Author: sanitelevision

ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପାରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ ।ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ବରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରା ପରେ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବର ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ କରାଯାଇଛି । ମହାପ୍ରଭୁ ଦଇତା ପତି ସେବକମାନେ ଏହି ଉପଚାର ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଏହି ଉପଚାର ବିଧି ୧୫ ଦିନ ଧରି ଚାଲିବ । ଏହାକୁ ମହାପ୍ରଭୁଙ୍କ ଅଣସର ନୀତି କୁହାଯାଏ । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟିଦିଅଁ ପୂଜା ପାଆନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ,…

Read More

ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିଲା ନୂଆ ନିୟମ। ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC ଓ୍ଵେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଆଧାର ପ୍ରାମାଣିକରଣ ବାଧ୍ୟତାମୂଳକ କରାଯାଇଛି। ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ଯାଞ୍ଚ ବି ଆବଶ୍ୟକ। AC ପାଇଁ ସକାଳ ୧୦ରୁ ୧୦. ୩୦ ଓ ନନ୍-ଏସି ଶ୍ରେଣୀ ପାଇଁ ୧୧ ଟା ୧୧ଟା ୩୦ ମଧ୍ୟରେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ । IRCTC ଏଜେଣ୍ଟମାନେ ଟିକେଟ୍ ବୁକ୍ କରିପାରିବେ ନାହିଁ। କନଫର୍ମ ତତ୍କାଳ ଟିକେଟ୍ ବାତିଲ କରିବାରେ କୌଣସି ରିଫଣ୍ଡ ମିଳିବ ନାହିଁ। ଯଦି ଟ୍ରେନ୍ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ, ଅନ୍ୟ ରୁଟରେ ଚାଲେ ତେବେ ସଂପୂର୍ଣ୍ଣ ରିଫଣ୍ଡ ମିଳିପାରେ। ସେହିପରି ଗୋଟିଏ PNRରେ ସର୍ବାଧିକ ୪ ଜଣ ଯାତ୍ରୀଙ୍କ ପାଇଁ ଟିକେଟ୍ ବୁକ୍ କରାଯାଇପାରିବ। ଆଧାର ବ୍ୟତୀତ ଅନ୍ୟ ପରିଚୟ ପତ୍ର…

Read More

ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ଯାତ୍ରୀ ଓ ୫୩ ଜଣ ବ୍ରିଟିସ ନାଗରିକ ରହିଥିଲେ । ଏହି ଦୁର୍ଘଟଣା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ଏୟାର ଇଣ୍ଡିଆ । ଯାତ୍ରୀମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡ଼ା ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ନମ୍ବର ଏଆଇ-୧୭୧ରେ ଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଉଛି।ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳଯ଼ ସୂଚନା ଦେଇଛି ଯେ ସହାୟତା ଯୋଗାଯୋଗ ନମ୍ବର ୦୧୧-୨୪୬୨୦୮୪୩ ଏବଂ ୯୬୫୦୩୯୧୮୫୯ରେ ସମସ୍ତ ବିବରଣୀ ମିଳିପାରିବ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ପାଇଁ ମନ୍ତ୍ରଣାଳଯ଼ରେ ଏକ ପରିଚାଳନା ନିଯ଼ନ୍ତ୍ରଣ କକ୍ଷ ଖୋଲାଯାଇଛି। ଯାତ୍ରୀଙ୍କ ସହାଯ଼ତା ପାଇଁ…

Read More

ଉଡ଼ାଣ ଭରିବା ସମୟରେ କ୍ରାଶ୍‌ ହେଲା ବିମାନ । ବଡ଼ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବିମାନ AI171 । ତେବେ ଦୁର୍ଘଟଣାରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମୃତହେଦକୁ ଅଧାରକରି ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୧୭୦ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ବିମାନ ଯାତ୍ରୀ କେତେଜଣ ଏବଂ ସାଧାରଣ ବ୍ୟକ୍ତି କେତେଜଣ ତାହା ସ୍ପଷ୍ଟ ହୋଇପାରି ନାହିଁ।ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ । ଯେଉଁଥିରେ ୨୩୦ ଯାତ୍ରୀ ଏବଂ ୧୨ କ୍ରୁ ମେମ୍ବର ସାମିଲ ଥିଲେ । ଦୁର୍ଘଟଣା ଅହମ୍ମଦାବାଦର ମେଘାନିନଗର ଅଞ୍ଚଳରେ ଘଟିଛି। ଉଡ଼ାଣ ଭରିବାର କିଛି ସମୟ ପରେ କ୍ରାସ ହୋଇଥିଲା। । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ…

Read More

ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ। ଏଥିସହ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ନବୀନ ‘ଏକ୍ସ’ରେ ଲେଖିଛନ୍ତି, ‘‘ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ଶୁଣି ଗଭୀର ମର୍ମାହତ, ଯେଉଁଥିରେ ଶତାଧିକ ଲୋକ ଯାତ୍ରା କରୁଥିଲେ। ଏହି ଦୁଃଖଦ ଘଟଣାରେ ଗଭୀର ଭାବରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ପ୍ରାର୍ଥନା।’’ ସୂଚନାମୁତାବକ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦୁର୍ଘଟଣାସ୍ଥଳରୁ ଆକାଶରେ ଘନ କଳା ଧୂଆଁ ଉଡ଼ୁଥିବା ଦେଖାଯାଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏୟାର ଇଣ୍ଡିଆର ବିମାନ AI-171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା। ୨୪୨ ଜଣ ଯାତ୍ରୀ ଏଥିରେ ଥିଲେ

Read More

ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନର ପାଇଲଟଙ୍କ ନାମ କ୍ୟାପ୍ଟେନ ସୁମିତ ସବରୱାଲ।ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ଜଣକ କ୍ରାସ୍ ହେବା ନେଇ ଏଟିଏସକୁ ସୂଚନା ଦେଇଥିଲେ । ଏହାସହ ବିପଦ ନେଇ ମଧ୍ୟ ସଙ୍କେତ ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ହିଁ, ବିମାନଟି କ୍ରାସ୍ କରିଯାଇଥିଲା ।କ୍ୟାପ୍ଟେନ ସୁମିତ ସବରୱାଲ ୮୨୦୦ ଘଣ୍ଟା ଅଭିଜ୍ଞତା ସହିତ ଜଣେ LTC। ସହ-ପାଇଲଟଙ୍କ ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା। TC ଅନୁଯାୟୀ, ବିମାନଟି ଅହମ୍ମଦାବାଦରୁ ରନୱେ ୨୩ରୁ ୧୩୩୯ IST (୦୮୦୯ UTC) ରେ ଉଡ଼ାଣ କରିଥିଲା। ରନୱେ ୨୩ ରୁ ଉଡ଼ାଣ ଆରମ୍ଭ କରିବା ପରେ ତୁରନ୍ତ ବିମାନଟି ବିମାନବନ୍ଦର ପରିଧି ବାହାରେ ତଳେ ପଡ଼ିଗଲା। ଦୁର୍ଘଟଣାସ୍ଥଳରୁ ପ୍ରବଳ କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା।ଆହମ୍ମଦାବାଦର ଏୟାର ଇଣ୍ଡିଆ…

Read More

ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଆସନ୍ତା ସୋମବାର ୧୬ ତାରିଖ ନନ୍ଦନକାନନ ଖୋଲା ରହିବ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ତେବେ ସୋମବାର ପରିବର୍ତ୍ତେ ମଙ୍ଗଳବାର ଅର୍ଥାତ୍ ୧୭ ତାରିଖ ଦିନ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ। କାରଣ ଓଡ଼ିଶାର ଗଣପର୍ବ ରଜ ୧୪ ତାରିଖ ଠାରୁ ଆରମ୍ଭ ହେଉଛି । ୧୬ ତାରିଖ ସୋମବାର ଶେଷ ରଜ ଓ ରଜ ସଂକ୍ରାନ୍ତି। ରଜ ୩ ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।

Read More

ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ବଡ଼ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍ ଅଫ୍ ସମୟରେ ବିମାନ କ୍ରାସ୍ ହୋଇଥିବା କୁହାଯାଉଛି ।ବିମାନ ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି । ସେ କେନ୍ଦ୍ର ସରକାରଙ୍କ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।ତେବେ ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ଆଜି ଅପରାହ୍ନ ସମୟରେ ବିମାନ ଦୁର୍ଘଟଣା ଘଟିଥିଲା, ଯାହାର ଭୟଙ୍କର ଚିତ୍ର ଏବେ ସାମ୍ନାକୁ ଆସୁଛି । ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ପ୍ଲେନ୍ କ୍ରାସ୍ କରିବା ପରେ ପରିବେଶ କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନି । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା…

Read More

ପ୍ରଥମ ଚୟନ ପାଠ୍ୟକ୍ରମ ପରିସଂଖ୍ୟାନ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ପ୍ରଥମ ଚୟନ ୟୁ.ଜି. ପାଠ୍ୟକ୍ରମରେ ପର୍ଯ୍ୟାୟ-୧ ପ୍ରବେଶର ମେଧା ତାଲିକା ଆଜି ପୂର୍ବାହ୍ନ ୧୧.୦୦ ଟାରେ ପ୍ରକାଶିତ ହୋଇଛି।ସୂଚନା ଅନୁସାରେ ୟୁ.ଜି. ର ମୋଟ ମଞ୍ଜୁରୀପ୍ରାପ୍ତ ଆସନ ସଂଖ୍ୟା ୨,୭୪,୫୦୯ ରହିଛି । ଚଳିତ ବର୍ଷ ଆବେଦନ କରିଥିବା ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨,୬୫,୫୯୦ ଥିବା ବେଳେ ମନୋନୀତ ଛାତ୍ରଙ୍କ ସଂଖ୍ୟା ୧,୭୫,୭୨୨ ରହିଛି । ମୋଟ ପୁରୁଷ ମନୋନୀତ ସଂଖ୍ୟା ୭୦,୭୪୫ ମହିଳା ମନୋନୀତ ସଂଖ୍ୟା ୧,୦୪,୯୬୭ ରହିଛି । ଟ୍ରାନ୍ସଜେଣ୍ଡର ମନୋନୀତ ୧୦ ରହିଛି ।ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% କଟ୍‌ଅଫ୍‌ ମାର୍କ ରହିଥିବା ବେଳେ ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭%, ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଛି।ସୂଚନା ଥାଉକି, ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡ୍‌ରେ ନାମ ଲେଖାଯିବ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ରୁ ୧୭ତାରିଖ ମଧ୍ୟରେ…

Read More

ଗୁରୁବାର ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଏହା ଜୁନ୍‌ ୨୧ ଯାଏ ଗଡ଼ିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରୀ ଯୋଜନା ସମ୍ବନ୍ଧରେ ଲୋକକଙ୍କୁ ସଚେତନତା କରିବା। ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷ । ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବାଣ୍ଟିବ । ସୁଭଦ୍ରା ଯୋଜନା, ପଛୁଆ ବର୍ଗ ସଂରକ୍ଷଣ, ଇନପୁଟ ସହାୟତା ଭଳି ବିଭିନ୍ନ ବାର୍ତ୍ତା ବାଣ୍ଟିବ ଏହି ବିକାଶ ବାହନ । ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ ବାହନ ବୁଲିବ। ଏଥିସହିତ ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଏହି ଯାନ ବୁଲି ସଚେତନ କରିବ।

Read More