Author: sanitelevision

ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀ ତାଙ୍କ ଅନନ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଧାନସଭା ନିର୍ବାଚନରେ ହାରିବା ପରେ, ସେ ନିରାଶ ହୋଇଥିଲେ । ଆଜି ତାଙ୍କୁ ଏକ ନିଆରା ରୂପରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ହାଇକୋର୍ଟରେ ଓକିଲଙ୍କ ପୋଷାକ ପିନ୍ଧି ହାଜର ହେବା ପରେ, ବାର୍‌ କାଉନସିଲ ଅଫ ଇଣ୍ଡିଆ (BCI) ପଶ୍ଚିମବଙ୍ଗ ବାର ପରିଷଦଠାରୁ ତାଙ୍କ ଆଇନଗତ ଅଭ୍ୟାସ ସମ୍ପର୍କିତ ସମସ୍ତ ରେକର୍ଡ ମାଗିଛି।BCI କହିଛି ଯେ ମମତା ବାନାର୍ଜୀ 2011 ରୁ 2026 ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ; ତେଣୁ, ଏହି ସମଗ୍ର ସମୟ ମଧ୍ୟରେ ତାଙ୍କ ଆଇନଗତ ଅଭ୍ୟାସର ସ୍ଥିତି ବାସ୍ତବିକ ଭାବରେ ସ୍ପଷ୍ଟ କରିବା ଅତ୍ୟନ୍ତ ଜରୁରୀ।ତାଙ୍କର ବିବୃତ୍ତିରେ, BCI ସ୍ପଷ୍ଟ କରିଛି ଯେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସମୟରେ କୋର୍ଟରେ ହାଜର ହେବା ନିୟମ ଅନୁଯାୟୀ ଅନୁମତିପ୍ରାପ୍ତ କି…

Read More

ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ। ପୋଲିସ ମୁଖ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ୟୁନିଟରେ ଅମଲା କାମରେ ନିୟୋଜିତ ଥିବା ସିପାହୀମାନେ ହଟିବେ। ଏ ନେଇ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି। ଆର୍ମଡ ବାଟାଲିୟନରୁ ଦୀର୍ଘ ଦିନ ଧରି ଡେପୁଟେସନରେ ଆସିଥିବା ସିପାହୀଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ସେମାନଙ୍କ ମୂଳ ବାଟାଲିୟନଙ୍କୁ ଫେରାଇ ଦେବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଧାର୍ୟ୍ୟ ସମୟ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ଫେରାଇବା ସହ ଏବାବଦରେ ଆଇଜି ପର୍ସୋନେଲଙ୍କୁ ଅବଗତ କରିବାକୁ ସମସ୍ତ ଏଡିଜି, ଆଇଜି, ଡିଆଇଜି ଓ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ସୂଚନାମୁତାବକ ଆଇନ ଶୃଙ୍ଖଳା ଓ ବିଭିନ୍ନ ସର୍ଚ୍ଚ ଅପରେସନ୍ ଆଦି କାର୍ଯ୍ୟ ପାଇଁ ନିୟୋଜିତ ଆର୍ମଡ୍ ପୁଲିସ ତଥା ବନ୍ଧୁକଧାରୀ ପୁଲିସ ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ଆରମ୍ଭ କରି ଡିଜିଙ୍କ କ୍ୟାମ୍ପ୍ ଅଫିସ୍, ବିଭିନ୍ନ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍, କମାଣ୍ଡାଣ୍ଟ୍‌ର ଅଫିସ୍‌ରେ ଫାଇଲ୍‌ପତ୍ର…

Read More

ଓମାନ ଉପକୂଳ ନିକଟରେ ଏକ ଭାରତୀୟ ଜାହାଜ ଉପରେ ହୋଇଥିବା ମିସାଇଲ ଆକ୍ରମଣକୁ ନେଇ ଭାରତ କଡ଼ା ଅସନ୍ତୋଷ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରାଳୟ ଏହି ଘଟଣାକୁ ଅଗ୍ରହଣୀୟ ବୋଲି କହିବା ସହ ଆନ୍ତର୍ଜାତୀୟ ସାମୁଦ୍ରିକ ବ୍ୟାପାର ଏବଂ ସାଧାରଣ ନାବିକମାନଙ୍କୁ ଟାର୍ଗେଟ୍ କରିବା କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛି। ସୂଚନାମୁତାବକ ଗୁଜରାଟର ଏହି ଜାହାଜ ହାଜି ଅଲି ଓମାନ୍ ଉପକୂଳ ନିକଟରେ ପହଞ୍ଚିବା ପରେ ହଠାତ ସନ୍ଦେହଜନକ ଭାବେ ଡ୍ରୋନ୍ ମାଡ ହୋଇଥିଲା ।ଘଟଣାସ୍ଥଳରେ ହିଁ ଜାହାଜ ବୁଡିଯାଇଥିଲା । ଗତକାଲି ରାତି ପ୍ରାୟ ୩ଟା ୩୦ରେ ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଜାହାଜଟି ସୋମାଲିଆର ବରବେରା ପୋର୍ଟରୁ ଶାରଜାହ୍ ଆଡ଼କୁ ପଶୁ ସମ୍ପଦ ବୋଝେଇ କରି ଯାଉଥିଲା । ଆକ୍ରମଣ ପରେ ଜାହାଜରେ ଭୟଙ୍କର ନିଆଁ ଲାଗିଥିଲା । ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି…

Read More

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବିଜୁଳି ଘଡଘଡି ବର୍ଷା ହେବାକୁ ଥିବା ବେଳେ ୭ ଜିଲ୍ଲା, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଅନୁଗୋଳ ଓ ଢେଙ୍କାନାଳରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଆସନ୍ତାକାଲି ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ, ବରଗଡ଼ ଓ ଝାରସୁଗୁଡା, ଏହି ୭ ଜିଲ୍ଲାକୁ ଛାଡି ଅନ୍ୟ ୨୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ରୁ ୫୦ କିମି ବେଗରେ ଝଟକା ପବନ ବହିବା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ।

Read More

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ଯାହାକୁ ନେଇ ବେଶୀ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଛି । ଏଥିପାଇଁ ବାଧ୍ୟ ହୋଇ ଘରୋଇ ବସ ଚଳାଚଳ ବନ୍ଦ କରିବ ସଙ୍ଘ । ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହା କହିଛନ୍ତି ।ସେ କହିଛନ୍ତି, ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ମଧ୍ୟ ତେଲ ମିଳୁ ନାହିଁ। ତେଣୁ ବାହାର ରାଜ୍ୟର ଗାଡ଼ି ଓଡିଶାକୁ ଆସି ପାରୁ ନାହିଁ। ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ ତୁରନ୍ତ ଯାତ୍ରୀବାହୀ ବସ ଗୁଡିକୁ ତେଲ ଯୋଗାଇ ଦିଅନ୍ତୁ। ନଚେତ ଗାଡ଼ି ଚଳାଚଳ ସମ୍ଭବ ହେବ ନାହିଁ। ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଏବଂ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ…

Read More

ଜୁଲାଇ ୧ରୁ ଓଡିଶାରେ ଏସଆଇଆର । ଓଡିଶା ସମେତ ୧୬ ରାଜ୍ୟରେ ହେବ ଏସଆଇଆର । ୩ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଜୁଲାଇ ୧ରୁ ଏସଆଇଆର ।। ନିର୍ବାଚନ କମିଶନ କହିଛନ୍ତି ଯେ ଦୁଇଟି ପ୍ରକ୍ରିୟା ମଧ୍ୟରେ ସମନ୍‌ବୟ ସୁନିଶ୍ଚିତ କରିବା ପାଇଁ ଜନଗଣନା ଅଧୀନରେ ଚାଲିଥିବା ଘର ତାଲିକା ପ୍ରକ୍ରିୟାକୁ ଧ୍ୟାନରେ ରଖି SIRର ତୃତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, କର୍ନାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ପଞ୍ଜାବ, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ସମେତ ମୋଟ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ତୃତୀୟ ପର୍ଯ୍ୟାୟରେ ସାମିଲ କରାଯାଇଛି। କମିଶନ କହିଛନ୍ତି ଯେ ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ ଏବଂ ତ୍ରୁଟିମୁକ୍ତ କରିବା, ଯାହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ବିଶ୍ୱାସକୁ ମଜବୁତ କରାଯିବ।୩.୯୪ ଲକ୍ଷ ବୁଥ ଲେବଲ ଅଫିସର ଘର ବୁଲିବେ । ୩୬ କୋଟିରୁ…

Read More

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ଷ ପୂର୍ତ୍ତିକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଖର୍ଚ୍ଚ କାଟ କରାଯାଉଛି, ପ୍ରଧାନମନ୍ତ୍ରୀ ଆସିଲେ ନିରାଡମ୍ବର ଉତ୍ସବ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ସୂଚନା ଅନୁସାରେ ଜୁନ୍‌ ୧୨ରୁ ୧୦ ଦିନ ଧରି ପାଳନ ହେବ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବ । ନିରାଡମ୍ବର ଭାବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।

Read More

ନୟାଗଡ଼ ଓଡ଼ଗାଁ ଥାନା କଦଳୀବନ୍ଧ ଅଜିତ ସାହୁ ହତ୍ୟା ମାମଲା। ଧରା ପଡ଼ିଲା ପୁଲିସର ମିଛ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ୪ ଜଣଙ୍କ ମୁହଁ ଘୋଡାଇ ପ୍ରେସମିଟ୍ କରିଥିଲେ ଆଇଜି। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି ହୋଇଥିବା ଜାଣି ପାରି ରାତି ଅଧିଆ ଛାଡ଼ିଦେଲା ପୁଲିସ। ଗିରଫ ନୁହେଁ ଅଟକ ରଖାଯାଇଥିଲା ବୋଲି ସଫେଇ ଦେଲେ ନୟାଗଡ଼ ଏସପି। ତେବେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁହଁ ଘୋଡ଼ାଇ ପୁଲିସ୍‌ କିପରି ଅଭିଯୁକ୍ତ ଦର୍ଶାଇଲା, ତାକୁ ନେଇ ପ୍ରଶ୍ନ ଉଠିଛି।ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କଦଳୀବନ୍ଧ ଠାରେ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ୨୪ ଘଣ୍ଟା ଭିତରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ୧୨ ତାରିଖ ସନ୍ଧ୍ୟାରେ ଆଇଜି ପ୍ରେସମିଟ୍ କରି ହତ୍ୟାକାଣ୍ଡର କାରଣ ସମ୍ପର୍କରେ…

Read More

ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍‌ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ କହିଛନ୍ତି ଯେ, ସେ ବିଳମ୍ବିତ ରାତିରେ କାମରୁ ଘରକୁ ଫେରୁଥିଲେ। ସେ ରାସ୍ତାକଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ସମୟ ପଚାରିଥିଲେ, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ତାଙ୍କ ଜୀବନ ଭୟ ଏବଂ ଯନ୍ତ୍ରଣାରେ ପୂର୍ଣ୍ଣ ହୋଇଗଲା।ମହିଳାଙ୍କ କହିବା ଅନୁଯାୟୀ, ଯୁବକ ଜଣକ ତାଙ୍କୁ ଜୋରଜବରଦସ୍ତି ବସ୍‌ ଭିତରକୁ ଟାଣି ନେଇଥିଲେ। ଆହୁରି ଅନେକ ଲୋକ ପୂର୍ବରୁ ଏଥିରେ ଥିଲେ। ତା’ପରେ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚଳନ୍ତା ବସ୍‌ରେ ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା।ଏହି ଘଟଣା ଗତ ମେ’ ୧୨ ତାରିଖରେ ଘଟିଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସଂପୃକ୍ତ…

Read More

ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ।ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ୩୦ଟି ଶେଷ ହେଇଛି l ୧୫ ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ ।ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି ଗାଡିର ବ୍ୟବହାର ପାଇଁ, ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହୋଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ ।

Read More