ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦିଆଯିବ। ପ୍ରୋଜେକ୍ଟ ଫ୍ରିଡମ୍ ଅଧୀନରେ ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଆମେରିକା ସାମରିକ ଅଭିଯାନ ଆରମ୍ଭ କରିଥିବା ବେଳେ ଇରାନ ଏଥିରେ ବାଧା ସୃଷ୍ଟି କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।ଆମେରିକୀୟ ସେନା ପକ୍ଷରୁ ଇରାନର ସାତଟି କ୍ଷୁଦ୍ର ଶକ୍ତିଶାଳୀ ନୌକାକୁ ଧ୍ୱଂସ କରିଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ଆମେରିକା ନିଜର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିଶ୍ୱବ୍ୟାପୀ ଥିବା ସାମରିକ ବେସଗୁଡ଼ିକର ବ୍ୟବହାର କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼। ମଧ୍ୟପ୍ରାଚ୍ୟରେ…
Author: sanitelevision
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ବାଚନ କମିସନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ କରିଛି । ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣକୁ ମଧ୍ୟ ବିରୋଧ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ପଥର ମୂର୍ତ୍ତି ନିର୍ମାଣ ହେଲେ ମମତାଙ୍କ ପାଇଁ ଆଗାମୀ ଦିନରେ ଅଘଟଣ ଘଟିବ ବୋଲି ସେ ଚେତାବନୀ ଦେଇଥିଲେ। ତେବେ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ଶୋଚନୀୟ ପରାଜୟ ବରଣ କରିଛନ୍ତି, ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗିରହିଛି।ମହାପ୍ରଭୁଙ୍କ ବାଡ଼ଗ୍ରାହୀ ମହାପାତ୍ର ନିଜ ପ୍ରତିକ୍ରିୟାରେ…
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମ୍ୟାଜିକ୍ ସଂଖ୍ୟା ୧୪୮ ହୋଇଥିବାବେଳେ ଗୈରିକ ଦଳ ୨୦୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ରହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ୧୫ ବର୍ଷ ଶାସନର ଅନ୍ତ ଘଟାଇବାକୁ ଯାଉଛି। କିନ୍ତୁ ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଉତ୍ତେଜନା । ବିଶେଷକରି ସମସ୍ତ ସ୍ଥାନରେ ଥିବା ଟିଏମସି କାର୍ଯ୍ୟାଳୟଗୁଡ଼ିକୁ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଟିଏମସିର ଦଳୀୟ ପତାକାକୁ ହଟାଇ ସେଠାରେ ବିଜେପିର ପତାକା ଲଗାଯାଇଥିବା ଅଭିଯୋଗ କରାଯାଇଛି ।
ଦେଶରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି।ତେବେ ଆଜି ପାଣିପାଗ ବିଭାଗ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ତାମିଲନାଡୁ ଏବଂ କେରଳ ସମେତ ୧୪ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କତା ଜାରି କରିଛି। ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି । ତେବେ ମଙ୍ଗଳବାର ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ସହିତ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ବୌଦ୍ଧ, କନ୍ଧମାଳ ଜିଲାର କିଛି ସ୍ଥାନରେ ପ୍ରବଳ ଓ ପବନ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ତେବେ ସୁନ୍ଦରଗଡ଼ ଜିଲାରେ କୁଆପଥର ବୃଷ୍ଟିପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏହାବାଦ୍ ରାଜ୍ୟର…
ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । ଜନ ଗଣନା କୁ ତ୍ୱରାନ୍ୱିତ ଓ ସମୀକ୍ଷା ପାଇଁ କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । କୋଟିଆ ରେ ନିର୍ମାଣ ଚାଲିଛି ଜଗନ୍ନାଥ ମନ୍ଦିର । ଏହି କାମ ଶେଷ ପର୍ଯାୟ ଅଛି । ଚଳିତ ବର୍ଷ କୋଟିଆ ରେ ବ୍ୟାପକ ଭାବରେ ହେବ ରଥଯାତ୍ରା | ଏଥିପାଇଁ ଜିଲ୍ଲାପାଳ ଙ୍କୁ ଦିଆଯାଇଛି ନିର୍ଦ୍ଧେଶ ।ସୂଚନା ଅନୁଯାୟୀ, ଜନଗଣନା କାମ ଚାଲିଥିବା ବେଳେ ପଡୋଶୀ ଆନ୍ଧ୍ର ପ୍ରଦେଶର କିଛି ଅଧିକାରୀ କୋଟିଆ ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କର ଜନଗଣନାରେ ସାମିଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀ ଏହାକୁ ଜୋରଦାର ବିରୋଧ କରି ସେମାନଙ୍କୁ ସେଠାରୁ ବାହାର କରିଦେଇଥିଲେ। ଏହା ଫଳରେ ପୁଣିଥରେ କୋଟିଆ ଅଞ୍ଚଳର ମାଲିକାନାକୁ ନେଇ ପୁରୁଣା ବିବାଦ ଚର୍ଚ୍ଚାରେ ଆସିଛି ।ଏହି ପରିସ୍ଥିତିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି । ରାଜସ୍ବ…
ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପରୀକ୍ଷାର୍ଥୀ ମାଟ୍ରିକ ପାସ୍। ପ୍ରକାଶ ପାଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆଉ ପରୀକ୍ଷାରେ ପାସ ହୋଇଛନ୍ତି ବହୁ ଚର୍ଚ୍ଚିତ ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପରୀକ୍ଷାର୍ଥୀ (୧୮ ଇଞ୍ଚର ଛାତ୍ରୀ) ସୁନିତା ନାଏକ। ଏହି ଛାତ୍ରୀ ଜଣଙ୍କ ମହୁଲପାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲେ । ସେ ମୋଟ ୩୦୯ ନମ୍ବର ରଖି “ସି “(C) ଗ୍ରେଡ଼ରେ ପାସ କରିଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ମାଆ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବାରେ ସାହାଯ୍ୟ କରୁଥିଲେ । ସୁନିତାଙ୍କ ବାପା ବିଷ୍ଣୁ ନାଏକଙ୍କର ଆଜକୁ ୧୦ ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି। ବାପା ଛେଉଣ୍ଡ ଏହି ଦିବ୍ୟାଙ୍ଗ ଶିଶୁଟିକୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାଆ ସଞ୍ଜୁ।ସେ ଚଳିତ ବର୍ଷ କାନପୁରା ଗ୍ରାମ ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ…
ତାମିଲନାଡୁରେ ଶାସକ ଡିଏମକେକୁ ବଡ଼ ଝଟକା ଲାଗିଛି।ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ହାରି ଯାଇଛନ୍ତି। ତାଙ୍କୁ ହରାଇଛନ୍ତି ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁ। କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କ ଠାରୁ ୯ ହଜାର ଭୋଟ୍ରେ ହାରିଯାଇଛନ୍ତି ଡିଏମ୍କେ ସୁପ୍ରିମ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ।ନୂଆ ଦଳ ଟିଭିକେ ତାମିଲନାଡୁରେ ଯେଉଁଭଳି ଭାବେ ଆଗ୍ରସର ହେଉଛି, ସେଥିରେ ସାରା ଦେଶ ଆଶ୍ଚର୍ଯ୍ୟ। ବିଜୟଙ୍କ ଲୋକପ୍ରିୟତା ବିପୁଳ ଜନମର୍ଥନରେ ପରିଣତ ହୋଇଛି। ବର୍ତ୍ତମାନ ଟିଭିକେ ଏକକ ସଂଖ୍ୟା ଗରିଷ୍ଠ ଦଳ ହେବା ଦିଗରେ ଅଗ୍ରସର ହେଉଛି।ଟିଭିକେର ବିଜୟରେ ବିଜୟଙ୍କ ‘ଲେଡି ଲକ୍’ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଭାବରେ ବିବେଚନା କରାଯାଉଛି। ଆଜି ସେହି ‘ଲେଡି ଲକ୍’ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଜନ୍ମଦିନ। ତାଙ୍କ ନାମ ବିଜୟଙ୍କ ସହିତ ପ୍ରାୟତଃ ଯୋଡା ଯାଇଛି। ତାମିଲନାଡୁ ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ ତ୍ରିଶା ପ୍ରାର୍ଥନା କରିବାକୁ ତିରୁମାଲା ମନ୍ଦିର ଯାଇଥିଲେ…
ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ନେଇ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି।ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତିମାସ ୧୫ ତାରିଖରେ ହେଉଥିବା ଭତ୍ତା ବଣ୍ଟନ ସମୟରେ ଲୋକମାନଙ୍କ ଉପରେ ଅଂଶୁଘାତ, ଡିହାଇଡ୍ରେସନ୍, ହିଟ୍ ଏକ୍ସହଷ୍ଟିଅନର ଶିକାର ହେବା ଆଶଙ୍କା ରହିଛି। ଏହିପରି ପରିସ୍ଥିତିରେ ସମସ୍ତ ଜିଲ୍ଲା ପ୍ରଶାସନକୁ ବଣ୍ଟନ କେନ୍ଦ୍ରରେ ପିଇବା ପାଣି, ORS ପ୍ୟାକେଟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି।ସେଥିସହିତ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଘରେ ଘରେ ଭତ୍ତା ପହଞ୍ଚାଇବାକୁ ବିଶେଷ ଭାବେ ନିର୍ଦ୍ଦେଶ ଦିଆଯାଇଛି।
ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଆସାମର ୧୨୬ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏପ୍ରିଲ ୯ ତାରିଖରେ ରାଜ୍ୟରେ ୧୨୬ ନିର୍ବାଚନମଣ୍ଡଳୀରେ ୭୨୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲେ । ୮୫.୯୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ଆସାମର ସମସ୍ତ ୩୫ ଜିଲ୍ଲାରେ ବିସ୍ତାରିତ ୪୦ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି ।ଆସାମରେ ବିଜେପି ୯୯ ସିଟରେ ଆଗୁଆ ରହିଛି । କଂଗ୍ରେସ ଆସାମରେ ବେଶି କିଛି କମାଲ୍ କରିପାରିନାହିଁ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଟିଏମସି କର୍ମୀ-ବିଜେପି କର୍ମୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । କଲକାତା ଆଗେଇ ଚାଲିଛି ବିଜେପି । ଏହାରି ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୁଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କଲକାତା ଆଜି ବିଜୟ ସେଲିବ୍ରେସନ କରିବାକୁ ମନା କରାଯାଇଛି । ଅନ୍ୟପଟେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି କ୍ଷମତା ହରାଇବା ପରି ମନେ ହେଉଛି। ପ୍ରାୟ ଦେଢ଼ ଘଣ୍ଟା ଗଣତି ପରେ, ବିଜେପି ୧୯୩ ଆସନରେ ଆଗୁଆ ଅଛି। ଗତ ବିଧାନସଭା ନିର୍ବାଚନରେ, ବିଜେପି ୭୭ ଆସନ ଜିତିଥିଲା। ଏପରି ପରିସ୍ଥିତିରେ, ଟ୍ରେଣ୍ଡ ୧୧୬ ଆସନ ବୃଦ୍ଧିକୁ ସୂଚିତ କରୁଛି। ବିଜେପି ପାଇଁ ଏହି ଐତିହାସିକ ବିଜୟ ଅର୍ଥ ହେଉଛି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ପଦ୍ମ ଫୁଟିବାକୁ ଯାଉଛି । ଅନେକ ଉତ୍ତର-ପୂର୍ବ ରାଜ୍ୟରେ ସରକାର ଗଠନ କରିବା…









