ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଦମ୍ପତି ହେଉଛନ୍ତି ସୁନୀତା ଆହୁଜା ଓ ଗୋବିନ୍ଦା ତାଙ୍କର ଚର୍ଚ୍ଚିତ କଥା ଚର୍ଚ୍ଚିତ ଯୋଡିକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଗତ କିଛି ମାସ ହେବ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଚାଲିଛି ବିଭିନ୍ନ କଥା ସେମାନଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ।ନିକଟରେ ସୁନିତା ଇନଷ୍ଟାଗ୍ରାମରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ଏହା ପରେ, ଗୋବିନ୍ଦା ଏବଂ ସୁନିତାଙ୍କ ମଧ୍ୟରେ ଛାଡପତ୍ର ସମ୍ପର୍କରେ ଖବର ପୁଣି ଆସିବା ଆରମ୍ଭ ହୋଇଛି। ସୁନିତା କହିଛନ୍ତି, ମୁଁ ଆହୁଜା ଏବଂ ଏହା କେବେ ପରିବର୍ତ୍ତନ ହେବ ନାହିଁ। ଯେତେବେଳେ ମୁଁ ଏହି ଦୁନିଆ ଛାଡିବି ସେତେବେଳେ ହିଁ ସରନେମ୍ ହଟିଯିବ। ମୁଁ ମୋ ନାମରୁ ଆହୁଜା ହଟାଇ ଦେଇଛି ଏବଂ ମୋର ପ୍ରଥମ ନାମ ସହିତ ଏକ ଅତିରିକ୍ତ ଏସ୍ ଯୋଡିଛି। ମୁଁ ନ୍ୟୁମୋରୋଲୋଜି ପାଇଁ ଏହା କରିଛି। ଆମର ଏକ…
Author: sanitelevision
ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଥିବା ଦି ଷ୍ଟକ୍ହୋମ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଏସ୍ଆଇପିଆରଆଇ) ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ତେହରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ସମୟରେ ଏସ୍ଆଇପିଆରଆଇ ତରଫରୁ ଏହି ରିପୋର୍ଟ ଜାରି କରାଯାଇଛି। ଭାରତ ପାଖରେ ୧୮୦, ପାକିସ୍ତାନ ପାଖରେ ୧୭୦ ଏବଂ ଚୀନ୍ ପାଖରେ ୬୦୦ ପରମାଣୁ ଅସ୍ତ୍ର ଅଛି। ଚୀନ୍ ଦ୍ରୁତ ଗତିରେ ଏହାର ଅସ୍ତ୍ରାଗାର ବୃଦ୍ଧି କରୁଛି, ଯେତେବେଳେ ଆମେରିକା ଏବଂ ରୁଷ ପୁରୁଣା ଅସ୍ତ୍ରଗୁଡ଼ିକୁ ନଷ୍ଟ କରୁଛନ୍ତି। ଭାରତ ପାଖରେ ପାକିସ୍ତାନ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ର ଅଛି, ଯେତେବେଳେ ଚୀନ୍ ପାଖରେ ଭାରତ ଅପେକ୍ଷା ତିନି ଗୁଣ ଅଧିକ ଅସ୍ତ୍ର ଅଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ସମସ୍ତ ନଅଟି ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ – ଆମେରିକା, ରୁଷ,…
ଚଳିତ ବର୍ଷ ରଥର ଚାରମାଳର ଲମ୍ବା ବୃଦ୍ଧି କରାଯିବ କାରଣ ଗତବର୍ଷ ଆଡ଼ପ ପହଣ୍ଡି ସମୟର ତାଳଧ୍ଵଜ ରଥରୁ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ଗଠିତ ୩ ଜଣିଆ ତଦନ୍ତ କମିଟିର ସୁପାରିଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।ନିୟମ ଅନୁସାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚାରମାଳର ଲମ୍ବା ୨୫ ଫୁଟ ,ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଚାରମାଳର ଲମ୍ବା ୨୪ ଫୁଟ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚାରମାଳର ଲମ୍ବା ୨୩ ଫୁଟ ରହିଥାଏ । ଏ ବର୍ଷ ଏହାକୁ ଆଉ ୨ ଫୁଟ ବୃଦ୍ଧି କରି ସ୍ଲୋପ କରିବା ପାଇଁ ଚିନ୍ତା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଇଞ୍ଜିନିୟରିଂ ଟିମ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବୈଷୟିକ ପରାମର୍ଶ ଅନୁଯାୟୀ ଏହି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ପାରିବାରିକ କଳହର କରୁଣ ପରିଣତି । ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଅମର ନାୟକ ।ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ସ୍ତ୍ରୀକୁ ଅଟକ ରଖିଛି।ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ମୁଣ୍ଡମରାଇ ଗାଁର ଅମର ନାୟକ ଓ ତାସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ଏତେ ବଢିଯାଇଥିଲା ମାର୍ପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ଏପିରିକି ସ୍ତ୍ରୀ ଅଞ୍ଜନା ନାୟକ ସ୍ୱାମୀ ଅମର ନାୟକଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିଲା ।
ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା । ମଙ୍ଗଳବାର ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ପେଦ୍ଦାକୋରାମ୍ ଗାଁର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ । ମୃତକ ହେଉଛନ୍ତି ଝିଣ୍ଡୁ ମୋଡିୟମ, ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି । ସୂଚନା ଥାଉକି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ପରେ ଅନେକ ମିଲିସିଆ ଓ ମାଓବାଦୀ ସଂଗଠନ ସଦସ୍ୟ ମାନେ ଆତ୍ମସମର୍ପଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ମାଓବାଦୀ ଆତ୍ମସମର୍ପଣ କରିଥିଲେ । ତେବେ କିଛି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ । ଯାହାକୁ ନେଇ ସେମାନେ ରକ୍ତମୁଖା ହୋଇ ଗୋଟିଏ ପରେ ଗୋଟିଏ ଅଘଟଣ କରିଚାଲିଛନ୍ତି । ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା…
ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଏବେ ରହିଛି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ । ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇ ଆଉ ଟିକିଏ ଘନୀଭୂତ ହେବ ଆସନ୍ତା ୨୪ ଘଣ୍ଟାରେ । ଏପଟେ ମୌସୁମୀ ଆଗେଇବା ସହ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୩ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ବୁଧବାର କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂଜାରି କରାଯାଇଛି। ଏସବୁଜିଲାକୁ ବିଜୁଳି ଘଡ଼ଘଡ଼ି ଭୟ ରହିଥିବାବେଳେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୋଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କଟକ ଆଦି ଜିଲାକୁ ବଜ୍ରପାତ ପାଇଁ ୟେଲୋ ଓ୍ବାର୍ନିଂ…
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୧୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ଯୁବକ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସୂଚନା ଦେଇଛନ୍ତି ଏସ୍ପି ।ସେହି ତିନିଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ବାକି ୭ଜଣଙ୍କୁ ପୁଲିସ ପଚରାଉଚରା କରୁଛି । ବଡ଼ କଥା ହେଉଛି, ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି । ସକାଳେ ବାହାର ରାଜ୍ୟକୁ ଫେରାର ହେଉଥିବାବେଳେ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା ପୁଲିସ । ଗତକାଲି ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ପୁରୁଷବନ୍ଧୁଙ୍କୁ ବାନ୍ଧି ଗଣଦୁଷ୍କର୍ମ ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।ତେବେ ଗୋପାଳପୁର ପୁଲିସ ଏହି ମାମଲାରେ ପ୍ରଥମେ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ଅନ୍ୟ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହିଞ୍ଜିଳି ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଅଧିକ ତଦନ୍ତ ଚଳାଇଛି ।
ରାଜଧାନୀରେ ମଦ ମୃତ୍ୟୁ ଅଭିଯୋଗ । ଅପମିଶ୍ରିତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।୪ ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ତେବେ ଏଭଳି ଖବର ଜଣାପଡିବା ପରେ ସଂପୃକ୍ତ ମଦ ଦୋକାନକୁ ସ୍ଥାନୀୟ ବାସିନ୍ଦା ଘେରାଉ କରିଛନ୍ତି । ଏନେଇ ସମ୍ପୃକ୍ତ ମଦ ଦୋକାନକୁ ସିଲ କରିଛି ଅବକାରୀ ବିଭାଗ । ଏହାସହ ଅବକାରୀ ବିଭାଗ, ମଦର ସାମ୍ପୁଲ ପରୀକ୍ଷା ପାଇଁ ନେଇଛି ।
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡା ଯାତ୍ରା ପରେ ହେବ ସେନେଇ ଚୂଡାନ୍ତ କରାଯାଇନି । ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀମାନେ ସେମାନଙ୍କ ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ସାରିଛନ୍ତି । ରିପୋର୍ଟ କାର୍ଡ ଆଧାରରେ କେଉଁ ମନ୍ତ୍ରୀ ରହିବେ ଓ କେଉଁ ମନ୍ତ୍ରୀଙ୍କ ପଦ ଯିବ ସେନେଇ ନିଷ୍ପତ୍ତି ନିଆଯିବ ।ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ଜଣ ମନ୍ତ୍ରୀ ହୋଇପାରିବେ । ତେବେ ଗତ ବର୍ଷକ ମଧ୍ୟରେ ୬ମନ୍ତ୍ରୀ ପଦ ଖାଲି ପଡିଛି । ମୁଖ୍ୟମନ୍ତ୍ରୀ, ୨ଉପମୁଖ୍ୟମନ୍ତ୍ରୀ, ୮ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣ ମନ୍ତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଦର୍ଶନ ଭିତ୍ତିରେ କିଛି ମନ୍ତ୍ରୀଙ୍କ ମନ୍ତ୍ରୀପଦ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବିବାଦୀୟ ମନ୍ତବ୍ୟ ସହ ଗତ ବର୍ଷକ ମଧ୍ୟରେ ଯେଉଁ ମନ୍ତ୍ରୀମାନେ ଆଶାଜନକ…
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ପାଖେଇ ଆସୁଛି। ଆସନ୍ତା ୨୭ ତାରିଖ ଦିନ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ତୀବ୍ର କରିଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ମହାପ୍ରଭୁଙ୍କ ଆଗାମୀ ପବିତ୍ର ଘୋଷଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି। ମାନ୍ୟବର ରାଜ୍ୟପାଳ ଏହି ଆମନ୍ତ୍ରଣ ପାଇଁ ଡ. ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ, ଘୋଷଯାତ୍ରା ଓଡ଼ିଶାର ଐତିହ୍ୟ ଓ ଆସ୍ଥାର ପ୍ରତୀକ। ମୁଁ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛି।









