Author: sanitelevision

ଗୋଟିଏ ପଟେ ଝାଡାବାନ୍ତି ଅନ୍ୟ ପଟେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍। ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି। ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍। ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍‌ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା’ଠାରୁ ଢେର୍‌ ଅଧିକ ରୋଗୀ ଡାକ୍ତରଖାନା ନଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏହି ଦୁଇ ଗାଁରୁ ୪୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି। ସେପଟେ ଗାଁ ରେ ସଚେତନତା କାର୍ଯ୍ୟକ୍ରମ କରୁଥିଲେ ସୁଦ୍ଧା ସେଭଳି କୌଣସି ଠୋସ ପଦକ୍ଷେପ ସ୍ୱାସ୍ଥ୍ୟ ବିଭାଗ ନେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Read More

ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ବୋର୍ଡକୁ ଚିଠି ଲେଖାଯାଇଛି । ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ । ଏହା ଦ୍ବାରା ଉପକୃତ ହେବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ । ସବୁଠାରୁ ବଡ଼ କଥା ହେଉଛି ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ସେମାନଙ୍କୁ ହିଁ ପରୀକ୍ଷା ଫି ଛାଡ଼ କରାଯିବ । କିନ୍ତୁ ପରୀକ୍ଷା ଦେଉନଥିବା ପରୀକ୍ଷାର୍ଥୀଙ୍କୁ ଆବେଦନ ଫି ପେରସ୍ତ କରାଯିବ ନାହିଁ । ଖାମଖିଆଲି ମନୋଭାବ ନେଇ ଆବେଦନ କରୁଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Read More

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦୁଇ ଦଳିତଙ୍କୁ ଗାଁ ଦାଣ୍ଡରେ ଅକଥନୀୟ ଅତ୍ୟାଚାର ଦେଲେ ଲୋକେ । ଅଧା ଲଣ୍ଡା କରିବା ସହ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲେଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ । ଦଣ୍ଡ ପାଇଥିବା ଦୁଇ ବ୍ୟକ୍ତି ହେଲେ ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଏବଂ ବାବୁଲା ନାୟକ ମିଳିଥିବା ସୂଚନା ମୁତାବକ, ଝିଅଙ୍କୁ ଯୌତୁକ ଦେବା ପାଇଁ ବୁଲୁ ଏବଂ ବାବୁଲା ହରିପୁରରୁ ୩ଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ। ହେଲେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇ ଗୋରୁ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନ ଦେବାରୁ ସେମାନଙ୍କୁ ମାଡ଼ ମାରି ସେଲୁନରେ ଅଧା ଲଣ୍ଡା କରିଥିଲେ। ପରେ ସେମାନଙ୍କୁ ଖାରିଗୁମ୍ମାଠାରୁ ପାଦରେ ଚଳାଇ ଜାହାଡା…

Read More

ଆସନ୍ତା ୨୫ ତାରିଖରେ ବଙ୍ଗୋପାସାଗର ଉପରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ତେବେ କେନ୍ଦୁଝର, ମୟୂରଭଞ୍ଜରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ଝଡ଼ତୋଫାନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ଆଶଙ୍କା। ସେହିଭଳି ଉପକୂଳ ଓ ଆଭ୍ୟନ୍ତୀରଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

Read More

ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର । କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ସୂଚନା ଦେଇଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା ।ତାଙ୍କୁ ଦୁଇ ଦିନ ପାଇଁ ଅବଜରଭେସନରେ ରଖାଯାଇଛି।ସମସ୍ତଙ୍କ ସହିତ କଥା ହେଉଛନ୍ତି । ତାଙ୍କୁ ଆଗାମୀ ୫ ରୁ ୬ ଦିନ ମଧ୍ୟରେ ଡିସଚାର୍ଜ କରାଯିବ । ଏହା ପରେ ନବୀନ ଭୁବନେଶ୍ବର ଫେରିପାରନ୍ତି ବୋଲି ଆଶା କରାଯାଉଛି ।ସ୍ପାଇନ ସର୍ଜରୀ ପାଇଁ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା । ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଏହି ଅପରେସନ କରିଛନ୍ତି । ଏସିଆନ ହାର୍ଟ ହସପିଟାଲର ହାର୍ଟ ସର୍ଜରୀ ମୁଖ୍ୟ ପ୍ରଦୋତ ରଥ, କୋକିଳାବେନ ହସପିଟାଲର ଦୁଇ ଜଣ ସ୍ପାଇନ ସର୍ଜନ ମୁଖ୍ୟ, ଆନସ୍ଥେସିଆ ମୁଖ୍ୟ ଡାକ୍ତର…

Read More

ଅନୁଗୁଳ ସହରରେ ଚର୍ଚ୍ଚା |ପ୍ରେମିକ ଜଣକ ଧୋକା ଖାଇ ଥାନାର ହେଲେ ଦ୍ବାରସ୍ଥ । ପ୍ରେମିକର କହିବା କଥା ତାଙ୍କର ଦୀର୍ଘ ଆଠ ବର୍ଷର ପ୍ରେମ । ପ୍ରେମିକାକୁ ପାଇବା ପାଇଁ ଧର୍ମ ବଦଳାଇଲେ । ଖ୍ରୀଷ୍ଟିଆନ୍ ଧର୍ମ ପରିତ୍ୟାଗ କରି ମୁସଲିମ୍ ଧର୍ମ ଗ୍ରହଣ କଲେ । ଏହାସତ୍ତ୍ବେ ତାଙ୍କୁ ଠକି ଦେଲେ ପ୍ରେମିକାଙ୍କ ଘର ଲୋକେ । ଯୁବତୀଙ୍କ ବିବାହ ଅନ୍ୟ ଜାଗାରେ ଠିକ୍ କରିଛନ୍ତି । ଏଇ ମାସରେ ବାହାଘର ମଧ୍ୟ ହେବ । ଏବେ ପ୍ରତାରଣାର ଶିକାର ହୋଇଥିବା ଯୁବକ ନ୍ୟାୟ ପାଇଁ ଅନୁଗୁଳ ଟାଉନ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ପ୍ରତାରଣାର ଶିକାର ହୋଇଥିବା ଯୁବକ ହେଲେ କଟକ ଜିଲ୍ଲାର ଜଗତାନନ୍ଦ ନାଏକ । ସେ ୨୦୧୭ରେ ଅନୁଗୁଳ ସହରର ଜଣେ ମୁସଲିମ୍ ଯୁବତୀଙ୍କ ପ୍ରେମରେ ପଡିଥିଲେ । ଉଭୟଙ୍କର ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ପରିଚୟ ହୋଇଥିଲା। ପରେ ସମ୍ପର୍କ ନିବିଡ଼ ହେବାରୁ…

Read More

ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି। ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା ସହ ଖଳି ପ୍ରସାଦ ଲାଗି ମଧ୍ୟ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହେବ । ଆଜି ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସମ୍ପନ୍ନ ହେବ । ଏଥିପୂର୍ବରୁ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ । ଗୋପନୀୟତା ରକ୍ଷା କରି ଦଇତା ଓ ପତିମହାପାତ୍ର ସେବକମାନେ…

Read More

ମାଆ ମରିଯିବା ପରେ ନାତି ନାତୁଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା’। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ରସୁଲଗଡ ଜିଜିପି କଲୋନୀରେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ଖେଳିଯାଇଛି । ଦୁଇ ଶିଶୁ ଦୀର୍ଘ ଦିନରୁ ନିର୍ଯାତିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ମଞ୍ଚେଶ୍ବର ଥାନାକୁ ନେଇଆସିଛନ୍ତି । ସୂଚନା ଅନୁଯାୟୀ ନାତି ନାତୁଣୀଙ୍କ ଜେଜେମା’ କୋଳେଇ ନେବା ବଦଳରେ ଅମାନୁଷିକ ନିର୍ଯାତନା ଦେଉଥିଲେ। ଘର ଭିତରେ ନାତି ନାତୁଣୀଙ୍କ ବନ୍ଦ ରଖି ନୃଶଂସ ଭାବରେ ମାଡ ମାରୁଥିଲେ। ଖାଇବାକୁ ବି ଦେଉ ନଥିଲେ। ଏହି ଘଟଣା ସମ୍ବନ୍ଧରେ ଜାଣି ମଞ୍ଚେଶ୍ୱର ପୋଲିସ ଭାଇ ଭଉଣୀଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି।ଅନ୍ୟପଟେ ପାଠ ପଢୁନଥିବାରୁ ମାଡ଼ ମାରୁଥିବା ସଫେଇ ଦେଇଛନ୍ତି ଜେଜେ ମା’ ।

Read More

କଟକ ବାଦାମବାଡ଼ି ବଜାର କୋଲକାତା ସମ୍ମୁଖରେ ପୁଣି ଏକ ବ୍ୟାଟେରୀ ଚାଳିତ ନୂଆ ଆମ ବସ୍ ଖରାପ ହୋଇ ଠିଆ ହେଲା। ଗତ କାଲି ନୁଆ ଗାଡ଼ି ଶୁଭାରମ୍ଭ ହେଲା, ଆଜି ରାସ୍ତା କୁ ଆସୁ ଆସୁ ଖରାପ । ଅନ୍ୟପଟେ କଟକ ସତୀ ଚୌରା ଅଞ୍ଚଳରେ ନୂଆ ଆମ ବସ୍ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ବସ୍ ପଛକୁ ଲାଗିଲା ଲମ୍ବା ଭିଡ । ସୁଚନାଯୋଗ୍ୟ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ବିଦ୍ୟୁତ ଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି l ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ “ଆମ ବସ” ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ “ଆମ ବସ୍” ସେବା ପ୍ରଦାନ କରାଯିବ l ନୂତନ ଭାବେ…

Read More

ଆଜି ଅର୍ନ୍ତଜାତୀୟ ବିଶ୍ଵ ଯୋଗ ଦିବସ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇ ଘଣ୍ଟା ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଓ ସାତଜ ଜୀବନ ଯାପନ କରିହେବ ବୋଲି ଯୋଗ ପ୍ରଶିକ୍ଷକମାନେ ମତ ଦିଅନ୍ତି।ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାସନର ଚିତ୍ର ନିର୍ମାଣ କରିଛନ୍ତି । ଏଥିସହ ଯୋଗର ବିଭିନ୍ନ ମୁଦ୍ରାକୁ ଅତି ସୁନ୍ଦର ଭାବେ ବାଲୁକାକଳାରେ ସ୍ଥାନ ଦେଇଛନ୍ତି । ଏହି ବାଲୁକା କଳା ଦ୍ବାରା ପ୍ରତ୍ୟେକ ଦିନ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।ସୁସ୍ଥ ଜୀବନ ଅତିବାହିତ କରିବାରେ ଯୋଗ ହିଁ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ।ଚଳିତବର୍ଷର ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ଏହାର ବିଷୟବସ୍ତୁ ବା ଥିମ୍ “Yoga for One Earth, One Health” ବା ‘ଯୋଗ ଏକ ପୃଥିବୀ ଏବଂ ଏକ ସ୍ୱାସ୍ଥ୍ୟ ପାଇଁ’ ରଖାଯାଇଛି ।…

Read More