Author: sanitelevision

ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।ଏମାନେ ମାଓବାଦୀଙ୍କ ଏଓବି ଅର୍ଥାତ୍ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ସହ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁ ହେବ।ସେହିପରି ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ପରିମାଣ ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଦୈନିକ ଟ୍ରେନିଙ୍ଗ ଭତ୍ତା ପରିମାଣ ୨୮ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ମେ ପହିଲାଠାରୁ ଲାଗୁ ହେବ।

Read More

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ର ପାତ୍ର ।ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି ଏବଂ ଲୁଣ ।ପାଇଲଟ୍ ପ୍ରକଳ୍ପ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ସବୁିଧା ଉପଲବ୍ଧ କରାଯିବା ନେଇ କହିଛନ୍ତି ମନ୍ତ୍ରୀ ।ମଧ୍ୟବିତ୍ତ ବର୍ଗ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଯୋଗ୍ୟତା ମାପଦଣ୍ଡ କ’ଣ ରହିବ ସେ ନେଇ ବିଭାଗ ଗାଇଡଲାଇନ ପ୍ରସ୍ତୁତ କରୁଛି । ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି । ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

Read More

ଆଜି ପୁଣି ବଢ଼ିଲା ସୁନା ଦର । ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି ।୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୪୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୯୯,୨୮୦ ଟଙ୍କା ଥିଲା । ଏଥିରେ ୨,୧୨୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୯୫୦ ଟଙ୍କା ହୋଇଛି । ଗତକାଲି ୯୧,୦୦୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୭୬,୦୫୦ ଟଙ୍କା ରହିଛି । ଗତକାଲି ୭୪,୪୬୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ବୃଦ୍ଧି ହୋଇଛି ।

Read More

ବାଲି ମାଫିଆଙ୍କ ଦାଦାଗିରି । ରାତି ଅଧରେ ଜୁନିଅର ମାଇନିଂ ଅଫିସରଙ୍କୁ ଆକ୍ରମଣ । ବେଆଇନ ବାଲି ଖାଦାନରେ ଚଢଉ କରି ଫେରିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଚଢାଉ କରିଥିଲେ ଜଳେଶ୍ବର ଜୁନିୟର ମାଇନିଂ ଅଫିସର ଜିତେନ୍ଦ୍ର ଦାସ । ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଥିବା ବେଳେ ମାଫିଆଙ୍କୁ ଧରିବାକୁ ଚଢ଼ାଉ କରାଯାଇଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନକୁ ଭୟ କରିବା ବଦଳରେ ଫେରିବା ବାଟରେ ଅଧିକାରୀଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିଛନ୍ତି ବାଲି ମାଫିଆ । ଏନେଇ ଜଳେଶ୍ୱର ଥାନାରେ ଏତଲା ଦିଆଯାଇଛି ।

Read More

ସାରା ଦେଶକୁ ସ୍ତବ୍ଧ କରିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣା । ତେବେ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ନାଁ ରମେଶ ବିଶ୍ୱାସ କୁମାର ବଚୁରୱାଡ଼ା । ତାଙ୍କୁ ସିଟ୍ ନଂ 11Aରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି । ଉଦ୍ଧାର ପରେ ସେ ନିଜେ ଚାଲି ଚାଲି ଦୁର୍ଘଟଣାସ୍ଥଳରୁ ବାହାରିଥିଲେ । ରାସ୍ତାରେ ତାଙ୍କୁ ଦେଖି ସଭିଏଁ ଚକିତ ହୋଇଯାଇଥିଲେ ।ଆଜି ରମେଶ ବିଶ୍ୱାସ କୁମାରଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ।ହସ୍ପିଟାଲ ବେଡ୍‌ରେ ଶୋଇଥିବା ବିଶ୍ୱାସ କୁମାର ଏକ ନ୍ୟୁଜ୍‌ ଚ୍ୟାନେଲକୁ ନିଜର ଅନୁଭବ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବିମାନଟି ରନୱେରେ ଗତି ବଢ଼ାଇବା ଆରମ୍ଭ କରିବା ମାତ୍ରେ କିଛି ଅଜଣା ଅନୁଭବ ହୋଇଥିଲା। ହଠାତ୍‌ ୫-୧୦ ସେକେଣ୍ଡ ପାଇଁ ସବୁକିଛି ଯେପରି ଅଟକି ଯାଇଥିଲା। କେବଳ ନୀରବତା…, ତା’ପରେ ହଠାତ୍‌ ସବୁଜ…

Read More

ଅହମ୍ମଦାବାଦ ବିମାନ ଦୁର୍ଘଟଣା ଯୋଗୁଁ ସମଗ୍ର ଦେଶ ଶୋକରେ ବୁଡ଼ି ରହିଛି । ଗୁରୁବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଭରିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଯାତ୍ରୀଙ୍କ ସମେତ ମୋଟ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିଲା।ଏହି ଭୟଙ୍କୟ ବିମାନ ଦୁର୍ଘଟଣାରେ ମଣିପୁର ଦୁଇ ଯୁବ ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର। ନଗନଥୋଇ ଶର୍ମା ଏବଂ ଲାମନୁନଥେମ ସିଙ୍ଗସନ୍ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି । ଦୁହେଁ ୧୯ ବର୍ଷ ବୟସରୁ ଏୟାରଲାଇନ୍ସରେ କାମ କରିବା ଆରମ୍ଭ କରିଥିଲେ । ଇମ୍ଫାଲର ଡିଏମ୍ କଲେଜ ଅଫ୍ କମର୍ସରେ କ୍ୟାମ୍ପସ୍ ନିଯୁକ୍ତି ସମୟରେ ଏୟାର ଇଣ୍ଡିଆରେ ନଗନଥୋଇଙ୍କ ଚୟନ ହୋଇଥିଲେ । ଏପ୍ରିଲ ୨୦୨୩ରେ ମଣିପୁର ଥୋବାଲ ଥୋବାଲ୍ ଜିଲ୍ଲାର ବାସିନ୍ଦା ନଗନଥୋଇ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ମାତ୍ର ୧୯ ବର୍ଷ ବୟସରେ…

Read More

ଡିଜିଟାଲ ଦସ୍ତଖତ ପାଇଁ 10 ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ। ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଟଙ୍କା ନେଲାବେଳେ ଅନିଲ ପତିଙ୍କୁ CBI କଲା କାବୁ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ।ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରିବା ପରେ ଭୁବନେଶ୍ବର ନେଇ ଯାଇଥିବା ସୂଚନା ।

Read More

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନଟି ଭିତରେ 1.25 ଲକ୍ଷ ଲିଟର ଇନ୍ଧନ ଥିଲା ଏବଂ ଏହା ଏକ କୋଠା ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରୁ ମିଳିଥିବା ଫଟୋଗୁଡ଼ିକରେ କେବଳ କୋଠା ନୁହେଁ ବରଂ ପାଖରେ ଥିବା ପାର୍କିଂରେ ପାର୍କିଂ ହୋଇଥିବା କାରଗୁଡ଼ିକ ମଧ୍ୟ ଜଳି ଯାଇଥିଲା। କିନ୍ତୁ ଜଣେ ବ୍ୟକ୍ତି ବଞ୍ଚିଗଲେ । ତାଙ୍କ ନାମ ରମେଶ ବିଶ୍ୱାସକୁମାର ବୁଚାର୍ଭାଦା। ସେ ଶେଷ ମୁହୂର୍ତ୍ତରେ ବିମାନରୁ ଡେଇଁ ପଡ଼ିଥିଲେ ବୋଲି ଜଣାପଡ଼ିଛି। ରମେଶ ନିଜକୁ ଦୁର୍ଘଟଣାରୁ ଉଦ୍ଧାର କରିବା ପରେ ଆହତ ଅବସ୍ଥାରେ ଚାଲି ଚାଲି ଯାଉଥିବା ଦେଖାଯାଇଛି।ଅହମ୍ମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ପୋଲିସ ସିଟ 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛନ୍ତି। ବ୍ୟକ୍ତିଙ୍କୁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କର ଚିକିତ୍ସା ଚାଲିଛି।ମିଳିଥିବା ସୂଚନା ଅନୁସାରେ, ୪୦ ବର୍ଷୀୟ ବିଶ୍ୱାସ କୁମାର ନୂଆ ଜୀବନ ପାଇବା ପରେ, ନିଜେ ଲୋକଟାଙ୍କୁରା କାହାଣୀ ବଖାଣିଛନ୍ତି । ସେ କହିଛନ୍ତି,…

Read More

ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ସମୟାନୁବର୍ତ୍ତୀତାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ସୁଶାସନର ପ୍ରାଥମିକ ଆବଶ୍ୟକତା । କାର୍ଯ୍ୟାଳୟରେ ସମୟାନୁବର୍ତ୍ତୀ ଉପସ୍ଥିତି ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ । କନିଷ୍ଠ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ । ଅଫିସକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ…

Read More