କାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । କାଲି ରାତି ୧୦ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।ଜଟଣୀଠାରେ ଆୟୋଜିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିରକୁ ସେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ । ଏହା ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବେ । ପୁରୀରୁ ଫେରିବା ପରେ ଭୁବନେଶ୍ୱରଠାରେ ବିଜେପି କୋର୍ କମିଟି, ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ଦଳର ମନ୍ତ୍ରୀମାନଙ୍କ ସହ ସେ ବିସ୍ତୃତ ଆଲୋଚନା କରିବେ।। ୧୮ ତାରିଖ ରାତିରେ ଦିଲ୍ଲୀ ଫେରିବା ନେଇ ଦଳୀୟ ମୁଖପାତ୍ର ସୂଚନା ଦେଇଛନ୍ତି ।
Author: sanitelevision
ପାକିସ୍ତାନକୁ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ । ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଆଉ ଭୂଗୋଳ ବଦଳିଯିବାର ଆଶଙ୍କା ରହିଛି । ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି।ସେନା ସଂଳାପ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେକୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ବୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି। ଯେତେବେଳେ ଜଣେ ସୈନିକ ଏକ ସଫଳ ଅପରେସନ ପରେ ଆଲିଙ୍ଗନ କରନ୍ତି, ସେତେବେଳେ କୌଣସି ପଦ କିମ୍ବା ପଦାନୁକ୍ରମ ନଥାଏୟ। ସେ ଅନ୍ୟକୁ ଜଣେ ସାଥୀ ବୋଲି ବିବେଚନା କରିଥାନ୍ତି। ତାହା ହେଉଛି ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ। ଜଣେ ସୈନିକଙ୍କକ ପାଖରେ ସର୍ବଦା ସମୟ କମ୍…
ରାଜଧାନୀରେ ନିଆରା ଢଙ୍ଗରେ ପାଳିତ ହୋଇଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ମହିଳାଙ୍କ ଭଳି କିନ୍ନରମାନେ ମଧ୍ୟ ଗୁରୁଙ୍କ ମଙ୍ଗଳ ମନାସି ଏହି ବ୍ରତ ପାଳନ କରିଛନ୍ତି ।। କିନ୍ତୁ କିନ୍ନରମାନଙ୍କର ଏହି ବ୍ରତ ପାଳନ କରିବାର ଶୈଳୀ ସମ୍ପୂର୍ଣ୍ଣ ନିଆରା। ସେମାନେ ନିଜର କୌଣସି ସ୍ୱାମୀ ନ ଥାଇ ମଧ୍ୟ ସମାଜରେ ନିଜର ‘ଗୁରୁ’ ବା ‘ମା’ଙ୍କୁ ଈଶ୍ୱରଙ୍କ ସ୍ଥାନରେ ରଖି ସେମାନଙ୍କର ଦୀଘାୟୁ ଏବଂ ସୁସ୍ଥ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି।ଅନ୍ୟ ସଧବା ମହିଳାମାନଙ୍କ ଭଳି କିନ୍ନରମାନେ ମଧ୍ୟ ଏହି ଦିନ ନୂଆ ଶାଢ଼ି, ଶଙ୍ଖା ଏବଂ ସିନ୍ଦୂର ପିନ୍ଧିଥାନ୍ତି।ସେମାନେ ନିଜ ଗୁରୁମାତା ବା ଆଖଡ଼ାର ବରିଷ୍ଠ ଗୁରୁଙ୍କ ପାଦ ସ୍ପର୍ଶ କରି ସେମାନଙ୍କ ହାତରୁ ଶଙ୍ଖା ପିନ୍ଧିଥାନ୍ତି ଏବଂ ମୁଣ୍ଡରେ ସିନ୍ଦୂର ଲଗାଇଥାନ୍ତି। ଗୁରୁଙ୍କ ମଙ୍ଗଳ ପାଇଁ ସେମାନେ ଦିନସାରା ଉପବାସ ରହି ବରଗଛ (ବଟବୃକ୍ଷ) ମୂଳରେ ପୂଜାପାଠ କରିଥାନ୍ତି| ଏହି…
ବର୍ତ୍ତମାନର ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ପ୍ରଚଳିତ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି।ଅନାବଶ୍ୟକ ଇନ୍ଧନ ଖର୍ଚ୍ଚ କାଟ୍ କରିବା ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା କୁହାଯାଇଛି ଯେ ସରକାରୀ ଗାଡ଼ିର ସହଭାଗୀ ବ୍ୟବହାର ବିଭାଗର ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟ ପାଇଁ ଯାନବାହାନ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବିଶେଷ କରି ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମୟରେ “ଭେହିକିଲ ପୁଲିଂ” ବା “ରାଇଡ୍ ସେୟାରିଂ” କରିବାକୁ ପରାମର୍ଶ ଓ ଉତ୍ସାହିତ କରାଯାଇଛି।ଏହାଦ୍ୱାରା ଅନାବଶ୍ୟକ ଇନ୍ଧନ ବ୍ୟୟ ହ୍ରାସ ପାଇବା ସହ ଜାତୀୟ ଶକ୍ତି ସଂରକ୍ଷଣରେ ବଡ଼ ସହାୟତା ମିଳିବ। ଏହି ପୁଲିଂ ବ୍ୟବସ୍ଥାର ସମନ୍ବୟ ଦାୟିତ୍ଵ ବୈଠକ…
ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ କରିଛି। ଏହାକୁ ‘ଜିହାଦୀ ଡ୍ରଗସ୍’ ନାମରେ ମଧ୍ୟ ଜଣାଯାଏ।ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ,ଏନ୍ସିବି ‘ଅପରେସନ୍ ରେଜପିଲ୍’ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ ପରିମାଣର ‘କେପ୍ଟାଗନ୍’ ଡ୍ରଗ୍ସ ଜବତ କରିଛି। ଏହା ଆତଙ୍କବାଦୀ ନେଟୱର୍କ ଭିତରେ ଜିହାଦୀ ଡ୍ରଗ୍ସ ଭାବରେ ପରିଚିତ। ତେବେ ଏହି ମାମଲାରେ ଜଣେ ବିଦେଶୀ ନାଗରିକକୁ ଗିରଫ କରାଯାଇଛି। ଏହି କନସାଇନମେଣ୍ଟ ପଶ୍ଚିମ ଏସିଆ ପଠାଯାଉଥିଲା। ଏହାକୁ ଅପରେସନ ‘ରେଜପିଲ୍’ରେ ଧରାଯାଇଛି।ଏହି ଡ୍ରଗ କନସାଇନମେଣ୍ଟ ମୁନ୍ଦ୍ରା ପୋର୍ଟ ଓ ଦିଲ୍ଲୀର ନେବ ସରାୟରୁ ଜବତ ହୋଇଛି। ଏହି ଡ୍ରଗ ଚାଲାଣରେ ଜଣେ ସିରିୟା ନାଗରିକ ଧରାପଡିଛି। ସେ ଏହାକୁ ଚାପତି ବାକ୍ସ ରେ ଲୁଚାଇ ନେଇଯାଉଥିଲା।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ୫ ଅସୁସ୍ଥ ହୋଇ ପଡ଼ିଥିଲେ l ଅସୁସ୍ଥ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ପରେ ଜଣେ ନାବାଳକଙ୍କର କଟକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମୃତ ଶିଶୁ ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ ସ୍ଵାଧୀନ ସେନାପତି ବୋଲି ଜଣାପଡିଛି l ଏହି ଘଟଣା ଏବେ କେନ୍ଦ୍ରାପଡାରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୁଜ ଘରକୁ କିଣି ନେଇଥିଲେ l ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l ପରେ ପରେ ଅସୁସ୍ଥ ମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା l ପରିବାରର ୫ ଜଣ ଅସୁସ୍ଥ ହୋଇ ପଡିଥିଲେ l
ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବୁଧବାର ବାତ୍ୟା ଆଶ୍ରୟସ୍ଥଳୀରେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ କୁରୁକୁରି ଦେବାକୁ କହି ଡାକିଥିଲା ଅଭିଯୁକ୍ତ। ଶୌଚାଳୟକୁ ଡ଼ାକି ୨୫ ବର୍ଷର ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବିରୋଧରେ ସଂଗୀନ ଦଫା ସହିତ ପୋକ୍ସ ଦଫା ରୁଜୁ ହୋଇଛି । ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି ।ଅଭିଯୁକ୍ତ ହେଲେ ଗଜେନ୍ଦ୍ର ସ୍ୱାଇଁ ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୬,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୩,୮୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନଶେ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୬,୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୪୩,୮୫୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୦,୦୦୦ ଟଙ୍କା ହୋଇଛି ।
ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ନିଷ୍କ୍ରିୟ ବେତନ । ବିଳମ୍ବ ଯୋଗୁଁ ଯେଉଁ ବେତନ ଅପଚୟ ହେବ ତାହା ସଂପୃକ୍ତ ଅଧିକାରୀ ଦେବେ । ଏନେଇ ସର୍କୁଲାର ଜାରି କରି ସଚିବମାନଙ୍କୁ ନିର୍ଦ୍ଦେଶ ଦେଲା ଅର୍ଥ ବିଭାଗ । ୧୨୦ ଦିନ ଓ ୬ ମାସରୁ ଅଧିକ ସମୟ ବୃଦ୍ଧି ପ୍ରସ୍ତାବକୁ ମନା କଲେ ସରକାର ।
ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଧରି ଛିଡ଼ା ହେଉଛନ୍ତି ଲୋକେ ।ଭୁବନେଶ୍ୱର ଏବଂ କଟକର ବିଭିନ୍ନ ପେଟ୍ରୋଲ ପମ୍ପରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି। ଆଉ ଏହାରି ମଧ୍ୟରେ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି କଟକ ଭୁବନେଶ୍ୱର ସ୍ଥିତିରେ ସୁଧାର ଆସିଛି । ସନ୍ଧ୍ୟା ସୁଦ୍ଧା କଟକ ଭୁବନେଶ୍ୱର ସ୍ଥିତିରେ ଆହୁରି ସୁଧାର ଆସିଯିବ । ସୋମବାର ସୁଦ୍ଧା ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଡିଜେଲର ଅଭାବ ରହିବ ନାହିଁ ।ସେହିପରି ପେଟ୍ରୋଲିୟମ ସଂଘ ପକ୍ଷରୁ ରବିବାର ହେଲେ ବି ତୈଳ ଡିପୋ…









