Author: sanitelevision

ଟ୍ରେନରେ ଲାର୍ଟିନ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ । ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁଯାୟୀ ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା ଜାଣି ପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି।

Read More

ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସମସ୍ତଙ୍କୁ ତଦନ୍ତ ପରିସରଭୁରକ୍ତ କରାଯିବ । ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା। ଏତଲାକୁ ଭିତ୍ତି କରି ତଦନ୍ତ ହେବ,ବିଭିନ୍ନ ଦଫାରେ ମାମଲା ରୁଜ କରାଯାଇଛି।ସେ କହିଛନ୍ତି, ଏହି ମାମଲାରେ ସମସ୍ତ ଆଇନଗତ ପ୍ରକ୍ରିୟା ଗ୍ରହଣ କରାଯିବ । ବିଳମ୍ବରେ ଏତଲା ହୋଇ ଥିଲେ ମଧ୍ୟ ତଦନ୍ତରେ କୌଣସି ସମସ୍ୟା ହେଵ ନାହିଁ ବୋଲି ସେ କହିଛନ୍ତି ।ତଦନ୍ତରେ ପ୍ରମୁଖ ତଥ୍ୟ ପ୍ରମାଣ କୁହାଯାଉଥିବା ସିସିଟିଭି ଫୁଟେଜ୍, ବ୍ୟାଙ୍କ୍‌ର ଅର୍ଥ ଦେଣନେଣ ତଥ୍ୟ ଓ ମୋବାଇଲ୍ ଫୋନ୍ କଲ୍ ରେକର୍ଡ (ସିଡିଆର୍) ଆଣିବା ପାଇଁ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Read More

ଏନଏସି ଓ ମୁନିସିପାଲିଟି ଘୋଷଣା ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କିଛି ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ଘୋଷଣା ହେବ । ତେବେ ୨୮ଟି ଏନଏସି ଘୋଷଣା କରାଯିବ । ବର୍ତ୍ତମାନ ୪ଟି ମ୍ୟୁନିସିପାଲଟି ଘୋଷଣା ହୋଇଛି । ରାଜ୍ୟପାଳଙ୍କ ସ୍ୱୀକୃତି ଅନୁଯାୟୀ ଘୋଷଣା କରାଯାଇଛି । ସୁଚନା ମୁତାବକ ଗତକାଲି ୫ଟି ମୁନିସିପାଲିଟି ଓ ୨୪ ଏନଏସି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବୌଦ୍ଧ ଜିଲ୍ଲାରେ ବୌଦ୍ଧଗଡ଼କୁ ମୁନିସିପାଲିଟି ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆକୁ ମୁନିସିପାଲିଟି ଘୋଷଣା କରାଯାଇଛି। ସେହିପରି ୧୪ ଜିଲ୍ଲାରେ୨୪ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ଘୋଷଣା କରାଯାଇଛି।ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୫ଟି ନୂଆ ଏନଏସି ଘୋଷଣା ହୋଇଥିବା ବେଳେ କଟକରେ ୩ଟି ଏନଏସି ଘୋଷଣା ହୋଇଛି। ଅନୁଗୁଳ…

Read More

ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଆଉ ଜଣେ ଦଲାଲକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାରର ଅମିତ୍ ଭରତୀ। ତେବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ଲ୍ୟାବ୍ ପ୍ରମୋଟର ସୁରେଶ ନାୟକ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ସାଗର ଗୌଡ଼ଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବା ପରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ରିମାଣ୍ଡ ଅବଧି ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସୂଚନା ପାଇଥିବା ଜଣାପଡିଛି। ତଦନ୍ତରୁ ଏହି ଦୁର୍ନୀତିରେ କିଛି ରାଜନୈତିକ ନେତା ଏବଂ ଆଇପିଏସ୍ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଜଣେ ପୂର୍ବତନ ଜେଲ୍ ମହାନିର୍ଦ୍ଦେଶକ ମଧ୍ୟ ସିବିଆଇର ନଜରକୁ ଆସିଛନ୍ତି, ଯିଏ ଏହି ରାକେଟ୍‌ରେ ବରିଷ୍ଠ ଅଧିକାରୀଙ୍କ ସମ୍ଭାବ୍ୟ ସମ୍ପୃକ୍ତିକୁ ଇଙ୍ଗିତ କରିଛନ୍ତି।

Read More

ମାଲକାନଗିରି ଜିଲ୍ଲା ପୁଲିସ୍‌ ନିକଟରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ । ଆତ୍ମସମର୍ପଣ କରିଥିବା ନସ୍କଲଙ୍କ ନାଁରେ ଥିଲା ୨ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ।ମାଓ ସଙ୍ଗଠନ ନିଜର ଶେଷ ନିଶ୍ୱାସ ନେଉଥିବା ବେଳେ ଅନ୍ୟ ଯେଉଁମାନେ ମାଓ ସଙ୍ଗଠନରେ ଅଛନ୍ତି ସେମୀନଙ୍କୁ ମଧ୍ୟ ପୁଲିସ ଡିଜି ଆତ୍ମସମର୍ପଣ ପାଇଁ ଆବାହନ କରିଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ଡିଜି ପ୍ରକାଶ କରିଛନ୍ତି ।

Read More

ରାଜ୍ୟରେ ଗଡିବ ୪୨୮ଟି ୧୦୮ ନୂଆ ଆମ୍ବୁଲାନ୍ସ । ନୂଆ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ନିୟୋଜିତ ହେବ । ଆମ୍ବୁଲାନ୍ସ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ବୁୁଲାନ୍ସ ଗଡ଼ିବାର ଯୋଜନା ଅଛି। ଅଚଳ ଆମ୍ବୁଲାନ୍ସ ସ୍ଥାନରେ ନୂଆ ଆମ୍ବୁଲାନ୍ସ ଗଡିବ ।ଆଗକୁ ବାକି ସବୁ ଆମ୍ବୁଲାନ୍ସକୁ ଲୋକାର୍ପିତ କରାଯିବ । ରାଜ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ସଂସ୍ଥା ପାଖରେ ଏବେ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ ଜନନୀ ଏକ୍ସପ୍ରେସ୍ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି।

Read More

ଭାରତ ଏକ କୃଷି ପ୍ରଧାନ ଦେଶ, ଯେଉଁଠାରେ କୋଟି କୋଟି ଲୋକଙ୍କ ଜୀବିକା ଏବଂ ଦେଶର ଖାଦ୍ୟ ସୁରକ୍ଷା ସିଧାସଳଖ ଚାଷଜମି ସହିତ ଜଡ଼ିତ । ଏହି କୃଷି ସଂସ୍କୃତି ଏବଂ ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ ‘କୃଷକ ଦିବସ’ ପାଳନ କରାଯାଏ । ୨୦୦୧ ମସିହାରେ କୃଷକ ଦିବସର ଶୁଭାରମ୍ଭ କରାଯାଇଥିଲା । ଭାରତ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ । ଚୌଧୁରୀ ଚରଣ ସିଂଙ୍କୁ ଭାରତୀୟ ରାଜନୀତିରେ କୃଷକମାନଙ୍କର ଏକ ଶକ୍ତିଶାଳୀ ପ୍ରତିନିଧି ଏବଂ ଗ୍ରାମୀଣ ଭାରତର ସ୍ୱର ଭାବରେ ବିବେଚନା କରାଯାଏ । ତାଙ୍କର ସମଗ୍ର ରାଜନୈତିକ ଜୀବନ କୃଷକ, କୃଷି ଶ୍ରମିକ ଏବଂ ଗ୍ରାମୀଣ ଅର୍ଥନୀତିର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା । ତେବେ ଜାତୀୟ କୃଷକ ଦିବସ ଅବସରରେ ବିରୋଧୀ…

Read More

ଚନ୍ଦକା କୁମାରଖୁଣ୍ଟିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଶମ୍ଭୁ । । ଗତକାଲି ସକାଳେ ଶମ୍ଭୁ ହଠାତ ଅସୁସ୍ଥ ହୋଇପଡିଥିଲା । ତାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ପଶୁ ଡାକ୍ତରଙ୍କ ଡକା ଯାଇଥିଲା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ବାରା ଶମ୍ଭୁକୁ ସାଲାଇନ ଦିଆଯିବା ସହ ନୀରିକ୍ଷଣରେ ରଖାଯାଇଥିଲା । ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ଶମ୍ଭୁକୁ ନନ୍ଦନକାନନକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଗତମାସ ୨୪ରେ କେନ୍ଦୁଝର ବନଖଣ୍ଡର ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ବନାଞ୍ଚଳର ଶୁକଡୋଳା ଖସରା ଜଙ୍ଗଲରେ ଛୁଆ ହାତୀଟି ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା । ଖବରପାଇ ବନବିଭାଗ ଜେସିବି ଦ୍ୱାରା ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା । ହେଲେ ହାତୀ ଛୁଆକୁ ମା’ ହାତୀ…

Read More

ସର୍ବାଧିକ ରେକର୍ଡ ସ୍ତର ଛୁଇଁଲା ସୁନା ଦର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ହୋଇଛି। ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ କୁ ୨୨୦୦ ଟଙ୍କା ବୃଦ୍ଧି ପାଇ ଲକ୍ଷେ ୨୭ ହଜାର ଟଙ୍କା ପାର୍‌ ହୋଇଛି। ଏହା ପୂର୍ବରୁ ୧୮ ଡିସେମ୍ବରରେ ସୁନା ଦର ବୃଦ୍ଧି ପାଇ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପ୍ରତି ୧୦ ହଜାର ୧୧୩ ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୨ହଜାର ୩୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ଥିଲା ।

Read More

ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ।ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମହିଳାଙ୍କ ନାମ ରୁବି ଓ ତାଙ୍କ ପ୍ରେମିକଙ୍କ ନାମ ଗୌରବ ବୋଲି ପ୍ରକାଶ କରିଛନ୍ତି ସମ୍ଭଲ ପୋଲିସ ଅଧୀକ୍ଷକ କେ.କେ. ବିଷ୍ନୋଇ।ରୁବି ଚନ୍ଦୌସି ଅଞ୍ଚଳର ମୋହଲ୍ଲା ଚୁନିର ବାସିନ୍ଦା ଥିବା ନେଇ ଜଣାପଡ଼ିଛି।ଡିସେମ୍ବର ୧୫ ତାରିଖ ସକାଳେ ପଟରାଉଆ ରୋଡ୍ ସ୍ଥିତ ଇଦଗାହ ନିକଟ ଏକ ନାଳରେ ଜଣେ ଯୁବକଙ୍କ ବିକୃତ ମୃତଦେହ ମିଳିବା ପରେ ମାମଲାଟି ସାମ୍ନାକୁ ଆସିଥିଲା। ସୂଚନା ପାଇ ଇନ୍ସପେକ୍ଟର ଅନୁଜ ତୋମାର ଏବଂ ସିଓ ମନୋଜ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ବ୍ୟକ୍ତି ଜଣକ ରାଜପୁରା ଥାନା ଅଞ୍ଚଳର ଗନ୍ନା ନଗର ନିବାସୀ ଜସୱନ୍ତଙ୍କ…

Read More