ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି । ଏହା ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ପାଇଛି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇଛି, ଯେତେବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୩ ପଇସା ବୃଦ୍ଧି ପାଇଛି।ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସଙ୍କଟ ପୂରା ବିଶ୍ବରେ ଦେଖାଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟାନ୍ୟ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ପୁଣି ଥରେ ୧୦୫.୦୯ ଟଙ୍କା ପାଖାପାଖି ପହଞ୍ଚିଥିବା ବେଳେ ମାଲକାନଗିରି ଓ କୋରାପୁଟ ଭଳି ଦୂରବର୍ତ୍ତୀ ଜିଲ୍ଲାରେ ଏହା ୧୦୮ ଟଙ୍କା ପାର୍ କରିସାରିଛି।
Author: sanitelevision
ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ଝାଞ୍ଜି ମାଡ଼ରେ ଜଳିବ ।ଆସନ୍ତା ୫ଦିନ ଅର୍ଥାତ୍ ୨୩ ତାରିଖ ପର୍ଯ୍ୟନ୍ତ ୧୪ ଜିଲା ଯଥା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅପରପକ୍ଷେ ଆଗାମୀ ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ଘରେ ଚଢାଉ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଚାଲିଛି ।କୋଟି କୋଟି ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଛି । ଅଫିସ୍, ଧର୍ମଗଡ଼ ଓ ଭବାନୀପାଟଣା ସ୍ଥିତ ବାସଭବନ ଓ ଫାର୍ମହାଉସରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରୁଛି ।ଏକକାଳୀୟ କଳାହାଣ୍ଡିର ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।ଚଢାଉ ସମୟରେ ୬ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।
ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖ୍ୟାତି ବଢ଼ାଇଲେ ଜଣେ ଓଡ଼ିଆ ମହିଳା । ଆମେରିକା ଫ୍ଲୋରିଡାର ଜ୍ୟାକସନଭିଲା ଠାରେ ଅନୁଷ୍ଠିତ ପ୍ରତିଯୋଗିତରେ ନିଜ ପାରଦର୍ଶିତା ଦେଖାଇ ଉମା ‘ଆଇରନ୍ ଓମ୍ୟାନ୍’ ଟାଇଟଲ୍ ହାସଲ କରିଛନ୍ତି ।ଆମେରିକାର ଜାକସନଭିଲରେ ଆୟୋଜିତ ‘ଆଇରନ୍ମ୍ୟାନ୍ ’ ପ୍ରତିଯୋଗିତାରେ ୩.୮ କି.ମି ସନ୍ତରଣ, ୧୮୦ କି.ମି ସାଇକେଲ ଚାଳନା ଏବଂ ୪୨ କି.ମି ଦୌଡକୁ ୪୦ ବର୍ଷୀୟା ଉମା ହାଜରା ୧୬ ଘଣ୍ଟା ୫୩ ମିନିଟ୍ ୧୬ ସେକଣ୍ଡରେ ସମ୍ପନ୍ନ କରିଥିଲେ । ଏଥିସହ ସେ ‘ଆଇରନମ୍ୟାନ’ ହେବାର ଗୌରବ ଲାଭ କରିଛନ୍ତି ।ଉମାଙ୍କ ନିଜ ଘର ହେଉଛି କଟକ କଲରାବାଙ୍କ ଗାଁରେ । ତାଙ୍କ ବାପା ମାଆ ଭୁବନେଶ୍ବର ପ୍ରଶାନ୍ତି ବିହାରରେ ରହୁଛନ୍ତି । ଉମା ଭୁବନେଶ୍ବର ୟୁନିଟ୍-୮ ଡିଏଭି ସ୍କୁଲର ଛାତ୍ରୀ । ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ମଧ୍ୟ । ଇନଫୋସିସରେ ଚାକିରି ପରେ ଏବେ ସେ ଆମେରିକାର ଫ୍ଳୋରିଡାରେ ରହୁଛନ୍ତି । ତାଙ୍କ ସଫଳତା…
ଦେଶରେ ପେଟ୍ରୋଲ, ଡିଜେଲ୍ ଓ ସିଏନ୍ଜି ପରେ କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷ ବା ସିଇଏ ପକ୍ଷରୁ ଧାର୍ଯ୍ୟ ଥିବା ମାସିକ ବିଦ୍ୟୁତ୍ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ଯ୍ୟକାରୀ ହେଲେ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ପରିବାରଗୁଡ଼ିକର ମଧ୍ୟ ବିଦ୍ୟୁତ୍ ବିଲ୍ ବଢ଼ିଯିବ । ବିଦ୍ୟୁତ୍ ବଣ୍ଟନ କମ୍ପାନି ସହୁଥିବା ବିପୁଳ କ୍ଷତି କମ୍ କରିବା ଲକ୍ଷ୍ୟ ନେଇ ସିଇଏ ଏହି ପ୍ରସ୍ତାବ ଦେଇଛି । ସିଇଏ ପକ୍ଷରୁ କୁହାଯାଇଛି ଯେ ଡିସ୍କମ୍ଗୁଡ଼ିକ ସେମାନଙ୍କ ବ୍ୟୟକୁ ବିଦ୍ୟୁତ୍ର ୟୁନିଟ୍ ପିଛା ଦର ଜରିଆରେ ଭରଣା କରୁଛନ୍ତି । ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ମାସିକ ଦେୟର କୌଣସି ବ୍ୟବସ୍ଥା ନାହିଁ । ଫଳରେ ବିଦ୍ୟୁତ୍ ଉପଯୋଗ ହ୍ରାସ ପାଇଲେ ସେମାନଙ୍କ ରାଜସ୍ବ କମିଯାଉଛି । ରାଜସ୍ବକୁ ନେଇ ସେମାନେ ନିର୍ଦ୍ଦିଷ୍ଟ ଆକଳନ କରିପାରୁନାହାନ୍ତି ।
କଟକ ବଡମ୍ବାରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀର ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ। ବଡମ୍ବା ଥାନାରେ ମାମଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।ପାରିବାରିକ କଳହକୁ କେନ୍ଦ୍ର କରି ଅଲରା ଗାଁର ଯୁବକ ମନୋଜ ମଲ୍ଲିକଙ୍କୁ ଶଶୁର ଘର ବଡମ୍ବା କରଡିବନ୍ଧ ଗାଁକୁ ଡାକି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ମନୋଜଙ୍କର ବାପା ବସନ୍ତ ମଲ୍ଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି । ବଡମ୍ବା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ବଡମ୍ବା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।ମୃତକଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ନିଜ ସ୍ବାମୀ ମନୋଜ ମଲ୍ଲିକ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିବା ବେଳେ ମୃତକ ମନୋଜ ମଲ୍ଲିକଙ୍କ ବାପା ବସନ୍ତ ମଲ୍ଲିକ ପୁଅର ଯୌନାଙ୍ଗ କାଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଶବ ବ୍ୟବଚ୍ଛେଦ…
ଡେଟିଂ ଆପ୍ ଜରିଆରେ ହୋଇଥିବା ବିବାହ। ମାତ୍ର ୬ ମାସରେ ହେଲା ଦୁଃଖଦ ଅନ୍ତ। ମୃତ୍ୟୁର ଫାଶରେ ଝୁଲିବା ଆଗରୁ ଜଣେ ବନ୍ଧୁଙ୍କୁ ମେସେଜ୍ ଦେଇଥିଲେ ନବବିବାହିତା ଯୁବତୀ । ଲେଖିଥିଲେ ‘ଆଇ ଆମ୍ ଟ୍ରାପଡ’ ବା ମୁଁ ଫସିଗଲି, ବାସ୍ ତୁ ଫସିବୁନି। ଅଧିକ କଥା ବି ହୋଇପାରିବିନି। ଯେତେବେଳେ ଠିକ୍ ସମୟ ଆସିବ ସେତେବେଳେ ମୁଁ କଲ୍ କରିବି। ଏ ଚାଟ୍ କୌଣସି ସାଧାରଣ ଝିଅର ନଥିଲା ନୋଏଡାର ଟ୍ୱିଶା ଶର୍ମାଙ୍କ ଥିଲା। ଯିଏକି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିସାରିଛନ୍ତି। ତ୍ୱିଷା ଶର୍ମା ଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କଲେ ରାଜ୍ୟ ସରକାର । ଗତ ୩ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ମୃତ ତ୍ୱିଷା ଶର୍ମା ଙ୍କ ପରିବାର ଧାରଣା ଦେବା ସହ ନିରପେକ୍ଷ ତଦନ୍ତ ଦାବି କରୁଥିଲେ । ଝିଅକୁ ଯୌତୁକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ପରିବାର…
SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ ପ୍ରକାଶ କରିଛନ୍ତି।ଓଡ଼ିଶାରେ ଏସଆଇପିର ଚାହିଦା ବଢ଼ିଛି। ୧୦ ବର୍ଷରେ ୧୦ ଗୁଣା ଅଧିକ SIP ଇନଭେଷ୍ଟମେଣ୍ଟ ବୃଦ୍ଧି ପାଇଛି। ହେଲେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଏବେବି ଓଡ଼ିଶା ପଛରେ ରହିଛି। ଏହାକୁ ବୃଦ୍ଧି କରିବା ପାଇଁ ସେବି ଅଣ୍ଟା ଭିଡ଼ିଛି। ଓଡ଼ିଶାରେ ମୁନିସିପାଲିଟି ବଣ୍ଡକୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ୩୪ ଟି ସହରରେ ଏହି ବଣ୍ଡ୍ ଆରମ୍ଭ ହୋଇଛି, ଆଗକୁ ଏହାର ଚାହିଦା ବୃଦ୍ଧି ପାଇବ। ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏହି ବଣ୍ଡ୍ ଆରମ୍ଭ କରିବା ପାଇଁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡ଼ିଶାରେ ଲୋକଙ୍କ ଆଗ୍ରହ ସୃଷ୍ଟି ହୋଇଥିବାରୁ ନିବେଶକୁ ବୃଦ୍ଧି କରିବା ସହ ଏଥିରେ ହେଉଥିବା ଅନିୟମିତତାକୁ…
ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ। ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସିସିଟିଭି ଓ ଭିଡିଓ ଫୁଟେଜରୁ ମିଳିଛି ପ୍ରମାଣ। ଏବେ କ୍ରାଇମବ୍ରାଞ୍ଚ ଫୋକସରେ ଅଭିଯୁକ୍ତମାନଙ୍କ ଗିରଫଦାରୀ। କାହାକୁ ଛଡ଼ାଯିବନି ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି। ତଦନ୍ତ ବିଳମ୍ବ ପଛର କାରଣ ମଧ୍ୟ କହିଛନ୍ତି ଡିଜି ବିନୟତୋଷ ମିଶ୍ର। କ୍ରାଇମବ୍ରାଞ୍ଚ ଯେଉଁ ମାମଲାର ତଦନ୍ତ କରେ, ତାର ତଦନ୍ତ ଉପରେ ଯେପରି ପ୍ରଶ୍ନ ନଉଠେ ସେ ଦିଗରେ ଧ୍ୟାନ ଦିଆଯାଉଛି। ପ୍ରତ୍ୟକ ମାମଲାରେ ସାଇଣ୍ଟିଫିକ୍ ଟୁଲ୍ ବ୍ୟବହାର କରୁଛୁ। ଲିଡ୍ ହିସାବରେ ସବୁ ପ୍ରକାର ଦିଗକୁ ନେଇ ତଦନ୍ତ ଚାଲିଛି। ସେଥିଲାଗି ତଦନ୍ତରେ ଟିକେ ବିଳମ୍ବ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ ୧୩ଜଣଙ୍କୁ ଗିରଫ କରାଯାଇଛି ।ସମସ୍ତଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ପୁଲିସ ବିରୋଧରେ ମଧ୍ୟ ଦଣ୍ଡବିଧାନ ପ୍ରକ୍ରିୟା…
ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ ଜଣେ ରୋଗୀଙ୍କ ଜୀବନ। ସୁଚନା ମୁତାବକ ମାଲକାନଗିରି ଜିଲ୍ଲା କୁସୁମପୁଟ ଗାଁର ବସନ୍ତ ଖିଲଙ୍କର ମୃତ୍ୟୁ ହୋଇଛି। ମୃତ ବସନ୍ତ ଆମ୍ବ ତୋଳିବା ପାଇଁ ଗଛ ଉପରେ ଚଢି ଥିଲେ। ଆମ୍ବ ତୋଳୁଥିବା ସମୟରେ ହଠାତ ଗଛରୁ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଇକ ଯୋଗେ ଚିକିତ୍ସାଳୟକୁ ଆଣୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିର ତେଲ ସରିଯାଇଥିଲା। ତେଲ ନମିଳିବା ଯୋଗୁଁ ଅଧା ରାସ୍ତାରେ ଆମ୍ବଲାନ୍ସକୁ ଫୋନ କରାଯାଇଥିଲା।କିଛି ସମୟ ପରେ ଆମ୍ୱୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ବସନ୍ତଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଅତି ସଙ୍କଟାପନ୍ନ ଥବାରୁ ମାଥିଲି ଡାକ୍ତର ତାଙ୍କୁ ସେଠାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା…









