ଦ୍ୱିତୀୟ ରଜରେ ନନ୍ଦନକାନନ ବୁଲିଲେ 37 ହଜାର ପର୍ଯ୍ୟଟକ ।ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ଦ୍ୱିତୀୟ ରଜରେ ସର୍ବାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି ।ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଧିଷ୍ଟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ରବିବାର ଦିନ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି। ସକାଳୁ ଆରମ୍ଭ କରି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ ନନ୍ଦନକାନନରେ ଦେଖିବାକୁ ମିଳିଥିଲା । ସେହିପରି ଭାବରେ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମଧ୍ୟ ପ୍ରାୟ 2474 ଜଣ ପଯ୍ୟଟକ ବୁଲିବାକୁ ଆସିଥିଲେ ।ଗତ 2022 ମସିହା ପ୍ରଥମ ରଜରେ ସର୍ବାଧିକ 34 ହଜାର 817 ପର୍ଯ୍ୟଟକ ଆସିଥିବା ବେଳେ ଚଳିତ ଥର ଏହି ରେକର୍ଡ ଭାଙ୍ଗିଛି ।ଯାହା ଚଳିତବର୍ଷ ଦ୍ବିତୀୟ ରଜରେ ନନ୍ଦନକାନନ ବୁଲିଛନ୍ତି ୩୭ ହଜାର ୧୦୮ ଜଣ ପର୍ଯ୍ୟଟକ ।
Author: sanitelevision
ଅଳ୍ପକେ ବର୍ତ୍ତିଲା ପୁଣି ଏକ ବିମାନ ଦୁର୍ଘଟଣା । ସାଉଦି ଆରବ ଜେଦ୍ଦାରୁ ଆସିଥିବା ବିମାନ SV 3112 ଅବତରଣ ସମୟରେ ବିମାନ ଚକାରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହି ବିମାନରେ ଅତିକମରେ ୨୫୦ ହଜ ଯାତ୍ରୀ ଥିଲେ । ବିମାନ ଏୟାରପୋର୍ଟରେ ଅବତରଣ ବେଳେ ହଠାତ୍ ନିଆଁ ଝୁଲ ଓ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । କୌଣସି ଯାନ୍ତ୍ରିକ ତ୍ରୁଟି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଇଲଟ୍ ଓ ବିମାନ ବନ୍ଦର ଅଧିକାରୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁ ତୁରନ୍ତ ବିମାନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସେହିପରି ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଥିବା ଗୁଜବ । ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଫେରି ଆସିଲା ବିମାନ । ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ…
ରାଜଧାନୀରେ ଚାଞ୍ଚଲ୍ୟ ।ରାତିଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ । ନିଶା ଦେଇ ନାବାଳିକାଙ୍କୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡ଼ିବସିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଘଟଣା । ମୂର୍ମୁଷ ଅବସ୍ଥାର ଦୁଇ ଯୁବକ ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ୨ ଯୁବକଙ୍କୁ ଧରି ଖଣ୍ଡଗିରି ଥାନା ପୋଲିସର ଜିମା ଦେଇଥିଲେ । ଅନ୍ୟପଟେ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ନାବାଳିକାଙ୍କୁ ଉଦ୍ଧାର କରି ଏମସକୁ ପଠାଇଛି ପୋଲିସ୍ । ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ନାବାଳିକାଙ୍କୁ କୁଆଡ଼େ ଓ କାହିଁକି ନେଉଥିଲେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତେବେ ପୋଲିସ ଅଟକ ରଖିଥିବା ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ…
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ ପାଳନ କର ଯାଏ ।ସେଥି ମଧ୍ୟ ରୁ ରଜ ପର୍ବ ତି ଅନ୍ୟ ତମ । ପୃଥିବୀ ମା ଙ୍କୁ ଏହି ଦିବସରେ ପୂଜା କର ଯାଏ ।ପ୍ରଚଣ୍ଡ ତାପରେ ବ୍ୟଥିତ ପୃଥିବୀ ଆଷାଢ଼ ର ପ୍ରଥମ ବର୍ଷା କୁ ସ୍ଵାଗତ କରିଥାଏ ।ବର୍ଷ ରn ପ୍ରଥମ ଜଳ ଧାରା ରେ ପୃଥିବୀ ଶସ୍ୟ ଉତ୍ପାଦନ କରିବା ପାଇଁ ଶକ୍ତି ଲାଭ କରିଥାଏ ।ଫଳର ପୂର୍ବରୁ ବୁଣା ଯାଇଥିବା ଶସ୍ୟ ସବୁର ଅଙ୍କୁରୋଦ୍ଗମ ହୋଇଥାଏ ।ଏବଂ ବର୍ଷା ପାଣି ପାଇ ତାହା ଧୀରେ ଧୀରେ ବଢ଼ିବାକୁ ଲାଗେ । ଏହି ସମୟରେ ବସୁମତି ଯୌବନାବସ୍ଥା ପ୍ରାପ୍ତ ହୋଇଥିବା ଜଣେ ସ୍ତ୍ରୀ ସହିତ ତୁଳନା କରାଯାଏ ।ଫଳରେ ପୃଥିବୀ ହୁଏ ଶସ୍ୟ ଶ୍ୟାମଳ ।ରାଜା ପରେ ପରେ ଚାଷୀ କୁ ଆଊ ବେଳ ନଥାଏ ।ସକାଳୁ ସଜାଯାଏ ସେ ଚାଷ କାମରେ ଲାଗେ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୩.୧ କିମିରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବ । ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ବିଦର୍ଭ ଓ ଛତିଶଗଡ଼ର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ତାରିଖ ଯାଏଁ ବର୍ଷା ଲାଗି ରହିବ । ସୋମବାର ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମଙ୍ଗଳବାର ମଧ୍ୟ ଏହି ସବୁ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ୧୮ ଦିନ ଧରି ମୌସୁମୀ ଅଟକି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ…
ଗଜପତି ମହାରାଜାଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୬୭ ବର୍ଷ ବୟସରେ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି।ଖବର ଅନୁଯାୟୀ, ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପଟିଲାରେ ଭର୍ତ୍ତି ହୋଇଥିଲେ ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବ । ଶେଷରେ ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଣାର୍ଣ୍ଣବ ଦେବ । ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ହୋଇଥିଲା । ପରେ ରାଜକୀୟ ପରମ୍ପରା ଅନୁଯାୟୀ କରାଯିବ ଶେଷକୃତ୍ୟ ସମ୍ପନ୍ନ।
ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ। ଅଣସର ଗୃହରେ ଦଇତା ଓ ପତି ମହାପାତ୍ରଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରୀ ତେଲ। ମହାପ୍ରଭୁଙ୍କ ଗୁପ୍ତ ନିତୀ ମଧ୍ୟରେ ଫୁଲୁରୀ ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ। ମଧ୍ୟାନ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହ ରାତ୍ରରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ । ବଡଓଡିଆ ମଠରୁ ପ୍ରତିବର୍ଷ ଅଣବସର ସମୟରେ ଯୋଗାଇ ଦିଆଯାଏ ଫୁଲୁରି ତେଲ । ଦଇତାପତି ସେବକମାନେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କର ଜ୍ବର କମାଇବା ପାଇଁ ପ୍ରଲେପ କରିଥାନ୍ତି ଏହି ଔଷଧୀୟ ତୈଳ । ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଯୋଗାଇ ଆସୁଛି ଏହି ଫୁଲୁରି ତେଲ ସେବା । ଘଣା…
ସରି ଆସୁଛି ଖରାଛୁଟି। ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨୨ରୁ ସ୍କୁଲ ଛୁଟି କରାଯାଇଥିଲା । ତେବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଓ ୨୦୨୫-୨୬ ଶିକ୍ଷାବର୍ଷ ଠିକ୍ ଭାବେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଶିକ୍ଷୟିତ୍ରୀଶିକ୍ଷକ, ଅଫିସ କର୍ମଚାରୀ, ସଫେଇ କର୍ମଚାରୀ, ରୋଷେୟା ଜୁନ୍ ୧୯ରୁ ବିଦ୍ୟାଳୟରେ ଯୋଗଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଛି। ସେମାନେ ବିଦ୍ୟାଳୟରେ ଯୋଗଦେଇ କ୍ଲାସରୁମ୍ ଏବଂ ବିଦ୍ୟାଳୟ ପରିସର ସଫା କରିବେ। ବର୍ଷା ଯୋଗୁ କ୍ୟାମ୍ପସ ପରିସରରେ ଉଠିଥିବା ଗଛଲତା ସଫା କରିବା, ପାଣି ଟାଙ୍କି ସଫା କରିବା, ପିଲାଙ୍କ ବସିବା ବେଞ୍ଚ୍ ଓ…
ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍ ଅନୁସାରେ ଯୋଗାଡ କରାଯାଇଥିବା ରକ୍ତ ତାଙ୍କୁ ଯୋଗାଇ ଦିଆଯାଏ। ରକ୍ତଦାନ ପାଇଁ ଅନେକ ବ୍ୟକ୍ତି ସ୍ବତଃ ଆଗେଇ ଆସିଥାଆନ୍ତି। ତେଣୁ ରକ୍ତର ମୂଲ୍ୟ କେତେ ଆମେ ତାହା ଜାଣିବା ନିହାତି ଦରକାର। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁନ୍ ୧୪ରେ ପାଳିତ ହୋଇଥାଏ ‘ବିଶ୍ୱ ରକ୍ତଦାତା ଦିବସ’। ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଲୋକ ଏହି ଅଭାବକୁ ଦୂର କରିବା ପାଇଁ ରକ୍ତ ଦାନ କରନ୍ତି, ଯାହା ଏକ…
ପୁରୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କହିଛନ୍ତି ,ନିର୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି । କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ରଥ ଟଣାବେଳେ ଅଣ ସେବକ ରଥ ଉପରକୁ ଯାଇପାରିବେ ନାହିଁ । ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ । ଯଦି ଅଣସେବକ ଚଢିବେ ତାହାହେଲେ ମୋକଦ୍ଦମା କରାଯିବ । ସୂଚନାମୁତାବକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ଏହି ବୈଠକରେ ଜିଲ୍ଲାପାଳ, ଦଇତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସହିତ ଚାରି ବାଡ଼ଗ୍ରାହୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ଘୋଷଯାତ୍ରା ସମ୍ପାଦନା ନେଇ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର…









