Author: sanitelevision

ସେପ୍ଟେମ୍ବର ୩୦ରେ ହେବ OSSTET ପରୀକ୍ଷା । ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ତାରିଖ ଘୋଷଣା କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ସେପ୍ଟେମ୍ବର ୩୦ ତାରିଖରେ ସକାଳ ୯ଟାରୁ ଦିନ ୧୧ଟା ୩୦ ଯାଏଁ ପରୀକ୍ଷା ହେବ । ଗୋଟିଏ ସିଟିଂରେ ହେବ ପେପର-୧ ଓ ପେପର୍‌-୨ ପରୀକ୍ଷା ।ବୋର୍ଡ ସୂଚନା ଦେଇଛି ଯେ, ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ, ଗାଇଡଲାଇନ ଏବଂ ଅନଲାଇନ ଆବେଦନ ପଞ୍ଜିକରଣର ସମୟସୂଚୀ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ।

Read More

ଲକ୍ଷାଧିକ ଭକ୍ତଙ୍କୁ ଛାଡ଼ି ବିଧିବିଧାନକୁ ମହତ୍ତ୍ୱ ଦେଇ ମହାପ୍ରଭୁ ବାହୁଡ଼ିଗଲେ । ନୀଳାଚଳରେ ବିଜେ କଲେ ନୀଳାଦ୍ରିନାଥ । ଆର ବର୍ଷକୁ ଅପେକ୍ଷା କରି ବଡ଼ଦାଣ୍ଡରେ ରହିଗଲେ ତାଙ୍କର ଅସଂଖ୍ୟ ଭକ୍ତ । ୧୨ ଦିନ ଧରି ଶ୍ରୀକ୍ଷେତ୍ରରେ ଚାଲିଥିବା କାଳିଆ ସାଆନ୍ତଙ୍କ ଦିବ୍ୟଲୀଳା ସରିଲା ।ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା । ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ । ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ । ରଥଯାତ୍ରା ପୂର୍ବରୁ ଯେଉଁଭଳି ଭାବେ ଭକ୍ତମାନେ ମହାପ୍ରସାଦ ପାଇଥିଲେ । ଠିକ୍ ସେହିଭଳି ଭାବରେ ମହାପ୍ରସାଦ ଶ୍ରୀମନ୍ଦିର ପରିସରରେ ପାଇପାରିବେ…

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ସମେତ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ସହର ଓ ଗ୍ରାମାଞ୍ଚଳର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ।

Read More

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।E-20 ରେ ଅପମିଶ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରାଯାଉ ଥିବା ଗୁଜବର ଜବାବ ଏବେ ମେଟା, ଗୁଗଲ୍ ଏବଂ ଏକ୍ସ କୋର୍ଟ ରୁମରେ ଦେବେ। ହାଇକୋର୍ଟ ଗଡ଼କରୀଙ୍କୁ ଏହି ସବୁ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ହାଇକୋର୍ଟ ଗଡ଼କରୀଙ୍କୁ ଏହି ପ୍ଲାଟଫର୍ମଗୁଡ଼ିକରେ ହୋଇଥିବା କଥିତ ଅପମାନଜନକ ପୋଷ୍ଟ ଏବଂ ଡିପଫେକ୍ (Deepfake) କଣ୍ଟେଣ୍ଟକୁ ନେଇ ଦେୱାନୀ (ସିଭିଲ୍) ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି।

Read More

କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଯୋଜକ ମନୋଜ ବାଗ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାସ୍’ ତିଆରି କରିଛନ୍ତି । ଯାହା ତାଙ୍କ ଜୀବନ ସହ ଆଧାରିତ ।ଦାନ ମାଝୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜୀବନର ଘଟଣା ଓ କାହାଣୀକୁ ଆଧାର କରି ଫିଲ୍ମ ତିଆରି କରାଯାଇଥିବାରୁ ତାଙ୍କର ସମ୍ମତି ନେବା ଆବଶ୍ୟକ ଥିଲା। ବିନା ଅନୁମତିରେ ତାଙ୍କ ଜୀବନକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ନେଇ ସେ ଆଇନଗତ ପଦକ୍ଷେପ ନେଇଛନ୍ତି।ପ୍ରଯୋଜକ ମନୋଜ ବାଗ କିମ୍ବା ଫିଲ୍ମ ସହ ଜଡ଼ିତ କୌଣସି ସଦସ୍ୟ ତାଙ୍କୁ ଆଦୌ ଯୋଗାଯୋଗ କରି ନାହାନ୍ତି । ତାଙ୍କ ବିନା ଅନୁମତିରେ ଫିଲ୍ମ…

Read More

ରାଜ୍ୟରେ ବର୍ଷା ବିତ୍ପାତକୁ ନେଇ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୈଠକ। ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଲୋକମାନେ ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଉକ୍ତ ଜିଲ୍ଲାରେ ଆଲର୍ଟ କରାଯାଇଛି । ବର୍ଷା ହେଲେ ଯାହା ଆବଶ୍ୟକତା ଅଛି ସବୁ ବ୍ୟବସ୍ଥା କରାଯାଇଛି। ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଫ୍ଲାସ ଫ୍ଲଡ ପାଇଁ ମୋଟର ପମ୍ପ ନେଇ ଆଲର୍ଟ କରାଯାଇଛି। ପୌର, ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପୌର ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନରେ ବସିଥିବା ବୈଠକରେ SRC ଓ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭିସିରେ ଯୋଡ଼ି…

Read More

ଦିଲ୍ଲୀ ଜନ୍ତରମନ୍ତର ଛାତ୍ର ଆନ୍ଦୋଳନରେ ପୁଲିସର ଲାଠିଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। କୋର୍ଟ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। ଏହାକୁ କୌଣସି ପରିସ୍ଥିତିରେ ଅମାନ୍ୟ କରିହେବନି। ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ଲାଠିଚାର୍ଜ କରିବା କିମ୍ଵା ଅତ୍ୟଧିକ ବଳ ପ୍ରୟୋଗ କରିବା ଠିକ୍ ନୁହେଁ। ଶୁଣାଣି ସମୟରେ, କିଛି ପୁଲିସ କର୍ମଚାରୀଙ୍କ ପରିବାର ଦ୍ୱାରା ଦାଖଲ ଏକ ଆବେଦନର ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ ପ୍ରତିବାଦ ସମୟରେ ଅନେକ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ, ସେମାନେ ପ୍ରତିବାଦକାରୀ ହୁଅନ୍ତୁ କିମ୍ବା ପୁଲିସ କର୍ମଚାରୀ। ସୁପ୍ରିମକୋର୍ଟ କହିଛନ୍ତି ଯେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଏକ ସମାନ ପ୍ରୋଟୋକଲ ରହିବା ଉଚିତ। ପ୍ରତିବାଦ ପାଇଁ ଉପଯୁକ୍ତ ସ୍ଥାନ ନିର୍ଦ୍ଦିଷ୍ଟ କରାଯିବା ଉଚିତ ଏବଂ ଅନାବଶ୍ୟକ କଟକଣା ଲାଗୁ…

Read More

ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଛନ୍ତି । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।ଏସଡିଜେଏମ୍‌ଙ୍କ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସଂଗ୍ରାମ ଜିଲା ଓ ଦୌରାଜଜଙ୍କ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଅଦାଲତରେ ଆଇନଗତ ପ୍ରକ୍ରିୟା ଜାରି ରହିଛି।ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହାରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଯାହା କି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମାମଲାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ସୌମ୍ୟରଞ୍ଜନଙ୍କ ବାପା…

Read More

ଛାତ୍ରଙ୍କ ଉପରକୁ AK-47 ବନ୍ଧୁକରୁ ଗୁଳି କରିଥିବା ପୋଲିସ କର୍ମଚାରୀ ସସପେଣ୍ଡ୍। ବିହାର ସିଓ୍ୱାନ୍ ପୋଲିସ ପକ୍ଷରୁ ଗୁଳି ଚଳାଇଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। କ୍ୟାମେରାରେ କଏଦ ହୋଇଥିଲା AK-47 ବନ୍ଧୁକରୁ ଗୁଳି କରାଯାଇଥିବାର ଦୃଶ୍ୟ । ତେବେ ବିହାର ବନ୍ଦ ଡାକରା ବେଳେ ସିୱାନ ଜିଲାରେ ପୋଲିସ ଅନ୍ଦୋଳନକାରୀଙ୍କ ଉପରେ ଫାୟାରିଂ କରିଥିଲା ଅନ୍ୟପକ୍ଷେ ଦିଲ୍ଲୀରେ ଛାତ୍ରଙ୍କ ଉପରେ ପେଲେଟ ଗନ ବ୍ୟବହାର ଏବଂ ବିହାରରେ AK-47 ରାଇଫଲରୁ ଫାୟାରିଂକୁ ବିରୋଧ କରି ଲୋକସଭାରେ ବିରୋଧୀ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ମଧ୍ୟରେ ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସଂସଦରେ ବିଲ ଆଗତ ହୋଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିଲ୍‌ ଆଗତ କରିଛନ୍ତି।

Read More

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିରକୁ ଯିବା ରାସ୍ତାରେ ପାଣିର ସ୍ରୋତ ବିପଦଜନକ ହୋଇପଡ଼ିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ଗେଟ୍‌ରେ ତାଲା ପକାଯାଇଛି । ଭକ୍ତମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ଫଳରେ ଦର୍ଶନ ପାଇଁ ଆସିଥିବା ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଜଳସ୍ତର ସ୍ୱାଭାବିକ ହେବା ପରେ ପରିସ୍ଥିତିର ସମୀକ୍ଷା କରି ପୁଣି ଥରେ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି ।

Read More