Author: sanitelevision

ପଶ୍ଚିମବଙ୍ଗ, ଆସାମ ସମେତ ଅନେକ ରାଜ୍ୟର ନିର୍ବାଚନ ଶେଷ ହେଲା ପରେ ସରକାର ଏଲପିଜି ଦାମ୍ ବୃଦ୍ଧି କରିଛନ୍ତି ।୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦରର ମୂଲ୍ୟବୃଦ୍ଧି କରାଯାଇଛି ।ସରକାର ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ମେ୧ରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମରେ ୯୯୩ ଟଙ୍କା ବୃଦ୍ଧି କରିବାକୁ କହିଛନ୍ତି । ଏହି ଦରବୃଦ୍ଧି ସହ ଦିଲ୍ଲୀ, ମୁମ୍ବାଇ ସମେତ ଅନେକ ସହରରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୩ ହଜାର ଟଙ୍କା ଅତିକ୍ରମ କରିଛି । କିନ୍ତୁ ଅନ୍ୟ ଦିଗରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ଏଥିରେ କୌଣସି ବୃଦ୍ଧି କରାଯାଇ ନାହିଁ ।

Read More

ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ।ବିଭିନ୍ନ ସ୍ଥାନରେ ଉଡ଼ିଲା ଘରର ଛପର । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । ଭୁବନେଶ୍ୱର ଓ କଟକରେ ଗତ କାଲି ସନ୍ଦ୍ୟା ଠାରୁ ଆଜି ସକାଳ ପଯ୍ୟନ୍ତ ବର୍ଷା ଲାଗିରହିଥିବା ବେଳେ ଆଗାମୀ ୩ ଘଣ୍ଟା ମଧ୍ୟରେ ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣର ବଜ୍ରପାତ ସହ ପବନ ବହିବା ସମ୍ଭାବନା । ପବନର ବେଗ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୋହିପାରେ , ହାଲୁକା ରୁ ମଧ୍ୟମ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।ସେପଟେ କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ପାଇଁ Yellow Warning ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ମଧ୍ୟ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି ।

Read More

ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏକ ଘଟଣା। ଜଣେ ୨୩ ବର୍ଷୀୟା ମହିଳା ଗତ ସୋମବାର ନିକଟସ୍ଥ ସାପୁଆ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକୁଟିଆ ଦେଖି ଜଣେ ଦୁବୃର୍ତ୍ତ ତାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ମୁହଁକୁ ହାଣି ଦେଇଥିଲା । ଯୁବତୀଙ୍କ ପରିବାର ଲୋକେ ଏକ ଟ୍ରଲି ଯୋଗେ ଭାପୁର ମେଡିକାଲକୁ ତାଙ୍କୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ପରିବାର ପକ୍ଷରୁ ଏନେଇ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ସଦର ଥାନା ଅଧିକାରୀ ଓ ସଦର ଏସ୍ ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଅନ୍ୟପଟେ ଯୁବତୀଙ୍କୁ ଟ୍ରଲିରେ ନେବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Read More

ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ ନକରି ଆଜି ବିରୋଧ କରୁଛନ୍ତି।ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ଜଣେ ମହିଳା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ବି ମହିଳା, ବାଚସ୍ପତି ବି ମହିଳା। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ୍ ଉପସ୍ଥାପନା କରିଛନ୍ତି। ନାରୀ ଶକ୍ତି ବନ୍ଧନର ଆବଶ୍ୟତ ଅଛି। ବିରୋଧୀ ଏଥିରେ ବ୍ରେକ୍ ଲଗାଇଛନ୍ତି ଯାହାର ଉଚିତ ଜବାବ ଦେବେ ମହିଳା। ବିରୋଧୀ ଦଳ ନେତା ଚିଠି ଲେଖି ମତେ ଉତ୍ତର ମାଗିଥିଲେ। ତାଙ୍କ ଆଶଙ୍କା ନିରର୍ଥକ। ସିଟ୍ ବୃଦ୍ଧି ହେଲେ ଓ ମହିଳା ସଂରକ୍ଷଣ ବିଲ୍ ପାରିତ ହେଲେ ଓଡ଼ିଶା ବି ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର…

Read More

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ ସଫଳତା । ଡିଆରଡିଓ ଓ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ନାଭାଲ ଆଣ୍ଟି ସିପ୍‌ ମିସାଇଲ ସର୍ଟ ରେଞ୍ଜ (NASM-SR)ର ପ୍ରଥମ ‘ସଲଭୋ’ (ଏକ ସଙ୍ଗରେ ଏକାଧିକ) ପରୀକ୍ଷଣ ସଫଳତାପୂର୍ବକ କରିଛନ୍ତି । ଓଡିଶା ସୀମା ବଙ୍ଗୋପସାଗର ଉପକୂଳରେ ଭାରତୀୟ ନୌସେନା ଏଥିପାଇଁ ହେଲିକପ୍ଟରର ବ୍ୟବହାର କରିଛି ।ଦୁଇଟି ଯାକ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ତତ୍ତ୍ବାବଧାନରେ ଏହି ପରୀକ୍ଷଣ ସଫଳ ହୋଇଛି । ହାଇଦ୍ରାବଦ ସ୍ଥିତ ରିସର୍ଚ୍ଚ ସେଣ୍ଟର ଓ ଡିଆରଡିଓର ମିଳିତ ସହଯୋଗରେ ଏହି ମିସାଇଲକୁ ବିକଶିତ କରାଯାଇଛି । NASM-SR ମିସାଇଲରେ ଅତ୍ୟାଧୁନିକ ଓ ସ୍ବଦେଶୀ ଟେକନିକର ବ୍ୟବହାର କରାଯାଇଛି । ଯେପରିକି ସିକର୍, ସମନ୍ୱିତ ଏଭିଓନିକ୍ସ ମଡ୍ୟୁଲ୍, ଉନ୍ନତ ନାଭିଗେସନ୍ ଏବଂ ଫାଇବର-ଅପ୍ଟିକ୍ ଜାଇରୋସ୍କୋପ୍-ଆଧାରିତ ଇନର୍ସିଆଲ୍ ନାଭିଗେସନ୍ ସିଷ୍ଟମ୍ ଏବଂ ରେଡିଓ-ଅଲ୍ଟିମିଟର ବ୍ୟବହାର କରି ମାର୍ଗଦର୍ଶନ ସହିତ ଉନ୍ନତ ନିୟନ୍ତ୍ରଣ ଏବଂ ମାର୍ଗଦର୍ଶନ…

Read More

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଦେଖାଯାଇଛି।କେନ୍ଦୁଝର ପ୍ରସଙ୍ଗ ଉଠାଇ ସରକାର ଘେରିବାକୁ କଂଗ୍ରେସ ସଦସ୍ୟ ଉଦ୍ୟମ କରିଛନ୍ତି। ହଟ୍ଟଗୋଳ ମଧ୍ୟରେ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ ହୋଇଛି। ସ୍ୱତନ୍ତ୍ର ଅଧିବେଶନ ବେଳେ କଂଗ୍ରେସ ବିଧାୟକ କକ୍ଷ ତ୍ୟାଗ କରିଛନ୍ତି।ଅନ୍ୟପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହିଳାଙ୍କ କଙ୍କାଳ ମାଟି ତଳୁ ବାହାର କରି ବ୍ୟାଙ୍କରେ ପ୍ରମାଣ ଦେବା ଏହା କିଭଳି ମହିଳା ସଶକ୍ତିକରଣ ? ଡବଲ ଇଂଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ସାରା ବିଶ୍ୱରେ ନିନ୍ଦିତ ହେବାକୁ ପଡିଛି।

Read More

ପ୍ରକାଶ ପାଇଲା ICSE ଓ ISC ରେଜଲ୍ଟ। କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ୍ସ ବା CISCE ପକ୍ଷରୁ ଆଜି ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରାଯାଇଛି।cisce.org ଓ results.cise.orgରେ ରେଜଲ୍ଟ ଉପଲବ୍ଧ ରହିଛି।ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ। ୱେବସାଇଟ୍ ବ୍ୟତୀତ ଏସଏମଏସ୍ (SMS) ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିହେବ।

Read More

ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲାରେ ଗୁରୁବାର ଏକ ବଡ ଘଟଣା ସାମ୍ନାକୁ ଆସିଛି।ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୁଲିସ। ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିବା ନେଇ ହୋଇଥିଲା ଅଭିଯୋଗ।ମହିଳା ସିଆରସିସିଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଉଭୟ ଅଧିକାରୀଙ୍କୁ ପୁଲିସ ଗତ କାଲିଠାରୁ ଅଟକ ରଖି ପଚାରଉଚୁରା କରୁଥିଲା।ବରଗଡ଼ ଜିଲାରେ ଶିକ୍ଷା ବିଭାଗର ବିଭିନ୍ନ ଦୁର୍ନୀତି ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଜିଲା ପ୍ରଶାସନ ପାଖରେ ହୋଇଥିଲା। ଏନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ବରଗଡ଼ ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଡକାଇ ପଚରା ଉଚୁରା କରିଥିଲା। ପୁଲିସ ଏକା ସାଙ୍ଗରେ ଅନେକ ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ବିଜ୍ଞାନ ମେଳା, ବେଞ୍ଚ, ଡେସ୍କ ଓ କମ୍ପ୍ୟୁଟର କିଣା ଆଦି ଘଟଣାକୁ ନେଇ ଶିକ୍ଷା ବିଭାଗ ପୂର୍ବରୁ ଚର୍ଚ୍ଚାରେ ଥିଲା। ପୂର୍ବତନ ଜିଲା ଶିକ୍ଷାଧିକାରୀ ବିଜ୍ଞାନ ନିରୀକ୍ଷକଙ୍କ…

Read More

ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ କିଛି ଯୁବକ ଯୁବତୀ ବସିଥିଲେ। ପୋଲିସ ପେଟ୍ରୋଲିଂ ଭ୍ୟାନ୍ ବାରଣ କରିବାରୁ ବଚସା ହୋଇଥିଲା। ପରେ ସେମାନେ ପୋଲିସ୍ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତିନିଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ବେକ, ହାତ ଓ ପିଠିରେ ଆଘାତ ଲାଗିଛି। ଏହି ଘଟଣାରେ ଚାଉଳିଆଗଞ୍ଜ ଥାନାରେ ଜଣେ ମହିଳା ସମେତ ୬ଜଣଙ୍କୁ ଅଟକ ରଖିଛି ପୋଲିସ୍। ପୂରା ଘଟଣାର ତଦନ୍ତ ଜାରି ରହିଛି।

Read More

ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ ଘଟିଛି ।ରାଜ୍ୟରେ ଏବେ ଧୀରେ ଧୀରେ କାଳବୈଶାଖୀର ପ୍ରଭାବ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ତେବେ ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।ଗୁରୁବାର ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ଏବଂ ଉପକୂଳରେ ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ । ମେ’ ପହିଲାରେ ତାପମାତ୍ରା ଆହୁରି କମିପାରେ । ଯାହାକି ପରବର୍ତ୍ତୀ ୫-୬ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି ।

Read More