Author: sanitelevision

ପାର୍ଟପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା। ଯେଉଁମାନେ ପ୍ଲଟିଂ କରି ବିକ୍ରି କରୁଥିଲେ, ସେମାନେ ଲେ ଆଉଟ୍ ପସ୍ତୁତ କରିବାକୁ ପଡ଼ିବ। ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ।ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ଏବଂ ଲୋକ କ୍ଷତିରେ ଏବଂ ହଇରାଣ ହେଉଥିଲେ । ସମସ୍ତ ଷ୍ଟେକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି । କେବଳ ଘର ବାଡ଼ି ଜମିରେ କଟକଣା ରହିଛି ।ଗତକାଲି ଆସିଥିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)2ୟ ସଂଶୋଧନ ରୁଲ୍ । ଏହି ନିୟମ ଅନୁଯାୟୀ, ଥରକେ ୫ ଶହ ବର୍ଗମିଟର କରିହେବ ବିକ୍ରି। ବିନା ଅନୁମୋଦନରେ…

Read More

ଏକ ନୂଆ UN ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ ରହିଛି। ରିପୋର୍ଟ ଅନୁଯାୟୀ ଦେଶର ମୋଟ ପ୍ରଜନନ ହାର (TFR) ପୂର୍ବ ତିସ୍ଥାପନ ସ୍ତର (replacement rate)ରୁ ହ୍ରାସ ପାଇଛି ବୋଲି ଜଣାଇଛି।ଭାରତରେ ମୋଟ ପ୍ରଜନନ ହାର (TFR) ବର୍ତ୍ତମାନ ପ୍ରତି ମହିଳାଙ୍କ ପାଇଁ ୨.୦ ସନ୍ତାନ। ଏହାର ଅର୍ଥ ହେଉଛି ଯେ, ଭାରତରେ ଜଣେ ମହିଳାଙ୍କ ପ୍ରଜନନ ବର୍ଷ (ସାଧାରଣତଃ ୧୫-୪୯ ବର୍ଷ ବୟସ) ମଧ୍ୟରେ ହାରାହାରି ୨ଟି ସନ୍ତାନ ହେବାର ଆଶା କରାଯାଏ। ନମୁନା ପଞ୍ଜିକରଣ ପ୍ରଣାଳୀ (SRS)ର ୨୦୨୧ ରିପୋର୍ଟ ଅନୁଯାୟୀ, ଏହି ହାର ୨୦୨୦ ପରଠାରୁ ସ୍ଥିର ରହିଛି।ଦେଶର ୬୮% ଜନସଂଖ୍ୟା (୧୫-୬୪ ବର୍ଷ) କାର୍ଯ୍ୟକାରୀ ବୟସ୍କ (working age), ଯଦି ପର୍ଯାପ୍ତ ଚାକିରି ଓ ନୀତିଗତ ସମର୍ଥନ ମିଳୁଥାଏ ତେବେ ଏହା ଜନସଂଖ୍ୟିକ ଲାଭ (demographic…

Read More

ଦେବସ୍ନାନ ପୂର୍ଣ୍ଣିମାରେ ହୁଏ ମହାପ୍ରଭୁଙ୍କ ମହାସ୍ନାନ ଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ । ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯିବ ।ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ‘ସୁନା କୂଅ’ । ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ , ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ଏବଂ ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।୧୦୮ ଗରା ଜଳରେ ଅଷ୍ଟବନ୍ଧ,…

Read More

ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଅମାନିଆଙ୍କୁ ଜୋରିମାନା ଦେବାକୁ ପଡ଼ିବ। କଟକ ମହାନଗର ନିଗମ (ସିଏମସି) ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ ୨୦୦ ଟଙ୍କା ଜୋରିମାନା ଭରଣା କରିବାକୁ ପଡ଼ିବ। ଖୁବ୍‌ଶୀଘ୍ର ନଗର ନିଗମ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରିବ ବୋଲି ଜଣାପଡ଼ିଛି।ପ୍ରଥମେ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ସର୍ବନିମ୍ନ ଜୋରିମାନା ଆଦାୟ କରାଯିବ;​‌ ମାତ୍ର ପୁନର୍ବାର ଖିଲାପ କଲେ ଜୋରିମାନା ଦୁଇଗୁଣ ଆଦାୟ କରାଯିବ। ନିଗମ ଦ୍ବାରା ଘରକୁ ଘର ଅଳିଆ ସଂଗ୍ରହ ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ ଲୋକମାନେ ସଚେତନ ଅଭାବରୁ ରାସ୍ତାଘାଟ ସଫେଇ ହେବା ପରେ ରାସ୍ତାରେ ଅଳିଆ ପକାଉଛନ୍ତି। ଘର ଦ୍ବାରମୁହଁକୁ ଗାଡ଼ି ଯାଉଥିଲେ ସୁଦ୍ଧା ଆବର୍ଜନା ଅଧିକାଂଶ ନ ଦେଇ ଘର ସମ୍ମୁଖ ରାସ୍ତାକଡ଼ରେ ଗଦା କରୁଛନ୍ତି। ଏହାଦ୍ବାରା ପରିବେଶ…

Read More

ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର, ଜୁନ୍ ୧୨ ତାରିଖରୁ ଆବୁଧାବିକୁ ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏୟାରଲାଇନ୍ସର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହି ନନ୍-ଷ୍ଟପ୍ ବିମାନ ସେବା ମାଧ୍ୟମରେ ସପ୍ତାହରେ ତିନିଥର ବୁଧବାର, ଶୁକ୍ରବାର ଏବଂ ରବିବାର ଉଡ଼ାଣ କରି ଭୁବନେଶ୍ୱରକୁ ଆବୁଧାବି ସହିତ ସଂଯୋଗ କରିବ।ଭୁବନେଶ୍ୱରରୁ ପୂର୍ବାହ୍ନ ୯ଟା ୩୫ରୁ ଉଡ଼ାଣ ଆରମ୍ଭ କରି, ବିମାନଟି ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୩୫ରେ ୟୁଏଇର ରାଜଧାନୀରେ ଅବତରଣ କରିବ। ପ୍ରାୟ ଚାରି ଘଣ୍ଟା ତିରିଶ ମିନିଟ୍‌ରେ ଇଣ୍ଡିଗୋ ବିମାନ ନିଜର ଯାତ୍ରା ସମାପ୍ତ କରିବ । ପ୍ରତ୍ୟାବର୍ତ୍ତନ ପର୍ଯ୍ୟାୟରେ ସ୍ଥାନୀୟ ସମୟ ଅନୁସାରେ ରାତି ୨ଟା ୩୫ରେ ଆବୁଧାବିରୁ ଉଡ଼ାଣ କରିବ ଏବଂ ପୂର୍ବାହ୍ନ ୮ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବ।ୟୁଏଇ, କତାର ଏବଂ ଓମାନରେ ବହୁସଂଖ୍ୟକ ଓଡ଼ିଆ କାମ କରୁଥିବାରୁ, ଏହି ନୂତନ ଆବୁଧାବି ସଂଯୋଗ କର୍ମଚାରୀ ଏବଂ…

Read More

ଅହଙ୍କାରର ଚରମ ସୀମାରେ ମମତା ବାନାର୍ଜୀ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମମତାଙ୍କୁ କଡ଼ା ଭର୍ତ୍ସନା କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପ୍ରସଙ୍ଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଏଯାଏଁ ଚିଠିର କୌଣସି ଉତ୍ତର ମିଳଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ଅଗ୍ରହଣୀୟ । ତାଙ୍କ ଅହଙ୍କାର ଏବେ ଚରମ ସୀମାରେ ପହଞ୍ଚିଛି । ଯାହାର ଜବାବ ଲୋକେ ଦେବେ ବୋଲି ମୋହନ ସରକାର ଗଣ ମାଧ୍ୟମଙ୍କୁ କହିଛନ୍ତି । ଆଦି ଗୁରୁ ଶଙ୍କରାଚାର୍ଯ୍ୟ ବି କହିଛନ୍ତି- ଜଗନ୍ନାଥ ଧାମ ଆସ୍ଥା ବିଶ୍ୱାସ ସହିତ ଜଡ଼ିତ । କୌଣସି ବ୍ୟକ୍ତି କିମ୍ବା କୌଣସି ସରକାର ଧାମକୁ ପରିବର୍ତ୍ତନ କରିପାରିବେ ନାହିଁ । ସେପଟେ…

Read More

ଯାଜପୁରରେ ଡାଇରିଆ ଆତଙ୍କ । ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ରୁ ଊର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଝାଡାବାନ୍ତି ଆକ୍ରାନ୍ତ ହୋଇଥିବା ବେଳେ ଦାନଗଦୀ ଓ ବ୍ୟାସନଗର ଅଞ୍ଚଳର ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆକ୍ରାନ୍ତମାନେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯାଜପୁର ରୋଡ୍ ମେଡିକାଲରେ ଗୁରୁତର ଥିବା ୧୧ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଜିଲ୍ଲାରେ ଭୟ ବଢୁଥିବା ବେଳେ ଯାଜପୁର ଜ଼ିଲ୍ଲାପାଳ ନିଜେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରିଛନ୍ତି । ହସ୍ପିଟାଲରେ ଅତିରିକ୍ତ ଡାକ୍ତର ମୁତୟନ କରିବା ସହ ଔଷଧ ମହଜୁଦ…

Read More

ମଙ୍ଗଳବାର ରାତିରେ ଇନ୍ଦୋରର ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲେ।ଏହି ସମସ୍ତ ଘଟଣା ପୋଲିସ ଏବଂ ଗଣମାଧ୍ୟମ ଉପସ୍ଥିତିରେ ହିଁ ଘଟିଥିବା ଖବର ମିଳୁଛି । ସେହି ଭିଡିଓ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୂଚନାମୁତାବକ ମେଘାଳୟ ପୋଲିସ ଦଳ ଚାରି ଜଣ ଅଭିଯୁକ୍ତଙ୍କୁ ନେଇ ବିମାନବନ୍ଦର ଭିତରକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ସେହି ସମୟରେ, ତାଙ୍କ ଲଗେଜ ସହିତ ଠିଆ ହୋଇଥିବା ଜଣେ ଯାତ୍ରୀ ହଠାତ୍‌ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ଚାପୁଡ଼ା ମାରି ଦେଇଥିଲେ। ହତ୍ୟା ଉପରେ ଅସନ୍ତୋଷ ପ୍ରକାଶ କରିବା ପାଇଁ ସେ ଏପରି କରିଥିବା ବିଶ୍ୱାସ କରାଯାଉଛି।

Read More

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ । ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଇଛନ୍ତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।ଏଥି ପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍‌ରୁ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ମଙ୍ଗଳର୍ପଣ ସକାଳ ୫.୩୨ ଆରମ୍ଭ ହୋଇଥିଲା । ଏହା ପରେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହେଲା । ସେହିପରି ମା ସୁଭଦ୍ରାଙ୍କ ପହଣ୍ଡି ୬.୬ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ୬.୨୨ ମିନିଟରେ ଆରମ୍ଭ ହୋଇଥିଲା ।ସେପଟେ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । ୧୫ ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ…

Read More

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ । ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ । ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ହୋଇଥିଲା ।ଚଳିତ ବର୍ଷ ସମୁଦାୟ 92,488 ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ 80,324 ପରୀକ୍ଷାର୍ଥୀ (86.84 ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ତେବେ ବିଫାର୍ମାରେ ଯତନୀ ମେହେର ଟପ୍ପର୍ । ଏମବିଏରେ ଅନୁରାଗ ମିଶ୍ର ଟପ୍ପର୍ ଏବଂ ଏମସିଏରେ ଏସ୍ ସିଶେନ୍ଦ୍ରୀ ଟପ୍ପର୍ ।ହିତେଶ କୁମାର ଧଳ ଏମ୍. ଫାର୍ମା, ଅସ୍ମିତା ସୁବୁଦ୍ଧି ଏମ୍.ଆର୍କ ଟପ୍ପର୍ । ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ.ପ୍ଲାନ ଟପ୍ପର ।

Read More