Author: sanitelevision

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ । ଦାମିକିଆ ମାଛ ଦେଖିବା ପାଇଁ ଲାଗିଲା ଲୋକଙ୍କ ଗହଳି । କାହିଁକି ନା ଗୋଟେ ମାଛର ଓଜନ ପାଖାପାଖି ୨୦ କିଲୋରୁ ଅଧିକ ।୨ ମାସର ସାମୁଦ୍ରିକ କଟକଣା ହଟିବା ପରେ ଏବେ ସମୁଦ୍ରରୁ ମାଛ ଧରା ଆରମ୍ଭ ହୋଇଛି। ତେବେ ଲଘୁଚାପ ଜନିତ ବର୍ଷା ପାଇଁ ଓଡ଼ିଶାରେ ମାଛ ଧରା ବନ୍ଦ ରହିଛି। ମାତ୍ର ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇ ବେଶ ମାଲାମାଲ ହୋଇଥିବା ଚର୍ଚ୍ଚା ହେଉଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ସେଥିମଧ୍ୟରୁ ନନୀ ଗୋପାଳ ନାମକ ଏକ ଟ୍ରଲରର ଜାଲରେ ୨୯ ଟି ତେଲିଆ ଭୋଳା ମାଛ ଧରା ପଡ଼ିଥିଲା । ଏହି ମାଛକୁ ଦୀଘା ମୁହାଣ ନିକଟରେ ଥିବା ମତ୍ସ୍ୟ ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ…

Read More

ନନ୍ଦନକାନନ ପାଇଁ ଖୁସି ଖବର । 33 ବର୍ଷ ପରେ ନନ୍ଦନକାନନରେ ଜନ୍ମ ନେଲା 5ଟି ଇଗୁଆନା । ଏଠାରେ ଥିବା ସରୀସୃପ ପାର୍କରେ ଆଜି ପାଞ୍ଚଟି ଇଗୁଆନା ଜନ୍ମଗ୍ରହଣ କରିଛନ୍ତି ।ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।ଏହି ପ୍ରାଣୀ ଉଦ୍ୟନରେ ଇଗୁଆନା ଶେଷ ଥର ପାଇଁ 1992 ମସିହା ଜାନୁଆରୀ 29 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।୨ଟି ପୁରୁଷ ଇଗୁଆନା ଏବଂ ଅନ୍ୟ ନୂଆ ପ୍ରଜାତୀର ଇଗୁଆନା ଯୋଡ଼ିବା ପାଇଁ ନନ୍ଦନକାନନରେ 2024 ମସିହାରେ ନଭେମ୍ବର 11 ତାରିଖରେ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରୁ ୨ ଟି ମାଈ ଏବଂ 2024 ମସିହାରେ ସେପ୍ଟେମ୍ବର 26 ତାରିଖରେ କୋଲକାତାର ଆଲିପୁର ଚିଡ଼ିଆଖାନାରୁ ୮ ଟି ଇଗୁଆନା…

Read More

ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୫ଦିନ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ |ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ।୨୦ ତାରିଖ (ଶୁକ୍ରବାର) ଠାରୁ ବର୍ଷା ପ୍ରକୋପ ସାମାନ୍ୟ କମିବ । ସେହିପରି ବରଗଡ଼, ସୋନପୁର, ବୌଦ୍ଧ, ଢ଼େଙ୍କାନାଳ, ଯାଜପୁର ଏବଂ ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ଆଶଙ୍କାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Read More

ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ରାତିରେ ଏକ ଏଭଳି ଘଟଣା ରାଜ୍ୟରେ ଘଟିଛି।ବାରିପଦା ସହରର ରାଜବାସା ଅଞ୍ଚଳରେ ଚାରି ଜଣ ଦୁର୍ବୃତ୍ତ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସ୍ୱାମୀ ଏ ସମ୍ପର୍କରେ ବାରିପଦା ସଦର ଥାନାରେ ଏକ ମାମଲା ଦାଏର କରିଛନ୍ତି।ଏତଲା ଆଧାରରେ ବାରିପଦା ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ରାତିରେ ଦୁର୍ବୃତ୍ତମାନେ ମହିଳାଙ୍କୁ ତାଙ୍କ ଘରୁ ଅପହରଣ କରି ନିକଟସ୍ଥ ଏକ ଘରକୁ ‌ଜୋର ଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Read More

ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା ।ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣ ୪ଟା ୨୦ରେ ଇଣ୍ଡିଗୋ ବିମାନ ୬ଇ-୬୭୧୭ ବିମାନ ରନ୍‌ୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ବିମାନର ସାମନା ଭାଗରେ ମାଡ଼ ହୋଇଥିଲା। ଏପରିକି ବିମାନର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା। ବିମାନ ସମ୍ମୁଖ ଭାଗ ନଷ୍ଟ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ। ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା।ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ ।

Read More

ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଲେ ରାଣୀ ପଣ୍ଡା। ଗଢିଲେ ନୂଆ ଯାତ୍ରା ପାର୍ଟି । କିଛି ଦିନ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଦାୟିତ୍ଵ ନେଇଥିଲେ । ମାସେ ନପୁରୁଣୁ ଆଭ୍ୟନ୍ତରୀଣ ବିବାଦ ପାଇଁ ଛାଡ଼ିଥିବା ସାମ୍ବାଦିକ ସମିଳନୀରେ କହିଛନ୍ତି ରାଣୀ। ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି, ‘ଓଡ଼ିଶାବାସୀଙ୍କ ଆଗରେ ମୁଁ କହୁଛି, ଯାତ୍ରା ମାଲିକ ପିଣ୍ଟୁ ବାବୁଙ୍କୁ ବି କହୁଛି। ମୁଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଉଛି। ଏ ଅନୁଷ୍ଠାନକୁ ମୁଁ ଆଗକୁ ନେଇ ପାରୁନାହିଁ।ନିଜର ନୂଆ ଯାତ୍ରା ପାର୍ଟି ନିଜ ବ୍ୟାନରରେ ଗଢିଲେ ଅପେରା” ନାଟ୍ୟ ମଣ୍ଡପ”। ଦମଦାର ନାଟକ ସହିତ ନିଜ ଜୀବନରେ ଘଟିଥିବା ବାସ୍ତବ ଘଟଣାକୁ ନାଟକ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବେ ରାଣୀ । ଜୁଲାଇ ୭ ତାରିଖ ଦିନ ମହୁରତ ଏବଂ ଆଖଡ଼ା ପୂଜା ହେବ । ଅଗଷ୍ଟ ୧୫ରେ ଯାତ୍ରା ପରିବେଷଣ କରିବ ତାଙ୍କ ନିଜ ପାର୍ଟି ବୋଲି…

Read More

ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଚନ୍ଦନପୁର ଥାନା ଏଏସଆଇ ପ୍ରଭାତ କୁମାର ପ୍ରଧାନ। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ପ୍ରଧାନ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାରେ ସେ ନିଜେ ତଦନ୍ତକାରୀ ଅଧିକାରୀ ଥିଲେ।ଧରାପଡିବା ପରେ ପ୍ରଭାତଙ୍କ ଦୁଇଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ । ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ, ଭିଜିଲାନ୍ସ ଦଳ ଏକ ଜାଲ ବିଛାଇ ଆଜି ଏଏସଆଇ ପ୍ରଧାନଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ୧୫,୦୦୦ ଟଙ୍କା ଜବତ କରାଯାଇଛି।ଅଭିଯୁକ୍ତ ଏଏସଆଇ ପ୍ରଭାତ କୁମାର ପ୍ରଧାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

Read More

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍ । ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଛି । ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବରରେ IT ରେଡ୍ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଚଢାଉରେ ସାମିଲ ।ତେବେ ଆୟକର ଠକେଇ ନେଇ ଅଭିଯୋଗ ହେବା ପରେ ୨୦ରୁ ଅଧିକ ସ୍ଥାନରେ ଇଡି ଏହି ରେଡ ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର ୨୦ଟି ଟିମକୁ ଏହି ରେଡରେ ସାମିଲ କରାଯାଇଛି।ଭୋର ୫ ଟାରୁ ଚଢାଉ କରୁଛି ଆୟକର ବିଭାଗ । ୩ଟି ଅଫିସ ବନ୍ଦ ରହିଥିବା ବେଳେ ତାହା ପରେ ଚଢାଉ କରାଯିବ । ଦୀପାଳି ପୁରୀରୁ ଫେରିଲେ ଅଫିସରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି । ଆୟକର ଫାଙ୍କିବା ଅଭିଯୋଗରେ ତନାଘନା କରୁଛି ଆୟକର ବିଭାଗ ।ସୂଚନାଯୋଗ୍ୟ, ଚଳିତ ବର୍ଷ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ମଧ୍ୟ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା।…

Read More

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ଅଭିଯୁକ୍ତ କିଶୋର କୌଶଲ୍ୟାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ସଂଖ୍ୟା ୭୮, ୭୯, ୨୯୪, ୨୯୬, ୩୩୬(୨), ୩୩୬(୪), ୩୪୦(୨) ଓ ୩୫୬(୨) ଧାରା, ଆଇଟି ଆକ୍ଟ ୨୦୦୦ର ସଂଖ୍ୟା ୬୬-C, ୬୭ ଓ ୬୭-A ଧାରା, ଏବଂ ୧୯୮୬ର ଅଶ୍ଳୀଳ ମହିଳା ପ୍ରତିନିଧିତ୍ୱ (ନିଷେଧ) ଆଇନର ସଂଖ୍ୟା ୩ ଧାରା ଅଧୀନରେ ଅଭିଯୋଗ ରହିଛି। ତାଙ୍କୁ ଭୁବନେଶ୍ୱରର SDJM ମହଲାରେ ଉପସ୍ଥାପିତ କରାଯାଇଛି, ବୋଲି କ୍ରାଇମ ବ୍ରାଞ୍ଚ ଜଣାଇଛି।ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଫେସବୁକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ମିଥ୍ୟା ଭିଡିଓ ପ୍ରଚାରିତ ହେଉଥିଲା। ଏମିତିକି ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଲୀଳ ଭାବେ ଚିତ୍ରଣ କରାଯାଇଥିଲା। ଅଭିଯୋଗକାରୀଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା…

Read More

ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୨୦ ତାରିଖରେ ଟ୍ବିନ୍‌ସିଟିରେ ସ୍କୁଲ ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ ମହାନଗରରେ ସମସ୍ତ ସ୍କୁଲ ଛୁଟି ରହିବ ।ସମସ୍ତ ସରକାରୀ , ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିବ । ବିପୁଳ ଜନସମାଗମ ହେବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର , କଟକ ମହାନଗର ନିଗମ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Read More