ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା ଜଣେ କଲେଜ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ପଟ୍ଟନାୟକ ସରକାର ସଚେତନ ରୁହନ୍ତୁ ବୋଲି ଲେଖିଛନ୍ତି। ଏହା ସହିତ ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ। ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ।ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ…
Author: sanitelevision
ରାଜସ୍ବ ଆଇନରେ ସଂସ୍କାର । କମିଲା ରାଜ୍ୟର ଜମି କିସମ ସଂଖ୍ୟା । ୭୦୦୦ ଜମି କିସମ କମି ୨୭ରେ ରଖାଯିବ । ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଆଜି କାଲି ଏତେ ପ୍ରକାରର ସତ୍ତ୍ୱର କୌଣସି ଆବଶ୍ୟକତା ନାହିଁ । ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଚ୍ଛେଦ କରିବେ । ଅନ୍ୟପଟେ ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ମାସରେ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତ÷ସିଲଦାର ପଞ୍ଚାୟତକୁ ଯିବେ । ରାଜସ୍ୱ ଅଫିସରେ ଜମିଜମା ସମସ୍ୟା ସମାଧାନ ହେବ । ତହସିଲ କାମ…
ଡାଇରିଆକୁ ନେଇ ଏବେ ଚିନ୍ତାରେ ଓଡ଼ିଶା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏବେ ଡାଇରିଆ ବ୍ୟାପୁଥିବାବେଳେ, ଏନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ । ୫ ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଉପରେ 24 ଘଣ୍ଟା ନଜର ରଖିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ । ବିଶୋଧନ ପ୍ରକ୍ରିୟା ଜାରି ରହିବ । ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି । ମାଇକ ଯୋଗେ ପ୍ରଚାର କରି ଲୋକମାନଙ୍କୁ ସଚେତନ କରାଯାଉଛି । 7 ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ । ତେବେ 25 ଜିଲ୍ଲାରେ ଆଗୁଆ ପଦକ୍ଷେପ ନିଆଯାଉଛି ।ଅନ୍ୟପଟେ ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ । କେନ୍ଦ୍ରୀୟ ଟିମ୍ ମଧ୍ୟ…
ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ଯାଜପୁରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସରକାର ବିଧିବଦ୍ଧ ଭାବେ ସ୍ପଷ୍ଟ କରି ନାହାନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଇ-କୋଲାଇ ବ୍ୟାକ୍ଟେରିଆ ବୋଲି ଜଣାପଡିଛି । ନମୁନା ପରୀକ୍ଷା ପରେ ସ୍ପଷ୍ଟ ହେଉଛି ଏହାର କାରଣ ।ଝାଡ଼ା-ବାନ୍ତି ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା ସତର୍କ କଲେ ଚିକିତ୍ସା ବିଶେଷଜ୍ଞ ।ଯାଜପୁରରେ ହଇଜା ଉଦବେଗଜନକ ସ୍ଥିତିରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡ଼ାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀକୁ ଡାଇରିଆ ମାଡ଼ିଗଲାଣି । ତେବେ ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ,ବଡ଼ଚଣା, ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର…
ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।ଲୋକମାନେ ମୋବାଇଲ୍ ଆପ୍ ‘ଓଡିଶା ଯାତ୍ରୀ’ ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ରାଜ୍ୟ ସରକାର ଆମ୍ବୁଲାନ୍ସ ସେବାକୁ ଏହାର ଘରୋଇ କ୍ୟାବ୍ ଆଗ୍ରିଗେଟର୍ ଆପ୍ ସହିତ ସଂଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ କୁଟ ସହାୟତାରେ ଏହାକୁ ଚଲାଯିବ। ଏହାର ରୋଡ୍ ଚାର୍ଟ ସରକାର ନିର୍ଦ୍ଧାରିତ କରିବେ। ସରକାରୀ ସହ ଘରୋଇ ଅମ୍ବୁଲାନ୍ସ ସେବା ପାଇବେ।ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଯାତ୍ରୀ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏକ ଆପ୍। ଏଥିରେ କୌଣସି କମିଶନ କିମ୍ବା ମଧ୍ୟସ୍ଥି ନାହାଁନ୍ତି ଏବଂ ଉପଭୋକ୍ତା ଦ୍ୱାରା କରାଯାଇଥିବା ଦେୟ ଗାଡ଼ିର ମାଲିକଙ୍କୁ ୧୦୦ ପ୍ରତିଶତ ଯାଏ।
କେନ୍ଦୁଝର ତେନ୍ତଳାପଶି ଗାଁରୁ ଆସିଲା ଅଭାବନୀୟ ଘଟଣା । ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇଥିବା ଅଭିଯୋଗ ।ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି। ସୂଚନାନୁଯାୟୀ, ଗଛରୁ ଝୁଲନ୍ତା ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାରେ ୨ରୁ ୩ଜଣ ଯୁବକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରେସ୍ ଜବତ କରିଛି ପୋଲିସ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର । ଅନବସରର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହି ଓସ୍ୱକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠିଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ ।ପରମ୍ପରା ଅନୁଯାୟୀ, ଗତକାଲି ଅନବସର ପଞ୍ଚମୀ ତିଥିରେ ଅଣସରରେ ଥିବା ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହୋଇଛି । ପରେ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେବେ । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ବତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିଲା । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର…
କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ ସୋମବାର କହିଛନ୍ତି ଯେ ଆଣ୍ଡାମାନ ସାଗରରେ ଏକ ବିଶାଳ ଅଶୋଧିତ ତୈଳ ଏବଂ ଗ୍ୟାସ ଭଣ୍ଡାର ମିଳିଛି। ଭାରତ ଆଣ୍ଡାମାନ ସାଗରରେ ପ୍ରାୟ ଦୁଇ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଭଣ୍ଡାର ପାଇପାରିବ।ମନ୍ତ୍ରୀ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ୧୮୪,୪୪୦ କୋଟିର ଅଶୋଧିତ ତୈଳ ମିଳିପାରେ ବୋଲି ଆକଳନ କରାଯାଇଛି। ଯଦି ଆକଳନ ସତ ହେଲା ତେବେ ଭାରତର GDP ପ୍ରାୟ ୫ ଗୁଣ ବଢିଯିବ। ଅଶୋଧିତ ତୈଳ ଏବଂ ଗ୍ୟାସର ଏହି ବିଶାଳ ଭଣ୍ଡାରକୁ ସରକାର ଖୋଳି ବାହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ମିଳିବା ପରେ ଆମର ଶକ୍ତି ଆବଶ୍ୟକତା ଏକାଥରକେ ପୂରଣ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାର ଶକ୍ତି କ୍ଷେତ୍ରରେ ନିରନ୍ତର ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି। ଆଣ୍ଡାମାନରେ ତୈଳ ଆବିଷ୍କାର ଏହି…
ନିୟନ୍ତ୍ରଣକୁ ଆସୁନି ଡାଇରିଆ । ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରୁ ଡାଇରିଆ ମାଡିଗଲାଣି । ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା । ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ହଇଜା ବ୍ୟାପୁଥିବା ଦେଖିବାକୁ ମିଳିଛି । । ରାଜ୍ୟର ଏପର୍ଯ୍ୟନ୍ତ ଗଲାଣି ୨୧ଜୀବନ । ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୧୩୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ୨୪୦ ଜଣଙ୍କ ଚିକିତ୍ସା ଚାଲିଛି । ତେବେ ଏହା ମହାମାରୀ ନୁହେଁ ସ୍ଥାନୀୟ ସଂକ୍ରମଣ ବୋଲି ରିପୋର୍ଟ ଦେଇଛି ୧୪ ଜଣିଆ କେନ୍ଦ୍ରୀୟ ଦଳ । ସେପଟେ ଧର୍ମଶାଳା, ବଡ଼ଚଣା, ରସୁଲପୁର, ଯାଜପର ଟାଉନ, ଦାନଗଦି, ବ୍ୟାସନଗର ମୁନିସିପାଲଟି ଓ କୋରୋଇରେ ପରିସ୍ଥିତି ସଙ୍ଗୀନ ରହିଛି । ନିୟନ୍ତ୍ରଣ ପାଇଁ…
ରେସିଡେଣ୍ଟ ସାର୍ଟିଫିକେଟ ଓ କାଷ୍ଟ ସାର୍ଟିଫିକେଟ ପ୍ରାୟ ସମସ୍ତଙ୍କର ଆବଶ୍ୟକ ପଡ଼ିଥାଏ ।ଏଥିପାଇଁ ପ୍ରତି ୬ ମାସରେ ଥରେ ହିତାଧିକାରୀଙ୍କୁ ତହସିଲ ଅଫିସକୁ ଦୈଡିବାକୁ ପଡିଥାଏ । କିନ୍ତୁ ଏବେ ଏଥିରୁ ମିଳିବାକୁ ଯାଉଛି ମୁକ୍ତି । ଉପଭୋକ୍ତାଙ୍କୁ ଆଉ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ । ଥରେ କାଷ୍ଟ ସାର୍ଟିଫିକେଟ ବା ଜାତିଗତ ପ୍ରମାଣପତ୍ର ବାହାର କଲେ ତାହା ସବୁଦିନ ପାଇଁ କାମରେ ଲାଗିବ । ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ଜୀବନରେ ମାତ୍ର ଥରେ ସାର୍ଟିଫିକେଟ ବାହାର କରିବାକୁ ପଡ଼ିବ । କିନ୍ତୁ ଏସଇବିସି ଓ ଓବିସିବର୍ଗଙ୍କ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ । ପ୍ରତି ୬ ମାସରେ ନୂଆ ସାର୍ଟିଫିକେଟ ବାହାର କରିବାକୁ ପଡିବ । ହେଲେ ସାର୍ଟିଫିକେଟ ପାଇଁ ଆବେଦନ ଓ ଆଣିବା ଲାଗି ତହସିଲ ଅଫିସକୁ ଆଉ ଯିବାକୁ ପଡ଼ିବ ନାହିଁ । ମୋବାଇଲ ଆପ୍ଲିକେସନ ଜରିଆରେ ସାର୍ଟିଫିକେଟ…









