Author: sanitelevision

ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ମନୀଷଙ୍କୁ ଜାମିନ ପ୍ରଦାନ କଲେ ମାଲକାନଗିରି SDJM କୋର୍ଟ । ୫୦ ହଜାର ଟଙ୍କାର ୨ଟି ମୁଚାଲିକା ବଦଳରେ ତାଙ୍କୁ ଜାମିନ ମିଳିଛି । ପ୍ରକାଶଥାଉକି, 2019 ଡିସେମ୍ବର 27ରେ ସନ୍ଦେହ ଜନକ ଭାବେ ନିଖୋଜ ହୋଇଯାଇଥିଲେ ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ଅନୀଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା । ଦିନକ ପରେ ମାଲକାନଗିରି ସତିଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଠାବ ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ମୃତ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ସ୍ବାମୀଙ୍କ ମୃତ୍ୟୁ ପାଇଁ ସେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଦାୟୀ କରିଥିଲେ ।ବନଜା, ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇ କୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Read More

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ । ରାସ୍ତାରୁ ପାଖାପାଖି ୧୫ରୁ ୨୦ ଫୁଟ ତଳକୁ ଖସିଯାଇଛି ଆମ୍ବୁଲାନ୍ସ । ଗତକାଲି ଏମକେସିଜି ହସ୍ପିଟାଲରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ରାୟଗଡା ଜିଲ୍ଲାର ଗୋଇବନ୍ଧା ଘାଟିରେ ଘଟିଛି ଦୁର୍ଘଟଣା । ଆମ୍ବୁଲାନ୍ସର ଆଟେଣ୍ଡାଣ୍ଟ ଓ ଫାର୍ମାସିଷ୍ଟ ଏଥିରେ ଆହତ ହୋଇଛନ୍ତି।ଘାଟିରେ ବ୍ରେକ୍ ମାରିବାକୁ ଅନେକ ଚେଷ୍ଟା କରୁଥିଲେ ବି ବ୍ରେକ୍ ଫେଲ୍ ହେବାରୁ ଗାଡ଼ିକୁ ନିୟନ୍ତ୍ରଣ କରିବା ଡ୍ରାଇଭର ପକ୍ଷରେ ସମ୍ଭବ ନଥିଲା । ଆଉ ଶେଷରେ ଘାଟି ତଳକୁ ଖସିପଡ଼ିଥିଲା ଆମ୍ବୁଲାନ୍ସ । ଗତ ୨ ଦିନ ତଳେ ଆମ୍ବୁଲାନ୍ସର ବ୍ରେକ୍ ମରାମତି କରାଯାଇଥିଲେ ବି ଭଲଭାବରେ କାମ ହୋଇନଥିବାରୁ ଏଭଳି ସମସ୍ୟା ହୋଇଥାଇପାରେ ବୋଲି ଡ୍ରାଇଭର ଜଣକ କହିଛନ୍ତି ।

Read More

ଏବେ କେନ୍ଦ୍ର ସରକାର ଆଶ୍ୱସ୍ତିକର ଖବର ଦେଇଛନ୍ତି। ସରକାର ଅଶୋଧିତ ଖାଇବା ତେଲ ଉପରେ ମୌଳିକ କଷ୍ଟମ୍ସ ଡ୍ୟୁଟି (BCD) ୨୦% ରୁ ୧୦%କୁ ହ୍ରାସ କରିଛନ୍ତି। ଏହି ହ୍ରାସ ଅଶୋଧିତ ସୂର୍ଯ୍ୟମୁଖୀ, ସୋୟାବିନ୍ ଏବଂ ପାମ୍ ତେଲ ଉପରେ ଲାଗୁ ହେବ। ଏହି ନିଷ୍ପତ୍ତି ସହିତ, ଅଶୋଧିତ ଏବଂ ରିଫାଇନ୍ ତେଲ ମଧ୍ୟରେ ଆମଦାନୀ ଶୁଳ୍କରେ ପାର୍ଥକ୍ୟ ୮.୭୫% ରୁ ୧୯.୨୫%କୁ ବୃଦ୍ଧି ପାଇଛି।ସେପ୍ଟେମ୍ବର ୨୦୨୪ରେ, ସରକାର ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଆମଦାନୀ ଶୁଳ୍କ ବୃଦ୍ଧି କରିଥିଲେ। କିନ୍ତୁ ଏହି ନିଷ୍ପତ୍ତିର ବିପରୀତ ପ୍ରଭାବ ପଡ଼ିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ତୈଳ ଦର ବୃଦ୍ଧି ପାଇଲା, ଏବଂ ଉଭୟର ମିଳିତ ପ୍ରଭାବ ଭାରତରେ ଖାଦ୍ୟ ତେଲର ମୂଲ୍ୟ ଆହୁରି ବୃଦ୍ଧି ପାଇଲା। ସାଧାରଣ ଲୋକଙ୍କ ରୋଷେଇ ଘରେ ଏକ ଅସନ୍ତୋଷ ପ୍ରକାଶ ପାଇଲା।

Read More

ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ କରିଥାଏ । ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର ବିଡମ୍ବନାର ବିଷୟ, ସମସ୍ତେ ଏହି ଯୋଜନାର ଉପକୃତ ହୋଇପାରୁନାହାନ୍ତି। ତେବେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପ୍ରଥମେ ଶିଶୁ ଶ୍ରମିକ ପ୍ରଥା ରୋକିବା ପ୍ରସଙ୍ଗ ଉଠାଇଥିଲେ। ୨୦୦୨ରେ ଏନେଇ ସର୍ବସମ୍ମତି କ୍ରମେ ଏକ ଆଇନ ପାରିତ ହେଲା। ଯେଉଁଥିରେ ୧୪ ବର୍ଷରୁ କମ ପିଲାଙ୍କୁ ଶିଶୁ ଶ୍ରମ ଏକ ଅପରାଧ ବୋଲି କୁହାଯାଇଥିଲା। ମାତ୍ର ଏବେ ବି ପିଲାମାନେ ହୋଟେଲ, ଇଟାଭାଟି, ଫ୍ୟାକ୍ଟ୍ରି ରେ…

Read More

କିଛିଦିନର ବିରତି ପରେ ପୁଣି ଫେରିଲା ମୌସୁମୀ। ତାତିରେ ଲାଗିଲା ବ୍ରେକ୍। ଆସନ୍ତା ଦୁଇଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମି ଜନିତ ପ୍ରବଳ ବର୍ଷା ହେବା ନେଇ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I ପୁଣି ଏଭଳି ପରିସ୍ଥିତିରେ ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ, ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ବିଭାଗ I ଗୁରୁବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସହ ରାୟଗଡ଼ା, ମାଲକାନଗିରି, କୋରାପୁଟ, ଢେଙ୍କାନାଳର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ୨୫ ଜିଲ୍ଲାରେ ଘଡ଼ଘଡ଼ି ଏବଂ ପବନ ଆଶଙ୍କା ଅଛି। ୧୩ରୁ ୧୭…

Read More

ଆଜିଠାରୁ ଆରମ୍ଭ ହେଇଛି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ୧୪ଦିନ ଧରି ଠାକୁର ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରିପାରିବେ । ଏହି ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। । ସୁରକ୍ଷା ପାଇଁ ବ୍ୟାପକ ‌ପୁଲିସ ମୁତୟନ ହେବେ । ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍‌ସନ ଫୋର୍ସ ସାଦା ପୋଷାକରେ ରହିବେ । ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍‌ପି, ୩ ଜଣ ଇନ୍‌ସପେକ୍ଟ, ୧୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪ ଜଣ ହାବିଲଦାର, ୬ ଜଣ କନଷ୍ଟେବଳ, ୫୬ ଜଣ ଗୃହରକ୍ଷୀ, ୧୦ ଜଣ ଟ୍ରାଫିକ ପୁଲିସ ଉପସ୍ଥିତ ରହିବେ । ସକାଳ ୬ଟାରୁ ଆରମ୍ଭ ହୋଇଛି ଅଲାରନାଥଙ୍କ ସାଧାରଣ ଦର୍ଶନ । ମହାପ୍ରଭୁଙ୍କର ଏହି ପୀଠରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ରହିବ ।

Read More

ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ପୂର୍ଣ୍ଣିମା ରାତିରେ ଷ୍ଟ୍ରବେରୀ ଚନ୍ଦ୍ର ଦୃଶ୍ୟମାନ ହେବ । ଏଥରର ଷ୍ଟ୍ରବେରୀ ଚନ୍ଦ୍ର କେବଳ ଏହାର ନାମ କିମ୍ବା ରଙ୍ଗ ପାଇଁ ନୁହେଁ, ବରଂ ଏହାର ‘ମାଇକ୍ରୋ ମୁନ୍’ ଏବଂ ‘ମେଜର ଲୁନାର ଷ୍ଟାଣ୍ଡଷ୍ଟିଲ୍’ ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର । ଯଦିଓ ଏହାର ରଙ୍ଗ ଷ୍ଟ୍ରବେରୀ ପରି ନୁହେଁ, କିନ୍ତୁ ଏହାର ନାମ ଆମେରିକୀୟ ଆଦିବାସୀ ପରମ୍ପରା ସହିତ ଜଡ଼ିତ । ସେଠାରେ ଜୁନ୍ ମାସରେ ଏହି ପୂର୍ଣ୍ଣିମା ପରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହେଉଥିଲା । ସେଥିପାଇଁ ଏହି ଦିନ ଆସୁଥିବା ଜହ୍ନର ରଙ୍ଗ ଦେଖି ତାହାର ନାମକରଣ କରାଯାଇଛି । ଏହି ଦିନ ପ୍ରତି ୧୮.୬ ବର୍ଷରେ ଥରେ ଆସେ ଅର୍ଥାତ୍‌ ଏହା ପରେ ପୁଣି ଏପରି ଚନ୍ଦ୍ର ୨୦୪୩ରେ ଦେଖାଯିବ । ଏହି ସୁଯୋଗ ସମସ୍ତଙ୍କ ପାଇଁ ଏକ ବିରଳ ଅଭିଙ୍ଗତା…

Read More

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଗଜାନନ ବେଶ । ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଦିବ୍ୟସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ । ଏହି ସମୟ ପାଖେଇ ଆସୁଥିବାରୁ ଭକ୍ତମାନଙ୍କ ମନରେ ଉତ୍କଣ୍ଠା ଭରି ଉଠୁଛି । ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି । କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ନଜରରେ ରଖାଯାଇଛି । ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପାଣି ବ୍ୟବସ୍ଥା ହୋଇଛି ।

Read More

ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡ଼ମିସନ । ପରବର୍ତ୍ତୀ ସମୟରେ ଆଧାର କାର୍ଡ କରି ସ୍କୁଲରେ ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ସ୍କୁଲ ଡ୍ରପ୍‌ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି । ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି ଏନେଇ ୧୮ ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Read More

ସ୍ନାନପୂର୍ଣ୍ଣିମାରେ ପୁରୀରେ ହତ୍ୟାକାଣ୍ଡ । ଗୁଡିଆ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ । ତାଙ୍କ ବୟସ ୮୩ ବର୍ଷ ବୋଲି କୁହାଯାଉଛି । ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ କରାଯାଇଥିବା ଅନୁମାନ କରାଯାଉଛି ।ଦେବସ୍ନାନ ପୂର୍ଣ୍ଣମୀରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବାହାରେ ଫିଙ୍ଗିବା ବେଳେ ସିସିଟିଭିରେ ଭିଡିଓ କଏଦ ହୋଇଛି ।

Read More