କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ ଅଭାବନୀୟ ଘଟଣା। ଜ୍ବାଇଁର କଟୁରୀ ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର।ମିଳିଥିବା ସୂଚନା ଅନୁସାରେ, ଶୋଷ ଥାନା ବାଲିବରେଇ ପାତ୍ରସାହିର ହରେକୃଷ୍ଣ ନାୟକଙ୍କର ପତ୍ନୀଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ଏହାପରେ ହରେକୃଷ୍ଣ ଉତ୍ୟକ୍ତ ହୋଇ ସ୍ତ୍ରୀ ଓ ଶାଶୁଙ୍କୁ ଏକ ଧାରୁଆ କତାରେ ହାଣି ଦେବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୁ ଶ୍ରୀମକି ପାତ୍ର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Author: sanitelevision
ଚାରି ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି । ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ । କଟକ ସଦରର ଝିଙ୍କିରିଆ ଗ୍ରାମ ପଂଚାୟତରେ ବି କିଛି ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ତେବେ ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି ହଇଜା ରୋଗୀ ନାହାନ୍ତି । ଅନ୍ୟପଟେ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଝାଡ଼ାବାନ୍ତିରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ୱରେଜ ଜଳ ଓ ପାନୀୟ ଜଳ ମିଶିଯିବାରୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଆପାର୍ଟମେଣ୍ଟକୁ ପାନୀୟ ଜଳ ସଂଯୋଗ ନଥିବା ଏବଂ ଭୂତଳ ଜଳ ପିଉଥିବାରୁ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।
ସରକାରୀ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଓଡ଼ିଶା ସରକାର ବିଭିନ୍ନ ରାଜ୍ୟସ୍ତରୀୟ ସେବା ଏବଂ ଆଧିକାରିକ ପ୍ରମାଣପତ୍ର ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମିଜମା ରେକର୍ଡ ଓ ରେଜିଷ୍ଟ୍ରେସନ ନିମନ୍ତେ ଆଧାର ନମ୍ବର ଦେବା ଅବା ଆଧାର ସତ୍ୟପାଠ କରିବା ବାଧ୍ୟତାମୂଳକ ହେବ । ଏହାଛଡା ସରକାରଙ୍କ ବିଭିନ୍ନ ଯୋଜନାରେ ସବସିଡି ଓ ଡିବିଟି ସୁବିଧାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିଷ୍ପତ୍ତି ସେବା ବିତରଣ ପ୍ରକ୍ରିୟାକୁ ସରଳ କରିବା, ପରିଚୟ ଯାଞ୍ଚ ମାଧ୍ୟମରେ ପ୍ରାମାଣିକତା ନିଶ୍ଚିତ କରିବା ଏବଂ ଆଧାର ମାଧ୍ୟମରେ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ କରି ସିଧାସଳଖ ଲାଭ ହସ୍ତାନ୍ତରଣକୁ ସହଜ କରିବା ଲକ୍ଷ୍ୟରେ ନିଆଯାଇଛି।ତେବେ, ସମସ୍ତ ଆବେଦନକାରୀଙ୍କ ନିକଟରେ ତୁରନ୍ତ ଆଧାର ନମ୍ବର ନଥାଇପାରେ ବୋଲି ବିଚାର କରି, ବିଜ୍ଞପ୍ତିରେ…
ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି । ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ।ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସଆଇ ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ।
ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ ।ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ।ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ।ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା ପରୀକ୍ଷା ।NEET UG ପରୀକ୍ଷା 04 ମଇ 2025 ରେ ଅନୁଷ୍ଠିତ ହୋଇଥିଲା। NEET UG ପ୍ରୋଭିଜନାଲ୍ ଆନ୍ସର କୀ 03 ଜୁନ୍ 2025 ରେ ପ୍ରକାଶିତ ହୋଇଥିଲା। ଏହି ବର୍ଷ NEET UG ପରୀକ୍ଷାରେ 20 ଲକ୍ଷରୁ ଅଧିକ ପ୍ରାର୍ଥୀ ଉପସ୍ଥିତ ଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ, NTA NEET UG ଫଳାଫଳ 2025 ଘୋଷଣା କରିଛି। NEET UG ସ୍କୋରକାର୍ଡ ସହିତ, ଆପଣ ଟପର୍ ଲିଷ୍ଟ, କଟଅଫ୍ ମାର୍କ ଭଳି…
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ ।ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି DGCA । ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ । ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ ।ଏହି ରିହାର୍ସଲ ଜୁନ୍ ୩୦ରେ ହେବ । ଅହମ୍ମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ । ବିମାନ ବନ୍ଦର ଆଖପାଖରେ ସର୍ଭେ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୪ ଶହ ପାର କରିଛି । ରାଜସ୍ଥାନରେ ଜଣେ ୭୦ ବର୍ଷୀୟା ଏବଂ କେରଳରେ ଜଣେ ୮୨ ବର୍ଷୀୟ ବୃଦ୍ଧ କୋଭିଡ୍ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୯ ଜଣଙ୍କର ଜୀବନ ଯାଇଥିବା ଖବର ମିଳିଛି । ପଞ୍ଜାବରେ ଏଯାଏଁ ୨୯ କରୋନା ମାମଲା ଦେଖିବାକୁ ମିଳିଛି । ବଢୁଥିବା ମାମଲା ଦେଖି ପଞ୍ଜାବ ସରକାର ଆଡଭାଇଜରୀ ଜାରି କରିଛନ୍ତି । ଲୋକମାନଙ୍କୁ ଭିଡ଼ ଜାଗାକୁ ଯିବାକୁ ମନା କରାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । କରୋନାକୁ ନେଇ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛି । ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ…
ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ମୌସୁମୀ ମଧ୍ୟ ଓଡିଶା ଛୁଇଁ ସାରିଛି ।ତେବେ ବର୍ଷା ଋତୁରେ ଖାସ କରି ଚଟପଟା ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗିଥାଏ । କିନ୍ତୁ ଏହାରି ଭିତରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ବାସ୍ଥ୍ୟକୁ ଭୁଲି ଯାଇଥାଆନ୍ତି । ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ | ତେବେ ଖାଦ୍ୟରେ ରସୁଣ ଏବଂ ପିଆଜ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । ରସୁଣ କେବଳ ଖାଦ୍ୟକୁ ସୁଆଦିଆ କରିଥାଏ ତାହା ନୁହଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ଏହା ଘରୋଇ ଔଷଧ ଭାବେ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ରସୁଣରେ ଥଣ୍ଡା, କାଶ, ରକ୍ତଚାପ ସହିତ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଅନେକ ତତ୍ତ୍ବ ଭରପୁର ରହିଛି ।ଏହି ଉପାଦାନଗୁଡିକ ସାଧାରଣ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ବିଶେଷକରି ଶ୍ବାସକ୍ରିୟାରେ ସଂକ୍ରମଣ ଯାହା ବର୍ଷା ଋତୁରେ…
ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଜୋରସୋରରେ ଚାଲିଛି। ଯେଉଁଥିରେ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ଏଥର ଯାତ୍ରାରେ କେବଳ କେଦାରନାଥ ଧାମରେ ୪୨ ଦିନରେ ୧୦ ଲକ୍ଷରୁ ଅଧିକ ଭକ୍ତ ବାବା କେଦାରଙ୍କ ଦର୍ଶନ କରି ରେକର୍ଡ ଭାଙ୍ଗିଛନ୍ତି।ପୁଷ୍କର ଧାମି ସରକାର ମଧ୍ୟ ଏଥର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯେଉଁଥିପାଇଁ ତୀର୍ଥଯାତ୍ରୀଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ଖବର ମୁତାବକ, ମେ’ ୨ରେ ବାବା କେଦାରନାଥଙ୍କ କପାଟ ଖୋଲାଯାଇଥିଲା । କପାଟ ଖୋଲିବା ଦିନରୁ ପ୍ରତିଦିନ ହଜାର ହଜାର ଭକ୍ତ ଧାମରେ ପହଞ୍ଚୁଛ ନ୍ତି। ପ୍ରଶାସନ ଦ୍ୱାରା ଏଥର ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କରାଯାଇଥିବା ଟୋକନ୍ ବ୍ୟବସ୍ଥା ଦର୍ଶନ ପ୍ରକ୍ରିୟାକୁ ଆହୁରି ବ୍ୟବସ୍ଥିତ କରିଛି । ଏହା ସାହାଯ୍ୟରେ, ଭକ୍ତମାନେ କମ ସମୟରେ ମନ୍ଦିରର ଗର୍ଭଗୃହ ଦର୍ଶନ କରିପାରିବେ । ଚାରଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି ।କେଦାରନାଥ…
ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ-କିସାନ) ଅଧୀନରେ ଚାଷୀମାନେ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇଥାନ୍ତି, ଯାହା ତିନୋଟି ୨,୦୦୦ ଟଙ୍କାର ସମାନ କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ। ଏପର୍ଯ୍ୟନ୍ତ ସରକାର ୧୯ଟି କିସ୍ତି ଜାରି କରିଛନ୍ତି, ଯାହାର ଶେଷ କିସ୍ତି (୧୯ତମ) ୨୦୨୫ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ପହଞ୍ଚିଛି। ଏବେ ଚାଷୀମାନେ ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଏକ ରିପୋର୍ଟ ଅନୁସାରେ, ୨୦୨୫ ଜୁନ ୨୦ ସୁଦ୍ଧା ଏହି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ।ତେବେ, ସରକାରଙ୍କ ପକ୍ଷରୁ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।









