Author: sanitelevision

ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ଘରେ ଭିଜିଲାନ୍ସ ରେଡ୍। ଭଦ୍ରକ ଟାଉନର ସମରାଇପୁରରେ ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତାର ନରସିଙ୍ଗଡିହାରେ ଥିବା ତାଙ୍କର ଦୁଇ ମହଲା କୋଠା, ଭଦ୍ରକରେ ଥିବା କାର୍ଯ୍ୟାଳୟ, ମାଳିପଡ଼ା ଓ ଭୁବନେଶ୍ୱରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରଖିଛି। ଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

Read More

କେରଳ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଦଶ ଦିନ ପରେ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଆଜି ଶେଷ ହୋଇଛି।କଂଗ୍ରେସ କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭିଡି ସତୀଶନଙ୍କୁ ନାମ ଘୋଷଣା କରିଛି କଂଗ୍ରେସ ।ଭିଡି ସତୀଶନ କେରଳରୁ ଛଅ ଥର ବିଧାୟକ ରହିସାରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଯୋଗିତାରେ ଭିଡି ସତୀଶନ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କଂଗ୍ରେସ ଦଳ କହିଛି ଯେ ନବନିର୍ବାଚିତ ବିଧାୟକ ଏବଂ ମେଣ୍ଟ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Read More

ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଏଥିପାଇଁ ପଂଜୀକରଣ କରିଛନ୍ତି ୩ ଲକ୍ଷ ୭୫ ହଜାର ୫୫୬ ଜଣ ଚାଷୀ।ରାଜ୍ୟରେ ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ରବି ଧାନ କିଣିବାର ସମୟ ସୀମା ମେ’ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ରେ ସରିବ। ।ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୧୪ ତାରିଖରୁ ଭିନ୍ନ ଭିନ୍ନ ତାରିଖରେ ଧାନ ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ନିଷ୍ପତ୍ତି ନେଇଛି। ଭାଗ ଚାଷୀଙ୍କ ସମେତ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ପ୍ରକୃତ ଚାଷୀମାନେ ଯେପରି ଉପକୃତ ହେବେ, ସେଥିପାଇଁ ରାଜ୍ୟସ୍ତରୀୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ରାଜସ୍ବ, ସମବାୟ, ପୁଲିସ୍, ପରିବହନ, କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀଙ୍କ ସହିତ ସମନ୍ବୟ କରି ଧାନ ସଂଗ୍ରହ କାର୍ଯ୍ୟ ହେବ। ଜିଲ୍ଲାସ୍ତରରେ ଏନଫୋର୍ସମେଣ୍ଟ…

Read More

ଆମର ଭବିଷ୍ୟତ ଉଜ୍ଜ୍ୱଳ ହେବ। ମୁଁ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି। ଆପଣ ଜଣେ ମହାନ ନେତା। ମୁଁ ସମସ୍ତଙ୍କୁ ଏହା କହୁଛି। ଆଜି ବେଜିଂରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଏପରି କହିଛନ୍ତି। ବୈଠକ ସମୟରେ ଜିନପିଙ୍ଗ ଏବଂ ଟ୍ରମ୍ପ ଉଭୟ ପରସ୍ପରକୁ ପ୍ରଶଂସା କରିଥିଲେ। ଚାଇନା ରାଷ୍ଟ୍ରପତି କହିଥିଲେ,ଆମେ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ସହଯୋଗୀ। ଏକ ଦୃଢ଼ ସମ୍ପର୍କ ଉଭୟ ଦେଶକୁ ଲାଭଦାୟକ ହେବ। ଏକାଠି ଆମେ ବିଶ୍ୱକୁ ପରିବର୍ତ୍ତନ କରିବୁ।ଟ୍ରମ୍ପଙ୍କ ଗସ୍ତକୁ ବିଶେଷ ବୋଲି ବିବେଚନା କରାଯାଉଛି। ୨୦୧୭ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶେଷ ଗସ୍ତ ପରେ ଏହା ଜଣେ କାର୍ଯ୍ୟରତ ଆମେରିକୀୟ ରାଷ୍ଟ୍ରପତିଙ୍କ ଚାଇନା ପ୍ରଥମ ରାଜ୍ୟ ଗସ୍ତ।

Read More

ବିଦେଶକୁ ଚିନି ରପ୍ତାନୀ ବନ୍ଦ କଲା ଭାରତ। କଞ୍ଚା, ଧଳା ଏବଂ ବିଶୋଧିତ ଚିନିର ରପ୍ତାନି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନିଷେଧ ରହିବ। ଏହି ନିଷେଧ ଆହୁରି ବୃଦ୍ଧି କରାଯାଇପାରେ। ଦେଶ ଭିତରେ ଚିନି ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ଘରୋଇ ବଜାରରେ ଚିନି ମୂଲ୍ୟ ଉପରେ ଚାପ ବଢ଼ୁଛି। ରପ୍ତାନିକୁ ହ୍ରାସ କରି, ଘରୋଇ ଯୋଗାଣକୁ ବୃଦ୍ଧି କରାଯିବ ଏବଂ ମୂଲ୍ୟ ନିୟନ୍ତ୍ରଣରେ ରହିବ।ବ୍ରାଜିଲ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଚିନି ଉତ୍ପାଦକ। ସମ୍ପ୍ରତି, ସରକାର ଚିନି କମ୍ପାନୀଗୁଡ଼ିକୁ ୧.୫ ନିୟୁତ ମେଟ୍ରିକ୍ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ଦେଇଛନ୍ତି, କାରଣ ଉତ୍ପାଦନ ଘରୋଇ ଚାହିଦାଠାରୁ ଅଧିକ ହେବ ବୋଲି ଆଶା କରାଯାଉଥିଲା। ତଥାପି, ଆଶଙ୍କା କରାଯାଉଛି ଯେ ଆଖୁ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ଖରାପ ଫସଲ ଯୋଗୁଁଁ, ଲଗାତାର ଦ୍ୱିତୀୟ ବର୍ଷ…

Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍‌ ପ୍ରଣାଳୀରେ ତୈଳ ଯୋଗାଣ ପ୍ରଭାବିତ କାରଣରୁ ଭାରତରେ ଏବେ ପେଟ୍ରୋଲ, ଡିଜେଲ ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି।ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକ ମୁତାବକ ତୈଳ ବୋଝେଇ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ପେଟ୍ରୋଲ ପମ୍ପଗୁଡ଼ିକରେ ତୈଳ ପହଞ୍ଚି ପାରୁନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ପମ୍ପ ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ପୁଣି ଯେଉଁ ଓଳିଏ ଖୋଲା ରହୁଛି କଟକଣାରେ ତୈଳ ବିକ୍ରି ହେଉଛି। ରାଉରକେଲା, ଖୋରଧା, କଳାହାଣ୍ଡି, ଗୁଣପୁର, ରାୟଗଡ଼ା, କୋରାପୁଟ ଜିଲାର ଲମତାପୁଟ, ନବରଙ୍ଗପୁର ଏବଂ ଭୁବନେଶ୍ବରର କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଉ କିଛି ପମ୍ପରେ କଟକଣାରେ ତୈଳ ବିକ୍ରି ଚାଲିଛି। ପ୍ରଥମେ ଖୋର୍ଦ୍ଧାର ବେଗୁନିଆ ପରେ ଜଗତସିଂହପୁର ଓ ଏବେ ରାଜଧାନୀରେ ତୈଳ ସଙ୍କଟ ଦେଖିବାକୁ ମିଳିଛି। ଏଥିଯୋଗୁ ଧିରେ ଧିରେ ଜନଅକ୍ରୋଶ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଜରୁରୀକାଳିନ ସମୟରେ…

Read More

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯଦି ଏହି ଉତ୍ତେଜନା ଦୀର୍ଘ ସମୟ ପାଇଁ ଜାରି ରହେ, ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ। ବର୍ତ୍ତମାନ, ସରକାର ଏବଂ ସରକାରୀ ତେଲ କମ୍ପାନୀଗୁଡ଼ିକ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ବୋଝ ନିଜେ ବହନ କରୁଛନ୍ତି; ତଥାପି, ଏହି ପରିସ୍ଥିତିକୁ ଅଧିକ ଦିନ ଧରି ବଜାୟ ରଖିବା ସହଜ ହେବ ନାହିଁ।ସ୍ୱିଜରଲ୍ୟାଣ୍ଡରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଷଣ ଦେଇ ମାଲହୋତ୍ରା ଉଲ୍ଲେଖ କରିଥିଲେ ଯେ ସରକାର ବର୍ତ୍ତମାନ ଉତ୍ପାଦ ଶୁଳ୍କକୁ କମ ରଖିଛନ୍ତି, ଏବଂ ସରକାରୀ ତେଲ କମ୍ପାନୀଗୁଡ଼ିକ କ୍ଷତି ସହିବା ସତ୍ତ୍ୱେ ସମ୍ପୂର୍ଣ୍ଣ ବୋଝ ଗ୍ରାହକଙ୍କ ଉପରେ ଲଦି ଦେବାରୁ ନିବୃତ୍ତ ରହୁଛନ୍ତି। ତଥାପି, ଯଦି…

Read More

ଏୟାର ଇଣ୍ଡିଆ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ପଶ୍ଚିମ ଏସିଆ ବିବାଦ, ବୃଦ୍ଧି ପାଉଥିବା ଜେଟ୍ ଇନ୍ଧନ ମୂଲ୍ୟ ଏବଂ ପ୍ରମୁଖ ଅଞ୍ଚଳଗୁଡ଼ିକରେ ଆକାଶ ସୀମା ପ୍ରତିବନ୍ଧକ ମଧ୍ୟରେ ଏୟାର ଇଣ୍ଡିଆ ବୁଧବାର ଜୁନ୍ ରୁ ଅଗଷ୍ଟ ୨୦୨୬ ମଧ୍ୟରେ ୨୯ଟି ଅନ୍ତର୍ଜାତୀୟ ରୁଟରେ ଫ୍ରିକ୍ୱେନ୍ସି ସ୍ଥଗିତ ଏବଂ ହ୍ରାସ କରିବାର ଘୋଷଣା କରିଛି।ଇରାନ ଯୁଦ୍ଧ ସଙ୍କଟ ଏବଂ ହର୍ମୁଜ ପ୍ରଣାଳୀ ପାଖରେ ଅସ୍ଥିରତା ସହିତ ଜଡିତ ବିଶ୍ୱ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ, କାର୍ଯ୍ୟକ୍ଷମ ସ୍ଥିରତା ଆଣିବା ଏବଂ ଯାତ୍ରୀମାନଙ୍କ ଶେଷ ମୁହୂର୍ତ୍ତର ଅସୁବିଧାକୁ ହ୍ରାସ କରିବା ପାଇଁ ଏହି ଅସ୍ଥାୟୀ ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ରଖାଯାଇଛି ବୋଲି ଏୟାରଲାଇନ୍ସ କହିଛି।ବଢୁଥିବାତେବେ ଆର୍ଥିକ ଚାପ ଏବଂ ପରିଚାଳନାଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ,…

Read More

ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରି ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡି ଗୁଡିକୁ କମ୍ କରି ଅଧା କରିଦେଇଛନ୍ତି।ଏହା ସହିତ,ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଗୁରୁତ୍ୱ ଦେଇବ୍ୟକ୍ତିଗତ ଗାଡିରେ ଯିବାଆସିବା କମ୍ କରିବା ସହିତ,ଅଧିକ ମାତ୍ରାରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। କେବଳ ଆବଶ୍ୟକ ସ୍ଥଳରେ ଗାଡି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Read More

କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହି ଦର ବୃଦ୍ଧି ପରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୪୪୧ ଟଙ୍କାରେ ପହଂଚିଛି । ସେହିଭଳି ଗ୍ରେଡ୍ ଏ ଧାନ କୁଇଣ୍ଟାଲ ପ୍ରତି ୨୪୬୧ ଟଙ୍କା ହୋଇଛି ।ସର୍ବନିମ୍ନ ସହାୟକ ମୂଲ୍ୟ (MSP) ହେଉଛି ଏକ ନିଶ୍ଚିତ ମୂଲ୍ୟ ଯାହା ଚାଷୀମାନେ ସେମାନଙ୍କ ଫସଲ ପାଇଁ ପାଆନ୍ତି । ଯଦିଓ ସେହି ଫସଲର ବଜାର ମୂଲ୍ୟ କମ୍ ଥାଏ। ଏହା ପଛରେ ଯୁକ୍ତି ହେଉଛି ଚାଷୀମାନେ ଯେଭଳି ବଜାର ମୂଲ୍ୟରେ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ନ ହୁଅନ୍ତି ଏବଂ ସେମାନଙ୍କ ଉତ୍ପାଦର…

Read More