ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁରି ଗ୍ରାମରେ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ରାମର ପୋଖରୀ ଭିତରୁ ବାହାରୁଛି ଅଜବ ଶବ୍ଦ । ମେସିନ ଚାଲିବା ଶବ୍ଦ ସହ ଘୁ ଘୁ ଗର୍ଜନ ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ।ଯାହାକୁ ନେଇ ଗାଁ ଲୋକେ ଭୟଭୀତ । ଘଣ୍ଟାଏ କି ଦୁଇ ଘଣ୍ଟାଏ ନୁହେଁ, ରାତି ୧୨ଟାରୁ ଚାଲିଛି ଏଭଳି ଭୟଙ୍କର ଗର୍ଜନ ।ପୋଖରୀରେ ପାଣି ବି କମ୍ ରହିଛି କେବଳ ଅନାବନା ଗଛ ରହିଛି । ହେଲେ ପୋଖରୀ ଭିତରୁ ଶୁଭୁଛି ଏହି ବିକଟାଳ ସ୍ୱର । କିଏ କହୁଛି ଭୂତ କିଏ କହୁଛି ପ୍ରେତ, ଆଉ କିଏ କହୁଛି ବଡ ଅଘଟଣ ଆସିବା ପୂର୍ବର ଏ ହେଉଛି ସଂକେତ । ଏ ଅଜଣା ଶବ୍ଦ ଶୁଣି ଏବେ ସ୍ଥାନୀୟ ଲୋକେ ପୁରା ଭୟଭିତ । ଏ ପ୍ରସଙ୍ଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ…
Author: sanitelevision
ଏୟାର ଇଣ୍ଡିଆର ୩ ଅଧିକାରୀ ବହିଷ୍କୃତ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା। ଦୁର୍ଘଟଣାର କିଛି ଦିନ ପରେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏକ ବଡ଼ ଆକ୍ସନ ନେଇଛି। ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ୩ ଜଣ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ। DGCA ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଅଧିକାରୀମାନେ ଅନେକ ଗୁରୁତର ତ୍ରୁଟିରେ ଜଡିତ ଥିବା ଜଣାପଡିଛି । ଏହି ନିର୍ଦ୍ଦେଶ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ହେବାର କିଛି ଦିନ ପରେ ଏହି ଖବର ଆସିଛି । ମୃତକଙ୍କ ମଧ୍ୟରେ କେବଳ ବିମାନରେ ଥିବା ବ୍ୟକ୍ତି ନୁହଁନ୍ତି ବରଂ ଜନବସତିରେ ଥିବା ଅନେକ ଲୋକ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।
କ୍ଷମା ମାଗିଲେ ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟ ।ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରା ମହାସମରରେ ଯାତ୍ରା ଗୁରୁମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ଏହି ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଯାତ୍ରା ଅଭିନେତା ଦୟା ମଧ୍ୟରାତ୍ରିରେ ଅପେରା ମାଷ୍ଟର ସଂଘ ସଭାପତି ବିଜୟ ଦାସଙ୍କ ଭଦ୍ରକ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି ।ଗୁରୁମାନେ ଅକ୍ଷମ ଓ ଅଯୋଗ୍ୟ କହି ବିବାଦରେ ଫସିଥିଲେ ଯାତ୍ରା କମେଡିଆନ୍ ଦୟା । ଏହାପରେ ତାଙ୍କୁ ଯାତ୍ରାପାର୍ଟିରୁ ବ୍ୟାନ କରାଯାଇଥିଲା । ଏହାପରେ ସେ ଗଣମାଧ୍ୟମରେ କ୍ଷମା ମାଗିଥିଲେ ।କେବଳ ସେତିକି ନୁହେଁ ଯାତ୍ରାରେ ଯେତେ ଗୁରୁ ବା ଲେଖକ ଅଛନ୍ତି, ତାଙ୍କର ଯେତେବେଳେ କମିଟି ବସିବ ସେଠାକୁ ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ଦୟା । ଏଥିପାଇଁ ଦୟାଙ୍କ ଉପରୁ…
ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବା ପାଇଁ ପାଖାପାଖି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଯାହା ମୋଟ ନିର୍ବାଚନ ଖର୍ଚ୍ଚର ୪୪.୫୬% ବୋଲି କୁହାଯାଇଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ‘ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର) ଶୁକ୍ରବାର ଏହି ସୂଚନା ଦେଇଛି। ବିଜେପି ପଛକୁ ୬୨୦ କୋଟି ଟଙ୍କା ବ୍ୟୟ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ ମୋଟ ନିର୍ବାଚନ ଖର୍ଚ୍ଚର ୧୮.୫% ବ୍ୟୟ କରିଛି। ଏଡିଆର ରିପୋର୍ଟ ଅନୁଯାୟୀ, ୩୨ଟି ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ମିଳିତ ଭାବେ ୨୦୨୪ ଲୋକସଭା ନିର୍ବାଚନ ଏବଂ ଏହା ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନରେ ମୋଟ ୩,୩୫୨.୮୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚରେ ଜାତୀୟ ଦଳମାନେ ୨,୨୦୪ କୋଟି ଟଙ୍କା (୬୫.୭୫%) ଖର୍ଚ୍ଚ କରିଥିବା ବେଳେ ବିଜେପି ଏହାର ମୁଖ୍ୟ ଅଂଶ ରହିଛି।ରିପୋର୍ଟରେ କୁହାଯାଇଛି…
ଗୋପାଳପୁରରେ ପୁଣି ଲଜ୍ଜା। ରାସ୍ତାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ଗୋପାଳପୁର-ଦିଗିପୁର ରାସ୍ତାରେ ଅସଦାଚରଣ ଅଭିଯୋଗ। ଗୋପାଳପୁର ଥାନାରେ ଅଭିଯୋଗ କଲେ ମହିଳା।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଦିଗିପୁର ରାସ୍ତାରେ ଗୁରୁବାର ସନ୍ଧ୍ୟା ସମୟରେ ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗୁରୁବାର ସନ୍ଧ୍ୟାରେ ଦିଗିପୁର ଗ୍ରାମର ଜଣେ ବିବାହିତ ମହିଳା ଗୋପାଳପୁର ଠାରୁ ନିଜ ଗ୍ରାମକୁ ସାଇକେଲରେ ଯାଉଥିବା ବେଳେ ଏକ ଘରୋଇ ସ୍କୁଲ ନିକଟରେ ଜଣେ ଅଜଣା ଯୁବକ ଅନ୍ଧାର ଦେଖି ମହିଳାଙ୍କୁ ପଛପଟୁ ମାଡିବସିଥିଲେ । ଉକ୍ତ ଯୁବକଙ୍କ କବଳରୁ ଖସିଯାଇ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଲୋକଙ୍କୁ ଦେଖି ଯୁବକ ଜଣକ ବାଇକ୍କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ । ଏ ନେଇ ମହିଳା ଜଣଙ୍କ ଗୋପାଳପୁର…
ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ। ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟୀକା ତିଆରି ହୋଇନାହିଁ। ତେବେ ଆଶ୍ବସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି। ତେବେ ବିଶ୍ବର ପ୍ରଥମ HIV ପ୍ରତିରୋଧକ ଇଞ୍ଜେକ୍ସନକୁ ଆମେରିକା FDIର ମଞ୍ଜୁରୀ ଦେଇଛି । ବର୍ଷକୁ ଏହି ପ୍ରତିଷେଧକ ଇଂଜେକ୍ସନର ଦୁଇଟି ଡୋଜ ନେବାକୁ ପଡ଼ିବ । HIV ପ୍ରତିରୋଧକ କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ । ଆମେରିକୀୟ ଖାଦ୍ୟ ଓ ଔଷଧ ପ୍ରଶାସନ -FDA ଲେନାକାପାଭିର ନାମକ ଇଂଜେକ୍ସନକୁ ଅନୁମୋଦନ ଦେଇଛି । ଯାହା ଏଜ ଟୁଗୋ ବ୍ରାଣ୍ଡ ନାମରେ ଜଣାଶୁଣା । ଏଚଆଇଭି ପ୍ରତିରୋଧରେ କ୍ଲିନିକାଲ ଟ୍ରାଏଲରେ ଏଜଟୁଗୋ ଭଲ ଫଳାଫଳ ଦେଖାଇଛି ।ଉଲ୍ଲେଖଯୋଗ୍ୟ ଯେ ଏହି ଟୀକା ଏଚଆଇଭିର ଉପଚାର ନୁହେଁ। ଏହାକୁ କେବଳ ନେବା ଦ୍ୱାରା ଏଚଆଇଭି ସଂକ୍ରମଣକୁ…
ବଢିଲା ପୁଣି ଓମ୍ଫେଡ୍ କ୍ଷୀରର ଦାମ୍ । ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । ଓମ୍ଫେଡ୍ର ପ୍ରିମିୟମ କ୍ଷୀର ଦର ଅଧ ଲିଟର ଦାମ୍ ୨୬ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି । ବାକି ଓମ୍ଫେଡ୍ ଗୋଲ୍ଟ ମିଲ୍କ ଲିଟର୍ ପିଛା ୫୨ ଥିଲା । ଏବେ ଏହା ବଢି ୫୬ ଟଙ୍କା ହୋଇଛି । ଏନେଇ ଓମଫେଡ୍ ପକ୍ଷରୁ ଦିଆଗଲା ସୂଚନା।ପୂର୍ବରୁ ଜୁନ ୧ ତାରିଖରେ କ୍ଷୀରର ରେଟ୍ ବୃୃଦ୍ଧି କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଯାହା ଆଜି ଲାଗୁ ହୋଇଛି। ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ରାଜ୍ୟ ସରକାର। ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର। ଯାହା ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି।ସେହିପରି ଓମ୍ଫେଡ୍ ଟନ୍ଡ୍ ମିଲ୍କ ଲିଟର…
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱ ଯୋଗ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଉଛନ୍ତି। ପ୍ରାୟ ପାଞ୍ଚ ଲକ୍ଷ ଲୋକ ବନ୍ଦର ସହରର ଆରକେ ବିଚ୍ – ଗୋଟିଏ ସ୍ଥାନରେ ମୋଦିଙ୍କ ସହ ଯୋଗ ଆସନ କରିଛନ୍ତି। ଏଥିପାଇଁ ବେଳାଭୂମିରୁ ଭୀମଲି ପର୍ଯ୍ୟନ୍ତ ବିସ୍ତାରିତ 26 କିଲୋମିଟର ରାସ୍ତା ବ୍ୟାରିକେଡ୍, ଲାଇଟ୍ ଏବଂ ବିଶାଳ ସ୍କ୍ରିନ୍ ସହିତ ସଜ୍ଜିତ ହୋଇଛି। ଯାହା ପୂର୍ବର ଯେକୌଣସି ସାମୁହିକ ଯୋଗ କାର୍ଯ୍ୟକ୍ରମକୁ ପଛରେ ପକାଇ ଅନ୍ତର୍ଜାତୀୟ ରେକର୍ଡ ପୁସ୍ତକରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେତେବେଳେ ମୁଁ ଗତ ଦଶନ୍ଧିରେ ଯୋଗର ଯାତ୍ରାକୁ ଦେଖେ, ମୋତେ ଅନେକ କଥା ମନେପଡ଼େ। ଯେଉଁଦିନ ଭାରତ ଜାତିସଂଘରେ ପ୍ରସ୍ତାବ ଦେଇଥିଲା ଯେ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ମାନ୍ୟତା ଦିଆଯିବା ଉଚିତ ଏବଂ…
ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଶାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଆଶାକର୍ମୀ ଜଣକ ଔଷଧ ଦେବାକୁ ଯାଇଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ଗାଁ ଦାଣ୍ଡରେ ତାଙ୍କୁ ପ୍ରଥମେ ଅସଦାଚରଣ କରିଥିଲେ । ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ । ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉଭୟ ଆଶାକର୍ମୀ ଓ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ଏନେଇ ଆଶାକର୍ମୀ ଜଣକ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଖବରପାଇ ଫତେଗଡ଼ ଥାନା ପୁଲିସ ବିଳମ୍ବିତ ରାତିରେ ପାର୍ବତୀପୁର ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରିବାପାଇଁ ଚଢ଼ାଉ ଆରମ୍ଭ କରିଥିବା ଜଣାପଡିଛି ।
ଆଜି ଅର୍ଥାତ୍ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫିଟ୍ ରହିବାର ମନ୍ତ୍ର ବାଣ୍ଟିବା ସହ କହିଛନ୍ତି, “ଯୁବକମାନେ ହେଉଛନ୍ତି ପରିବର୍ତ୍ତନର ଆଲୋକ ବର୍ତ୍ତିକା। ପିଲାଠାରୁ ବୟସ୍କ ସଭିଏଁ ଯୋଗ କରିବା ଦରକାର। ଯୋଗ ଏକାଗ୍ରତା ଓ ସ୍ଥିରତା ଆଣିବା ସହ ମଣିଷକୁ ଚାପମୁକ୍ତ ରଖେ।” ତେବେ ଖୁବଶୀଘ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗକୁ ସାମିଲ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ସେ ଆହୁରି ମଧ୍ୟ କହିଥିଲେ ଯେ, ”ଯୋଗକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରିବାରେ ପ୍ରଧାମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ।” ଏହି ଅବସରରେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଯୋଗ ଦେଇଥିଲେ।









