Author: sanitelevision

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ।ସ୍କୁଲର ନାଇଟ ୱାଚ ମ୍ୟାନକୁ ମଧ୍ୟ ଛାଡିଲେନି । କହିଲେ ୫ ହଜାର ଦିଅ ବକେୟା ଦରମା କରାଇଦେବି । ଆଉ ତାପରେ ଏହି ଅଭିଯୋଗରେ ଭିଜିଲାନ୍ସରେ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଚଢେଇଗୁଆଁ ସ୍ଥିତ ଯୁଗରୂପା ବିଦ୍ୟାଭବନ ସ୍କୁଲର ପ୍ରଧାନ ଶିକ୍ଷ ରଧୁନାଥ ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍କୁଲର ନାଇଟ ୱାଚମ୍ୟାନ କ୍ଷୀରୋଦ ଦାସଙ୍କ ବକେୟା ଦରମା କରେଇ ଦେବା ପାଇଁ ପ୍ରଧାନ ଶିକ୍ଷକ ସ୍କୁଲ ଅଫିସରେ ଲାଞ୍ଚ ନେଉଥିଲେ । ସେପଟେ ଭିଜିଲାନ୍ସକୁ ମଧ୍ୟ ଜଣାଇଥିଲେ । ପ୍ଲାନ ମୁତାବକ ପ୍ରଧାନ ଶିକ୍ଷକ ୱାଚମ୍ୟାନଙ୍କଠୁ ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗର ଦୁଇଟି ଟିମ । ଏଥିସହ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ କରିବା ଅପିଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଓଡ଼ିଶା ହାଇକୋର୍ଟର ୩ ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି ଜୁଡ଼ିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକେଲରେ ଆସିଥିଲେ। । ସାମ୍ପ୍ରତିକ ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ଉପଲକ୍ଷେ ବିଚାରପତିମାନେ ସାଇକେଲରେ ଆସିଥିଲେ । ତୈଳ ସଙ୍କଟ ଦୃଷ୍ଟିରୁ ତେଲର ଅପବ୍ୟବହାର ନକରିବା ପାଇଁ ବିଚାରପତି ମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।ଯଦିଓ ସେମାନଙ୍କ ସାଙ୍ଗରେ ପିଏସ୍‌ଓ ଥିଲେ ହେଲେ ସେଭଳି କୌଣସି ଏସ୍କର୍ଟ କି ଅଧିକ ପୋଲିସ ନଥିବା ଦେଖିବାକୁ ମିଳିଥିଲା । ସୂଚନାମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଞ୍ଚୟ କରିବା ଅପିଲ୍‌ କରିଥିଲେ । ଜନସାଧାରଣଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ, ଘରୁ କାମ କରିବାକୁ, ସୁନା ନକିଣିବାକୁ ଏବଂ…

Read More

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ +୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳାଫଳ ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ । ଫଳାଫଳ ଘୋଷଣା ହେବା ପରେ, ଛାତ୍ରଛାତ୍ରୀମାନେ ନିଜର ମାର୍କସିଟ୍ ଅନ୍‌ଲାଇନରେ ଚେକ୍ କରିପାରିବେ । ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି ଏବଂ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।।ଫଳାଫଳ ପ୍ରକାଶ ପରେ ସରକାରୀ ୱେବସାଇଟ୍ ଓ ସ୍କୁଲ/କଲେଜ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ମାର୍କ ଯାଞ୍ଚ କରିପାରିବେ । ଏହା ସହିତ ମୋବାଇଲ ମାଧ୍ୟମରେ ମଧ୍ୟ ଫଳ ଦେଖିବା ସୁବିଧା ରହିବ ।

Read More

ରାଜସ୍ଥାନର ଯୋଧପୁର ସହରରେ ଏକ ଯୌନ କେଳେଙ୍କାରୀ ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ପୁଲିସ ତତ୍ପରତା ପ୍ରକାଶ କରିଛି। ଦୁଇ ଭଉଣୀଙ୍କୁ ଗଣ ବଳାତ୍କାର ଓ ବ୍ଲାକ୍‌ମେଲ କରାଯାଇଥିବାବେଳେ ସେମାନେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଏହି ଘଟଣାକୁ ନେଇ ଯୋଧପୁର ଗ୍ରାମାଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପୋଲିସର ଅବହେଳା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୀଡ଼ିତାଙ୍କ ବାପା ପୋଲିସର ଆଚରଣକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରାଯିବାକୁ ଦାବି କରିଛନ୍ତି।ସୂଚନାଯୋଗ୍ୟ ଇ-ମିତ୍ର ସର୍ଭିସ ସେଣ୍ଟର ଅପରେଟରଭାବେ କାର୍ଯ୍ୟ କରୁଥିବା ମହୀପାଲ ନାମକ ଜଣେ ବ୍ୟକ୍ତି ଆଜକୁ ପ୍ରାୟ ଚାରି ବର୍ଷ ପୂର୍ବେ ପ୍ରଥମେ ବଡ ଭଉଣୀକୁ ପ୍ରେମ ଜାଲରେ ଫସାଇଥିଲା। ମହୀପାଲ ଗୋପନରେ ଉକ୍ତ ଯୁବତୀଙ୍କର ନଗ୍ନ ଭିଡିଓ…

Read More

ଗତକାଲି ଏକ୍ସପ୍ରେସ୍ ଆଜି ଜଳିଲା ପାସେଞ୍ଜର ଟ୍ରେନ୍ । ସକାଳୁ ସକାଳୁ ବଡ଼ ଅଘଟଣ ଘଟିଛି । ବିହାରର ରୋହତାସ ଜିଲ୍ଲା ସାସାରାମ ରେଳ ଷ୍ଟେସନରେ ଆତଙ୍କ ଖେଳିଯାଇଛି । ଭାବୁଆ-ସାସାରାମ ଇଣ୍ଟରସିଟି ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଛି । ଫଳରେ ଷ୍ଟେସନ୍ ପରିସରରେ ଆତଙ୍କ ଖେଳିଯାଇଛି । ଜୀବନ ବିକଳରେ ଟ୍ରେନ୍ରୁ ଡେଇଁ ପଡିଛନ୍ତି ଯାତ୍ରୀ ।ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିଲା । ଇଞ୍ଜିନ୍ ପାର୍ଶ୍ୱର ପଞ୍ଚମ କୋଚ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା ।ନିଆଁ ବ୍ୟାପିବାରୁ ଗୋଟିଏ କୋଚ୍ ଜଳି ପାଉଁଶ ହୋଇଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରାଯିବା ପରେ, ଜଳିଯାଇଥିବା ବଗିକୁ ବାହାର କରି ଟ୍ରେନ୍ ର ଧାର୍ଯ୍ୟ ଯାତ୍ରା ସମୟକୁ ପରିବର୍ତ୍ତନ କରାଯାଇ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ…

Read More

ଆଜି ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ ରାଜ୍ୟର ୟୁଡିଏଫ ସରକାରଙ୍କ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତେବେ ନୂଆ ସରକାରରେ ସତୀଶନଙ୍କ ବ୍ୟତୀତ ପି.କେ.କୁହ୍ନାଲୀ କୁଟ୍ଟି, ରମେଶ ଚେନ୍ନିଥଲା, ସନି ଜୋସେଫ, କେ.ମୂରଲୀଧରନ, ମାନ୍ସ ଜୋସେଫ, ଶିବୁ ବେବି ଜନ, ଅନୂପ ଜ୍ୟାକବ, ସି.ପି.ଜନ, ଏ.ପି. ଅନିଲ କୁମାର, ଏନ.ଶମସୁଦ୍ଦିନ, ପି.ସି.ବିଷ୍ଣୁ ନାଥ, ରୋଜି ଏମ.ଜନ, ବିନ୍ଦୁ କୃଷ୍ଣା, ଏମ.ଲିଜ୍ଜୁ , କେ.ଏମ.ସାଜୀ, ପି.କେ.ବଶିର, ଅବଦୁଲ ଗଫୁର ଓ ସି.ଟି.ସିଦ୍ଦିକିଙ୍କୁ ମନ୍ତ୍ରୀ କରାଯାଇଛି।ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ କେରଳର ତିରୁଭାନନ୍ତପୁରମର ମଞ୍ଚରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ୱାୟାନାଡ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା…

Read More

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳର ପୁନଃ ମୂଲ୍ୟାୟନ ସହ ପରୀକ୍ଷା ଖାତା ନକଲ ଓ ମାର୍କ ଯାଞ୍ଚ ପାଇଁ ଫି ହ୍ରାସ କରିଛି ସିବିଏସ୍ଇ । ରବିବାର ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ପରୀକ୍ଷାର୍ଥୀ ଉତ୍ତର ଖାତାର ସ୍କାନ କପି ପାଇବା ପାଇଁ ପୂର୍ବରୁ ପ୍ରତି ବିଷୟ ପିଛା ୭୦୦ଟଙ୍କା ନିଆଯାଉଥିଲା। ଏହାକୁ ହ୍ରାସ କରି ୧୦୦ ଟଙ୍କା କରାଯାଇଛି। ସେହିପରି ପ୍ରତି ଉତ୍ତର ଖାତା ଯାଞ୍ଚ ନିମନ୍ତେ ଦେୟ ୫୦୦ ଟଙ୍କା ଥିଲା। ଅନୁରୂପ ଭାବେ ଏହି ଦେୟ ୧୦୦ ଟଙ୍କାକୁ ହ୍ରାସ ହୋଇଛି। ଏହାଛଡ଼ା ପ୍ରତି ପ୍ରଶ୍ନର ପୁନଃ ମୂଲ୍ୟାୟନ ଉପରେ ଦେୟ ୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବାବେଳେ ଏହାକୁ ୨୫ ଟଙ୍କାକୁ କମାଇ ଦିଆଯାଇଛି। ଯଦି ପୁନଃ…

Read More

ଆମେରିକାରେ ଏକ ଏୟାର ସୋ’ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ଆମେରିକୀୟ ଲଢ଼ୁଆ ବିମାନ ମଝି ଆକାଶରେ ଧକ୍କା ଖାଇ ନିଆଁରେ ଜଳିଛି ।ପାରାଚୁଟ୍ ସାହାଯ୍ୟରେ ବିମାନରୁ ବାହାରକୁ ବାହାରି ଆସିଛନ୍ତି ୪ କ୍ରିଉ ମେମ୍ବର। କ୍ରିଉ ମେମ୍ବର ସୁରକ୍ଷିତ ଅଛନ୍ତି । ନୌସେନା ପକ୍ଷରୁ ତଦନ୍ତ ଜାରି ରହିଛି । ଗୁନଫାଇଟର ସ୍କାଇଜ୍ ଏୟାର ଶୋ’ ର ଶେଷ ଦିନରେ ଦିଦ ୧୨ ଟା ୧୦ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁଇଟି ବିମାନ ଆମେରିକା ନୌସେନାର EA-18GGrowler ଇଲେକ୍ଟ୍ରୋନିକ ଆଟାକ୍ ଜେଟ୍ ଥିଲା । ଆକାଶରେ ଧକ୍କା ହୋଇ ଜେଟ୍ ଦୁଇଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା । କିଛି ମୁହୂର୍ତ୍ତ ପରେ ବିମାନଟି ତଳେ ଖସି ପଡି ନିଆଁ ଲାଗିଯାଇଥିଲା ।

Read More

ସାରା ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । କାଳବୈଶାଖୀ ପ୍ରଭାବ ରହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଆଗାମୀ ୩ ଦିନରେ ବଢିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ପାରଦ। ୧୯ ଓ ୨୦ ତାରିଖ ବେଳକୁ ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ । ଏହି ସମୟରେ ଉପକୂଳ ଓଡ଼ିଶାରେ ପାରଦ ୪୨ ଡିଗ୍ରୀ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା ୭ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୩ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ।

Read More

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ । ବୋର୍ଡ ଦ୍ବାରା ଜାରି ହୋଇଥିବା ସର୍କୁଲାର ଅନୁସାରେ, ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଏବଂ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ୨୦୨୩ ଅଧିନରେ ଏହି ନିଷ୍ପତ୍ତି ନିଆଯାଇଛି ।CBSE ମାଧ୍ୟମିକ ବିଦ୍ୟାଳୟ ପାଠ୍ୟକ୍ରମ ଅନୁଯାୟୀ, ଭାଷା ବିଷୟଗୁଡ଼ିକୁ ତିନୋଟି ସ୍ତରରେ ସଂଗଠିତ କରାଯିବ – R1, R2 ଏବଂ R3। R1 (ଭାଷା 1) ଛାତ୍ରଙ୍କ ମୁଖ୍ୟ ଭାଷା ହେବ, R2 ଏକ ଭିନ୍ନ ଭାଷା ଏବଂ R3 (ତୃତୀୟ ଭାଷା) ଏହି ଶିକ୍ଷାବର୍ଷ 2026-27 ରୁ 6ଷ୍ଠ ଶ୍ରେଣୀରୁ ବାଧ୍ୟତାମୂଳକ ହେବ ଏବଂ 2030-31 ସୁଦ୍ଧା 10 ଶ୍ରେଣୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। R1 ଏବଂ R2…

Read More