ଏବେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଅନୁଯାୟୀ ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନର ଭଡା ପ୍ରତି କିଲୋମିଟର ପ୍ରତି ୧ ପଇସା ବୃଦ୍ଧି ପାଇବ। ସେହିପରି ଏସି ଶ୍ରେଣୀରେ ଯାତ୍ରା କରୁଥିବା ଲୋକଙ୍କୁ (ଯେପରିକି ଏସି ୨-ସ୍ତରୀୟ, ଏସି ୩-ସ୍ତରୀୟ) ପ୍ରତି କିଲୋମିଟର ପିଛା ୨ ପଇସା ଅଧିକ ଦେବାକୁ ପଡିବ। ଖୁସିର କଥା ହେଉଛି ସେକେଣ୍ଡକ୍ଲାସରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ କୌଣସି ପ୍ରକାର ଭଡ଼ା ବୃଦ୍ଧି କରାଯାଇ ନାହିଁ, କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ, ପ୍ରତି କିଲୋମିଟର ପିଛା ଯାତ୍ରୀଙ୍କୁ ଅଧ ପଇସା ଅତିରିକ୍ତ ଦେବାକୁ ପଡିବ।ସହରାଞ୍ଚଳ (ଉପନଗର) ଟ୍ରେନ୍ ଏବଂ ମାସିକ…
Author: sanitelevision
ବିହାରର ଜାମୁଇ ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଖୁଡ଼ି ନିଜ ପିଲାଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ଧରିଛନ୍ତି ପୁତୁରା ହାତ ।ପାଟନାର ରାଜୀବ ନଗରର ଆୟୁଷୀ କୁମାରୀ ପ୍ରଥମ ବିବାହ ୨୦୨୧ରେ ବିଶାଳ ଦୁବେଙ୍କ ସହିତ କରିଥିଲେ। ତାଙ୍କର ଏକ ଝିଅ ଅଛି। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ପୁତୁରା ସଚିନ ଦୁବେ ଆୟୁଷୀଙ୍କ ଜୀବନରେ ପ୍ରବେଶ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ବଢ଼ିଥିଲା ଯେ, ଶେଷରେ ମହିଳା ଜଣକ ଘର ଭାଙ୍ଗି ଯାଇଥିଲା। ଶେଷରେ, ସଚିନ ଏବଂ ଆୟୁଷୀ ଗାଁ ମନ୍ଦିରରେ ବିଶାଳ ଦୁବେ (ପ୍ରଥମ ସ୍ବାମୀ)ଙ୍କ ସମ୍ମୁଖରେ ବିବାହ କରିଥିଲେ।ଘଟଣାକୁ ନେଇ ଆୟୁଷୀଙ୍କ ପୂର୍ବତନ ସ୍ୱାମୀ କହିଛନ୍ତି, ଆୟୁଷୀ ଯେଉଁଥିରେ ଖୁସି ମୁଁ ତାହା କରିବି । ତାକୁ କୌଣସି କାର୍ଯ୍ୟରେ ମୁଁ କେବେ ଅଟକାଇ ନାହିଁ । ବର୍ତ୍ତମାନଠାରୁ ତା’ ଦାୟିତ୍ୱ ନେବ ସଚିନ ।ତଥାପି ଏହି ସମ୍ପର୍କକୁ ନେଇ…
ଯାଜପୁରରେ ଆଉ ଚାରି ଜଣ କଲେରା ରୋଗୀ ଚିହ୍ନଟ । ଜିଲ୍ଲାରେ କଲେରା ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା ୩୧କୁ ବୃଦ୍ଧି । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲା। ସେଥିମଧ୍ୟରୁ ୧୨୯ ଟି ନମୁନା ପରୀକ୍ଷାରୁ ମୋଟ ୩୧ ପଜିଟିଭ ବାହାରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମିଶ୍ର ।ଜିଲ୍ଲାରେ ଆଜି ସୁଦ୍ଧା ୧୫୪ଜଣ ସଂକ୍ରମିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ଯାଜପୁରରେ ଡାଇରିଆ ସ୍ଥିତିରେ ଏକପ୍ରକାର ସୁଧାର ଆସିଛି । ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ଲୋକଙ୍କୁ ଅଧିକ ସଚେତନ ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।
ସକାଳୁ ସକାଳୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଯୌତୁକ ପାଇଁ ଜଣେ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଏହି ଘଟଣାଟି ମହାକାଳପଡ଼ା ଥାନା ବଡ଼ମଠ ଗାଁର ବୋଲି ଜଣାପଡ଼ିଛି। ତେନ୍ତୁଳିକନ୍ଦା ଗାଁର ଗୟାଧର ପ୍ରଧାନଙ୍କ ଝିଅ ନମିତା ବର୍ଷକ ତଳେ ମଡମଠ ଗାଁର ଶୁଭ୍ରାଂଶୁ ଭୁୟାଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ଝିଅକୁ ସୁନା ଅଳଙ୍କାର ସହିତ ଘରର ଆସବାବପତ୍ର ଦେଇ ବାହା କରିଥିଲେ ନମିତାଙ୍କ ବାପା । କିନ୍ତୁ ଅଧିକ ଯୌତୁକ ଦାବିକରି ଝିଅକୁ ଅନେକ ସମୟରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ ।ପୂର୍ବରୁ ଶାଶୂଘରେ ଯୌତୁକ ପାଇଁ ଝିଅକୁ ମାଡ଼ ମାରୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମୃତ ଗର୍ଭବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ୩ ଦିନ ହେଲାଣି ମେଡ଼ିକାଲରେ ଶବ ପଡ଼ିରହିଛି। ଏହାର ନ୍ୟାୟ ପାଇଁ ଦାବି…
ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ଏନେଇ ସୂଚନା ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ।ଏପରିକି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀରରେ ୪ଟି ଡେଣ୍ଟାଲ କଲେଜ ହେବା ସହ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା । ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଅନିଲ ଜେନା । ଗିରଫ ଭୟରେ ସେ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିବା ସୂଚନା ରହିଛି । ଅନିଲକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ହେପାଜତରେ ଅଭିଯୁକ୍ତ ଅନିଲର ଚାଲିଛି ଚିକିତ୍ସା । ଗିରଫ ଭୟରେ ଗତ ରାତିରେ ଘରେ ଥିବା ଅବସ୍ଥାରେ ବିଷ ଖାଇଥିବା ସୂଚନା । ସେପଟେ ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଅଭିଯୁକ୍ତ । ବିଷପାନ ଅବସ୍ଥାରେ ଅଭିଯୁକ୍ତଙ୍କୁ ଧରିଲା ଦଶରଥପୁର ପୋଲିସ । ଅନ୍ୟଜଣେ ଅଭିଯୁକ୍ତ ନୀତେଶ ଜେନା ଏବେବି ଫେରାର ଅଛନ୍ତି ।ସୂଚନା ଅନୁସାରେ ଗତକାଲି ବିରଜା ମନ୍ଦିରକୁ ବୁଲିବାକୁ ଆସିଥିବା ଦିଲ୍ଲୀର ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏମିତିକି ତାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ୨ ଜଣ ସମ୍ପର୍କୀୟ ଯୁବକଙ୍କୁ…
ଉତ୍ତର ପ୍ରଦେଶର କାସଗଞ୍ଜରେ, ୯ ସନ୍ତାନର ଜଣେ ମାଆ ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କ ନିଜ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ଭର୍ଗେନ ଗାଁରେ ଶ୍ରମିକ ଭାବରେ କାମ କରିବାକୁ ଆସିଥିବା ରତିରାମ ନାଟଙ୍କ ମୃତଦେହ ଏକ ନିର୍ଜନ ଇଟା ଭାଟିରୁ ମିଳିଥିଲା। ଏହା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ସୂଚନା ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ପୋଲିସ ତଦନ୍ତରୁ ଜଣାପଡିଛି ଯେ ରତିରାମଙ୍କ ସ୍ତ୍ରୀ ରୀନାଙ୍କର ହନିଫ ନାମକ ଜଣେ ଯୁବକଙ୍କ ସହିତ ସମ୍ପର୍କ ଥିଲା । ଯାହା କାରଣରୁ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା । ଏହି ମତଭେଦ ମଧ୍ୟରେ, ରୀନା ତାଙ୍କ ପ୍ରେମିକ ହନିଫଙ୍କ ସହିତ ମିଶି ରତିରାମଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଦୁହେଁ ପରିସ୍ଥିତିର ସୁଯୋଗ ନେଇ ରତିରାମଙ୍କୁ ଇଟା ଭାଟିରେ ହତ୍ୟା କରିଥିଲେ । ହତ୍ୟା ପରେ ରୀନା…
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍ ୨୪ ଅର୍ଥାତ୍ ମଙ୍ଗଳବାର ସୁନା ଦର ହ୍ରାସ ହୋଇଛି ।ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧.୨୩% ହ୍ରାସ ପାଇ୧୦ ଗ୍ରାମ ପିଛା ୯୮,୧୬୮ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବନ୍ଦ ମୂଲ୍ୟ ୯୯,୩୮୮ ଟଙ୍କା ତୁଳନାରେ କମ୍। ଦିନର ଆରମ୍ଭରେ ସୁନାର ମୂଲ୍ୟ ୨.୯୮% ହ୍ରାସ ପାଇ ୯୬,୪୨୨ ଟଙ୍କା ସ୍ତରକୁ ଖସିଥିଲା। ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୯,୮୭୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୯୧,୫୫୦ ଟଙ୍କା ରହିଛି। ରୂପାର ମୂଲ୍ୟ ମୁମ୍ବାଇରେ ୧,୦୦,୯୦୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି।୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪,୯୧୦ ଟଙ୍କା ରହିଛି । ଗତକାଲି ୭୫,୫୨୦ ଟଙ୍କା ଥିଲା । ଏଥିରେ ୬୧୦ ଟଙ୍କା ହ୍ରାସ ହୋଇଛି ।
ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାକୁ ନେଇ ଦଳିତମାନେ ମେଳି କରିଛନ୍ତି । ଗଞ୍ଜାମ ଜିଲ୍ଲା ଖରୀଗୁମ୍ମାରୁ ଯାହାଡ଼ା ପର୍ଯ୍ୟନ୍ତ ଦୁଇଜଣଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି ।ଗୋ-ରକ୍ଷକ ସଂଗଠନ ନାମରେ ବେଆଇନ ଭାବେ ଅର୍ଥ ଆଦାୟ କରିବା ଓ ଆଇନ ହାତକୁ ନେବା ବ୍ୟକ୍ତିମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନେଇଛନ୍ତି।ଅଭିଯୋଗ ପରେ…
ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ଆହୁରି ତଦନ୍ତ କରାଯିବ, ସିସିଟିଭି ମଧ୍ୟ ଯାଞ୍ଚ ହେବ । କେହି ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ବୋଲ ଗଣମାଧ୍ୟମରେ କହିଛନ୍ତି ମୁଖ୍ୟ ପ୍ରଶାସକ।









