Author: sanitelevision

ଅଡୁଆରେ ଜଣାଶୁଣା ଯାତ୍ରା ଅଭିନେତ୍ରୀ ତଥା ‘ନାଟ୍ୟମଣ୍ଡପ’ ଯାତ୍ରା ପାର୍ଟିର ମାଲିକାଣୀ ରାଣୀ ପଣ୍ଡା । ନିଜ ପାର୍ଟିର ଡ୍ୟାନ୍ସ ଗ୍ରୁପ କଳାକାରମାନଙ୍କୁ ପ୍ରାପ୍ୟ ପାରିଶ୍ରମିକ ନଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏନେଇ ନିମାପଡା ଥାନରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଣିଛନ୍ତି ପାର୍ଟିର ସହ କଳାକାର ତଥା ଡ୍ୟାନ୍ସ ଗ୍ରୁପ ଚଳାଉଥିବା ସୁଧାଂଶୁ ଦାସ ।ନିମାପଡ଼ା ଖେଲାର ସ୍ଥିତ ରକ୍ଅନ ଡ୍ୟାନ୍ସ ଗ୍ରୁପ ସଂସ୍ଥାର ମୁଖ୍ୟ ସୁଧାଂଶୁ ଦାସଙ୍କ ସହ ନାଟ୍ୟ ମଣ୍ଡପ ପାଟିର ମାଲିକାଣୀ ରାଣୀ ପଣ୍ଡାଙ୍କ ପାର୍ଟିରେ କାମ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସୁଧାଂଶୁଙ୍କ ଡ୍ୟାନ୍ସ ଗ୍ରୁପ ୧୭ଟି ଷ୍ଟେଜ ପ୍ରୋଗ୍ରାମ କରିଥିବା ବେଳେ ରାଣୀ ପଣ୍ଡା ତାଙ୍କୁ ମାତ୍ର ୬ଟି ପ୍ରୋଗ୍ରାମର ଟଙ୍କା ଦେଇ ଅନ୍ୟ ୧୧ଟି ପ୍ରୋଗ୍ରାମ ଟଙ୍କା କିଛିଦିନ ମଧ୍ୟରେ ବାକି ଟଙ୍କା ଖୁବ୍‌ଶୀଘ୍ର ଦେଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ…

Read More

ପଛଘୁଞ୍ଚା ଦେଲେ ମମତା ବାନାର୍ଜୀଙ୍କ ପୁଷ୍ପା ଜାହାଙ୍ଗିର ଖାନ। ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ ବ୍ୟକ୍ତିଗତ କାରଣରୁ ନାମ ପ୍ରତ୍ୟାହାର କରୁଛନ୍ତି ବୋଲି ଟିଏମସି କହିଛି । ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫାଲ୍ଟା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ (EVM) ଟାମ୍ପରିଂ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା। ଏହାପରେ ଭାରତୀୟ ନିର୍ବାଚନ କମିଶନ (ECI) ଏହି ଆସନର ସମସ୍ତ ୨୮୫ଟି ବୁଥ୍ ରେ ମେ ୨୧ ତାରିଖରେ ନୂଆ ଭାବେ ପୁନଃ-ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ମେ ୪ ତାରିଖରେ ରାଜ୍ୟର ଅନ୍ୟ ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇଥିଲେ…

Read More

କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ଼ ବୟାନ । ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି । ନକଲି ପେଷ୍ଟିସାଇଡ୍‌ ବଜାରରେ ବିକ୍ରି ହେଉଛି । ସାର କଳାବଜାରୀ ହେଲେ କାହାକୁ ଛଡ଼ାଯିବନି ।ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଯୋଗ ଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବ ରାଜ ସିଂ ଚୌହ୍ୱାନ । ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡିରେ ଚାଷୀଙ୍କ ସମ୍ପତ୍ତି , ପରିବାର ସଦସ୍ୟଙ୍କ ସଂଖ୍ୟା ସହ ଚାଷୀ ପାଖରେ କେତେ ଜମି ଅଛି ସବୁ ତଥ୍ୟ ରହିବ । ଏହାଦ୍ୱାରା ଚାଷୀଙ୍କୁ ଦୁଇ ମିନିଟରେ ଲୋନ ମିଳିପାରିବ । ସବୁ ରାଜ୍ୟ ଶୀଘ୍ର ଫାର୍ମର ଆଇଡି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଆଗକୁ ଅଭାବୀ ବର୍ଷା ଆଶଙ୍କା ରହିଛି…

Read More

ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ବନ୍ଦ ରହିବ ସମଗ୍ର ମେଡିସିନ ଦୋକାନ।ସଂଗଠନ କହିଛି ଯେ ଏହି ପ୍ରତିବାଦର ଲକ୍ଷ୍ୟ ନିୟାମକ ତୃଟିଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯାହା ଇ-ଫାର୍ମାସି ଏବଂ ତୁରନ୍ତ ଔଷଧ ବିତରଣ ପ୍ଲାଟଫର୍ମଗୁଡ଼ିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ କରିବାକୁ ଅନୁମତି ଦେଇଛି।ସଂଗଠନ ଦାବି କରିଛି ଯେ ସରକାର ଦୁଇଟି ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ପ୍ରତ୍ୟାହାର କରନ୍ତୁ: GSR 220(E) ଏବଂ GSR 817(E)। ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍‌ ମେଡିକାଲ୍‌ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ, ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ ସହ ସଂଲଗ୍ନ ସମସ୍ତ ଇନ୍‌-ହାଉସ୍‌ ଫାର୍ମାସି ଏବଂ…

Read More

ଇତିହାସରେ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିଛି । ୯୬ ଟଙ୍କା ୩୫ ପଇସାକୁ ଖସିଆସିଛି ଟଙ୍କାର ମୂଲ୍ୟ ।ସାମ୍ପ୍ରତିକ ସ୍ଥିତିରେ ଉପସାଗରୀୟ ଦେଶଗୁଡିକରୁ ତୈଳ ଯୋଗାଣ ସ୍ବାଭିବକ ହୋଇନାହିଁ। ଏହାମଧ୍ୟରେ ମିଳିତ ଆରବ ଏମିରେଟ୍ସ(ୟୁଏଇ)ର ଏକ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହେବା ଖବର ଆସିବା ପରେ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ଅନୁଭୂତ ହୋଇଛି। ଏହି ଘଟଣା ମଧ୍ୟପ୍ରାଚ୍ୟ ତୈଳ ଯୋଗାଣ କ୍ଷେତ୍ରକୁ ଆହୁରି ପ୍ରଭାବିତ କରିବା ସହ ଭାରତର ତୈଳ ଆମଦାନୀ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ନିବେଶକମାନେ ଆଶଙ୍କିତ ହୋଇପଡ଼ିଛନ୍ତି।

Read More

ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନିନ ସ୍ଥାନରୁ ହଟିବେ ବୁଲା କୁକୁର ।ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନଭେମ୍ବର ୨୦୨୫ରେ ଦେଇଥିବା ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି। ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ ଆକ୍ରମଣ କରିବାର ଆଶଙ୍କା ଅଧିକ ବୃଦ୍ଧି ପାଇବ। ମାତ୍ର ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି। ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଏଭଳି ସ୍ଥିତିକୁ କୋର୍ଟ ”ଉଦବେଗଜନକ” ବୋଲି କହିଛନ୍ତି।ଏନ୍ଏଚ୍ ଓ ଏକ୍ସପ୍ରେସ୍ ୱେରୁ ବୁଲା କୁକୁର, ଗାଈଙ୍କୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି…

Read More

ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଞ୍ଚିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି । ଶ୍ରୀମନ୍ଦିରକୁ ଯିବା ସମୟରେ ବ୍ୟାରିକେଡ଼ରେ ଥିବା ଭକ୍ତମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।ଆଜି ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ନେଇ ଆଞ୍ଚଳିକ କୃଷି ସମ୍ମିଳନୀ ଅନୁଷ୍ଠିତ ହେବ । ସାରା ଦେଶରେ ଆହାର ଯେପରି ଅଭାବ ରହିବନି ସେ ନେଇ ଆଲୋଚନା ହେବ । କୃଷକ ହେଉଛନ୍ତି ଜୀବନ ଦାତା । ଖାଦ୍ୟ ସୁରକ୍ଷା ସହ ପୋଷଣ ଯୁକ୍ତ ଖାଦ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବା ପ୍ରଥମ ଲକ୍ଷ ରହିବ । ଯେଉଁ କୃଷକମାନଙ୍କ ପାଖରେ କମ ଜମି…

Read More

ବ୍ରହ୍ମପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି,ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି । ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି । ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି।। ଏହା ସହ କହିଛନ୍ତି, ଘଟଣା ଦେଖିଲେ ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି । ପୋଲିସ ପ୍ରଶାସ ଏବଂ ଆଇନ କାନୁନର ବ୍ୟବସ୍ଥା କୁଆଡେ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ସୂଚନାମୁତାବକ ବ୍ରହ୍ମପୁର ଗିରି ରୋଡ଼ରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ବିଚ୍ ରାସ୍ତାରେ ଜନଗହଳି ପୂର୍ଣ୍ଣ ରାସ୍ତାରେ ତଳେ…

Read More

ପାରିବାରିକ କଳହର ଉଗ୍ର ରୂପ। ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ପାଣି ଓ ତେଲ ଛାଟିଦେଲା ବୋହୂ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନାଉପାଳ କାଟେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ କୌଣସି ଏକ କଥାକୁ ନେଇ ଘରେ ଥିବା ବିଧବା ବହୁ କୁସ୍ମିତା ଭୂତିଆ ଗରମ ପାଣି ସହ ରିଫାଇନ ତେଲ ମିଶାଇ ଗ୍ୟାସ ରେ ଗରମ କରି ଶ୍ବଶୁର ଶ୍ରୀକାନ୍ତ ଭୂତିଆ (୮୦)ଙ୍କ ଉପରେ ଢାଳି ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ, ତାଙ୍କ ଦେହ ସାରା ଜଳିଯାଇଥିଲା । ପୋଡଶୀଙ୍କ ଠାରୁ ଖବର ପାଇ ୧୧୨ ଗାଡ଼ି ଯାଇ ବୃଦ୍ଧଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବୃଦ୍ଧଙ୍କ ପୁଅ ମରିଯିବା ପରେ ବୋହୂ ଏଭଳି ଅକଥନୀୟ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ଅଭିଯୁକ୍ତ…

Read More

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର। ଆଜି ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଟିମ୍ । ମୋଟ ଉପରେ ଏକାଦଶ ଦିନରେ ଓ ଭିତର ଭଣ୍ଡାରରେ ଷଷ୍ଠ ଦିନରେ ହେବ ରତ୍ନ ଗଣତି । ଚଳିତ ମାସରେ ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ହେବ ଭିତର ଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ ।ପୂର୍ବରୁ ଦଶ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି । ଚଳନ୍ତି ଭଣ୍ଡାରରେ କେବଳ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଥିବା ଦୁଇ ଅଳଙ୍କାରକୁ ଛାଡ଼ି ଅନ୍ୟ ଅଳଙ୍କାର ଗଣତି ଶେଷ ହୋଇଛି । ବାହାର ଭଣ୍ଡାରରେ ୩ଟି ଅଳଙ୍କାର ଚିହ୍ନଟ ହୋଇ ପାରିନଥିବା ବେଳେ ୧୯୭୮ ତାଲିକା ସହ ମେଳକ ଅନୁଯାୟୀ ଅଳଙ୍କାର ସଂଖ୍ୟା ବଢ଼ିଛି । ସେହିପରି ଭିତର ଭଣ୍ଡାରରେ ପାଞ୍ଚ ଦିନ ଗଣତିରେ ପ୍ରାୟ ୧୩୦ ଅଳଙ୍କାର ଅର୍ଥାତ୍ ୨୫% ଗଣତି ସରିଛି…

Read More