାକୋଣ୍ଡା-୨। ସରଣ୍ଡା ଜଙ୍ଗଲରେ ହେବ ଅପରେସନ୍‌। ମାଓ ପ୍ରବଣ ଅଞ୍ଚଳରେ ହେବ ଏହି ବଡ଼ କାର୍ଯ୍ୟାନୁଷ୍ଠାନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ଆଦି ସାମିଲ କରାଯିବ।ଜଙ୍ଗଲ ଭିତରେ ଲୁଚି ଥିବା ନକ୍ସଲଙ୍କ ଦମନ ଏହି ଅପରେସନର ମୂଳ ଉଦ୍ଦେଶ୍ୟ । ଏଥିସହ CRPFର ସ୍ଵତନ୍ତ୍ର କ୍ୟାମ୍ପ କରିବା ପାଇଁ ଯୋଜନା ହୋଇଛି । ୨୦୨୬ ଶୁଦ୍ଧା ସରଣ୍ଡା ଜଙ୍ଗଲରୁ ମାଓ ନିପାତ ପାଇଁ ଲକ୍ଷ୍ୟ ରଖିଛି ସୁରକ୍ଷା ବାହିନୀ । ସୁନ୍ଦରଗଡ ବାଙ୍କୋରୁ ବାରୁଦ ଲୁଟ୍ ପରେ ସରଣ୍ଡା ଜଙ୍ଗଲରେ ମାଓବାଦୀ ଥିବା ସ୍ପଷ୍ଟ ହୋଇଥିଲା । ଦୀର୍ଘ ୧୦ଦିନ ଅପରେସନ ଚଳାଇବା ପରେ ଲୁଟ୍ ହୋଇଥିବା ୫ଟନ୍ ବାରୁଦରୁ ପ୍ରାୟ ୪ଟନ୍ ଉଦ୍ଧାର କରିଥିଲେ ମିଳିତ ସୁରକ୍ଷା ବାହିନୀ । କିନ୍ତୁ ଅବଶିଷ୍ଟ ବାରୁଦ ଏଯାଏଁ ଉଦ୍ଧାର ହୋଇପାରିନି ।

Read More

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ।ମନରେଗା ବିଲ୍‌ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗାଇସିଲେଟ JE ସୁସ୍ମିତା ଓରାମ ବିଲ୍‌ କରିବାକୁ ପୂର୍ବତନ ସରପଞ୍ଚଙ୍କ ଠାରୁ ଲାଞ୍ଚ ନେଉଥିଲେ । ପୂର୍ୱରୁ ଛପି ରହିଥିବା ବରଗଡ ଭିଜିଲାନ୍ସ ଟିମ ପହଞ୍ଚି ନଗଦ ଟଙ୍କା ଜବତ କରିଛି । ସୁସ୍ମିତା ଓରାମଙ୍କୁ ଗିରଫ କରିବା ସହିତ ତଦନ୍ତ ଜାରି ରହିଛି ।

Read More

ମଙ୍ଗଳବାର ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ। ସୂଚନାନୁଯାୟୀ, ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ରେଜଲ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ଶିଳ୍ପମନ୍ତ୍ରୀ। ମେ’ ୨ , ୨୦୨୫ ରେ ଓଜେଇଇ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ୩ଟି ପର୍ଯ୍ୟାୟରେ ହୋଇଥିଲା ଏହି ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ୨ୟ ପର୍ଯ୍ୟାୟ ପରୀକ୍ଷା ଦିନ ୧୨ଟା ୩୦ରୁ ୨ଟା ୩୦ ଯାଏ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା।

Read More