Author: sanitelevision

ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ । କାଙ୍କେର ଜିଲ୍ଲା ଡିଆରଜିର ୩ ଯବାନ ସହିଦ ହୋଇଛନ୍ତି । ମାଓ ଦମନ ଅପରେସନରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନ ମାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ ଆଇଇଡି ଖଞ୍ଜାଯାଇଥିଲା । ଆଇଇଡି ବିସ୍ଫୋରଣ କୃଷ୍ଣ କୋମରା, ବସ୍ତର ଫାଇଟର୍ସ, ସୁଖରାମ ବଟ୍ଟୀ, ଡିଆରଜି ପ୍ରଭାରୀ ଟିଆଇ, ପରମାନନ୍ଦ କୋମରା ସହିଦ ହୋଇଛନ୍ତି ।। ଆହତ ପରମାନନ୍ଦଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।ପ୍ରକାଶ ଥାଉକି ଆତ୍ମସମର୍ପଣ କରୁଥିବା ନକ୍ସଲମାନେ ପୁଲିସକୁ ଜଂଗଲରେ ନକ୍ସଲ ଲୁଚାଇଥିବା ଲ୍ୟାଣ୍ଡମାଇନ ଓ ଅସ୍ତ୍ରଶସ୍ତ୍ର ସଂପର୍କରେ ସୂଚନା ଦେଉଛନ୍ତି। ଏହି ଆଧାରରେ ଆଜି ବି ପୁଲିସ ଡିଆରଜି ଯବାନଙ୍କୁ ନେଇ ସର୍ଚ୍ଚ ଅପରେସନ କରୁଥିଲେ।ତେବେ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରିଥିଲେ । ସମ୍ଭାବ୍ୟ ନକ୍ସଲ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି ।

Read More

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି। ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR 10 ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ରେଜଲ୍ଟ ପାଇପାରିବେ ।ସେପଟେ ଚଳିତବର୍ଷ ଠାରୁ ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀମାନେ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପାଇବେ । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏ ଚାଲିଥିଲା । ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।…

Read More

ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଡିଜି ୱାଇ.ବି. ଖୁରାନିଆ ସସ୍‌ପେଣ୍ଡ କରିଛନ୍ତି । ଥାନାକୁ ସାକ୍ଷୀ ପାଇଁ ଡାକି ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ, ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।କେବଳ ଅଭିଯୋଗ ନୁହେଁ ବାର୍ତ୍ତାଳାପର ଏକ ଅଡିଓ କଲ ରେକର୍ଡ ସାଧାରଣରେ ଭାଇରାଲ ହୋଇଥିଲା । ଏ ସମ୍ପର୍କରେ ପୁଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଥିଲେ ସଂପୃକ୍ତ ମହିଳା । ଶେଷରେ ପୁଲିସ ଡିଜି ଖଣ୍ଡପଡ଼ା ଏସ୍‌ଡିପିଓଙ୍କୁ ନିଲମ୍ବିତ କରିଛନ୍ତି ।ସୂଚନାଯୋଗ୍ୟ ଯେ, ନୟାଗଡ଼ ଫତେଗଡ଼ ଥାନାରେ ଥିବା ଏକ ପୁରୁଣା ମାମଲାର ସମାଧାନ କରିବାକୁ ଖଣ୍ଡପଡ଼ା ଏସଡିପିଓ ଉକ୍ତ ମହିଳାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ । ଏପରିକି ମାନସିକ ଚାପ ମଧ୍ୟ ସୃଷ୍ଟି କରୁଥିଲେ । ତାଙ୍କ ସ୍ୱାମୀକୁ କୌଣସି ଏକ ମାମଲାରେ ଗିରଫ କରିବା ପାଇଁ…

Read More

ମହାନଦୀ ଜଳ ବିବାଦ ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି ହେବ ।ଗତ ୨୦ ଏପ୍ରିଲ ଶୁଣାଣିରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ମହାନଦୀ ଜଳ କୁ ନେଇ ସହମତି ଭିତ୍ତିକ ପ୍ରସଙ୍ଗ ଚୂଡ଼ାନ୍ତ କରିବା ପାଇଁ ଶେଷ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ, ଦୁଇ ରାଜ୍ୟ ପ୍ରସଙ୍ଗ ନିର୍ଣ୍ଣୟ କରିବାରେ ଯଦି ସକ୍ଷମ ନ ହୁଅନ୍ତି ତେବେ ଟ୍ରିବ୍ୟୁନାଲ ଯୋଗ୍ୟତା ଅନୁସାରେ ଆଗାମୀ ପ୍ରକ୍ରିୟା ଜାରି ରଖିବେ। ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତା ରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

Read More

ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ନବୀନ।ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଶାଖାରେ ଏପ୍ରିଲ ୨୭ ତାରିଖରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣାକୁ ଆଲୋକପାତ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟାଙ୍କ ଏହି ଅମାନବୀୟ ଆଚରଣକୁ ଯଥାର୍ଥ କରିବା ପାଇଁ RBI ନିର୍ଦ୍ଦେଶାବଳୀର ଆଳ ଦେଖାଉଛି | ଏହା ବ୍ୟାଙ୍କ ଅଧିକାରୀଙ୍କର ଦାୟିତ୍ୱ ବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି | ଗଣତନ୍ତ୍ରରେ ନିୟମ ନାଗରିକମାନଙ୍କୁ ଅପମାନିତ କରିବା ପାଇଁ ନୁହେଁ, ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ନବୀନ ।

Read More

ଆଜି ଫୋନକୁ ଆସିଛି କି ଏମର୍ଜେନ୍ସି ଆଲର୍ଟ । ଯଦି ଏପରି ହୋଇଛି, ତେବେ ଆତଙ୍କୀତ ନହେବା ପାଇଁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି । ତେବେ ଏହି ଆଲର୍ଟ ଜରୁରୀକାଳୀନ ସ୍ଥିତିରେ ଆସିବ ଜଣାପଡିଛି । ଏଥିପାଇଁ କୌଣସି ଲୋକ ଭୟଭୀତ ନହୋଇ ମେସେଜକୁ ଅଣଦେଖା କରନ୍ତୁ ।ଆଜି ଅପରାହ୍ନ ୧୨ ଟା ପୂର୍ବରୁ ସମସ୍ତ ଆଧାର ଲିଙ୍କ ମୋବାଇଲ ନମ୍ବରକୁ ଏମର୍ଜେନ୍ସି ଆଲର୍ଟ ଆସିବ ବୋଲି ଟେଲିକମ୍ ବିଭାବ ସୂଚନା ଦେଇଛି । ଭାରତ, ଏହାର ନାଗରିକମାନଙ୍କୁ ତ୍ବରିତ ବିପର୍ଯ୍ୟୟ ସତର୍କତା ସେବା ପ୍ରଦାନ କରିବା ପାଇଁ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଲ ବ୍ରଡକାଷ୍ଟ ଆରମ୍ଭ କରିଛି ।ସଚେତନ ନାଗରିକ, ସୁରକ୍ଷିତ ଦେଶ । ଏହି ବାର୍ତ୍ତା ପାଇବା ପରେ ଜନସାଧାରଣଙ୍କ ଠାରୁ କୌଣସି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ନାହିଁ । ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା- ଗୃହ ମନ୍ତ୍ରାଳୟ ।

Read More

ମଧ୍ୟପ୍ରାଚ୍ୟ ତିକ୍ତତା ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ନୂଆ ପ୍ରସ୍ତାବ ଦେଇଛି ଇରାନ। ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ହାତରେ ଇରାନ ଆଲୋଚନା ପାଇଁ ରଖିଥିବା ସର୍ତ୍ତଗୁଡ଼ିକୁ ଆମେରିକା ପାଖକୁ ପଠାଇଛି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପ୍ରସ୍ତାବରେ ରାଜି ନଥିବା କହିଛନ୍ତି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ପାଖରେ ଏବେ ଦୁଇଟି ବିକଳ୍ପ ବାକି ଅଛି। ଆଲୋଚନା କରି ଏକ ଚୂଡ଼ାନ୍ତ ସମାଧାନ କରିବାକୁ କିମ୍ବା ଆମେରିକା ତେହେରାନ ବିରୋଧରେ ଏକ ପୂର୍ଣ୍ଣସ୍ତରୀୟ ସାମରିକ ଅଭିଯାନ ଆରମ୍ଭ କରି ଧ୍ବଂସ କରିବା ପାଇଁ ପରୋକ୍ଷରେ ଧମକ ଦେଇଛନ୍ତି। ତେବେ ଟ୍ରମ୍ପ କହିଥିଲେ,ବିକଳ୍ପ ଅଛି। ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ସବୁଦିନ ପାଇଁ ଶେଷ କରିବାକୁ ଚାହୁଁନୁ। ଆମେ ଏକ ଚୁକ୍ତି କରିବାକୁ ଚେଷ୍ଟା କରିବାକୁ ଚାହୁଁଛୁ। ଏହା ହିଁ ବିକଳ୍ପ। ମାନବିକତା ଦୃଷ୍ଟିରୁ, ମୁଁ ଏହା ପସନ୍ଦ କରିବି ନାହିଁ। କିନ୍ତୁ…

Read More

ଆସୁଛି ଆଉ ଏକ ଲଘୁଚାପ। ମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା। ଲଘୁଚାପ ନେଇ ଆକଳନ କରୁଛି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ। ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାସହ ଅଧିକ ଘନୀଭୂତ ହୋଇ ସାଇକ୍ଲୋନ ଜେନିସିସର ରୂପ ନେବାର ଆଶଙ୍କା ରହିଛି।କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Read More

ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ । AIIMS ଦିଲ୍ଲୀର ଗବେଷଣାରୁ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ । ଯେଉଁ ଶିଶୁମାନେ ଏକ ବର୍ଷ ବୟସ ପୂର୍ବରୁ ଅଧିକ ସମୟ ସ୍କ୍ରିନ୍ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କଠାରେ ତିନି ବର୍ଷ ବୟସ ବେଳକୁ ଅଟିଜିମ୍ ସମ୍ବନ୍ଧୀୟ ଲକ୍ଷଣ ଦେଖାଯିବାର ସମ୍ଭାବନା ଅଧିକ ରହୁଛି । ୧୮ ମାସରୁ କମ୍ ବୟସର ଶିଶୁଙ୍କୁ ମୋବାଇଲ୍ ବା ଟିଭି ସ୍କ୍ରିନ୍‌ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ୍ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଜନ୍ମରୁ ପ୍ରଥମ ୧ ହଜାର ଦିନ ଶିଶୁର ମସ୍ତିଷ୍କ ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ପ୍ରାୟ ୮୦% ଅଟିଜିମ୍ ଆକ୍ରାନ୍ତ ଶିଶୁଙ୍କଠାରେ ନିଦ୍ରା ସମସ୍ୟା ଓ ବ୍ୟବହାରିକ ପରିବର୍ତ୍ତନ ଭଳି ଅତିରିକ୍ତ ସମସ୍ୟା ଦେଖାଯାଉଛି ।ପିଲାମାନେ ଖେଳକୁଦ, କଥାବାର୍ତ୍ତା ଏବଂ ପରିବାର ଲୋକଙ୍କ ସହ ସମୟ ବିତାଇଲେ ହିଁ ସେମାନଙ୍କ ମସ୍ତିଷ୍କର ସଠିକ୍ ବିକାଶ ହୋଇଥାଏ ।…

Read More

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ମେ ୪ ତାରିଖରେ ଘୋଷଣା କରାଯିବ। ଭୋଟ ଗଣତି ପୂର୍ବରୁ ରାଜ୍ୟରେ ରାଜନୈତିକ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଇଭିଏମ ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ ଟିଏମ୍‌ସି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି । ଶୁକ୍ରବାର ଭୋଟ ଜାଲିଆତି ଅଭିଯୋଗ ପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହରର ସମସ୍ତ ସାତଟି ନିର୍ଦ୍ଦିଷ୍ଟ ଇଭିଏମ ଷ୍ଟ୍ରଙ୍ଗରୁମର ୨୦୦ ମିଟର ପରିଧିକୁ ସିଲ୍ କରିଛି । ଅନ୍ୟପଟେ ଆଜି ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ । ପଶ୍ଚିମବଙ୍ଗର ମଗ୍ରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର ମୋଟ ୧୫ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏଥିରେ ମଗ୍ରାହାଟର ୧୧ଟି ଓ ଡାଇମଣ୍ଡ ହାର୍ବରର ୪ଟି ବୁଥ ରହିଛି । ଏହି ୧୫ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।

Read More