Author: sanitelevision

ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି ।ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ବର୍ଷା ଏବଂ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ସମେତ ୧୬ ଜିଲ୍ଲାରେ ବଜ୍ରପାତ ସହ ୩୦-୫୦ କିମି ବେଗରେ ପବନ ବହିପାରେ।

Read More

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ମାଟ୍ରିକ ରେଜଲଟ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ଏବଂ ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ତେବେ ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ ।

Read More

ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭନଷ୍ଟ ସମୟସୀମା ବଢାଯାଉ। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ। ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନେନ୍ସି ଆଇନରେ ସଂଶୋଧନ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ୧୫ ବର୍ଷୀୟା ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ୩୦ ସପ୍ତାହର ଗର୍ଭପାତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ପିଟିସନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏପରି ମାମଲାରେ ଗର୍ଭପାତର ସମୟ ସୀମା ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରିବା ଜରୁରି। ଦୁଷ୍କର୍ମ ପୀଡ଼ିତାଙ୍କୁ ୨୦ ସପ୍ତାହରୁ ଅଧିକ ସମୟ ପରେ ବି ଗର୍ଭପାତ କରାଯିବାକୁ ଅନୁମତି ଦେବା ଉପରେ ବିଚାର କରାଯାଉ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି।ସିଜେଆଇ କହିଛନ୍ତି ଯେ, ଆଇନ ଏପରି ହେବ ଜରୁରୀ ଯାହା ସମୟ ସହ ବଦଳିପାରୁଥିବ ଏବଂ ସମ୍ପ୍ରତି ସମୟ ଅନୁସାରେ ଚାଲୁଥିବ। ନାବାଳିକାଙ୍କୁ ଜବରଦସ୍ତି ମା…

Read More

ନୂଆ ରୂପରେ ଆସିବ ମେଟ୍ରୋ ।ଭୁବେନେଶ୍ୱର ସହ ପୁରୀ ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରୁଛନ୍ତି ସରକାର। ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ । ମେଟ୍ରୋକୁ ଆମ ସରକାର ବନ୍ଦ କରିନି ଏହାକୁ ସ୍ଥଗିତ ରଖାଯାଇଛି। ଭୁବେନେଶ୍ୱର ସହ ପୁରୀ ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରୁଛନ୍ତି ସରକାର। ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ । ମେଟ୍ରୋକୁ ଆମ ସରକାର ବନ୍ଦ କରିନି ଏହାକୁ ସ୍ଥଗିତ ରଖାଯାଇଛି।

Read More

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ନିୟମ ୨୦୦୯ ରେ ସଂଶୋଧନ କରିଛି । ଯେଉଁଥିରେ ପ୍ରବାସୀ ଭାରତୀୟ ନାଗରିକ (OCI) କାର୍ଡଧାରକ ଏବଂ ନାଗରିକତା ଆବେଦନ ସହିତ ଜଡିତ ଅନେକ ପ୍ରକ୍ରିୟାରେ ଡିଜିଟାଲ୍ ମୋଡ୍ ପ୍ରଚଳନ କରାଯାଇଛି ।ନୂଆ ନିୟମ ଅନୁଯାୟୀ, ନାଗରିକତା ସଂଶୋଧନ ନିୟମ, ୨୦୨୬ OCI କାର୍ଡ ପଞ୍ଜିକରଣ ଏବଂ ଫେରାଇବା ପାଇଁ ଆବେଦନ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ କରାଯିବ । ପୂର୍ବରୁ ଏହା ମାନୁଆଲ କରାଯାଉଥିଲା, ଏହାକୁ ଶେଷ କରିବା ପାଇଁ ଡିଜିଟାଲ ଆବେଦନ ପ୍ରଣାଳୀ ଲାଗୁ କରାଯାଇଛି । ଏହାସହିତ e-OCI ସୁବିଧା ଆରମ୍ଭ ହୋଇଛି । OCI ଛାଡିବା ଘୋଷଣା କରିବା ପରେ ବ୍ୟକ୍ତିଙ୍କୁ ସେମାନଙ୍କର ମୂଳ କାର୍ଡ ନିକଟସ୍ଥ ଭାରତୀୟ ମିଶନ, ପୋଷ୍ଟ କିମ୍ବା ବିଦେଶୀ ଆଞ୍ଚଳିକ ପଞ୍ଜିକରଣ ଅଧିକାରୀ (FRRO)ଙ୍କ ନିକଟରେ ଦାଖଲ କରିବାକୁ ପଡିବ ।ନାଗରିକତା ଆଇନ, ୧୯୫୫ରେ ସଂଶୋଧନ ମାଧ୍ୟମରେ ୨୦୦୫ ମସିହାରେ OCI ଯୋଜନା…

Read More

ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ବଡ ସୂଚନା ଦେଇଛନ୍ତି। ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ଉଭୟ ଓଡିଆ ଓ ଇଂରାଜୀରେ ମାଟ୍ରିକ ସାର୍ଟିଫିକେଟ୍ ଉପଲବ୍ଧ ହେବ। ଶନିବାର ଅପରାହ୍ଣରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ୨ ତାରିଖ ଶନିବାର ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ ପକ୍ଷରୁ ଫଳ ଘୋଷଣା କରାଯିବ। ଛାତ୍ରଛାତ୍ରୀ ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ୱେବ୍‌ସାଇଟ୍‌ରୁ ଫଳ ଜାଣିପାରିବେ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Read More

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶିତ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ମାଟ୍ରିକ ସାର୍ଟିଫିକେଟ୍‌ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ରହିବ। ଓଡ଼ିଆରେ ପିଲାମାନଙ୍କର ନାମ ବନନରେ ଯେପରି କୌଣସି ତ୍ରୁଟି ରହିବ ନାହିଁ, ସେହିଭଳି ଭାବେ ଉଦ୍ୟମ କରାଯାଇଛି।ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ।

Read More

ନୟାଗଡ଼ ଜିଲ୍ଲା ଜାମୁକୋଣଠାରେ ଥିବା ମାଆ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ଫାଟକର ତାଲା ଭାଙ୍ଗି ମାଆ ଙ୍କର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।ସୁରକ୍ଷା କର୍ମୀ ଥିବା ସତ୍ତ୍ୱେ ଚକମା ଦେଇ ଚୋରି ହୋଇଛି । ସୂଚନା ଅନୁସାରେ ଗତକାଲି ପ୍ରବଳ ପବନ ଓ ବର୍ଷା ବେଳେ ଦୀର୍ଘ ଘଣ୍ଟା ଧରି ଲାଇନ କଟିଯାଇଥିଲା ଫଳରେ ସିସିଟିଭିଟି ବନ୍ଦ ରହିଥିଲା । ତାହାର ସୁଯୋଗ ନେଇ ଚୋର ମାନେ ମନ୍ଦିର କବାଟ ତାଡି ତାଲା ଭାଙ୍ଗିଥିଲେ । ସକାଳୁ ମନ୍ଦିର କମିଟି ଦେଖି ସରଣକୁଳ ଥାନାକୁ ଖବର ଦେଇଥିଲେ । ସରଣକୁଳ ଥାନା ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆଣି ତଦନ୍ତ ଚଳାଇଛନ୍ତି । ମନ୍ଦିରରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ବି ପୋଲିସ ତଦନ୍ତ ପରିସରକୁ ନେଇଛି ।

Read More

ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ପ୍ରଜନନ କାରଣରୁ ଆସନ୍ତା ଜୁଲାଇ ୩୧ ତାରିଖ ଦୀର୍ଘ ତିନିମାସ ଧରି ଭିତରକନିକାକୁ ବନ୍ଦ ରଖାଯିବ ।ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ । ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକେ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ସ୍ଥଳ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ।

Read More

ମେ ୧ ଶ୍ରମ ଦିବସ ବା ଶ୍ରମିକ ଦିବସ ଭାବରେ ବିଶ୍ୱରେ ବେସ୍ ଜଣାଶୁଣା । ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଇଥାଏ, ଯଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ ।ଶ୍ରମିକ ଦିବସର ଉତ୍ପତ୍ତି ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରୁ ହୋଇଥିଲା । ସେହି ସମୟରେ ଶ୍ରମିକମାନଙ୍କୁ ଦିନକୁ ୧୨ ରୁ ୧୬ ଘଣ୍ଟା କାମ କରିବାକୁ ପଡ଼ୁଥିଲା । ଏହାର ପ୍ରତିବାଦରେ ହଜାର ହଜାର ଶ୍ରମିକ ‘୮ ଘଣ୍ଟା କାର୍ଯ୍ୟ ଦିବସ’ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମେ ୪ ତାରିଖରେ ହେମାର୍କେଟ୍ ସ୍କୋୟାରରେ ଏକ ଶାନ୍ତିପୂର୍ଣ୍ଣ ସଭା ଚାଲିଥିବା ବେଳେ ବୋମା ବିସ୍ଫୋରଣ ଘଟି ଅନେକ ଲୋକ ମୃତାହତ ହୋଇଥିଲେ । ଏହି ଘଟଣାରେ ଅନେକ ଶ୍ରମିକ ନେତାଙ୍କୁ ଫାଶୀ ଦିଆଯାଇଥିଲା। ସେହି ସହିଦ ଶ୍ରମିକମାନଙ୍କ ସ୍ମୃତିରେ ଏବଂ ଶ୍ରମିକ ଏକତାକୁ…

Read More