ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଭାବିତ ହେଲା ଆନ୍ତର୍ଜାତୀୟ ବିମାନ ସେବା । ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ ।ଭୁବନେଶ୍ବରରୁ ଆବୁଧାବି ଯାଉଥିବା ୬ଇ ୧୪୪୨ଓ ଆବୁଧାବିରୁ ଭୁବନେଶ୍ୱର ୬ଇ ୧୪୪୧ବିମାନ ଉଡାଣ ବାତିଲ ହୋଇଛି। ଯୁଦ୍ଧ ଯୋଗୁ ଏୟାର ସ୍ପେସ କଟକଣା ଦେଖାଦେଇଛି।ମଧ୍ୟପ୍ରାଚ୍ୟ ସହର ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଏବଂ ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ସୁରକ୍ଷା ସୁନିଶ୍ଚିତ କରିବା ପରେ ଧିରେ ଧିରେ ବିମାନ ଉଡାଣ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି ।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନ ୧୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଆବୁଧାବି ବିମାନସେବା ସେବାର ଶୁଭାରମ୍ଭ କରିଥିଲେ ।
Author: sanitelevision
ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ।ଏବେ ଅଭିନେତା ଶୋ’ରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ବଡ଼ ଖୁଲାସା କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଏବେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ୁଛନ୍ତି। ତଥାପି ସେ ନିଜର କଠିନ ପରିଶ୍ରମ ଏବଂ ଆଗ୍ରହ ସହିତ କାମ ଜାରି ରଖିଛନ୍ତି। ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ, ବ୍ରେନ ଆନ୍ୟୁରିଜମ୍ ଏବଂ ଏଭି ମାଲ୍ଫର୍ମେସନ ଭଳି ରୋଗରେ ପୀଡ଼ିତ। ଏଥିଯୋଗୁ ଶାରୀରିକ ଭାବରେ କ୍ଲାନ୍ତ ହେବା ଏବଂ ଅତ୍ୟଧିକ ଯନ୍ତ୍ରଣା ସତ୍ତ୍ୱେ ଫିଲ ପାଇଁ କଠିନ ପରିଶ୍ରମ କରୁଛନ୍ତି। ସଲମାନ କହିଥିଲେ, ‘ମୁଁ ପ୍ରତିଦିନ ହାଡ଼ ଭାଙ୍ଗୁଛି, ପଞ୍ଜରା ଭାଙ୍ଗୁଛି, ଟ୍ରାଇଜେମିନାଲ ନ୍ୟୁରାଲଜିଆ(trigeminal neuralgia)ରେ ପୀଡ଼ିତ ଥିବା ସତ୍ତ୍ୱେ…
ମଙ୍ଗଳବାର ଇସ୍ରାଏଲୀ ସେନା ଏହାର ନାଗରିକମାନଙ୍କୁ ସତର୍କ କରାଇ ଦେଇଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି (Israel Iran War)। ଏହା ସହିତ, ଜେରୁଜେଲମ ଏବଂ ତେଲ ଅଭିଭରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନାର ବାତାବରଣ ସୃଷ୍ଟି ହେଉଥିଲା।ଇରାନ କାତାରର ଅଲ ଉଦେଇଡ ଏୟାର ବେସ୍ ରେ ମିସାଇଲ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା କରିଥିଲେ । ଯାହା ଆମେରିକା ଇରାନର ପରମାଣୁ କେନ୍ଦ୍ର ଆକ୍ରମଣର ପ୍ରତିକ୍ରିୟା ଥିଲା । କିନ୍ତୁ ଏହି ସଦ୍ୟତମ ଆକ୍ରମଣ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ ହେବା ଯୋଗୁ ସାରା ଦେଶରେ ସାଇରନ ବାଜିବା ଆରମ୍ଭ ହୋଇଛି। ଏହି ଆକ୍ରମଣ ଇରାନ ସମୟ ସକାଳ ୪ଟା…
ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ବି ହେବ । ସପ୍ତାହେ ଯାଏ ଲଗାଣ ବର୍ଷା ସ୍ଥିତି ରହିବ । ଆଜି ରାୟଗଡ଼ା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା , ପୁରୀ, ଜଗତସିଂହପୁର , ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ନାୟଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିପାରେ । କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ୨୫ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଅବଶିଷ୍ଟ ଓଡ଼ିଶା ପାଇଁ…
ଆଜି ଅଣବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିବେ । ଏହାପରେ ହିଙ୍ଗୁଳା, ହରିତାଳ, କେଶର, କସ୍ତୁରୀ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରି ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିବେ। ଏହାପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।ତେବେ ଆଜି ଏହି ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଦତ୍ତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି କରିବେ। ସେପଟେ ଆଉ ମାତ୍ର ଦୁଇଦିନ ପରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ମହାପ୍ରଭୁଙ୍କ ନୀତିରେ ପୁଣି ମହାବିଭ୍ରାଟ । ଚୋରି ହୋଇଗଲା ଦଶମୂଳ ମୋଦକ । ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ ହୋଇଛି । ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି । ଏଠି ପ୍ରଶ୍ନ ଉଠୁଛି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କଠାରେ କିପରି ଲାଗି ହେଲା ?ସୂଚନା ଥାଉକି, ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ…
ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତକାଣ୍ଡ। ଅଧା ରାସ୍ତାରେ ଯାତ୍ରୀବାହୀ ବସକୁ ଠିଆ କରି ଆବର୍ଜନା ପୋଖରୀକୁ ମାରିଲେ ଡିଆଁ । ଯେପରି ସେ ସୁଇମିଙ୍ଗ ପୁଲର ମଜା ଉଠାଉଛନ୍ତି । ତାଙ୍କ ହରକତ ଦେଖି ଲୋକେ ଛାନିଆ ।ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀ ଛକରେ ଦେଖିବାକୁ ମିଳିଛି ଏପରି ଘଟଣା । ଭାଇଙ୍କ ଏଭଳି ଜଳକ୍ରୀଡ଼ା ଦେଖିବାକୁ ରାସ୍ତା ପୁରା ଜାମ । ବହୁ ସମୟ ପରେ ୨ ଜଣ ଉଦ୍ଧାର ପାଇଁ ବାହାରି ଉଦ୍ଧାର କଲେ ।ଏତେ ସମୟ ଧରି କେହି ଉଦ୍ଧାର ପାଇଁ ଆସୁ ନ ଥିଲେ। ହେଲେ ବିଳମ୍ବ ରେ ହେଲେ ବି ୨ ଜଣ ଆସି ଏହି ମହତ କାର୍ଯ୍ୟ କରିଛନ୍ତି। ଏ ଦୁହେଁ ବି ମଦ ପିଇଛନ୍ତି । ତାଙ୍କ ଚାଲିଚଳନ ଦେଖିଲେ ସବୁ ବୁଝା ପଡୁଥିଲା ।ବସଟି ଯାତ୍ରୀଙ୍କୁ ନେଇ ଯାଜପୁର ରୋଡରୁ ବ୍ରାହ୍ମଣୀପାଳ ଦଇତାରୀ ଯିବାର ଥିଲା । କିନ୍ତୁ କଳିଙ୍ଗନଗର ଡୁବୁରୀ…
ବଜ୍ରାଘାତରେ ଯୋରନ୍ଦା ମହିମା ଗାଦିର ଦଧିନଉତି ଭାଙ୍ଗିଯାଇଛି । ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଦଧିନଉତି ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ରବିବାର ବିଳମ୍ବିତ ରାତିରେ ଖୁବ ଜୋର୍ରେ ଏକ ଶବ୍ଦ ଶୁଭିଥିଲା ବୋଲି ଅଞ୍ଚଳବାସୀଙ୍କ କହିଛନ୍ତି।
ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି ନବୀନ । ଆଜି ଅଳ୍ପ ଚଲାବୁଲା କରିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ସେ କହିଛନ୍ତି ।ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା କାମନା କରିଥିଲେ।ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଥିଲା ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଥିଲେ । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ…
ଦିଲ୍ଲୀରୁ ଆସିଥିବା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଓଡିଶା ବୁଲିବାକୁ ଆସିଥିବା ବେଳେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିରଜା ପୀଠ ଦର୍ଶଶନ କରି ଫେରୁଥିବା ବେଳେ ଅସଦାଚରଣ ଅଭିଯୋଗ ହୋଇଛି । ସୂଚନାମୁତାବକ ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ ସାଗରପୁର ଗ୍ରାମର ଯୁବତୀ ତାଙ୍କ ବାପାଙ୍କ ଶ୍ରାଦ୍ଧ ପ୍ରଦାନ ପାଇଁ ଆସିଥିବା ବେଳେ ତାଙ୍କ ସହ ଆସିଥିଲେ ତାଙ୍କ ଦିଲ୍ଲୀ ବାନ୍ଧବୀ । ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେଯୁବତୀଙ୍କ ସହ ତାଙ୍କ ବାନ୍ଧବୀ ଓଡିଶା ବୁଲିବାକୁ ଆସିଥିଲେ । ଗତ କାଲି ସନ୍ଧ୍ୟା ସମୟରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ବସ ଯୋଗେ ଘରକୁ ଫେଉଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଡାଉନ ପାଖରେ ଦୁଇ ଯୁବତୀଙ୍କୁ ଅନିଲ ଜେନା ଏବଂ ନୀତେଶ ଜେନା ନାମକ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି…








