ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷ ବୟସରେ ପାଦ ଦେଇଛନ୍ତି । ତେବେ ଜନ୍ମଦିନରେ ଦ୍ରୌପଦୀ ମୁର୍ମୁ ଡେରାଡୁନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦି ଏମ୍ପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଭିଜୁଆଲିଟିଜର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଦୃଷ୍ଟିବାଧିତ ଛାତ୍ରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଅଭିନେତା ଆମିର ଖାନଙ୍କ ଚଳଚ୍ଚିତ୍ର ‘ତାରେ ଜମିନ୍ ପର’ର ଏକ ଗୀତ ଗାଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାବପ୍ରବଣ ହେବାର ଦେଖି, ପଛରେ ଠିଆ ହୋଇଥିବା ସୁରକ୍ଷାକର୍ମୀ ତାଙ୍କୁ ଏକ ରୁମାଲ ଦେଇଥିଲେ।ରାଷ୍ଟ୍ରପତି ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି କହିଥିଲେ, ମୋ ଜନ୍ମଦିନ ଅବସରରେ ମୁଁ ଏଠାକୁ ଆସି ବହୁତ ଖୁସି। ଯେତେବେଳେ ମୁଁ ପିଲାମାନଙ୍କୁ ଗୀତ ଗାଉଥିବାର ଦେଖୁଥିଲି, ମୋ ଆଖିରୁ ଲୁହ ବନ୍ଦ ହେଉନଥିଲା। ଏହି ପିଲାମାନେ ସେମାନଙ୍କ କଣ୍ଠରୁ ନୁହେଁ, ହୃଦୟରୁ ଗୀତ ଗାଉଥିଲେ। ମୁଁ ଅନୁଭବ କରୁଛି ଯେ ସରସ୍ୱତୀ ସେମାନଙ୍କ…
Author: sanitelevision
ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର ।ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା । ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଏବେ ସୁଭଦ୍ରା ପୋର୍ଟାଲ ଖୋଲିବାରେ ସମସ୍ୟା ହେଉଥିବା ଅନେକ ଅଭିଯୋଗ ଆସୁଛି ।ଗତ ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହୋଇଛି । ଯେଉଁ ଯୁବତୀ ଏବେ ଏବେ ୨୧ ବର୍ଷରେ ପାଦ ଦେଇଛନ୍ତି ସେମାନେ ବି ଆବେଦନ କରିପାରିବେ ଆଉ ସୁଭଦ୍ରା କିସ୍ତି ପାଇବେ ।ଏବେ ନୂଆ କରି…
ଆଜି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ପାଳୁଛି ୧୧ ତମ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଯୋଗ ଦିବସ ପାଳନ କରିଛନ୍ତି । ଏହାସହିତ ବିଶ୍ୱର କୋଣ ଅନୁକୋଣରେ ସାମୂହିକ ଭାବେ ଯୋଗ ଦିବସ ପାଳିତ ହୋଇଛି । ଚଳିତ ବର୍ଷର ଥିମ୍ ରହିଛି -ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ।ଯୋଗ କରିବା ଦ୍ୱାରା ମଣିଷ ରୋଗମୁକ୍ତ ହୋଇଥାଏ। ଯୋଗକୁ ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ବୟସ୍କ ପର୍ଯ୍ୟନ୍ତ ଏହା କରିବା ଜରୁରୀ ରହିଛି। ସମସ୍ତ ଅନୁଷ୍ଠାନରେ ଯୋଗକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକ ରହିଛି।ସୂଚନାଯୋଗ୍ୟ ଯେ, ୨୭ ସେପ୍ଟେମ୍ବର ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ଉଦ୍ବୋଧନ ଦେଇଥିଲେ । ଏଥିରେ ସାରା ବିଶ୍ୱକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ…
ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ଜୟ ଲିଙ୍ଗରାଜ, ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ।କହିଲେ ଆଜିର ଦିନ ବହୁତ ସ୍ୱତନ୍ତ୍ର। କାରଣ ସଫଳତାର ସହତି ଓଡ଼ିଶା ବିଜେପି ଏକ ବର୍ଷ ପୂରଣ କରିଛି। ସୁଶାସନର ବର୍ଷ ସ୍ଥାପନ ହୋଇଛି। ସେଥିପାଇଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।ତେବେ ମୋଦି ଆହୁରି କହିଛନ୍ତି, କାନଡ଼ା ଗସ୍ତରେ ଥିଲାବେଳେ ଟ୍ରମ୍ପ ଆମେରିକା ଯିବାକୁ ନିମନ୍ତ୍ରଣ କଲେ। ମାତ୍ର ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି।ଆସାମ ଓ ତ୍ରିପୁରା ସମସ୍ୟାର ସମାଧାନ ହୋଇଛି। ଗରିବ, କୃଷକଙ୍କ ହକ୍ ମିଳୁନଥିଲା। ଦୁର୍ନୀତି ଅଧିକ ଥିଲା, ଏବେ କିନ୍ତୁ ସମସ୍ତଙ୍କୁ ତାଙ୍କ ହକ୍ ମିଳୁଛି। ବିକାଶରେ ଡବଲ ଇଞ୍ଜିନର ଫାଇଦା ମିଳୁଛି। ଆଜି ହେଉଥିବା ପ୍ରକଳ୍ପରେ ଡବଲ ଇଞ୍ଜିନର ଛାପ ଦେଖିବାକୁ ମିଳୁଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସ୍ବାଗତ ଭାଷଣ ହିନ୍ଦୀରେ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟର ବିକାଶ, ସାମାଜିକ ସମାନତା ଏବଂ ଅର୍ଥନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ।ଓଡ଼ିଶା ପାଇଁ ଆଜି ଗୌରବମୟ ମୁହୂର୍ତ୍ତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ବର୍ଷେ ଶାସନର ସୌଭାଗ୍ୟ ମିଳିଛି । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳିସାରିଛି । ଓଡ଼ିଶା ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ସମସ୍ତ ୩୦ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିଛି । ରାଜ୍ୟରେ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରି ସାରା ଦେଶରେ ଆମେ ପ୍ରଥମ ହୋଇପାରିଛୁ ।” ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ |ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛୁ…
୨୦୨୫ ବର୍ଷର ୬ ମାସ ବିତିଗଲାଣି । କିନ୍ତୁ ଗତ ୬ ମାସରେ ଯେଉଁ ସବୁ ଘଟଣା ଘଟିଛି ତାହାକୁ ଦଶନ୍ଧି ଦଶନ୍ଧି ଧରି ଭୁଲିବା ସହଜ ହେବନି । ସାରା ବିଶ୍ୱରେ ଯୁଦ୍ଧ ଭଳି ସ୍ଥିତି ରହିଛି । ବଡ଼ବଡ଼ ବିମାନ ଦୁର୍ଘଟଣା ଘଟିବାରେ ଲାଗିଛି । ବର୍ଷ ଆରମ୍ଭ ହେଉ ହେଉ କାଲିଫର୍ଣ୍ଣିଆ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ବର୍ଷ ୨୦୨୫ର କ୍ୟାଲେଣ୍ଡର ୧୯୪୧ ମସିହା କ୍ୟାଲେଣ୍ଡର ସହ ସମ୍ପୂର୍ଣ୍ଣ ମେଳ ଖାଉଛି । ତୃତୀୟ ବିଶ୍ବଯୁଦ୍ଧକୁ ନେଇ ବଢ଼ୁଛି ଆଶଙ୍କା । ୨୦୨୫ ବର୍ଷର ଛଅ ମାସ ଦେଶ ପାଇଁ ଭୟଙ୍କର ରହିଛି । ମହାକୁମ୍ଭ ଦଳାଚକଟା, କାଶ୍ମୀର ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୂର ଯୋଗୁଁ ଯୁଦ୍ଧ ଭଳି ପରିସ୍ଥିତି ଏବଂ ଜୁନ ଆରମ୍ଭରେ ଅହମ୍ମଦାବାଦ ବିମାନ…
ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍ ୨୧ ତାରିଖ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା କରି ନାମ ଲେଖାଇ ପାରିବେ ବୋଲି ଜଣାପଡିଛି ।। ସେହିପରି ଯଦି ନାମଲେଖା ପାଇଁ ଆସିଥିବା କଲେଜରେ ରିପୋର୍ଟ କରିପାରି ନାହାନ୍ତି ରିପୋର୍ଟ ବି କରିପାରିବେ । ଏଥିପାଇଁ Freeze/Slide/Float ଅପ୍ସନ ମଧ୍ୟ ଆପଣାଇ ପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ ବୋଲି ଜଣାଯାଇଛି ।ବିଭାଗ ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସିଟ୍ ନିଶ୍ଚିତ କରିବା ଏବଂ ଅଯୋଗ୍ୟତାକୁ ଏଡାଇବା ପାଇଁ ସଂଶୋଧିତ ସମୟସୀମା ମଧ୍ୟରେ ସେମାନଙ୍କର ଆଡମିଶନ ଫର୍ମାଲିଟିଜ ସମାପ୍ତ କରିବାକୁ ଅନୁରୋଧ କରିଛି ।
ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ l ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ l ମୋଦିଙ୍କୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି କର୍ମୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି ପ୍ରମୁଖ୍ୟ ତାଙ୍କୁ ବିମାନବନ୍ଦରରେ ସ୍ଵାଗତ କରିଛନ୍ତି। ଏହାପରେ ଏୟାରପୋର୍ଟରୁ ସମାରୋହ ସ୍ଥାନ ଜନତା ମଇଦାନକୁ ରୋଡ୍ ଶୋ’ କରିଛନ୍ତି ମୋଦୀ। ଯାହା କୁହାଯାଉଛି ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନ ପ୍ରକାର ପ୍ରକଳ୍ପ ଭେଟି ଦେବେ।ନୂତନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ।
କେନ୍ଦୁଝର ଜିଲ୍ଲା ଘଟଗାଁ ଦେଓଘର ପ୍ରାଥମିକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଗୃହରେ ଛାତ୍ରଛାତ୍ରୀ ମାନେ ବସିଥିବାବେଳେ ହଠାତ୍ ଛାତରୁ ପ୍ଲାଷ୍ଟର ଖସିପଡିଥିଲା। ଫଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଥିଲେ। ତେବେ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦାୟିତ୍ବହୀନତା ଭାବେ ଛାତ୍ରଙ୍କ କୈାଣସି ଚିକିତ୍ସା ନକରି ଅନ୍ୟ ଏକ ସହପାଠୀ ସହିତ ଛାତ୍ର ଜଣଙ୍କୁ ଘରକୁ ପଠାଇ ଦେଇଥିଲେ । ଏହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।ଆହତ ଛାତ୍ର ଦିବ୍ୟାଂଶୁ ମହାନ୍ତି ବୋଲି ଜଣାପଡିଛି। ଦିବ୍ୟାଂଶୁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ବହୁ ଚର୍ଚ୍ଚିତ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ସମ୍ପର୍କିତ ଲାଞ୍ଚ ମାମଲାରେ ଗିରଫ ହୋଇପାରନ୍ତି IAS ବିଷ୍ନୁପଦ ସେଠୀଙ୍କ ଅଡୁଆ ବଢିଲା। ବିଷ୍ନୁପଦଙ୍କ ଆବେଦନ ଖାରଜ କଲେ ଓଡିଶା ହାଇକୋର୍ଟ । 10 ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ଏହାକୁ ବିରୋଧ କରି ହାଇକୋର୍ଟ ଆସିଥିଲେ ବିଷ୍ନୁପଦ । ପୂର୍ବରୁ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ।ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ରେଡ କରିଥିଲା CBI। CBI ରେଡକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ। ତା ସହିତ ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଥିବାରୁ ହାଇକୋର୍ଟ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଲା।







