ଏବେ ଗୁଗଲ ପେ ଓ ଫୋନ ପେ ଭଳି ଲୋକପ୍ରୀୟ ୟୁପିଆଇ ପ୍ଲାଟଫର୍ମ ଇନଷ୍ଟାଣ୍ଟ ଲୋନ ସୁବିଧା ଆରମ୍ଭ କରିଛନ୍ତି। ଯଦି ଋଣ ନିତ୍ୟାନ୍ତ ଆବଶ୍ୟକ ପ୍ରଥମେ ଗୁଗଲ ପେ ଆପ ଖୋଲନ୍ତୁ ‘ମନି ସେକ୍ସନ’ କୁ ଯାଇ ‘ଲୋନ’ ବିକଳ୍ପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କ ଲାଗି ଉପଲବ୍ଧ ଲୋନ ଅଫର ଦେଖାଯିବ। ଏଥିରେ ‘ପ୍ରି ଆପ୍ରୁଭଡ’ ଲୋନକୁ ସିଲେକ୍ଟ କରନ୍ତୁ ଓ ଆପଣ ଆବଶ୍ୟକ କରୁଥିବା ଋଣ ରାଶି ଓ ଅବଧି ନିର୍ଦ୍ଧାରିତ କରନ୍ତୁ। ଆଗକୁ ବଢିବା ପାଇଁ ‘କଣ୍ଟିନ୍ୟୁ’ କ୍ଲିକ୍ କରନ୍ତୁ ଓ ମଗାଯାଉଥିବା ସୂଚନା ଦିଅନ୍ତୁ। ଓଟିପି ଦେବାମାତ୍ରେ ଆପଣଙ୍କ ଲୋନ ସ୍ୱୀକୃତ ହୋଇ ଯିବ ଓ ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ସେହିଭଳି ପ୍ରଥମେ ଫୋନ ପେ ଅଥବା ଫ୍ଲିପକାର୍ଟ ଆପ ଡାଉନଲୋଡ କରନ୍ତୁ। ମୋବାଇଲ ନମ୍ବରରେ ସାଇନ ଅପ କରନ୍ତୁ। ଏଥିରେ ‘ଫ୍ଲିପକାର୍ଟ ପେ ଲେଟର’ କ୍ଲିକ୍ କରନ୍ତୁ। ଆବଶ୍ୟକ ଡକ୍ୟୁମେଣ୍ଟେ…
Author: sanitelevision
ଶେଷରେ ଦୀର୍ଘ ପ୍ରତୀକ୍ଷା ପରେ Axiom-4 ମିଶନ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ଉଡ଼ାଣ କରିଛନ୍ତି। ଏହି ମିଶନ ୧୨:୦୧ ରେ ଉଡ଼ାଣ ହୋଇଥିଲା।ସ୍ପେସଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ 39A ରୁ ଫାଲକନ-୯ ରକେଟ ମାଧ୍ୟମରେ ଉଡ଼ାଣ କରିଛି।ଏହି ନାସାର ମିଶନ୍ ଭାରତ ପାଇଁ ମଧ୍ୟ ସ୍ୱତନ୍ତ୍ର। କାରଣ ଏହି ମିଶନରେ, ବହୁ ଦିନ ପରେ, ଜଣେ ଭାରତୀୟ ମହାକାଶଚାରୀ ISS ଯାଇଛନ୍ତି। ଏହି ମିଶନ୍ରେ ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସାମିଲ ଅଛନ୍ତି।ଏହି ମିଶନ୍ ଲଞ୍ଚ ପୂର୍ବରୁ ଅନେକ ଥର ସ୍ଥଗିତ ରଖାଯାଇଛି। ଲଗାତାର ସ୍ଥଗିତ ରହିବା ପରେ, ଏବେ ଏହାର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇ ଲଞ୍ଚ କରିଛି।ଆକ୍ସିଅମ୍-୪ ମିଶନକୁ ନେଇ ଭାରତରେ ଏକ ସମ୍ପୂର୍ଣ୍ଣ ନୂତନ ସ୍ତରର ଉତ୍ସାହ…
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ହଟଚମଟ ଲାଗିରହିଥିବାବେଳେ ପୁଣି ବ୍ରହ୍ମପୁରରୁ ଆସିଛି ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକା ଜଣକ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । । କୋର୍ଟପେଟା ଛକରେ ଆରୋଗ୍ୟଧାମ ନାମକ ଏକ କ୍ଲିନିକ ଖୋଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ ଆପାର୍ଟମେଣ୍ଟରେ ଥିବା ତାର କ୍ଲିନିକକୁ ପୀଡିତାଙ୍କୁ ଡାକି ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ମାଗଣାରେ ରହିବା ସହ ଶିକ୍ଷା ପାଇଁ ଅଭିଯୁକ୍ତକୁ ଭେଟିଥିଲେ ପୀଡ଼ିତା । ଉଭୟଙ୍କ ଡାକ୍ତରୀ ମାଇନା ସରିଛି । କ୍ଲିନିକର ମାଲିକ ଭବାନୀ ଶଙ୍କର ଦାସ ଓ ଦୁଇ ମହିଳା ସହଯୋଗୀ ପ୍ରିୟଙ୍କା ସାହୁ ଓ ଜଣେ ବୟସ୍କା ମହିଳାଙ୍କୁ ପୋଲିସ ଗିରଫ କରିଛି । ଆହୁରି ମଧ୍ୟ ତଦନ୍ତରୁ ଜଣାପଡ଼ିଛି ଯେ, ଭବାନୀଙ୍କ ହୋମିଓପାଥିକ ଡାକ୍ତର ସାର୍ଟିଫିକେଟ ନକଲି। ଘଟଣାରେ ଅଧିକ ତଦନ୍ତ…
ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବ ପିଙ୍କ୍ ଜୋନ । ଉଭୟ ସହର ଓ ଗ୍ରାମାଞ୍ଚଳର ପ୍ରତି 10କିମି ରେ ଏହି ଜୋନ ହେବ। ବିଶେଷ କରି ପୋଲିସ ଫାଣ୍ଡି, ଚିକିତ୍ସାଳୟ ବା ଆଇନ ପ୍ରଧିକାରଣ ସଂସ୍ଥାର ପରିସରରେ। ଯେଉଁଠି 24 ଘଣ୍ଟିଆ ମହିଳା ସୁରାଷା ନେଇ ସହାୟତା ସେବା ଉପଲବ୍ଧ ହେବ।ଏପରିକି ସିସିଟିଭି ସର୍ଭିଲାନସକୁ ବଢ଼ାଯିବ । ପିଙ୍କ ଜୋନର ପ୍ରଚାର ପ୍ରସାର ମଧ୍ୟ ଲୋକଙ୍କ ମଧ୍ୟରେ କରାଯିବ । ସଚେତନତା ସୃଷ୍ଟି କରାଯାଇ ମହିଳାଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ତିଆରି କରାଯିବା ପାଇଁ ଏକ ଭିଜିନ ପ୍ରସ୍ତୁତ କରାଯାଉଛି।ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମହିଳା ସୁରକ୍ଷା ନେଇ ଅନେକ ପଦକ୍ଷେପ ନିଆଯାଇଥିଲା । ଯେମିତିକି IClIcK ସର୍ଭିସ, ପିଙ୍କ୍ ଅଟୋ ସର୍ଭିସ ଓ ମୋବାଇଲ ଆପ । କିନ୍ତୁ ଏଭଳି ଅନେକ ଘଟଣା ମହିଳାଙ୍କ ସହ ଘଟୁଥିବା ବେଳେ ଆକ୍ସନ ନେଉଛି ପୋଲିସ୍। ହେଲେ…
ଇଂଲଣ୍ଡ ବିପକ୍ଷ ଲିଡସ ଟେଷ୍ଟରେ କାହିଁକି ହାରିଲା ଭାରତ । ଗିଲ ବାହିନୀର ପରାଜୟ ପଛରେ ୫ ବଡ଼ କାରଣ । କ୍ରିକେଟ ବିଶାରଦଙ୍କ ଅନୁସାରେ ଦଳ ହାରିବାର ପ୍ରଥମ କାରଣ ହେଉଛି ଭାରତର ଖରାପ ଫିଲ୍ଡିଂ ଓ ଡ୍ରପ୍ କ୍ୟାଚ୍ । ମ୍ୟାଚରେ ୯ଟି କ୍ୟାଚ ଡ୍ରପ୍ କରିଥିଲେ ଭାରତୀୟ ଖେଳାଳି ।ମଧ୍ୟକ୍ରମ ବ୍ୟାଟିଂରେ ବିଫଳତା ଦଳ ପରାଜୟର ପ୍ରମୁଖ କାରଣ । ସେହିଭଳି ହାରିବା ପଛରେ ଭୁଲ ଖେଳାଳି ଚୟନ ଓ ରଣନୀତିକୁ ଦାୟୀ କରିଛନ୍ତି କ୍ରିକେଟ୍ ବିଶାରଦ । ଭାରତ ହାରିବାର ଆଉ ଏକ କାରଣ ଇଂଲଣ୍ଡର ଆକ୍ରମଣାତ୍ମକ ବ୍ୟାଟିଂ । ବେନ୍ ଡକେଟ ୧୪୯ ରନ୍ ର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିଭଳି ଜ୍ୟାକ କ୍ରଲେ ୬୫ ଓ ଜୋ ରୁଟ ୫୩ ରନ୍ କରିଥିଲେ । ଭାରତୀୟ ବୋଲରଙ୍କୁ ଚାପରେ ପକାଇଥିଲା ଡକେଟ୍ ଓ କ୍ରଲେଙ୍କ ୧୮୮ ରନର ପାର୍ଟନରସିପ୍ । ପ୍ରଥମ…
ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା ବଦଳାଯାଇ ନୂତନ ସଂଶୋଧିତ ବାସହୀନ ସଂଜ୍ଞା ଅନୁଯାୟୀ ପୁନର୍ବାର ବାସହୀନ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ୪ ଡେସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ଘର କରିବା ପାଇଁ ଜମି ଯୋଗାଇଦେବେ ସରକାର । କାରଣ ସେମାନଙ୍କୁ ମଧ୍ୟ ଭୂମିହୀନ ଭାବେ ବିଚାର କରାଯିବ । ପୂର୍ବରୁ ରାଜ୍ୟରେ ଭୂମିହୀନଙ୍କ ସର୍ଭେ ସରିଛି । ଗ୍ରାମାଞ୍ଚଳରେ ଆଦୌ ଜମି ନଥିବା ପରିବାର ଚିହ୍ନଟ କରିବାକୁ ଗତବର୍ଷ ୧୬ ଅଗଷ୍ଟରୁ ୩୧ ଅକ୍ଟୋବର ମଧ୍ୟରେ ସର୍ଭେ କରାଯାଇଥିଲା । ଏମାନଙ୍କୁ ଘର ଖଣ୍ଡିଏ କରିବା ପାଇଁ ଜମି ଯୋଗାଇ ଦେବାକୁ ସରକାର ନିରନ୍ତର ଉଦ୍ୟମ ଜାରି…
ରଥଯାତ୍ରା ପାଇଁ ଜେନେରାଲ ପୋଲିସ ପକ୍ଷରୁ ବ୍ରିଫିଂ କରାଯାଇଛି । ଏଥି ସହ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରୀ ଜାରି ହୋଇଛି । ଡିଜି ପୋଲିସଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହେଉଛି ଏହି ବ୍ରିଫି ବା ବ୍ୟବସ୍ଥାବଳୀ ସଂକ୍ଷିପ୍ତ । ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ପୃଥକ ରୁଟ୍ ଏବଂ ପାର୍କିଂ ବ୍ୟବସ୍ଥା କରାଯାଉଅଛି। ତେବେ ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କ ପାଖରୁ ଆସୁଥିବା ଯାନବାହାନ ପାଇଁ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି।ସମସ୍ତ ଜାଗାରେ ମୁତୟନ ରହିବେ ଆଣ୍ଟି ଟେରୋରିଷ୍ଟ ଟିମ୍ । ଜଳ ସ୍ଥଳ ଆକାଶ ପଥରୁ ରହିବ ତୀକ୍ଷ୍ମ ନଜର । ମୁତୟନ ରହିବ ସ୍ପେଶିଆଲ tactical unitର ବଜ୍ର ଗାଡ଼ି ରକ୍ଷକ ପ୍ଲସ । ସହର ଓ ସହର ବାହାରେ ଟ୍ରାଫିକ ମୋବିଲିଟି ପ୍ଲାନ୍ । ସହରରେ ୫୩ ଟି ଓ ସହର ବାହାରେ ରହିବ ୧୭ ଟି ଏଡ୍ ପୋଷ୍ଟ…
ଆସନ୍ତା ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ଏବେ ପୁରୀ ଅଭିମୁଖେ । ଏହି ସମୟ ମଧ୍ୟରେ ପୁରୀର ଜଣେ ଯୁବ ଶିଳ୍ପୀ ନୂତନ ଆଇସକ୍ରିମ କାଠି ବ୍ୟବହାର କରି ଏକ ସୁନ୍ଦର କୁନି ରଥ ଟିଏ ପ୍ରସ୍ତୁତ କରିଛନ୍ତି ଯାହା ଖୁବ ସୁନ୍ଦର ଓ ମନୋରମ ହୋଇଛି । ତାଙ୍କର ଏହି କଳାକୃତି ସମସ୍ତଙ୍କ ମନକୁ ବେଶ ପ୍ରଭାବିତ କରିଛି ।ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ୍ ନାୟକ ନୂଆ ଆଇସକ୍ରିମ୍ କାଠି ବ୍ୟବହାର କରି ଏହି ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି । ଜଣେ କଳାକାର ଭାବରେ ସେ ନୂତନ ଆଇସକ୍ରିମ୍ କାଠିରେ ତିଆରି କରିଛନ୍ତି ଏହି କୁନି ରଥ । ଖାଲି ଆଇସକ୍ରିମ୍ କାଠି ନୁହେଁ ଏହା ସହ ପବିତ୍ର ତୁଳସୀ ମାଳି ଏବଂ ଅଠା ବ୍ୟବହାର କରି ପ୍ରଭୁ…
ପୁରୀରେ ଆୟୋଜିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ, ନିର୍ଭରଯୋଗ୍ୟ ରେଳ ସେବା ଯୋଗାଇବା ପାଇଁ ପୂର୍ବ ତଟ ରେଳବାଇ (ECoR) ଏକ ନୂଆ ମୋବାଇଲ ଆପ୍ଲିକେସନ ‘ECoR ଯାତ୍ରା’ ଲଞ୍ଚ କରିଛି।ଏହି ଆଣ୍ଡ୍ରଏଡ଼ ଆଧାରିତ ଆପ୍ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଏବଂ ରଥଯାତ୍ରା ସମୟରେ ରେଳ ସମ୍ବନ୍ଧୀୟ ସମସ୍ତ ସେବା ଓ ଯାତ୍ରୀ ସୁବିଧା ବିଷୟରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ ଗାଇଡ ପ୍ରଦାନ କରୁଛି। ଏହି ଆପ୍ ଶ୍ରଦ୍ଧାଳୁ ଓ ରେଳ ଯାତ୍ରୀଙ୍କ ପାଇଁ ୨୦୨୫ ରଥଯାତ୍ରା ସମୟରେ ସଠିକ ଓ ତୁରନ୍ତ ସୂଚନା ଯୋଗାଇବା ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଛି।ଟ୍ରେନରେ ଟିକଟ ବୁକିଂ, ଯାତ୍ରାର ମ୍ୟାପ୍ ଏବଂ ଟ୍ରେନ୍ ସିଡ୍ୟୁଲ ନେଇ ସମସ୍ତ ତଥ୍ୟ ଯାତ୍ରୀମାନେ ଏ ଆପରୁ ପାଇପାରିବେ । ଏକାଧିକ ଭାଷାରେ ଏହି ଆପକୁ ବ୍ୟବହାର କରିବାର ଅପସନ ରହିଛି । ଦେଶର ଯେକୌଣସି ସ୍ଥାନରେ…
ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ବହୁତ ଲୋକପ୍ରିୟ ହେବାରେ ଳାଗିଛି। ସମସ୍ତେ ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ରିଲ ଏବଂ ଭିଡିଓ କରୁଛନ୍ତି। ଏହା କରି ନିଜ ପାଇଁ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି। ଅରୁଣ କୁମାର ବ୍ୟାସ ନାମକ ଜଣେ ଜ୍ୟୋତିଷୀ ଏହି ଅଜଣା ଟ୍ରେଣ୍ଡ ସମ୍ପର୍କରେ ଗମ୍ଭୀର ଚେତାବନୀ ଜାରି କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଏହା କରିବା ଦ୍ୱାରା ଆପଣ କେବଳ ନକାରାତ୍ମକ ଶକ୍ତିକୁ ଘରକୁ ଆଣୁନାହାନ୍ତି, ବରଂ ଏହା ଭୂତ-ପ୍ରେତଙ୍କୁ ଆମନ୍ତ୍ରଣ ମଧ୍ୟ କରୁଛନ୍ତି । ଜ୍ୟୋତିଷୀଙ୍କ ଏହି ଚେତାବନୀ ଭିଡିଓ ଭାଇରାଲ ହେବା ପରେ ଅନେକ ନେଟିଜେନ୍ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ, ଏହି ଟ୍ରେଣ୍ଡରେ ସାମିଲ ହେବା ଦ୍ୱାରା ସେମାନେ ଅଜାଣତରେ କୌଣସି ବିପଦକୁ ଡାକି ଆଣୁଛନ୍ତି କି ।ଜ୍ୟୋତିଷ ବ୍ୟାସ ଦାବି କରିଛନ୍ତି ଯେ ପାଣିରେ ହଳଦୀ ମିଶାଇବା ଏକ ତାନ୍ତ୍ରିକ ବିଧି ଅଟେ । ତେଣୁ ଭୁଲରେ ମଧ୍ୟ ଏହା…








