କେନ୍ଦ୍ରାପଡ଼ାରେ ଲଜ୍ଜା। ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ ପଶି ଯୋଗ ଗୁରୁମା’ଙ୍କ ସର୍ବଶ୍ୱ ଲୁଟିନେଲା ଅଭିଯୁକ୍ତ। ନିଜକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଲା ନାହିଁ। ଶେଷରେ ଦୁଷ୍କର୍ମର ଶିକାର ହେଲେ ମହିଳା।ସୂଚନା ଅନୁସାରେ, ମହିଳା ଜଣକ ନିଜ ଘରେ ଏକୁଟିଆ ଶୋଇଥିବା ବେଳେ ଜଣେ ବ୍ୟକ୍ତି ଘର ଭିତରକୁ ପଶିଯାଇଥିଲେ । ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କୁ ମାରିଦେବାକୁ ଧମକ ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନିଜକୁ ବଞ୍ଚାଇବାକୁ ଯାଇ କ୍ଷତାକ୍ତ ହୋଇଛନ୍ତି ପୀଡ଼ିତା । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Author: sanitelevision
ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ । ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଭାରତ ସମେତ ସମଗ୍ର ବିଶ୍ୱ ମୁନିର ଓ ଟ୍ରମ୍ପଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ଉପରେ ନଜର ରଖିଥିଲା। ତେବେ ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଥକିଲା କି, ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ କାହିଁକି ନିମନ୍ତ୍ରଣ କରାଯାଇଥିଲା। ହ୍ୱାଇଟ୍ ହାଉସ କହିଛି ଯେ ଜେନେରାଲ ଅସୀମ ମୁନିରଙ୍କ ସହିତ ଟ୍ରମ୍ପଙ୍କ ମଧ୍ୟାହ୍ନ ଭୋଜନ ସ୍ଥିର ହୋଇଥିଲା । କାରଣ ସେ (ମୁନିର) ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଅପିଲ କରିଥିଲେ।ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସେହି ସମୟରେ, ଇସ୍ରାଏଲ…
ରାଜ୍ୟରେ ଅଣାୟତ୍ତ ଡାଇରିଆ ସ୍ଥିତି । ଡାଇରିଆ ପ୍ରବଣ ୩ ଜିଲ୍ଲା ଉପରେ ଦିଆଯାଉଛି ଅଧିକ ଫୋକସ୍ । ଯାଜପୁର ଜିଲ୍ଲା ମଧ୍ୟ ଫୋକସ୍ରେ ରହିଛି । ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ହଇଜା ଝାଡାବାନ୍ତି ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ ମନ୍ତ୍ରୀ । ପରେ ମେଡିକାଲ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ହଇଜା ସ୍ଥିତିକୁ ଗୁରୁତ୍ୱ ପ୍ରଦାନ କରି ସଂକ୍ରମଣ ରୋକିବା ପାଇଁ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ କିଛିଦିନ ପାଇଁ ବନ୍ଦ କରିବାକୁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ବୁଧବାର ଜିଲ୍ଲାରେ ନୂଆ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା ହ୍ରାସ ପାଇଥିବା କହିଥିଲେ ଜିଲ୍ଲାପାଳ । ଜିଲ୍ଲାରେ ମୋଟ୍ ୨୩୩ ଜଣ ଡାଇରିଆ ରୋଗୀ ଜିଲ୍ଲା ହେଡକ୍ବାର୍ଟର ସମେତ ୧୩ଟି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି…
ଜୁନ ୧୨ରେ ଅହମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ପରେ, ବିମାନ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ନିର୍ମାଣକୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂତନ ନିୟମ ଜାରି କରିଛି।ବିମାନ ବନ୍ଦର ପାଖରେ ଥିବା ବିଲଡିଂର ଉଚ୍ଚତା ହ୍ରାସ କରାଯିବ। ଦରକାର ପଡ଼ିଲେ ଭଙ୍ଗାଯିବ। ଏ ସଂପର୍କିତ ଏକ ନିୟମର ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏଥିରେ କୁହାଯାଇଛି ଯେ, ଏୟାରପୋର୍ଟ ପାଖରେ ବଡ଼ ବିଲଡିଂ କିମ୍ଵା ଗଛ ଥିଲେ, ମାଲିକଙ୍କୁ ନୋଟିସ୍ ଦିଆଯିବ। ନୋଟିସ୍ ର ୬୦ ଦିନରେ ସେ ଘର ଭାଙ୍ଗିବା କିମ୍ଵା ଉଚ୍ଚତା ହ୍ରାସ କରିବେ। ଯଦି ନିଜେ ନ କରିବେ, ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ। ଏହା ପ୍ରଶାସନ ନିଜେ ପଦକ୍ଷେପ ନେବ। ଏହି ଆଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ, କୋଠା ମାଲିକ ଆପିଲେଟ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଅପିଲ…
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ । ନବୀନ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ନେତାମାନେ ତାଙ୍କ ସହ ବିମାନ ବନ୍ଦର ଯାଇ ପାରନ୍ତି । ମୁମ୍ବାଇରେ ଡାକ୍ତର ରମାକାନ୍ତ ପଣ୍ଡା କୋର୍ଡିନେଟ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ କରୁଣା ତାଙ୍କ ପ୍ରତି ଅଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।ଆହୁରି ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ଯ୍ୟକ୍ରମ ହୁଏ । ସରକାରୀ ଦଳ ବା ବିରୋଧୀ ଭାବେ ଜମତ ପ୍ରତିଫଳିତ କରାଯାଉଛି ।…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ସମୟରେ ବ୍ୟାପକ ଜନସମାଗମ ଏବଂ ଟ୍ରାଫିକ୍ ଭିଡ଼ର ଆଶଙ୍କା କରି, ଓଡ଼ିଶା ସରକାର ଜୁନ୍ ୨୦ରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି।ରାଜସ୍ବ ଓ ମାଜିଷ୍ଟ୍ରେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଛୁଟି ରହିବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ କାନାଡାର ଗଭର୍ଣ୍ଣର ଜେନେରାଲ ମେରୀ ସାଇମନଙ୍କୁ ଓଡ଼ିଶାର ପ୍ରସିଦ୍ଧ ରୂପା ତାରକସି (ସିଲଭର ଫିଲିଗ୍ରୀ) କଳାରେ ନିର୍ମିତ ଏକ ଚମତ୍କାର କ୍ଲଚ୍ ପର୍ସ ଉପହାର ଦେଇଛନ୍ତି। ଏହି ଉପହାର ଓଡ଼ିଶାର କଟକ ସହରରେ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ, ଯାହା ରାଜ୍ୟର ୫୦୦ ବର୍ଷରୁ ଅଧିକ ପୁରାତନ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ସେହିପରି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଏକ ସୁନ୍ଦର ପାରମ୍ପାରିକ କଳାର ରୂପ ହେଉଛି ପଟ୍ଟଚିତ୍ର । କପଡା ଉପରେ ପ୍ରାକୃତିକ ରଙ୍ଗ ଓ ତୁଳୀର ବ୍ୟବହାର କରି ସୁନ୍ଦର କଳାକୃତ୍ତି ଅଙ୍କା ଯାଇଛି । ଏହି କଳାକୃତ୍ତି ଭାରତୀୟ ପୁରାଣର କାହାଣୀକୁ ଦର୍ଶାଇଥାଏ। ସେମିତିନି ପ୍ରଧାନମନ୍ତ୍ରୀଙ୍କୁ ରାଜସ୍ଥାନର ଏକ ରୂପା ମହମବତୀ ଷ୍ଟାଣ୍ଡ ମଧ୍ୟ ଉପହାର ଦେଇଛନ୍ତି। ଏହି ଉପହାର ମାଧ୍ୟମରେ, ପ୍ରଧାନମନ୍ତ୍ରୀ…
ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏବେ ସେ ଯାଜପୁର ସଦର ମହକୁମାରେ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ କୁଆଡେ ଯାଇପାରିବେ ନାହିଁ। ତେବେ ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବନ କରାଯାଇ ଥିବା ଚିଠିରେ ଉଲ୍ଲେଖ ରହିଛି। ସୂଚନାମୁତାବକ ଗତ ୩ ମାସ ତଳେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡେପୁଟେସନରେ ଧର୍ମଶାଳା ମେଡିକାଲରେ ନିଯୁକ୍ତି ଦିଆଯାଇଥିଲା । ମେଡିକାଲ ଆସୁଥିବା ରୋଗୀଙ୍କୁ ସେ ବାହାରୁ ଔଷଧ କିଣିବାକୁ ପ୍ରେସକ୍ରିପସନରେ ଲେଖୁଥିଲେ। ସ୍ବାସ୍ଥ୍ୟ ସଚିବ ଧର୍ମଶାଳା ଗସ୍ତରେ ଯାଇଥିବାବେଳେ ଏହା ଜାଣିବାକୁ ପାଇଥିଲେ। ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି…
ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି । ଶୁକ୍ରବାର ସ୍କୁଲ ଖୋଲୁଥିବାରୁ ସରକାରଙ୍କୁ ଚିନ୍ତା ଘାରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ ।ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ଗରମ ଖାଦ୍ୟ ଦିଆଯିବ। ଏବଂ ଫୁଟା ପାଣି ପିଇବାକୁ ପିଲା ମାନଙ୍କୁ ନିର୍ଦେଶ ରହିଛି। ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ସୂଚନାମୁତାବକ ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିଥାନ୍ତା। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ପିଲାଙ୍କ ପାଠପଢ଼ା ପାଇଁ…
ଭୋଟରମାନେ ଯେଭଳି ଶୀଘ୍ର ଫଟୋ ପରିଚୟ ପତ୍ର ପାଇପାରିବେ, ସେ ନେଇ ନିର୍ବାଚନ କମିଶନ ଭୋଟରମାନଙ୍କୁ ପରିଚୟ ପତ୍ର ପଠାଇବା କାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ଭୋଟର ପରିଚୟ ପତ୍ର (ଇପିଆଇସି) ୧୫ ଦିନ ମଧ୍ୟରେ ଭୋଟରଙ୍କୁ ପହଞ୍ଚାଇ ଦିଆଯିବ, ଯାହା ପୂର୍ବରୁ ଲାଗୁଥିବା ସମୟକୁ ପ୍ରାୟ ଅଧା କରିଦେଇଛି। ଅଧିକାରୀମାନେ ଜଣାଇଛନ୍ତି ଯେ ଏହା ପୂର୍ବରୁ ଭୋଟର ଫୋଟୋ ପରିଚୟ ପତ୍ର (ଇପିଆଇସି) ଭୋଟରଙ୍କୁ ପହଞ୍ଚାଇବାକୁ ଏକ ମାସରୁ ଅଧିକ ସମୟ ଲାଗୁଥିଲା।କମିଶନଙ୍କ ଅନୁଯାୟୀ ନୂତନ ବ୍ୟବସ୍ଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଦ୍ୱାରା ଭୋଟର ଫଟୋ ପରିଚୟ ପତ୍ର ଜେନେରେସନ୍ ଠାରୁ ଭୋଟରମାନଙ୍କୁ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟର ପ୍ରକୃତ ସମୟ ଟ୍ରାକିଂ ସୁନିଶ୍ଚିତ କରିବ। ପ୍ରତ୍ୟେକ ପର୍ଯ୍ୟାୟରେ ଭୋଟରମାନେ ଏସଏମଏସ ମାଧ୍ୟମରେ ମଧ୍ୟ ସୂଚନା ପାଇବେ।ଏହି ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ତାଙ୍କର ନିକଟରେ ଲଞ୍ଚ ହୋଇଥିବା ଇସିଆଇନେଟ ପ୍ଲାଟଫର୍ମରେ…









