ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ପରେ ସରକାରଙ୍କୁ ଲଭର୍ସ ପଏଣ୍ଟ ସୁରକ୍ଷା ଚିନ୍ତା । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ବସିଲାଣି ଦୁଇ ଦୁଇ ଥର ବୈଠକ । ରାଜ୍ୟରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ ଲଭର୍ସ ପଏଣ୍ଟ ଅଛି, ତାହାର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ତେବେ ଗୋପାଳପୁର ଘଟଣାରେ ପ୍ରଥମ ଥର ଲାଗି ରାତିକ ଭିତରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଟିଆଇ ପ୍ୟାରେଡ କରାଯାଇଛି। ଆଇନ ତା କାମ କରୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
Author: sanitelevision
ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର ଏବଂ ପ୍ରିନ୍ସିପାଲ୍ଙ୍କୁ ଚିଠି କରାଯାଇଛି। ଏମର୍ଜେନ୍ସି ଲାଗୁକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ସଚେତନ କରାଯିବ । ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବ ଆଲୋଚନା । ସମସ୍ତ ଶିକ୍ଷାନୁଷ୍ଠାନରେ ଆୟୋଜିତ ହେବ ସଚେତନ କାଯ୍ୟକ୍ରମ ।
ରାଜ୍ୟରେ ବଢୁଥିବା ଦୁଷ୍କର୍ମକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୨୫ ତାରିଖ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯିବ । ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିବା ସହ କଳା ବ୍ୟାଜ୍ ପରିଧାନ କରିବେ ଓ ପିକେଟିଂ କରିବେ । । ଓଡ଼ିଶାରେ କୌଣସି ବି ନାରୀ ସୁରକ୍ଷିତ ନୁହଁନ୍ତି । ବିଗତ ବର୍ଷକ ମଧ୍ୟରେ ୩ ହଜାର ଦୁଷ୍କର୍ମ ଘଟଣା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଯେଉଁଥି ପାଇଁ ଆସନ୍ତା ୨୫ ତାରିଖରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ଆନ୍ଦୋଳନ ମଧ୍ୟ କରିବେ ।ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମକେଶ ରାୟ ଓ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟର ବିପର୍ଯ୍ୟସ୍ତ ଆଇନ…
ରାଜ୍ୟରେ ଡ଼ାଇରିଆ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏହାକୁ ଗୁରୁତର ସହିତ ନେଉଛନ୍ତି ସରକାର । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଡ଼ାଇରିଆର ନୂଆ କେସ ଆସିବା କମିଛି । ନିୟନ୍ତ୍ରଣ କରିବା ପାଇଁ ସଚେତନତା କରାଯାଇଛି । ପରିସ୍ଥିତିରେ ସୁଧାର ଆସୁଛି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ନିବେଦନ କରିଛନ୍ତି ।ଅନ୍ୟପକ୍ଷେ ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନ ବ୍ୟାପିବ ତାକୁ ନେଇ ସରକାର ଗୁରୁତ୍ୱ ଦେଇଛନ୍ତି। ରଥଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ୩୮୭ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତ କରାଯାଇଛି। ଫାଷ୍ଟ ଏଡ୍ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ଶ୍ରଦ୍ଧାଳୁଙ୍କୁ ଆର୍ଓ ପାଣି ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।
ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ଜୁନ୍ ୨୩ ଅର୍ଥାତ୍ ସୋମବାର ହ୍ରାସ ପାଇଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୦, ୭୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ହଜାର ୩୪୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୦, ୭୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୨ ହଜାର ୩୪୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍ ସୁନା ଦାମ୍ ୭୫,୫୨୦ ଟଙ୍କା ରହିଛି । ଗତକାଲି ୭୫,୫୬୦ ଟଙ୍କା ଥିଲା । ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୨୦ , ୦୦୦ ଟଙ୍କା ହୋଇଛି ।
ଏମ୍ଆଇଟିର ବଡ଼ ଖୁଲାସା । ଦିନକୁ ଦିନ ଏଆଇ ଉପରେ ନିର୍ଭରଶୀଳ ହେଉଛି ସାରା ବିଶ୍ୱ । ଚାଟ୍ ଜିପିଟି ଭଳି କିଛି ଏଆଇ ଆପ୍ ମଣିଷକୁ ଦିନକୁ ଦିନ ଅକାମୀ କରିବାରେ ଲାଗିଛି । ଆଧୁନିକତାର ଏହି ଯୁଗରେ ପ୍ରଯୁକ୍ତିବିଦ୍ୟା ନିସନ୍ଦେହରେ କାମକୁ ସହଜ କରିଦେଇଛି ଏବଂ ଏଆଇ ଲଞ୍ଚ ହେବା ପରେ, ଘଣ୍ଟା ଘଣ୍ଟାର ସବୁଠାରୁ କଷ୍ଟକର କାମ ମଧ୍ୟ ଏବେ କିଛି ସେକେଣ୍ଡରେ ସମାପ୍ତ ହେଉଛି । ଚାଟ ଜିପିଟି ଭଳି ଏଆଇ ଟୁଲ୍ସ ଉପରେ ଲୋକଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଛି କିନ୍ତୁ ଆପଣ କ’ଣ ଜାଣନ୍ତି ଏହି ଏଆଇ ଉପକରଣଗୁଡ଼ିକ ଆପଣଙ୍କୁ କିପରି କ୍ଷତି ପହଞ୍ଚାଉଛି? ସମ୍ପ୍ରତି, ଏକ ଅଧ୍ୟୟନରେ ଚାଟ ଜିପିଟି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ଯେ ଏହି ଏଆଇ ଉପକରଣ ଛାତ୍ରଛାତ୍ରୀମାନଙ୍କୁ ମୂର୍ଖ କରୁଛି କିମ୍ବା ଆପଣ ଏହା ମଧ୍ୟ କହିପାରିବେ ଯେ ଏଆଇର ଆଗମନ ପରେ, ପିଲାମାନେ…
ବର୍ତ୍ତମାନ ରଥଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରୀରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠଭୋଗ। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କୋରାପୁଟରୁ ୫ ପ୍ରକାର ଜୈବିକ ଚାଉଳ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ ଅଧିକ ରହିବ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ଏହି ଚାଉଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଅମୃତ ଅନ୍ନ ଉପଯୋଗ ନେଇ ପୂର୍ବରୁ ଆଲୋଚନା ହେବା ସହିତ ପରୀକ୍ଷାମୂଳକ ଭାବେ ଲାଗି ମଧ୍ୟ ହୋଇଥିଲା। ବୈଠକରେ ପ୍ରଗତି ଅନୁଷ୍ଠାନର…
ଅଦିନିଆ ବର୍ଷାରେ ବେହାଲ ସ୍ଥିତି । ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଉଚ୍ଛୁଳା ନଦୀର ପାଣିରେ ସବୁ ସ୍ୱପ୍ନ ବୋହିଗଲା। ହାତ ଗଣ୍ଠି ପଡ଼ିଲା, ହେଲେ ଫୁଟିଲାନି ବାଣ, ଦୁଲୁକିଲାନି ଗାଁ। ଡଙ୍ଗାରେ ଯାଇ କନିଆର ହାତ ଧରିଲା ବର। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନେଦା ଗାଁ।। ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ବରଯାତ୍ରୀ କୂଳରେ ଛିଡା ହୋଇ ବରକୁ ଅପେକ୍ଷା କରିଛନ୍ତି ବରଯାତ୍ରୀ ଯିବା ପାଇଁ । ଏହି ବର ଓ ବରଯାତ୍ରୀ ନେଦା ଗାଁରୁ ବାହାରିଛନ୍ତି ଝାରଖଣ୍ଡ ଟାଟା ନଗର ଯିବାପାଇଁ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାରେ ହଠାତ୍ ବନ୍ୟା ଆସିଥିଲା। ପାଣିଘେରରେ ରହିଯାଇଥିଲା…
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବ। ୩୨୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବାବେଳେ ସେମାନଙ୍କ ନିମନ୍ତେ ୯୮ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଚଳିତ ବାର୍ଷିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଏବଂ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ। ବୋର୍ଡର ୱେବସାଇଟ www.bseodisha.ac.in ରେ ଉପଲବ୍ଧ। ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରୁ ଡାଉନଲୋଡ କରି ଆଡମିଟ କାର୍ଡ ନେଇ ପାରିବେ । ତେବେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ନିମନ୍ତେ ୧୦୩ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ରହିଛି।୧୦୩ ଟି କେନ୍ଦ୍ରରେ ୧୦,୮୦୯ ଓପନ ସ୍କୁଲ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା ।
ସବୁ ପ୍ରସାଦ ନୁହେଁ ମହାପ୍ରସାଦ। କେବଳ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ । ଆଉ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ ନୁହେଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ।ଯେ କୌଣସି ଜଗନ୍ନାଥ ମନ୍ଦିରକୁ ଧାମ ବୋଲି କହିବା ଯେପରି ଭୁଲ, ସେପରି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ପ୍ରସ୍ତୁତ ମହାପ୍ରସାଦ ନୁହେଁ । ଅନ୍ୟ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ହେଉଛି ଜଗନ୍ନାଥ ପ୍ରସାଦ । ଦିଘା ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦକୁ ମହାପ୍ରସାଦ ନାଁରେ ଦିଆଯାଉଥିବା ଅତ୍ୟନ୍ତ ଦୁଃଖଦାୟକ ।ରଥଯାତ୍ରା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ତେବେ ସେ ଆହୁରି କହିଛନ୍ତି ଯେ ଶୃଙ୍ଖଳିତ ପହଣ୍ଡି ଓ ନୀତି ପାଇଁ ରଥ ଉପରେ ମୋବାଇଲ ବ୍ୟବହାର ସମ୍ପୂର୍ଣ ନିଷିଦ୍ଧ ହେବା ଉଚିତ୍’ |ମହାପ୍ରଭୂୁଙ୍କ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚଳିତ ବର୍ଷ…








