Author: sanitelevision

ସମାଜରେ ଆଜି ମଧ୍ୟ ରହିଛି ଜାତିପ୍ରଥା । ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିବାରୁ ଝିଅଘର ପରିବାର ଲୋକଙ୍କୁ ଶୁଦ୍ଧି ହେବାକୁ ପଡ଼ିଲା । ଝିଅ ବଞ୍ଚି ଥାଉ ଥାଉ ପରିବାର ଏବଂ ସଂପର୍କୀୟମାନେ ଶୁଦ୍ଧି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗ୍ରାମରେ । ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ, ଅନ୍ୟ ଏକ ଗ୍ରାମର ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣଙ୍କ । ଅନ୍ୟଜାତିରେ ବିବାହ କରିବାରୁ ଗ୍ରାମବାସୀ ଝିଅର ପରିବାର ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଜାତିରେ ରହିବାକୁ ହେଲେ ପରିବାରବର୍ଗଙ୍କୁ ଶୁଦ୍ଧି ହେବାକୁ ପଡିବ ବୋଲି କହିଥିଲେ । ଛେଳି, କୁକୁଡ଼ା, ଘୁଷୁରି ଆଦି ବଳି ଦେବା ସହିତ ମୁଣ୍ଡନ…

Read More

ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ତେବେ ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି ।ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରେ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି। ବୌଦ୍ଧ ଓ ପୁରୁଣାକଟକରୁ ଏକସଙ୍ଗେ ୨ଟି ଟ୍ରେନ ସେବା ଆରମ୍ଭ ହେବ। ଭକ୍ତମାନେ ସୁବିଧାରେ ଭୈରବୀ ମନ୍ଦିରକୁ ଯାଇପାରିବେ । ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ଏହି ରେଳ ସେବା…

Read More

ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍ । ୧୬ ବିଲିୟନ ଲଗଇନ ତଥ୍ୟ ଲିକ୍ ହୋଇଥିବା ଜଣାପଡିଛି । ଯେଉଁଥିରେ ପାସୱାର୍ଡ ଏବଂ ଅନ୍ୟ ଡାଟା ଲିକ୍ ହୋଇଥିବା ନିଶ୍ଚିତ କରିଛନ୍ତି ସାଇବର ସୁରକ୍ଷା ଗବେଷକ। ଏକ ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ଲିକ୍ ଆପଲ୍, ଫେସବୁକ୍, ଗୁଗଲ୍, ଗିଟହବ୍, ଟେଲିଗ୍ରାମ୍ ଏବଂ ବିଭିନ୍ନ ସୋସିଆଲ ମିଡିଆ ସେବା ଭଳି ପ୍ରାୟ ସମସ୍ତ ଅନଲାଇନ୍ ସେବାକୁ ବିପଦରେ ପକାଇପାରେ।ସାଇବର ସୁରକ୍ଷା ଗବେଷକମାନେ ଜାଣିପାରିଛନ୍ତି ଯେ ଡାର୍କ ୱେବରେ ୧୬ ବିଲିୟନରୁ ଅଧିକ ପ୍ରମାଣପତ୍ର ଅନଲାଇନରେ ବିକ୍ରୟ ପାଇଁ ଉପଲବ୍ଧ । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହାର ସମାଧାନ ସମୟ ମଧ୍ୟରେ ନ କରାଯାଏ ତେବେ ଲୋକମାନେ ଫିସିଂ ଆକ୍ରମଣ, ଆଇଡି ଚୋରିର ସମ୍ମୁଖୀନ ହୋଇପାରନ୍ତି ଏବଂ ସେମାନଙ୍କ ଆକାଉଣ୍ଟ ଉପରେ ନିୟନ୍ତ୍ରଣ ମଧ୍ୟ ହରାଇପାରନ୍ତି ।ଏହି ଡାଟା ଲିକ୍‌ କାରଣରୁ ଗୁଗଲ୍‌ ତା’ର ଜିମେଲ ବ୍ୟବହାରକାରୀମାନଙ୍କୁ ପାସୱାର୍ଡ ଓ ଦ୍ୱିସ୍ତରୀୟ…

Read More

ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଜାମିନ ପାଇଁ ଆବେଦନ କରିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ଏବେ ଚକ୍‌ମା ଜେଲ୍‌ରେ ଅଛନ୍ତି। ସୂଚନା ଥାଉକି ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପଜିଲ୍ଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା। ସେଠାରେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ଭବାନୀପାଟଣା ସ୍ଥିତ ଜିଲ୍ଲା କାରାଗାରକୁ ଯିବାକୁ ପଡିଥିଲା। ଗିରଫ ହୋଇ ଜେଲ୍‌ ଯିବା ପରେ ଚକମା ସସ୍‌ପେଣ୍ଡ ହୋଇଥିଲେ । ପୂର୍ବରୁ ଆଇଏଏସ ଧିମନ ଚକମାଙ୍କ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ଦରଖାସ୍ତ କରାଯାଇଥିଲା । ହେଲେ ବିଭିନ୍ନ ଦିଗକୁ ଦେଖି ଜାମିନକୁ…

Read More

ଜୁଲାଇ 2025 ରେ ବ୍ୟାଙ୍କ ଛୁଟି ତାଲିକା ୩ ଜୁଲାଇ: ଖାରଚି ପୂଜା ଅବସରରେ ଅଗରତାଲାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ତ୍ରିପୁରାରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି ଏବଂ ଏହି ଦିନ ସ୍ଥାନୀୟ ସ୍ତରରେ ବ୍ୟାଙ୍କ ସେବା ବନ୍ଦ ରହିବ । ୫ ଜୁଲାଇ: ଗୁରୁ ହରଗୋବିନ୍ଦ ଜୀଙ୍କ ଜନ୍ମଦିନ ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ଛୁଟି ବିଶେଷକରି ସେହି ରାଜ୍ୟଗୁଡ଼ିକରେ ହେବ ଯେଉଁଠାରେ ଶିଖ ସମ୍ପ୍ରଦାୟ ଏହି ଦିନକୁ ମହା ଆଡମ୍ବରରେ ପାଳନ କରନ୍ତି ।୬ ଜୁଲାଇ: ରବିବାର ହୋଇଥିବାରୁ, ସାରା ଦେଶରେ ବ୍ୟାଙ୍କଗୁଡ଼ିକରେ ସାପ୍ତାହିକ ଛୁଟି ରହିବ । ୧୨ ଜୁଲାଇ: ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ, ସମସ୍ତ ବ୍ୟାଙ୍କ ବନ୍ଦ ରହିବ । RBI ନିୟମ ଅନୁଯାୟୀ ଏହା ପ୍ରତ୍ୟେକ ମାସ ପାଇଁ ଏକ ସ୍ଥିର ଛୁଟି ।୧୩ ଜୁଲାଇ: ପୁଣି ରବିବାର, ଅର୍ଥାତ୍ ସାପ୍ତାହିକ ଛୁଟି । ଏହି…

Read More

କିଛିଦିନ ବଢିବା ପରେ ଦେଶରେ ପୁଣି ହ୍ରାସ ପାଇଛି କୋଭିଡ-୧୯ ଭାଇରସ ସଂକ୍ରମଣ। ଶୁକ୍ରବାର ସକ୍ରିୟ କୋଭିଡ୍-୧୯ ପଜିଟିଭ୍‌ ସଂଖ୍ୟା ୫,୯୭୬କୁ ହ୍ରାସ ପାଇଛି। ଭାରତରେ କୋଭିଡ-୧୯ର ଓମିକ୍ରୋନ୍ ଉପ-ଭାରିଆଣ୍ଟ ସଂକ୍ରମଣକୁ ବଢ଼ାଉଥିବା ବେଳେ ଶୁକ୍ରବାର ଏହି ସଂଖ୍ୟା ସାମାନ୍ୟ କମିଛି। ଅନେକ ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। କେରଳରେ ୧,୩୦୯ ସକ୍ରିୟ ମାମଲା ରହିଥିବା ବେଳେ ଏହା ପଛକୁ ଥିବା ଗୁଜରାଟ (୨,୦୪୬), ପଶ୍ଚିମବଙ୍ଗ (୭୪୭), ଦିଲ୍ଲୀ (୬୩୨), କର୍ଣ୍ଣାଟକ (୪୬୬) ଏବଂ ମହାରାଷ୍ଟ୍ର (୪୪୩) ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୨୧୯ ଜଣ ଲୋକ କୋଭିଡ-୧୯ ରୁ ସୁସ୍ଥ ହୋଇଥିବା ବେଳେ ଚଳିତ ବର୍ଷ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭,୧୬୪କୁ ବୃଦ୍ଧି ପାଇଛି।

Read More

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସ। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁରେ ତାଙ୍କର ଜନ୍ମ ହୋଇଥିଲା । ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ୱ । ସୁସ୍ଥ, ସୁନ୍ଦର ସମାଜ ଗଠନ ପାଇଁ ଅସୁମାରୀ ସ୍ୱପ୍ନକୁ ନେଇ ମନ ସର୍ବଦା ଚଳଞ୍ଚଳ । ୧୯୯୭ ମସିହାରେ ସେ ରାଜନୀତିକୁ ପ୍ରବେଶ କରିଥିଲେ । ପ୍ରଥମେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ହୋଇଥିଲେ । ୨୦୦୦ ଓ ୨୦୦୪ରେ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୨୦୦୨ ମସିହା ଯାଏଁ…

Read More

ଜୁନ୍ ୨୭ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟିନେଇ ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଏହି ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ୨୬ ରୁ ପ୍ରବଳ ବର୍ଷା ହୋଇପାରେ।ଆଇଏମ୍‌ଡି ପୂର୍ବାନୁମାନ କହୁଛି, ଦେଶର ଉତ୍ତର ପୂର୍ବ, ଝାଡ଼ଖଣ୍ଡ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ଦୁଇ ଦିନରେ ଦୁର୍ବଳ ହୋଇଯିବ । ତେବେ ୧୯ରୁ ୨୨ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୫ ତାରିଖ ଯାଏ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୨୬ ତାରିଖ ସୁଦ୍ଧା ମୌସୁମୀ ଦେଶର ସବୁ ସ୍ଥାନକୁ ଅଗ୍ରସର ହୋଇଯିବ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି ।

Read More

ଅଣସର ଗୃହରେ ଶୁକ୍ରବାର ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ। ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିବେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ।ତ୍ରୟୋଦଶ ଶତାଦ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ତେବେ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ୱାସ ରହିଛି। ସେପଟେ ରଥଯାତ୍ରା ଆଉ ମାତ୍ର ୭ ଦିନ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Read More

ଭାଷା ବିବାଦ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ।ପୂର୍ବତନ ଆଇଏଏସ ଅଧିକାରୀ ଆଶୁତୋଷ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୈଁ ବୁନ୍ଦ ସ୍ବୟଂ, ଖୁଦ ସାଗର ହୂଁ’ ଉନ୍ମୋଚନ କରି ଅମିତ ଶାହା କହିଛନ୍ତି, ଭାରତରେ ଖୁବଶୀଘ୍ର ଏପରି ଏକ ସମାଜ ସୃଷ୍ଟି ହେବ। ଏଥିରେ ଇଂରାଜୀ ଭାଷାଭାଷୀମାନେ ନିଜକୁ ଲଜ୍ଜିତ ଅନୁଭବ କରିବା ଆରମ୍ଭ କରିବେ। ଯେଉଁମାନେ ଭାବନ୍ତି ଯେ, ପରିବର୍ତ୍ତନ ଘଟିପାରିବ ନାହିଁ, ସେମାନେ ଭୁଲି ଯାଉଛନ୍ତି ଯେ ପରିବର୍ତ୍ତନ କେବଳ ଦୃଢ଼ ଲୋକଙ୍କ ଦ୍ୱାରା ଅଣାଯାଇପାରିବ। ଆମର ଭାଷାଗୁଡ଼ିକ ଆମ ସଂସ୍କୃତିର ମଣି, ଏବଂ ସେମାନଙ୍କ ବିନା ଆମେ ଭାରତୀୟ ରହିପାରିବୁ ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉପସ୍ଥାପିତ ‘ପଞ୍ଚ ପ୍ରାଣ’ (ପାଞ୍ଚଟି ସଂକଳ୍ପ) ବିଷୟରେ ଉଲ୍ଲେଖ କରି ଅମିତ ଶାହା କହିଛନ୍ତି, ଆଜି…

Read More