Author: sanitelevision

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । ଏୟାରଇଣ୍ଡିଆର ବିମାନ ଏଆଇ ୧୮୦ ସୋମବାର ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର ୫ଟା ୨୦ ମିନିଟ ସମୟରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା । ବିମାନର ସୁରକ୍ଷା ଦୃଷ୍ଟିରୁ ଯାତ୍ରୀଙ୍କୁ ଓହ୍ଲାଇଯିବାକୁ ପାଇଲଟ ଅନୁରୋଧ କରିଥିଲେ । ଅନ୍ୟପଟେ, ସୋମବାର ଦିନ, ହଂକଂରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବୋଇଂ 787-8 ଡ୍ରିମଲାଇନର ବିମାନକୁ ଯାନ୍ତ୍ରିକ ତ୍ରୁଟି ସନ୍ଦେହ ଯୋଗୁଁ ହଂକଂ ଫେରିବାକୁ ପଡିଥିଲା। ଉଡ଼ାଣଟି 22,000 ଫୁଟ ଉଚ୍ଚତାକୁ ଉଡ଼ିଥିଲା, କିନ୍ତୁ ସତର୍କତାମୂଳକ ପଦକ୍ଷେପ…

Read More

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆଜି ୩ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ୱର, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ରହିଛି । ୧୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୧୯ରୁ ବର୍ଷା ପରିମାଣ କମିପାରେ।

Read More

ସୁପ୍ରିମକୋର୍ଟ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ କରାଯାଇଛି। ଏବେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଓ କାର୍ଯ୍ୟାଳୟ ଶନିବାର ମଧ୍ୟ ଖୋଲା ରହିବ। ପୂର୍ବରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି କାର୍ଯ୍ୟାଳୟ ଶନିବାର ବନ୍ଦ ରହୁଥିଲା। ହେଲେ ଏବେ ସଂଶୋଧନ ପରେ ଶନିବାର ସକାଳ ୧୦ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲା ରହିବ। ମିଳିଥିବା ନୋଟିସ୍ ଅନୁସାରେ ସମ୍ବିଧାନର ଅନୁଚ୍ଛେଦ ୧୪୫ ଅନୁସାରେ ସୁପ୍ରିମକୋର୍ଟ ଦ୍ୱାରା ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ ସୁପ୍ରିମକୋର୍ଟ ରୁଲସ୍ ୨୦୧୩ ଅର୍ଡର ୨ର ନିୟମ ୧,୨ଓ ୩ରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଓ କାର୍ଯ୍ୟାଳୟ ଶନିବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ।

Read More

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୨୩ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ, ଜୁନ୍‌ ୨୦ରେ ଖୋଲିବ ସମସ୍ତ ସ୍କୁଲ । ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଜୁନ୍ ୨୦ ତାରିଖରୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରିଛନ୍ତି । ପ୍ରଧାନ ଶିକ୍ଷକ, ଏସମସିଙ୍କ ଉପସ୍ଥିତିରେ ସିଆରସିସି ଓ ବିଇଓ ଖାଦ୍ୟ ଯାଞ୍ଚ କରିବେ । ରୋଷଶାଳାକୁ ସମ୍ପୂର୍ଣ୍ଣ ପରିସ୍କାର ଓ ବିଶୁଦ୍ଧିରଣ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଡିଇଓ, ବିଇଓ ଏବଂ ସିଆରସିସିନିରବଚ୍ଛିନ୍ନ କ୍ଷେତ୍ର ପରିୟଦର୍ଶନ କରି ଯାଞ୍ଚ କରିବେ ।ସବୁ ବିଦ୍ୟାଳୟରୁ ଫୁଡ୍ ଟେଷ୍ଟିଂ ରେଜିଷ୍ଟର ରହିବ । ପିଲାଙ୍କ ଅଭିଭାବକ ବିଶେଷ କରି ମା’ ମାନେ ଖାଦ୍ୟ ଯାଞ୍ଚ କରିପାରିବେ…

Read More

ବେଙ୍ଗାଲୁରୁର ଜୟନଗରର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ରାପିଡୋ ବାଇକ୍ ଚାଳକ ଜଣେ ମହିଳା ଯାତ୍ରୀଙ୍କୁ ଆକ୍ରମଣ କରୁଥିବାର ଦେଖାଯାଉଛି। ମହିଳା ଜଣକ ମଝିରେ ବାଇକରୁ ଓହ୍ଲାଇବା ପରେ ଅସାବଧାନତାର ସହ ବାଇକ ଚଳାଇବା ପାଇଁ ଡ୍ରାଇଭରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧରେ ବଚସା ହୋଇଥିଲା ଓ ରାପିଡୋ ଚାଳକ ଜଣକ ମହିଳାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଖବର ମୁତାବକ, ପ୍ରଥମେ ମହିଳା ଏବଂ ରାପିଡୋ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ଡ୍ରାଇଭର ମହିଳାଙ୍କୁ ଶାରୀରିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୁଚନାମୁତାବକ ମହିଳାଜଣକ ଏକ ଆଭୂଷଣ ଦୋକାନରେ କାମ କରୁଥିଲେ । ଭାଇରାଲ୍ ଭିଡିଓରେ, ଦୁଇଜଣ ପ୍ରଥମେ ଯୁକ୍ତିତର୍କ କରୁଥିବା ଏବଂ ପାଖରେ ଥିବା ଲୋକମାନଙ୍କୁ ହସ୍ତକ୍ଷେପ କରିବାକୁ ବୁଝାଇବାକୁ ଚେଷ୍ଟା କରୁଥିବାର…

Read More

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯଦି କେହି ଅଦିନିଆ ରଥଯାତ୍ରା କରିବେ ତେବେ ତାଙ୍କ ଉପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି | ଗଜପତି ମହାରାଜା ମଧ୍ୟ ପତ୍ର ଲେଖି ସାରିଛନ୍ତି | ଗତବର୍ଷ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ମଧ୍ୟ ଗଜପତି ମହାରାଜ କଡ଼ା ଚେତାବନୀ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଥିଲେ, ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ତାଗିଦ କରିଥିଲେ ।

Read More

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଆଳି ବ୍ଲକ୍ କୋଲଢ଼ିଅ ପଞ୍ଚାୟତ ମହାନ୍ତିଗାଁରେ। ଗାଁର ଜଣେ ମହିଳାଙ୍କୁ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରରୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି। ଘରେ ପହଞ୍ଚି ଝିଅଟି ଘଟଣା ବିଷୟରେ ଜଣାଇବା ପରେ ଗାଁ ଲୋକେ ଏକାଠି ହୋଇ ପାନିଆଯୋର ଭିତରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ନଦୀ କୂଳରେ ଯିବାକୁ ଭୟ କରୁଛନ୍ତି।ତେବେ ମହିଳାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ମଧ୍ୟ ସହାୟତା ନିଆଯାଇଛି। ଗତବର୍ଷ ମଧ୍ୟ ଏଠାରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ…

Read More

ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି । ଦୂଷିତ ପାଣି ଓ ବାସି ଖାଦ୍ୟ ଖାଉଥିବାରୁ ଏହା ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟ ଫୁଡ୍ ଦୋକାନରେ ରେଡ୍‌ ଚାଲିଛି । କେନ୍ଦ୍ରାପଡ଼ା, ଯାଜପୁର, ଭୁବନେଶ୍ବର ସବୁଠି ରେଡ୍ କରାଯାଉଛି । ରାଜଧାନୀରେ ଖାଦ୍ୟ ସୁରକ୍ଷା ବିଭାଗ ଓ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଖାଦ୍ୟର ଗୁଣବତ୍ତା ନେଇ ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ ।ଖାଦ୍ୟର ଗୁଣବତ୍ତା ନେଇ ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ । ଯଦି ଗୁଣବତ୍ତା ଯାଞ୍ଚରେ କିଏ ଦୋଷୀ ବାହାରନ୍ତି । ତେବେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ସୂଚନା ମିଳିଛି । ଯାଜପୁର ରୋଡ଼ରେ ବଡ଼ ବଡ଼ ହୋଟେଲ ଓ ପାନୀୟ ଜଳ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ହୋଇଛି । ସମ୍ ହସ୍ପିଟାଲ ଛକ…

Read More

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନଗଣନା ଏବଂ ଜାତି ଗଣନା ସହିତ ଜଡିତ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରାଳୟ। ଜନଗଣନା ଆଇନ ୧୯୪୮ ଅନୁଯାୟୀ ଅଧିସୂଚନା ଜାରି ହୋଇଛି। ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା କାର୍ଯ୍ୟ । ୨୦୨୬ ଅକ୍ଟୋବର ପହିଲାରେ ପ୍ରଥମ ପର୍ଯ୍ୟାୟ ଏବଂ ଓ ୨୦୨୭ ମାର୍ଚ୍ଚ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଗଣନା କରାଯିବ ।ଏବେ ଜନଗଣନା ସହିତ ଜଡିତ ବିଭିନ୍ନ ସଂସ୍ଥା ସକ୍ରିୟ ହେବେ। ପ୍ରଥମେ କର୍ମଚାରୀ ନିଯୁକ୍ତି, ତାଲିମ, ଫର୍ମାଟ୍ ପ୍ରସ୍ତୁତିର ଯୋଜନା କରାଯିବ। ଦେଶରେ ପ୍ରଥମ ଥର ପାଇଁ, ଜନଗଣନା ଏବଂ ଜାତି ଗଣନା ଏକକାଳୀନ କରାଯାଉଛି।ପ୍ରତି ୧୦ ବର୍ଷରେ ଭାରତରେ ଜନଗଣନା କରାଯାଏ, ଯାହା ମାଧ୍ୟମରେ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ। ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଅଭ୍ୟାସ ମଧ୍ୟରୁ ଗୋଟିଏ। ତେବେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ…

Read More

ରାଜ୍ୟରେ ଏବେ ଯାଜପୁର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଛି । ତେବେ ହଇଜା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦୋବଳୀ। କିପରି ଦେବା ଛୋଟ ପିଲାଙ୍କୁ ସୁରକ୍ଷା ? 1) ସାବୁନ ଏବଂ ପାଣିରେ ଭଲଭାବେ ହାତ ଧୁଅନ୍ତୁ । 2) ନିର୍ମଳ ଏବଂ ସୁରକ୍ଷିତ ପିଇବା ପାଣି ବ୍ୟବହାର କରନ୍ତୁ । 3) ଘର ଏବଂ ଘରର ଆଖପାଖ ପରିଷ୍କାର ରଖନ୍ତୁ । 4) ସର୍ବଦା ଶୌଚାଳୟ ବ୍ୟବହାର କରନ୍ତୁ । 5) ପ୍ରଥମ 6 ମାସ କେବଳ ମାଆ କ୍ଷୀର ଖାଇବାକୁ ଦିଅନ୍ତୁ । 6) ପରିପୂରକ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ପୋଷଣ ଦିଅନ୍ତୁ । 7) ରୋଟା ଭାଇରସ ଓ ମିଳିମିଳା ଟୀକାକାରଣ କରନ୍ତୁ । 8) ଭିଟାମିନ କ ଅନୁପୂରକ ପୋଷଣ ଦିଅନ୍ତୁ ।

Read More