କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ । ଜଣେ ଯବାନ ଗୁରୁତର । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ବାଙ୍କୋ ସଂଲଗ୍ନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।ଗୁରୁତର ସିଆରପିଏଫ୍ ଯବାନଙ୍କୁ ଏଆରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପି ପହଞ୍ଚିଛନ୍ତି । ବିସ୍ଫୋରକ ସାମଗ୍ରୀ ଲୁଟ୍ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ । ଏହାରି ଭିତରେ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।
Author: sanitelevision
ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରୁଛନ୍ତି ପହିଲି ରଜ ।ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ। ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ। ପହିଲି ରଜକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳନ କରାଯାଉଛି। ଘରେ ଘରେ ପିଠା, ମିଠାର ଆସର ଜମିଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ଅବସରରେ ରଜ ମହୋତ୍ସବ ଆୟୋଜନ ହେଉଛି । ଦୋଳି ଖେଳ ସହିତ ପାରମ୍ପରିକ ନୃତ୍ୟ ଗୀତର ପ୍ରତିଯୋଗିତା ମଧ୍ୟ ହେଉଛି । ୩ ଦିନ ଧରି ପାଳନ ହେଉଥିବା ରଜ ଉତ୍ସବକୁ ନେଇ ସବୁଠି ଉତ୍ସବର ପରିବେଶ ଦେଖିବାକୁ…
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ଦୁଇଦିନ ମଧ୍ୟରେ ବିଦର୍ଭ, ଛତିଶଗଡ ଏବଂ ଓଡିଶାର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହେବ । ଏଥି ପାଇଁ ପାଗ ଅନୁକୂଳ ରହିଛି । ତେବେ ରଜ ୩ଦିନରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି। ସମସ୍ତ ୩୦ ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେଓଗଡ଼, ଢେଙ୍କାନାଳ, କେଉଁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର ବୌଦ୍ଧ,ନୂଆପଡ଼ା, ବଲାଙ୍ଗିର,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ,ରାୟଗଡ଼ା, ମାଲକାନଗିରିର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୩୦ରୁ ୪୦ କି.ମି. ବେଗରେ ପବନ…
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ୪୧ଟି ନମୂନା ପରୀକ୍ଷଣରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହ ଜିଲ୍ଲାର ଚାରୋଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଛି । ସମୀକ୍ଷା ବୈଠକରେ ଅଧିକାରୀମାନେ ଜଳବାହିତ ରୋଗର ବୃଦ୍ଧି ପାଉଥିବା ମାମଲାଗୁଡ଼ିକର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ । ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଥିଲେ, ଯାଜପୁରରେ ସଂଗୃହିତ ୪୧ଟି ମଳ ନମୂନା ମଧ୍ୟରୁ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ବ୍ୟାପକ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ଯୋଗୁ ପରିସ୍ଥିତି ନିୟନ୍ତ୍ରଣରେ ଅଛି…
ପୁରୀ ଜିଲ୍ଲା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ୩୦ ଯାତ୍ରୀ ଓ ୧୫ଟି ଗାଡ଼ିକୁ ନେଇ ଉକ୍ତ ଡଙ୍ଗାଟି ଯାଉଥିଲା। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ସୂଚନା ମିଳିଛି।ସାତପଡ଼ାରୁ ଆଜି ଅପରାହ୍ଣ ୪ଟା ୪୫ରେ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ ୧୫ଟି ବାଇକ୍ ରହିଥିଲା। ପ୍ରାୟ ୫ଟା ୨୦ମିନିଟରେ ଚିଲିକାର ମହିଷାତଳ ଠାରେ ପହଞ୍ଚିଥିବା ବେଳେ କୁଦରେ ଅଟକି ଯାଇଛି। ଡଙ୍ଗାରେ ଥିବା ମେସିନ ଭାଙ୍ଗିଯାଇଛି। ଏ କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିପାରି ନାହାନ୍ତି। ଅନ୍ୟ ମତ୍ସ୍ୟଜୀବୀଙ୍କ ଡଙ୍ଗା ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ କାରଣରୁ ଚିଲିକା ବିପର୍ଯ୍ୟୟର ଶିକାର ହେଉଛି। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଚିଲିକା ତାର ପୂର୍ବ…
ଯାଜପୁର ଛଡା ଭଦ୍ରକ ଓ କେନ୍ଦୁଝରରୁ ଆସିଛି ଝାଡ଼ାବାନ୍ତି ବ୍ୟାପିବା ଖବର । ଭଦ୍ରକରେ ପହଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ । କେନ୍ଦୁଝରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଯାଞ୍ଚ କରାଯାଉଛି । ତେବେ ପାଣିରୁ ଝାଡ଼ାବାନ୍ତି ବ୍ୟାପି ଥିବା ସନ୍ଦେହ କରୁଛି ସ୍ବାସ୍ଥ୍ୟ ବିଭାଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସୋଲମପୁର ବିରୋଳି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନ ଦାଣ୍ଡକୁଳ ଓ ତିଖିଲିଆ ଗ୍ରାମରେ ୧୦ରୁ ୧୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ଓ ଅନ୍ୟ ଆକ୍ରାନ୍ତ ରୋଗୀ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଇ ମେଡ଼ିସିନ ଦେଇଛନ୍ତି ।ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ‘ଯାଜପୁର ଝାଡା ବାନ୍ତି ଘଟଣା ପିଇବା ପାଣିରୁ ବ୍ୟାପିଥାଇ ପାରେ ଝାଡାବାନ୍ତି । ଲ୍ୟାବ ରିପୋର୍ଟ ଆସିବା ପାରେ ସ୍ପଷ୍ଟ ହେବ ।’ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଇଛନ୍ତି…
ଓଡିଶାର ଗଣ ପର୍ବ ରଜ । ପ୍ରତିବର୍ଷ ଓଡ଼ିଶାର ଘରେଘରେ ପାଳନ ହୁଏ ରଜ । ଦୋଳି ଲାଗେ, ଘରେ ପିଠା ପଣା ହୁଏ । ଝିଅ ମାନେ ନୂଆ ପୋଷାକ ପିନ୍ଧିଥାନ୍ତି । ଆଉ ବେଶ ଆନନ୍ଦ ଉଲ୍ଲାସର ସହ ରଜ ପର୍ବକୁ ପାଳନ କରାଯାଇଥାଏ । ତେବେ ରାତି ପାହିଲେ ରଜ । ଆଜି ହେଉଛି ସଜବାଜ । ପହିଲି ରଜର ପହିଲି ସ୍ପର୍ଶରେ ପୁଲକ୍କିତ ହୋଇଉଠିବ ଧରା । ରଜକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ସଜେଇ ହେଲେଣି କୁଆଁରୀ । କୁଙ୍କୁମ, ଅଳତା, ମେହେନ୍ଦୀ, ଲିପଷ୍ଟିକ ସାଙ୍ଗକୁ ମଥାରେ ଚିତା ଲଗାଇ ହେଲେଣି ସଜବାଜ ।ରଜ ସଜବାଜରୁ ହିଁ ଗାଁରେ ତାସ ଖେଳର ଆସର ଜମିଲାଣି । ଗାଁରେ ତିନି ଦନି ଧରି ଧୁମଧାମରେ ଚାଲିବ ରଜ ମହୋତ୍ସବ । ପୋଡ ପିଠା ସହ ରଜ ପାନ ଖାଇ ଦୋଳି ଖେଳିବେ କୁଆଁରୀ।ଜ୍ୟେଷ୍ଠ ମାସ ଶେଷ…
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ବାରଣ କରିବାରୁ ତଣ୍ଟିଚିପି ହତ୍ୟା କଲା ପିଶାଚ ସ୍ୱାମୀ । ଯାହାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ଅଞ୍ଜଳି ବେହେରା । ଅଞ୍ଜଳିଙ୍କ ବାପଘର କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ହୋଇଥିବା ସୂଚନା। ସେ ୧୧ ବର୍ଷ ତଳେ ଅଁଳାକଟା ଗାଁର ଦିଲେଶ୍ୱର ବେହେରାଙ୍କୁ ବିବାହ କରିଥିଲେ। ଏଥିସହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି। ଅଞ୍ଜଳିଙ୍କ ସ୍ବାମୀ ଦିଲେଶ୍ୱର ଗତ ଦୁଇ ବର୍ଷ ହେବ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ସେ ଜଣେ ଝିଅକୁ ପ୍ରେମ କରୁଥିବା ନେଇ ସ୍ତ୍ରୀ ଅଞ୍ଜଳି ବାରମ୍ବାର ବାରଣ କରୁଥିଲେ ମାତ୍ର ସେ ତାହା ନ ଶୁଣି…
ଜଳିଗଲା ପୁରା ପ୍ଲେନ୍ । ଜଳିଗଲେ ଶହ ଶହ ଯାତ୍ରୀ । ବିମାନର ଲୁହା ଖଣ୍ଡ ବିସ୍ଫୋରଣରେ ତରଳି ଗଲା । କିନ୍ତୁ ପ୍ଲେନରେ ଥିବା ଶ୍ରୀମଦ ଭାଗବତ ଗୀତା କିଛି ବି ହୋଇନି । ଅବିଶ୍ବସନୀୟ, ଅକଳ୍ପନୀୟ । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣଙ୍କର ଧର୍ମ ଉପରେ ବିଶ୍ବାସ ଅଧିକ ବଢ଼ିଯିବ । ଶ୍ରୀମଦ ଭାଗବତ ଗୀତାର ମହତ୍ତ୍ବ କଥା କିଏ ବା ନଜାଣେ । କିଛି ଲୋକ ଗୀତାକୁ ସାଙ୍ଗରେ ଧରି ଯାତ୍ରା କରନ୍ତି । ସମାନ ଭାବେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ – ୧୭୧ ଫ୍ଲାଇଟରେ ବି କେହି ଜଣେ ଯାତ୍ରୀ ଗୀତାକୁ ସାଙ୍ଗରେ ଧରି ହୁଏତ ଯାତ୍ରା କରୁଥିଲେ । ଯାତ୍ରୀ ସିନା ପ୍ଲେନ୍ କ୍ରାସ୍ ରେ ପ୍ରାଣ ହରାଇଲେ କିନ୍ତୁ ସେ ସାଙ୍ଗରେ ନେଇ ଯାଇଥିବା ଶ୍ରୀମଦ ଭାଗବତ…
ମଝି ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ସୋସିଆଲ ମେଡିଆରେ ଭାଇରାଲ୍ ହେଲା ଭିଡିଓ । ସାଲେପୁର ପାଗା ଛକ ନିକଟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗାଁର ପ୍ରଦ୍ୟୁମ୍ନ ଓରଫ୍ ଶିବୁ ଅସୁସ୍ଥ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା । କିନ୍ତୁ ପାଗା ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ୧ ଘଣ୍ଟା ଯାଏ ରାସ୍ତାରେ ଛଟପଟ ହୋଇଥିଲେ ପ୍ରଦ୍ୟୁମ୍ନ । ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଚିକିତ୍ସା ମିଳିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଦାୟୀ କରିଛନ୍ତି ।…









