Author: sanitelevision

ଚିଲିକା ମଝିରେ ବୋଟରୁ ସରିଗଲା ତେଲ । ଟାପୁରେ ଫସିରହିଲେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ । ପୁରୀ କୋଣାର୍କ ଅଞ୍ଚଳରୁ ଯାଇଥିବା ୪୦ରୁ ଅଧିକ ଡଙ୍ଗାରେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଫସିରହିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।ଚିଲିକା ଭିତରେ କଣାସ ଅଞ୍ଚଳରୁ ପ୍ରାୟ ୪୦ ଟି ଡଙ୍ଗା ଓ ସେଥିରେ କାମ କରୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଏବେ ଚିନ୍ତାରେ । ତେଲ ଶେଷ ହୋଇଯାଇଥିବା ଚିଲିକା ମଝିରୁ ଆସି ପାରୁନଥିବା ନେଇ ଫୋନ ଯୋଗେ ସୂଚନା ଦେଇଛନ୍ତି ମତ୍ସ୍ୟଜୀବୀ ।ଖବର ଅନୁଯାୟୀ, ରାଜ୍ୟରେ କୁତ୍ରିମ ତୈଳ ସଂକଟ ଦେଖା ଦେଇଛି । ତୈଳ କମ୍ପାନି ଓ ଯୋଗାଣ ବିଭାଗ ତେଲ ମହଜୁଦ ଅଛି କହୁଥିବା ବେଳେ ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ନାହିଁ ନଥିବା ଭିଡ଼ି ଦେଖିବାକୁ ମିଳୁଛି । ଯାହାଫଳରେ ରାଜ୍ୟ ପୋଟ୍ରୋଲ ଓ ଡିଜେଲର କୁତ୍ରିମ ଅଭାବ ଦେଖା…

Read More

ୱାସିଂଟନ ଡିସିରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ୪୫ ଦିନ ପାଇଁ ଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟମି ପିଗଟ୍ କହିଛନ୍ତି ଯେ, ଏହା ଦୁଇଟି ଫଳପ୍ରଦ ଦିନର ଆଲୋଚନା ପରେ ହୋଇଛି ଏବଂ ଏହା ପରେ ଜୁନ୍ ୨-୩ ତାରିଖରେ ପୁଣି ଆଲୋଚନା ହେବ। ଏହି ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଯେ ଆତଙ୍କବାଦୀ ଗୋଷ୍ଠୀ ହିଜବୋଲାର କଡ଼ା ବିରୋଧ ସତ୍ତ୍ୱେ ସରକାରୀ ଲେବାନନ୍ ସରକାର ଶାନ୍ତି ଆଲୋଚନାରେ ସାମିଲ ହୋଇଥିଲେ । ଆଲୋଚନା ସମୟରେ ଉଭୟ ପକ୍ଷର ସାମରିକ ଏବଂ ସୁରକ୍ଷା ଅଧିକାରୀମାନେ ମୁହାଁମୁହିଁ ହୋଇଥିଲେ । ଯାହା ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ସର୍ବୋଚ୍ଚ ସ୍ତରୀୟ ସିଧାସଳଖ ବୈଠକ ମଧ୍ୟରୁ ଗୋଟିଏ ଥିଲା । ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲେବାନନର ଲକ୍ଷ୍ୟ ଥିଲା । ଇସ୍ରାଏଲ ତା’ର…

Read More

ଆଜି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ବୋଲି ବି କୁହାଯାଇଥାଏ । ଏହି ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଥିଲାଗି ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ।ଚନ୍ଦ୍ରମାସ ଅନୁସାରେ, ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହାକୁ ‘ସାବିତ୍ରୀ ଅମାବାସ୍ୟା’ ମଧ୍ୟ କୁହାଯାଏ। ଏହି ବ୍ରତ ସହ ମହାଭାରତର ମହାସତୀ ସାବିତ୍ରୀ ଓ ସତ୍ୟବାନଙ୍କ ଉପାଖ୍ୟାନ ଜଡ଼ିତ। ଆଜି ସକାଳୁ ରାଜ୍ୟର ପ୍ରତିଟି ସହର ଓ ଗାଁ ଉତ୍ସବମୁଖର ହୋଇଛି । ଓଡ଼ିଆ ସଧବା ନାରୀମାନେ ସକାଳୁ ସ୍ନାନ ସାରି ନୂଆ ଲାଲ୍ କିମ୍ବା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧନ୍ତି। ହାତରେ ନୂଆ ଶଙ୍ଖା, ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ଲଗାଇ ସମ୍ପୂର୍ଣ୍ଣ ସଧବା ବେଶରେ ସଜେଇ ହୁଅନ୍ତି। ଏହି ବ୍ରତରେ ଅନ୍ନ ଗ୍ରହଣ କରାଯାଏ ନାହିଁ।…

Read More

ନବରଙ୍ଗପୁର ରେ ଦେଖିବାକୁ ମିଳିଛି ନିଆରା ବାହାଘର। ଜଣେ ଯୁବକ ବାହା ହୋଇଛନ୍ତି କିନ୍ନର ଯୁବତୀ ଙ୍କୁ, ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତି ନେଇଛନ୍ତି ନବ ଦମ୍ପତି। ଉମରକୋଟ ରେ ଥିବା କିନ୍ନର ଆଖଡ଼ା ଗୃହରେ ଅତି ଧୁମ ଧାମରେ ଗତ ସୋମବାର ଦିନ ସମ୍ପର୍ଣ୍ଣ ହୋଇ ଯାଇ ଅଛି। ସାମାଜିକ ଗଣ ମାଧ୍ୟମ ରୁ ଆରମ୍ଭ ଏହି ପ୍ରେମ କାହାଣୀ ବାହା ବେଦୀ ପର୍ଯ୍ୟନ୍ତ ପହଁଚିଛି। ଯୁବକ ଜଣକ ହେଲେ ଜଗତସିଂହପୁର ତିର୍ତୋଲ ଅଞ୍ଚଳ ର ସତ୍ୟଜିତ ଆଚାର୍ଯ୍ୟ ଦୁଇ ବର୍ଷ ତଳେ ସାମାଜିକ ଗଣ ମାଧ୍ୟମ ରେ କଳାହାଣ୍ଡି ଜିଲ୍ଲା ର କିନ୍ନର ଶିବାନୀ ସାହୁ ଙ୍କୁ ବନ୍ଧୁତ୍ବ ଆରମ୍ଭ କରିଥିଲେ ସମୟ ଗଡ଼ିବା ସହ ବନ୍ଧୁତ୍ୱ ପ୍ରେମରେ ପରିଣତ ହେଲା ଦୀର୍ଘ ଦୁଇ ବର୍ଷ ର ପ୍ରେମ ପରେ ବିବାହ ପାଇଁ ନିଷ୍ପତି ନେଇ ଇତି ମଧ୍ୟରେ ଶିବାନୀ କଳାହାଣ୍ଡି ରୁ ନବରଙ୍ଗପୁର…

Read More

ଆସନ୍ତା ମଇ ୧୮ ଓ ୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଆସନ୍ତା ସୋମବାର ମଇ ୧୮ ତାରିଖ ଓ ପରବର୍ତ୍ତୀ ସୋମବାର ମଇ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ | ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ଆଉ କାମ ଦିନ ରହିଲା ରଥ ଯାତ୍ରା | ତେବେ ଏହି ରଥଯାତ୍ରା ସମୟରେ ଯାଞ୍ଚ ହେବ ଖାଦ୍ୟର ମାନ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ବାହୁଡାରେ ଫୁଡ ଇନ୍ସପେକ୍ଟରଙ୍କ ଦ୍ୱାରା ଖାଦ୍ୟର ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟର ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ପଡିବ । ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ ଛକ ଯାଏଁ ରନ୍ଧା ଖାଦ୍ୟ ବଣ୍ଟା ଯିବନି । ବାହୁଡାରେ ଗୁଣ୍ଡିଚାରେ ଗୁଣ୍ଡିଚା ମନ୍ଦିରରୁ ବଡଶଙ୍ଖ ଯାଏଁ ମଧ୍ୟ ରନ୍ଧା ଯିବନି ।

Read More

ସରିଲା ପରିବହନ ଆୟୁକ୍ତଙ୍କ ବୈଠକ । ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ। ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଯେପରି ଯାତ୍ରୀ ପରିବହନ ପ୍ରଭାବିତ ହେବନାହିଁ, ସେ ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି ହୋଇଛି । ଯାହାକୁ ଘରୋଇ ବସ୍ ମାଲିକ ସଙ୍ଘ ସ୍ୱାଗତ କରିଛି ।ରାତ୍ରୀକାଳୀନ ବସ ପାଇଁ ତେଲ ମିଳିବାର ପ୍ରତିଶ୍ରୁତି ମିଳିଛି। ବୈଠକ ପରେ ଟ୍ରକ ମାଲିକ ମହାସଂଘର ପ୍ରତିକ୍ରିୟା ରଖି କହିଛି ପରିବହନ ଆୟୁକ୍ତ ୪୮ ଘଣ୍ଟାର ମହଲତ ମାଗିଛନ୍ତି।

Read More

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ପେନସନ୍‌ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ବୃଦ୍ଧି ।ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

Read More

ବଙ୍ଗଳାରେ ନୂଆ ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ହାଇପ୍ରୋଫାଇଲ ଆର.ଜି. କର ମାମଲା ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।ପଶ୍ଚିମବଙ୍ଗର କଳଙ୍କିତ ଅଧ୍ୟାୟ ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ସହ ୩ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।ସେ କହିଛନ୍ତି, ଆରଜି କର ଘଟଣା ସମ୍ପର୍କରେ, ଆମେ ବିଶେଷ ଭାବରେ କଲକତା କମିଶନରେଟ ପୁଲିସ ବିନୀତ କୁମାର ଗୋୟଲ ଏବଂ ଅନ୍ୟ ଅଧିକାରୀଙ୍କ ଭଳି ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛୁ। ଏହି ଅପରାଧିକ ଘଟଣାରେ ମାମଲାକୁ ଭୁଲ ଭାବରେ ପରିଚାଳନା କରିବାର ଅଭିଯୋଗ ମଧ୍ୟ ରହିଛି। ଏହା ବ୍ୟତୀତ ଦୁଇ ଜଣ ଅଧିକାରୀ ଅଭୟା ପରିବାରକୁ ଟଙ୍କା ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ ହୋଇଥିବାରୁ…

Read More

ଦେଶ ତଥା ରାଜ୍ୟରେ ଲାଗି ରହିଥିବା ତୈଳ ଓ ରନ୍ଧନ ଗ୍ୟାସର ସଂକଟକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାଶବର୍ମା ଆଜି ବିଜେପି ଉପରେ ବର୍ଷିଛନ୍ତି । ସରକାର ୨ ବର୍ଷ ପୂର୍ତ୍ତି ପାଇଁ ବୈଠକ ପରେ ବୈଠକ କରୁଛନ୍ତି। ହେଲେ ଲୋକ ହନ୍ତସନ୍ତ ହେଉଛନ୍ତି।ସେ ଆହୁରି କହିଛନ୍ତି- ଆଜି ପେଟ୍ରୋଲ ଡିଜେଲ ୩ ଟଙ୍କା ବୃଦ୍ଧି ହୋଇଛି। ମନ୍ତ୍ରୀ ଓ ସଚିବ କହୁଛନ୍ତି ପର୍ଯ୍ୟାପ୍ତ ଡିଜେଲ ପେଟ୍ରୋଲ ଅଛି। ଲୋକ ପ୍ୟାନିକ ହୁଅନ୍ତୁ ନାହିଁ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଅଛି। ଡବଲ ଇଞ୍ଜିନ ସରକାର କେମିତି ଅମୃତକାଳ କଥା କହୁଥିଲେ ବୋଲି ପ୍ରଶ୍ନ କରିଛନ୍ତି|ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଦେଶ ଓ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ୫ ରାଜ୍ୟର ନିର୍ବାଚନ ପରେ ଗ୍ୟାସ ଦର ବଢ଼ିଲା। ଟ୍ରକ ସବୁ ତେଲ ପାଇଁ ଲାଇନରେ ଲାଗିଛନ୍ତି। ରବି ଧାନ କିପରି ଉଠିବ। ଏବେ…

Read More