Author: sanitelevision

ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ଟଙ୍କା । ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି।ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା ପ୍ରାୟ ୭୯ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ସୁଭଦ୍ରା ଅର୍ଥରାଶି ଆସିଛି । ମୋଟ ଉପରେ ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିଛି ।ଅନ୍ୟପଟେ, ସୁଭଦ୍ରା ହେଲ୍ପ ଡେସ୍କରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀଙ୍କ କାର୍ଯ୍ୟକାଳକୁ ୨୦୨୭ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଜେକ୍ଟ ଫ୍ରିଡମ୍ ଘୋଷଣା କରିଛନ୍ତି, ଯାହା ହର୍ମୁଜ୍ ପ୍ରଣାଳୀରେ ଫସି ରହିଥିବା ଜାହାଜଗୁଡ଼ିକୁ ମୁକ୍ତ କରିବ । ଇରାନ ଟ୍ରମ୍ପଙ୍କ ଯୋଜନାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି ଏବଂ ଚେତାବନୀ ଦେଇଛି ଯେ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ଯେକୌଣସି ହସ୍ତକ୍ଷେପକୁ ଜାରି ରହିଥିବା ଅସ୍ତ୍ରବିରତିର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଇରାନ ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଟିର ମୁଖ୍ୟ ଇବ୍ରାହିମ ଅଜିଜି ଆମେରିକାକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଯେକୌଣସି ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ପ୍ରଣାଳୀରେ ଆମେରିକାର ଦାଦାଗିରି ଚଳିବ ନାହିଁ। ପ୍ରଣାଳୀ ଉପରେ ଇରାନ କୌଣସି ବାହ୍ୟ ନିୟନ୍ତ୍ରଣ ଗ୍ରହଣ କରିବ ନାହିଁ ବୋଲି ଅଜିଜି ଜୋର ଦେଇ କହିଛନ୍ତି। ଅଜିଜି ଟ୍ରମ୍ପଙ୍କ ପ୍ରୋଜେକ୍ଟ ଫ୍ରିଡମ୍ ପଦକ୍ଷେପକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଏବଂ…

Read More

କାଳବୈଶାଖୀର କ୍ଷୟକ୍ଷତି ରିପୋର୍ଟ ମାଗିଛି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ରିପୋର୍ଟର 24 ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ସେ ଆହୁରି ମଧ୍ୟ କହିଛନ୍ତି, “ବର୍ଷ ତମାମ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତ ରୁହନ୍ତି । ଗ୍ରୀଷ୍ମପ୍ରବାହର ପ୍ରସ୍ତୁତି ଓ କାର୍ଯ୍ୟକାରିତା ଚାଲିଛି । କାଳବୈଶାଖୀ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ହୋଇଛି ।ସେ କହିଛନ୍ତି, “କାଳବୈଶାଖୀ ସମୟରେ ଲୋକେ ସତର୍କ ରୁହନ୍ତୁ । ରାସ୍ତାରେ ଗାଡି ଧରି ବୁଲନ୍ତୁ ନାହିଁ । କାଳବୈଶାଖୀ ପ୍ରଭାବରେ ଘର କିମ୍ବା ଚାଷ ପ୍ରଭାବିତ ହୋଇଥିଲେ କ୍ଷତିପୂରଣ ମିଳିବ । 24 ଘଣ୍ଟା ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି । ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାମାଞ୍ଚଳରେ ଘର ଭାଙ୍ଗିଥିବା…

Read More

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୪୯ ଆସନରେ ଆଗୁଆ ଥିବାବେଳେ ଟିଏମସି ୯୨ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୪ ଆସନରେ ଆଗୁଆ ରହିଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ବହୁମତ ହାସଲ କରିଛି । ଅନ୍ୟପଟେ ତାମିଲନାଡୁରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜୟଙ୍କ ଦଳ TVK। ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେର ହୋଇଛି ବ୍ଲକବଷ୍ଟର୍ ଏଣ୍ଟ୍ରି । ୧୦୦ ଅଙ୍କ ଅତିକ୍ରମ କରିଛି ଟିଭିକେ। ୧୦୭ ଆସନରେ ଆଗୁଆ ରହିଛି। ବର୍ତ୍ତମାନର ସଂଖ୍ୟା ଦର୍ଶାଉଛି ଯେ ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଛି।

Read More

ରାଜ୍ୟରେ ବର୍ତ୍ତମାନ ମେଘୁଆ ପାଗ ରହିଥିବା ବେଳେ ତାତିରୁ ମିଳିଛି ଆଶ୍ଵସ୍ତି । କାଳବୈଶାଖୀ ପ୍ରଭାବରୁ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା, ପବନ ପାଇଁ ସତର୍କ କରିଛି ପାଣିପାଗ ବିଭାଗ । ଆଜି କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏହି ୧୩ଟି ଜିଲ୍ଲାରେ ବଜ୍ରପାତ ସହ ୫୦ରୁ ୬୦ କି.ମି ଝଡି ପବନ ହେବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡା ଏହି ୪ଟି ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ ସତର୍କତା ଜାରି ହୋଇଛି ।ରାଜ୍ୟରେ ୬ ତାରିଖ ଯାଏଁ ପ୍ରବଳ ବର୍ଷା ସହ ଆସନ୍ତା ୭ ଦିନ ଅର୍ଥାତ ୯ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ବିଭାଗ…

Read More

ସୋମବାରଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ଆରମ୍ଭ ହେବ। ୧୦ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ ଟେଷ୍ଟ (ସିବିଟି) ମୋଡରେ ହେବ।ରାଜ୍ୟର ୩୦ ଜିଲ୍ଲାରେ ୯୩ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ବାହାରେ ଅର୍ଥାତ୍ କୋଲକାତା, ରାଞ୍ଚି ଓ ପାଟନାରେ ୬ଟି ସେଣ୍ଟର କରାଯାଇଛି ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ଆରମ୍ଭ ହେଲା ଭୋଟ ଗଣତି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର । ଆସାମରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେପି । ତାମିଲନାଡୁ, କେରଳମ୍ ଓ ପୁଡ଼ୁଚେରୀ ଉପରେ ସମସ୍ତଙ୍କ ଆଖି । ଭୋଟ୍ ଗଣତି ପାଇଁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ରାଜ୍ୟର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ।ଏହାସହ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ଏବଂ କିଛି ଏକଜିଟ ପୋଲରେ ଭାଜପା ଆଗୁଆ ରହିଛି, ଯାହା ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ…

Read More

ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ୮ ଦଲାଲଙ୍କ ବିରୁଦ୍ଧରେ NBW ଜାରିକଲା CBI । ବାରମ୍ବାର ନୋଟିସ ପରେ ମଧ୍ୟ ହାଜର ହେଉ ନଥିବା ଦଲାଲଙ୍କ ବିରୋଧରେ ଜାରିହେଲା NBW ।ସେମାନଙ୍କ ମଧ୍ୟରେ ୩ ଜଣ ବିହାର ଦଲାଲ ରହିଛନ୍ତି। ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ଗୋବିନ୍ଦ ତ୍ରିପାଠୀ, ଗୋପାଳ କୃଷ୍ଣ ଦାସ, ଗୋପି ରମଣ , ସଞ୍ଜୟ କୁମାରଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନଙ୍କୁ ବାରମ୍ବାର ନୋଟିସ୍ ଦିଆଯାଇଥିଲେ ମଧ୍ୟ ସେମାନେ ତଦନ୍ତରେ ସହଯୋଗ କରିନଥିଲେ କିମ୍ବା କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହୋଇନଥିଲେ। ଏହି ମଧ୍ୟସ୍ଥିମାନେ ପରୀକ୍ଷା ପ୍ରକ୍ରିୟାରେ ଅସାଧୁ ଉପାୟ ଅବଲମ୍ବନ କରିବାରେ ଏବଂ ପ୍ରାର୍ଥୀଙ୍କୁ ବେଆଇନ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସନ୍ଦେହ କରାଯାଉଛି।ଏହି ରାକେଟ୍ କେବଳ ଓଡ଼ିଶାରେ ସୀମିତ ନୁହେଁ, ବରଂ ଏହାର…

Read More

ଆସନ୍ତା ସୋମବାର ମେ ୪ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରଚଣ୍ଡ ଖରା ଯୋଗୁଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ଯମ ଜରିଆରେ ଜଣାଇ ଦିଆଯିବ ବୋଲି କୁହାଯାଇଛି ।

Read More

ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ । କାଙ୍କେର ଜିଲ୍ଲା ଡିଆରଜିର ୩ ଯବାନ ସହିଦ ହୋଇଛନ୍ତି । ମାଓ ଦମନ ଅପରେସନରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନ ମାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ ଆଇଇଡି ଖଞ୍ଜାଯାଇଥିଲା । ଆଇଇଡି ବିସ୍ଫୋରଣ କୃଷ୍ଣ କୋମରା, ବସ୍ତର ଫାଇଟର୍ସ, ସୁଖରାମ ବଟ୍ଟୀ, ଡିଆରଜି ପ୍ରଭାରୀ ଟିଆଇ, ପରମାନନ୍ଦ କୋମରା ସହିଦ ହୋଇଛନ୍ତି ।। ଆହତ ପରମାନନ୍ଦଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।ପ୍ରକାଶ ଥାଉକି ଆତ୍ମସମର୍ପଣ କରୁଥିବା ନକ୍ସଲମାନେ ପୁଲିସକୁ ଜଂଗଲରେ ନକ୍ସଲ ଲୁଚାଇଥିବା ଲ୍ୟାଣ୍ଡମାଇନ ଓ ଅସ୍ତ୍ରଶସ୍ତ୍ର ସଂପର୍କରେ ସୂଚନା ଦେଉଛନ୍ତି। ଏହି ଆଧାରରେ ଆଜି ବି ପୁଲିସ ଡିଆରଜି ଯବାନଙ୍କୁ ନେଇ ସର୍ଚ୍ଚ ଅପରେସନ କରୁଥିଲେ।ତେବେ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରିଥିଲେ । ସମ୍ଭାବ୍ୟ ନକ୍ସଲ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି ।

Read More