Author: sanitelevision

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ବିଶ୍ୱାସ କୁମାର ରମେଶଙ୍କୁ ଦୁର୍ଘଟଣାର ଗୋଟିଏ ସପ୍ତାହ ପରେ ସହରର ସିଭିଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା, ଯେଉଁଥିରେ ୨୭୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ତାଙ୍କୁ ଡିସଚାର୍ଜ କରାଯିବା ମାତ୍ରେ ଭାଇ ଅଜୟଙ୍କ ମୃତଦେହକୁ ତାଙ୍କ ଶେଷକୃତ୍ୟ ପାଇଁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ସେ ତାଙ୍କ ଭାଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଥିବା ଦେଖାଯାଇଥିଲା। ଭାଇ ଅଜୟ ମଧ୍ୟ ତାଙ୍କ ସହିତ ଲଣ୍ଡନ ଯାଉଥିବା ବିମାନରେ ଥିଲେ।ବର୍ତ୍ତମାନ ଏହି ଦୁର୍ଘଟଣାରେ ଏକ ନୂଆ କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ବିଶ୍ୱାସ କୁମାର ବିମାନରୁ ଖସି ଏକ ସଂକୀର୍ଣ୍ଣ ଫାଙ୍କ ଏବଂ ନରମ ମାଟିରେ ପଡ଼ିଥିଲେ। ସେ ଦୁଇଟି କୋଠା ମଧ୍ୟରେ ପଡ଼ିଥିଲେ। ଏଠାରେ ପୂର୍ବରୁ ନରମ (ଓଦା) ମାଟିର ଏକ ଗଦା ଥିଲା। ବିଶ୍ୱାସ କୁମାର ଏହି ଗଦା ଉପରେ ପଡ଼ିଯାଇଥିଲେ। ଏହା ତାଙ୍କ ଜୀବନ ବଞ୍ଚାଇଥିଲା।

Read More

ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ । ଜୁନ ୨୨ ତାରିଖରେ ସେ ମୁମ୍ୱାଇ ଯିବେ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ଏ ନେଇ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ନବୀନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରିଛନ୍ତି।ନବୀନ ପଟ୍ଟନାୟକଙ୍କୁ ବର୍ତ୍ତମାନ ୭୮ ବର୍ଷ । ଅନେକ ସମୟରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚର୍ଚ୍ଚା ହୋଇଥାଏ ।

Read More

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି। ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ (ଯେପରିକି କାର, ଜିପ, ଭ୍ୟାନ, ଇତ୍ୟାଦି) ପାଇଁ ୩୦୦୦ ମୂଲ୍ୟର ଏକ FASTag-ଆଧାରିତ ବାର୍ଷିକ ପାସ ଜାରି କରାଯିବ। ଏହି ପାସ ସକ୍ରିୟକରଣ ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।ଏହି ପାସ୍ ବିଶେଷ ଭାବରେ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ କାର, ଜିପ୍, ଭ୍ୟାନ ଇତ୍ୟାଦି ପାଇଁ ଉପଲବ୍ଧ ହେବ ।…

Read More

ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ଅର୍ଥାତ୍ ସଂକ୍ରମିତ ଅଞ୍ଚଳର ବ୍ୟକ୍ତି ଅନ୍ୟ ଅଞ୍ଚଳକୁ ଯିବା ଏବଂ ସେଠାରେ ଝାଡ଼ା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଇଥାଏ ବୋଲି କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ । ଯାଜପୁରରୁ ଆରମ୍ଭ ହୋଇ ଅନ୍ୟ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ାବାନ୍ତି ରୋଗ । ବର୍ତ୍ତମାନ ୭ରୁ ଅଧିକ ଜିଲ୍ଳାରେ ଝାଡ଼ାବାନ୍ତି ରୋଗୀ ଦେଖିବାକୁ ମିଳିଲେଣି । ଅନେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ହଇଜା ରୋଗକୁ ଦୂର କରିବା ପାଇଁ ବାହାର ଖାଦ୍ୟ ଖାଇବା ବନ୍ଦ କରିବା ଜରୁରୀ । ସବୁବେଳେ ଫୁଟା ପାଣି ପିଇବା ଆବଶ୍ୟକ ।ଅନ୍ୟପଟେ ଡାଇରିଆ ଓ କଲେରା କାହିଁକି ବ୍ୟାପୁଛି ତା’ର କାରଣ କହିଛନ୍ତି କେନ୍ଦ୍ରୀୟ ଟିମ୍ । ପାଣି ଯୋଗୁଁ ଏହା ବ୍ୟାପିବାରେ ଲାଗିଛି ବୋଲି ଟିମ୍ ପକ୍ଷରୁ…

Read More

କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା । ସୁବ୍ରତ ସେନାପତି ଏବଂ ରାଜକିଶୋର ପାଢୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ କରାଯିବ । ‘କଦମ୍ବ ବନ’ ପାଇଁ ଯୁବ ଲେଖକ ସୁବ୍ରତ କୁମାର ସେନାପତି ଏବଂ ‘କେତେ ଫୁଲ ଫୁଟିଛି’ ବହି ପାଇଁ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ପାଇବେ ୨୦୨୫ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ ପୁରସ୍କାର ।ଏହି ପୁରସ୍କାର ସ୍ୱରୂପ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଜୁନ ୧୮ ତାରିଖ ଦିନ ୨୦୨୫ ମସିହା ପାଇଁ ଯୁବ ସାହିତ୍ୟ ପୁରସ୍କାର ଏବଂ ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ସମୁଦାୟ ୨୩ଟି ଭାରତୀୟ ଭାଷା ପାଇଁ ଚଳିତବର୍ଷ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଡୋଗ୍ରି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇନାହିଁ।

Read More

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେଶନରେ ଗାଡ଼ି ପାର୍କିଂ ଏବେ ମହଙ୍ଗା ହୋଇଛି। ପାର୍କିଂ ଫି’ ୮ଗୁଣା ବୃଦ୍ଧି କରାଯାଇଛି। ପାର୍କିଂ ଫି’ରେ ହଠାତ୍‌ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ରଜ ଛୁଟିଦିନରେ ପାର୍କିଂ ସ୍ଥାନରେ ସେମାନଙ୍କର ବାଇକ୍ ଛାଡି ଆସିଥିବା ଯାତ୍ରୀମାନେ ଫେରିବା ପରେ ଏକ ବଡ ଆଘାତର ଶିକାର ହୋଇଥିବା ସୂଚନା ମିଳିଛି।ଏଠାରୁ ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ୍‌ରେ ଯିବାଆସିବା କରିଥାନ୍ତି। ଅନେକ ଯାତ୍ରୀ ନିଜ ୨ ଚକିଆ ଯାନ ଓ ସାଇକେଲ ପାର୍କିଂ ସ୍ଥଳରେ ରଖିଥାନ୍ତି। ଏଥିସହ ସ୍ଥାନୀୟ ମାର୍କେଟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ଏଠାରେ ଗାଡ଼ି ପାର୍କିଂ କରିବାକୁ ସୁବିଧା ମନେକରନ୍ତି। ମାତ୍ର ଏହି ପାର୍କିଂସ୍ଥଳର ପରିଚାଳନା ଦାୟିତ୍ୱ ଠିକା ସଂସ୍ଥା ଦ୍ୱାରା କରାଯାଇଥାଏ। ପ୍ରତିଦିନ ୧୦୦୦ରୁ ୧୫୦୦ ସାଇକେଲ ଓ ମୋଟର ସାଇକେଲ ଏଠାରେ ରହୁଥିବାବେଳେ ହଠାତ୍‌ ପାର୍କିଂ ଦେୟ ବୃଦ୍ଧି ଲୋକଙ୍କ ହୋସ୍‌ ଉଡ଼ାଇଦେଇଛି। ଜୁନ୍‌ ୧୨ରୁ ନୂଆ…

Read More

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ରାଜ୍ୟରେ ଡାଇରିଆ ସ୍ଥିତି ଥମିନଥିବାବେଳେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍ । ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି , ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ…

Read More

SBI କ୍ରେଡିଟ୍ କାର୍ଡ ଧାରୀଙ୍କୁ ଝଟକା, ଜୁଲାଇ ୧୫ରୁ ମିଳିବ ନାହିଁ ବିମାନ ବୀମା ଟଙ୍କା । ଅନେକ ପ୍ରିମିୟମ କାର୍ଡ ଉପରୁ ହଟାଇଲା ବିମାନ ଦୁର୍ଘଟଣା ଜନିତ ବୀମା ସୁରକ୍ଷା । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସହାୟକ କମ୍ପାନୀ ଏସବିଆଇ କାର୍ଡ, ଏହାର କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କ ପାଇଁ ନୀତି ପରିବର୍ତ୍ତନ ଘୋଷଣା କରିଛି ।ଏହି ପରିବର୍ତ୍ତନଗୁଡ଼ିକ ବୀମା ସୁରକ୍ଷା ଏବଂ ପେମେଣ୍ଟ ସର୍ତ୍ତାବଳୀକୁ ପ୍ରଭାବିତ କରିବ । ଏସବିଆଇ କାର୍ଡ ଅନୁଯାୟୀ, କାର୍ଡ ସହିତ ଜଡିତ ଚ୍ୟାଲେଞ୍ଜ ଏବଂ ଆର୍ଥିକ ସ୍ଥିରତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏସବିଆଇ କାର୍ଡ ଦ୍ୱାରା ଜାରି ସୂଚନା ଅନୁଯାୟୀ, ଏସବିଆଇ କାର୍ଡ ELITE, SBI କାର୍ଡ ମାଇଲ୍ସ ELITE ଏବଂ SBI କାର୍ଡ ମାଇଲ୍ସ ପ୍ରାଇମ୍ ଭଳି ପ୍ରିମିୟମ୍ କାର୍ଡରେ ଉପଲବ୍ଧ ୧କୋଟି ଟଙ୍କାର ମାଗଣା ବିମାନ ଦୁର୍ଘଟଣା କ୍ଷତିପୂରଣ ଜୁଲାଇ ୧୫ରୁ ବନ୍ଦ ହୋଇଯିବ…

Read More

ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ । ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ବସିଛି ସମୀକ୍ଷା ବୈଠକ । ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି । ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ୫ଟି ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ।ସୂଚନା ଅନୁସାରେ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ଯାଜପୁରରେ ବଢିଲା ମୃତ୍ୟୁ ସଂଖ୍ୟା । ତେବେ ଯାଜପୁର ସମେତ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରିଖିଛନ୍ତି କେନ୍ଦ୍ରୀୟ ଟିମ୍ । ଆଉ ସେମାନେ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ଏବେ ସ୍ବାସ୍ଥ୍ୟ ବିଭାଗର ଟିମ୍ ସହ ଚାଲିଛି…

Read More

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଡୋନେସନ ସେଲ ଗଠନ କରାଯାଇଛି । ଯେଉଁ ଭକ୍ତ ମାନେ ଚାହିଁବେ ଶ୍ରୀ ମନ୍ଦିର କାର୍ଯ୍ୟଳୟ ନିକଟର ହୋଇଥିବା ନୂଆ ଡୋନେସନ ସେଲ ଗୃହକୁ ଯାଇ ଉଭୟ ଅଫ ଲାଇନ୍ ଓ ୟୁପିଆଇ ଦ୍ଵାରା ମହାପ୍ରଭୁଙ୍କୁ ଦାନ କରିପାରିବେ। ଏହି ସ୍ଵତନ୍ତ୍ର ଡୋନେସନ ସେଲରେ ଇ ହୁଣ୍ଡି ସ୍ଥାପନ କରାଯିବ।ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟକୁ ଲାଗି ଏହି ସେଲ ରହିବ। ଏହି ସେଲକୁ ଜଣେ ଭକ୍ତ ଆସି ଦାନ ଦେବା ପରେ ରସିଦ ନେଇ ପାରିବେ। ଯଦି କେହି ଭକ୍ତ ୟୁପିଆଇ, ଡେବିଟ କାର୍ଡ, କ୍ରେଡିଟ କାର୍ଡ ମଧ୍ୟମରେ ଅର୍ଥ ଦାନ କରିବା ପାଇଁ ଚାହିଁବେ ସେ ନେଇ ମଧ୍ୟ ବ୍ୟବସ୍ଥା ରହିବ। ଏହି ଇହୁଣ୍ଡି ତଥା ଡିଜିଟାଲ ହୁଣ୍ଡି ନେଇ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି। “ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, “ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ତଥା ଇହୁଣ୍ଡି ର ସ୍ଥାପନ କରାଯିବ।…

Read More