Author: sanitelevision

ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଆସୁଛି ମୌସୁମୀ । ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଥାଏ, ଯାହା ଭାରତରେ ଜୁନ୍ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ଆରମ୍ଭକୁ ସୂଚାଇଥାଏ।ଆଇଏମଡି ଅନୁଯାୟୀ, ପଶ୍ଚିମ ଉପକୂଳର ଦକ୍ଷିଣ ଅଂଶରେ ୧୪ ମଇ ରୁ ୨୮ ମଇ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଗତ ବର୍ଷ, ମୌସୁମୀ ମେ ୨୪ ତାରିଖରେ ଦକ୍ଷିଣ ରାଜ୍ୟ ଉପରେ ପହଞ୍ଚିଥିଲା।୧୫ ମଇରେ କେରଳର ଦୁଇଟି ଜିଲ୍ଲା ଇଡୁକ୍କି ଏବଂ ମଲାପ୍ପୁରମରେ ବର୍ଷା ପାଇଁ ଆଇଏମଡି ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଏଥି ସହିତ କୋଟାୟାମ, ଏର୍ନାକୁଲମ, ଥ୍ରିସୁର, ପାଲକ୍କଡ, କୋଜିକୋଡେ, ୱାୟନାଡ,…

Read More

ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି l ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ବିଭାଗରେ କାର୍ଯ୍ୟରତ ସେକ୍ସନ୍ ଅଫିସର (SO), ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ୍ (SRA), ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର (RS), ରେଭେନ୍ୟୁ ଇନ୍ସପେକ୍ଟର (RI), ଅସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI), ଅମିନ ପ୍ରମୁଖ କର୍ମଚାରୀ ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ବଦଳି ଓ ରୋଟେସନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ୍, ତହସିଲ୍ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି…

Read More

ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) । ଆସନ୍ତା ୩୦ ତାରିଖରୁ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ବିଏଲ୍‌ଓ (ବୁଥ୍‌ ସ୍ତରୀୟ ଅଧିକାରୀ) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର.ଏସ ଗୋପାଳନ ।ମେ’ ୨୦ରୁ ୨୯ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ କରାଯିବ। ମେ’୩୦ରୁ ଜୁନ୍ ୨୮ଯାଏ BLOମାନଙ୍କ ଦ୍ୱାରା ଘର ଘର ପରିଦର୍ଶନ କରାଯିବ । ଦାବି ଓ ଆପତ୍ତି ଦାଖଲ ସମୟସୀମା ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ଯାଏ ରହିବ । ସେପ୍ଟେମ୍ବର ୯ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟରେ ବର୍ତ୍ତମାନ ୩କୋଟି ୩୪ଲକ୍ଷ ଭୋଟର ଅଛନ୍ତି । ୯୪.୬୧ ମ୍ୟାପିଂ ସରିଛି । ଏସଆଇଆର ଶେଷ ହେବା ବେଳେ ୪୫ହଜାର ୨୫୫ବୁଥ ହେବ। ପ୍ରତି ବୁଥରେ ୧୨୦୦ ଭୋଟର ରହିବେ । ଯେଉଁମାନେ ଭାରତୀୟ…

Read More

ଏଣିକି ଅନଲାଇନରେ ହେବ ନିଟ୍ ପରୀକ୍ଷା । ଆସନ୍ତା ବର୍ଷରୁ ଅନଲାଇନରେ ହେବ ପରୀକ୍ଷା ଏନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – ଓଏମଆର ଅପେକ୍ଷା ସିବିଟି ଭଲା ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏନ୍‌ଟିଏ ଜୁନ ୨୧ରେ ନିଟ୍‌ ୟୁଜି ପରୀକ୍ଷା ପୁନଃନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛି। ପରୀକ୍ଷା ପ୍ରଥମେ ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ମେ’ ୭ରେ କିଛି ଆପତ୍ତି ଉଠିଥିଲା ଏବଂ ସରକାର ତଦନ୍ତ ଆରମ୍ଭ କରିଥିଲେ। ମେ ୧୨ ସୁଦ୍ଧା ଏହା ସ୍ପଷ୍ଟ ହୋଇଗଲା ଯେ ଏକ ଅନୁମାନ ପତ୍ର ଆଡ଼େଇ ପେପର ଲିକ୍ ହୋଇଥିଲା। ଆମେ ଚାହୁଁନାହୁଁ ଯେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି ଅନ୍ୟାୟ ହେଉ। ନିଟ୍‌ ୟୁଜି ପରୀକ୍ଷା ଏବେ ଜୁନ୍ ୨୧ ତାରିଖରେ ପୁନଃନିର୍ଦ୍ଧାରିତ ହେବ। ନ୍ୟାସନାଲ୍ ଟେଷ୍ଟିଂ…

Read More

ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ।ସାଧାରଣ ଲୋକ ଆତଙ୍କିତ ହୋଇ ପେଟ୍ରୋଲ ଡିଜେଲ କରୁଛନ୍ତି। ବୋତଲ, ଡବା ତେଲ ସଂରକ୍ଷଣ କରି ରଖୁଛନ୍ତି। ଆବଶ୍ୟକତାଠୁ ଅଧିକ ତେଲ କିଣୁଛନ୍ତି। ତେଣୁ ପେଟ୍ରୋଲ ପମ୍ପ ଭିଡ଼ ବଢ଼ୁଛି। ତେଣୁ ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ଅଛି ପେଟ୍ରୋଲ ଏବଂ ଡିଜେଲ । ପ୍ୟାନିକ ହୁଅନ୍ତୁ ନାହିଁ କିମ୍ବା ଭିଡ଼ କରନ୍ତୁ ନାହିଁ ବୋଲି କହିଛନ୍ତି IOCLର CGM କମଲ ସିଲ । କହିଛନ୍ତି , କୌଣସି ସ୍ଥାନରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ନାହିଁ । ଅଧିକ ପେଟ୍ରୋଲ, ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ତେବେ ଗତ ଦୁଇ…

Read More

ମଧ୍ୟପ୍ରାଚ୍ୟ ଯୁଦ୍ଧର ସାଇଡ୍ ଇଫେକ୍ଟ। ତେଲ ପାଇଁ ଟାଙ୍କିରେ ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ୍। ରାଜ୍ୟର ପ୍ରାୟ ଅନେକ ଜିଲ୍ଲାରେ ଏବେ ଦେଖାଦେଇଛି ତେଲ ସଙ୍କଟ l ଅନେକ ଟାଙ୍କିରେ ତେଲ ନଥିବା ବେଳେ ଯେଉଁଠି ତେଲ ରହିଛି ସେହି ଟାଙ୍କିରେ ଲୋକଙ୍କ ଭିଡ଼ l ଭୁବନେଶ୍ୱରରେ ବିଭିନ୍ନ ପେଟ୍ରୋଲ ପମ୍ପରେ ସାଂଘାତିକ ଭିଡ଼। ଏପରିକି ରାସ୍ତା ଯାଏଁ ଲମ୍ବିଛି ଲାଇନ୍। ଅବସ୍ଥା ଏମିତି ଯେ ଟ୍ରାଫିକ ଜାମ୍ ହୋଇଛି।ସମସ୍ତ ଟାଙ୍କିରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଥିବା କହିଛନ୍ତି ଟାଙ୍କି କର୍ମଚାରୀ । ଅନ୍ୟପଟେ ଟାଙ୍କି ଗୁଡ଼ିକରେ ଏବେ ଅସାଧୁ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ଲୋକେ ଗାଡ଼ିରେ ତେଲ ପକେଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବାବେଳେ ଏମାନେ ବଡ଼ ବଡ଼ ଟିଣ ଡବା ଧରି ମଧ୍ୟ ଧାଡ଼ିରେ ରହୁଛନ୍ତି । ଯାହାଫଳରେ କୁତ୍ରିମ ଅଭାବ ଦେଖିବାକୁ ମିଳୁଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଅଟୋ…

Read More

NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା ଜୁନ୍ ୨୧, ୨୦୨୬ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ।ଏଥିପାଇଁ, ଏଜେନ୍ସି neet-ug@nta.ac.in ଇମେଲ ମାଧ୍ୟମରେ କିମ୍ବା 011-40759000 କିମ୍ବା 011-69227700 ରେ କଲ୍ କରି ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି। ଏହି ପରୀକ୍ଷାରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ଲିକ ଯୋଗୁ କିଛି ଦିନ ତଳେ ପରୀକ୍ଷା ବାତିଲ ହୋଇଥିଲା । ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ମାମଲାର ତଦନ୍ତ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି ।

Read More

ପଶ୍ଚିମ ଏସିଆ ବିବାଦ ପରେ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି।ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି । ଗ୍ରାହକମାନଙ୍କୁ ଏହାର ବର୍ଦ୍ଧିତ ମୂଲ୍ୟର ବୋଝ ମଧ୍ୟ ବହନ କରିବାକୁ ପଡୁଛି। ଗତ କିଛି ଦିନ ଧରି ଯେପରି ଅନୁମାନ କରାଯାଉଥିଲା ତାହା ଅନୁଭୂବ ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କାକୁ ବୃଦ୍ଧି, ସେହିପରି ଡିଜେଲ ଲିଟର ପିଛା ୯୫ ଟଙ୍କା ୮୬ ପଇସାକୁ ବୃଦ୍ଧି ହୋଇଛି।

Read More

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା ରହିଛି। ହେଲେ ଏହା ପୂର୍ବରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି।ଶୁକ୍ରବାର ଉତ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳରେ ଝଡ଼ ବର୍ଷା ଆଶଙ୍କା ଅଛି ।୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଆଶଙ୍କା ଅଛି । ୧୬ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Read More

ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀ ତାଙ୍କ ଅନନ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଧାନସଭା ନିର୍ବାଚନରେ ହାରିବା ପରେ, ସେ ନିରାଶ ହୋଇଥିଲେ । ଆଜି ତାଙ୍କୁ ଏକ ନିଆରା ରୂପରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ହାଇକୋର୍ଟରେ ଓକିଲଙ୍କ ପୋଷାକ ପିନ୍ଧି ହାଜର ହେବା ପରେ, ବାର୍‌ କାଉନସିଲ ଅଫ ଇଣ୍ଡିଆ (BCI) ପଶ୍ଚିମବଙ୍ଗ ବାର ପରିଷଦଠାରୁ ତାଙ୍କ ଆଇନଗତ ଅଭ୍ୟାସ ସମ୍ପର୍କିତ ସମସ୍ତ ରେକର୍ଡ ମାଗିଛି।BCI କହିଛି ଯେ ମମତା ବାନାର୍ଜୀ 2011 ରୁ 2026 ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ; ତେଣୁ, ଏହି ସମଗ୍ର ସମୟ ମଧ୍ୟରେ ତାଙ୍କ ଆଇନଗତ ଅଭ୍ୟାସର ସ୍ଥିତି ବାସ୍ତବିକ ଭାବରେ ସ୍ପଷ୍ଟ କରିବା ଅତ୍ୟନ୍ତ ଜରୁରୀ।ତାଙ୍କର ବିବୃତ୍ତିରେ, BCI ସ୍ପଷ୍ଟ କରିଛି ଯେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସମୟରେ କୋର୍ଟରେ ହାଜର ହେବା ନିୟମ ଅନୁଯାୟୀ ଅନୁମତିପ୍ରାପ୍ତ କି…

Read More